ଲୋଭର ଅନ୍ତ ନାହିଁ

ଏବେ ଆଦାନୀ ଘଟଣା ଦେଶକୁ ମାଡ଼ି ବସିଛି। ତାହାର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ସୁନିଶ୍ଚିତ ପଡ଼ିବ ବୋଲି ଦେଶର ଶିକ୍ଷିତ ନାଗରିକ ବୁଝିସାରିଲେଣି। ଦେଖିବାକୁ ଗଲେ, ଭାରତର ଅର୍ଥନୀତି ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିବାର ସବୁ ଲକ୍ଷଣ ଦେଖାଯାଉଛି। କେବଳ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ପାଉଥିବା ଏକମାତ୍ର ଦୃଷ୍ଟାନ୍ତ ନୁହେଁ। ଶତ୍ରୁ ସାଜିଥିବା ଚାଇନାର ଏକତରଫା ବ୍ୟବସାୟ ବୃଦ୍ଧି ଭଳି ଅନେକ ଅସଙ୍ଗତି ଦୃଶ୍ୟମାନ ହେଉଥିବା ବେଳେ ବିମୁଦ୍ରୀକରଣ ଯୋଗୁ ଭାରତର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବ୍ୟବସାୟ ଧ୍ୱଂସ ହୋଇଯାଇଥିବାରୁ ସବୁ ହିସାବ ତ୍ରୁଟିପୂର୍ଣ୍ଣ ପ୍ରମାଣିତ ହେଉଛି। ୫ ଟ୍ରିଲିୟନରୁ ଅଧିକ ଆମେରିକୀୟ ଡଲାରକୁ ଭାରତୀୟ ଅର୍ଥନୀତି ପହଞ୍ଚିବ ବୋଲି ଯାହା କୁହାଯାଉଥିଲା, ତାହା ଏବେ ଧୂଆଁବାଣ ବୋଲି ସମସ୍ତେ ବୁଝିଲେଣି। ତଥାପି ମୋଦି ଏବଂ ଭାଜପା ପ୍ରତି ରହିଥିବା ସମର୍ଥନ ପଛରେ କେବଳ ମୁସଲମାନ ଧର୍ମ ପ୍ରତି ଘୃଣା ଭୋଟଦାତାଙ୍କୁ ଏକଜୁଟ କରୁଛି।
ଆଦାନୀ ଘଟଣାଠାରୁ ଦୃଷ୍ଟି ହଟାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଥିବା ହେତୁ ପ୍ରଥମେ ୧୪ ଫେବୃୟାରୀ ଭାଲେଣ୍ଟାଇନ୍ସ ଦିବସକୁ ୬ ଫେବୃୟାରୀରେ ‘ଗାଈକୁ ଆଲିଙ୍ଗନ ଦିବସ’ ଭାବେ ପାଳନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରାଣୀଧନ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଥିଲା। ଏହି ନିଷ୍ପତ୍ତିକୁ ବିରୋଧ ପରିବର୍ତ୍ତେ ସାମାଜିକ ଗଣମାଧ୍ୟମରେ ପ୍ରବଳ ମାତ୍ରାରେ ଥଟ୍ଟାମଜା କରାଗଲା। ଏହା ଅସହ୍ୟ ହୋଇପଡ଼ିବା ହେତୁ କେନ୍ଦ୍ର ସରକାର ବିଧିବଦ୍ଧ ଭାବେ ତାଙ୍କର ପୂର୍ବ ଘୋଷଣାକୁ ୧୦ ଫେବୃୟାରୀରେ ପ୍ରତ୍ୟାହାର କରିନେଲେ। ତାହା କାମ ଦେଇ ନ ଥିବା ଫଳରେ ନୂତନ କୌଶଳ ଚିନ୍ତା କରାଗଲା। ଘାଣ୍ଟ ତରକାରିକୁ ବହଳିଆ କରିବା ପାଇଁ ମାଟିଆଳୁ ପକାଯାଇଥାଏ। ସେହିଭଳି ପରିସ୍ଥିତିକୁ ଭିନ୍ନ ମୋଡ଼ ଦେଇ ବହଳିଆ କରିବା ପାଇଁ ମୁସଲମାନ ସମ୍ପ୍ରଦାୟକୁ ସମ୍ପୃକ୍ତ କରିବା ଅତ୍ୟନ୍ତ ଆବଶ୍ୟକ ହେଉଥିବାର ଲକ୍ଷ୍ୟ କରାଯାଉଛି। ଏଭଳି ସ୍ଥିତି ସୃଷ୍ଟି କରାଯିବାର ଆବଶ୍ୟକତା ପଡ଼ିଲାଣି ଯେଉଁଥିରେ କେହି ଥଟ୍ଟାମଜା କରିପାରିବେ ନାହିଁ। ଧର୍ମନିରପେକ୍ଷ ଓ ତଥାକଥିତ ଉଦାରବାଦୀ ଗୋଷ୍ଠୀ ନୀରବ ପଡ଼ିଯିବେ, ତତ୍‌ସହିତ ଆଦାନୀ ପଛକୁ ଠେଲି ହୋଇଯିବେ। ଭାବୁ ଭାବୁ ମନକୁ ଆସିଲା ରାଜ୍ୟପାଳ ପ୍ରସଙ୍ଗ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୨ ଫେବୃୟାରୀ ୨୦୨୩ରେ ୧୩ ରାଜ୍ୟ ପାଇଁ ରାଜ୍ୟପାଳ ନିଯୁକ୍ତି ସଂକ୍ରାନ୍ତ କାଗଜପତ୍ରରେ ଦସ୍ତଖତ କରିଛନ୍ତି। ଏମାନଙ୍କ ମଧ୍ୟରେ କେତେକ ରାଜ୍ୟର ରାଜ୍ୟପାଳଙ୍କ ହିନିମାନିଆ ଭାବେ ସରକାରୀ କର୍ମଚାରୀଙ୍କ ଭଳି ବଦଳି ହୋଇଥିବା ବେଳେ ଆଉ କିଛି ନୂଆ ଭାବେ ନିଯୁକ୍ତି ପାଇଛନ୍ତି। ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଥିବା ବିଶ୍ୱଭୂଷଣ ହରିଚନ୍ଦନ ଛତିଶଗଡ଼ ରାଜ୍ୟପାଳ ହେବା ପରେ ତାଙ୍କ ସ୍ଥାନରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଅବଦୁଲ ନାଜିରଙ୍କୁ ଅବସ୍ଥାପିତ କରାଯାଇଛି। ୪ ଜାନୁୟାରୀରେ ଚାକିରିରୁ ଅବସର ନେଇଥିବା ଜଣେ ବ୍ୟକ୍ତିଙ୍କୁ ୩୮ ଦିନ ପରେ ରାଜ୍ୟପାଳ କରାଯାଇଥିବାରୁ ଏହାକୁ ନେଇ ବିବାଦ ଉପୁଜିଲାଣି। କୁହାଯାଉଛି ଚାକିରି କାଳରେ ସେ କେନ୍ଦ୍ର ସରକାରଙ୍କୁ ସୁହାଇଲା ଭଳି ପ୍ରଦାନ କରାଯାଇଥିବା ରାୟର ମୁଖ୍ୟ ପୁରୋଧା ଥିଲେ। ଉଲ୍ଲେଖଯୋଗ୍ୟ ଯେ, ଅଯୋଧ୍ୟା ବିବାଦଠାରୁ ଆରମ୍ଭକରି ତିନି ତଲାକ୍‌ ଏବଂ ୨ ଜାନୁୟାରୀ ୨୦୨୩ରେ ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତିକୁ ବୈଧ ବୋଲି ଦିଆଯାଇଥିବା ରାୟରେ ନାଜିରଙ୍କ ପ୍ରମୁଖ ଭୂମିକା ଥିଲା। ସମ୍ଭବତଃ ସେଥିପାଇଁ ତାଙ୍କୁ ପୁରସ୍କାର ସ୍ବରୂପ ରାଜ୍ୟପାଳ ପଦବୀ ଦିଆଯାଇଛି ବୋଲି ଆଲୋଚନା ହେଉଛି। ବିରୋଧୀ କଂଗ୍ରେସ କହିଛି, ନାଜିରଙ୍କ ନିଯୁକ୍ତି ନ୍ୟାୟବ୍ୟବସ୍ଥା ପାଇଁ ବିପଦ ସୃଷ୍ଟି କରିଛି। ଏହି ସନ୍ଧିକ୍ଷଣରେ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟ୍‌ଲୀଙ୍କ ଉକ୍ତିକୁ ଉଦ୍ଧାର କରିଛନ୍ତି। ସେ କହିଛନ୍ତି ଯେ, ଜେଟ୍‌ଲୀ ୨୦୧୨ରେ କହିଥିଲେ-ବିଚାରପତିଙ୍କ ଅବସର ଗ୍ରହଣର ପୂର୍ବ ରାୟ ଅବସର ପରବର୍ତ୍ତୀ ପଦବୀ ଦ୍ୱାରା ପ୍ରଭାବିତ ହୋଇଥାଏ ଏବଂ ତାହା ନ୍ୟାୟପାଳିକା ପ୍ରତି ବିପଦ ହୋଇଥାଏ। ଏବେ ସେହି ଭାଜପା ସରକାର ବିଚାରପତିମାନଙ୍କୁ ଅଗୁଆ ଲୋଭ ଦେଖାଇ ନିଜ କାର୍ଯ୍ୟ ହାସଲ କରୁଛି ବୋଲି କୁହାଯାଉଛି।
ଭାଜପାର ରଣନୀତି ଦିନକୁ ଦିନ ଅଧିକ ଶାଣିତ ହେବାରେ ଲାଗୁଛି। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌) କିମ୍ବା ଦଳୀୟ ପ୍ରାର୍ଥୀଙ୍କୁ ରାଜ୍ୟପାଳ ପଦବୀ ଦିଆଯାଇ ଆସୁଥିବା ବିଷୟ ସରକାରଙ୍କୁ ଅସୁବିଧାରେ ପକାଉଛି। ସେଥିରୁ ବର୍ତ୍ତିବା ଲାଗି ପ୍ରଶାସନିକ ଅଧିକାରୀ, ବିଚାରପତି ଓ ସ୍ଥଳବିଶେଷରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରାଯାଉଛି। କେନ୍ଦ୍ରରେ ଭାଜପା ସରକାର ହେବାଠାରୁ ସରକାରୀ ଆଭିମୁଖ୍ୟ ସଂଖ୍ୟାଲଘୁ ବିରୋଧୀ ପାଲଟିଥିବା ସମାଲୋଚନା ହେଲା। ବିରୋଧୀମାନେ ଭାଜପାର ଧର୍ମନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଲେ। ତେଣୁ ସଂଖ୍ୟାଲଘୁଙ୍କ ମନ ଜିଣିବା ଲାଗି ଅରିଫ୍‌ ମହମ୍ମଦ ଖାନ୍‌ଙ୍କୁ କେରଳ ରାଜ୍ୟପାଳ କରାଯାଇ ସମାଲୋଚନା କରୁଥିବା ବ୍ୟକ୍ତିଙ୍କ ମୁହଁ ଚୁପ୍‌ କରାଯିବାର ଚେଷ୍ଟା କରାଯାଇଥିଲା। ଅନୁରୂପ ଭାବେ କେନ୍ଦ୍ର ସରକାର ନିଜ ଶାସନକୁ ସୁହାଇଲା ଭଳି ରାୟ ନାଜିରଙ୍କ ତୁଣ୍ଡରୁ ଶୁଣାଇବାର ଚେଷ୍ଟା କରି ସେଥିରେ ସଫଳ ହୋଇଛନ୍ତି। ଫଳରେ ତାଙ୍କ ଅବସର ପରେ ରାଜ୍ୟପାଳ ପଦବୀ ଭେଟି ଦେବା ଏକ ସେଟିଂ ବୋଲି ମନେହେଉଛି। ଆଜିର ସ୍ଥିତି ଦେଖିଲେ ତଫସିଲଭୁକ୍ତ ଜାତି, ଉପଜାତି କିମ୍ବା ସଂଖ୍ୟାଲଘୁ ବର୍ଗର ଲୋକ ଉପରକୁ ଉଠିଗଲେ ସେମାନେ ନିଜ ଜାତି ବା ଭାଇ ବନ୍ଧୁଙ୍କୁ ଅଣଦେଖା କରୁଛନ୍ତି। ଅନେକ ସମୟରେ ସେମାନେ ଘୃଣା ମଧ୍ୟ କରିଥାନ୍ତି। ‘ନିଜେ ବଞ୍ଚତ୍ଲେ ବାପର ନାଁ’ ନୀତି ଅନୁସରଣ କରୁଥିବା ଏହି ସୁବିଧାବାଦୀମାନେ ଅନ୍ୟସବୁ ବିଷୟକୁ ପଛରେ ପକାଇ ଦେଇଥାଆନ୍ତି। କେବଳ ଆରିଫ ମହମ୍ମଦ ଖାନ୍‌ ନୁହେଁ, ଏବେ ଅବଦୁଲ ନାଜିର ମଧ୍ୟ ପ୍ରମାଣ କରିଦେଇଛନ୍ତି ଯେ, ମୁସଲମାନ କିମ୍ବା ହିନ୍ଦୁ ହେଲେ ମଣିଷର ଜଘନ୍ୟ ଚିନ୍ତାଧାରାରେ ପରିବର୍ତ୍ତନ ଆସେ ନାହିଁ। ସୁପ୍ରିମ୍‌କୋର୍ଟର ବିଚାରପତି ଭାବେ ଦେଶର ଅମଙ୍ଗଳ ପାଞ୍ଚି ଏହି ବ୍ୟକ୍ତି ନିଜର ଭବିଷ୍ୟତ ପାଇଁ ମସୁଧା କରିଆସୁଥିଲେ ବୋଲି ଆଜି ବୁଝାପଡୁଛି। ନାଜିର ପ୍ରମାଣ କରିଦେଇଛନ୍ତି ଯେ ଲୋଭର ଅନ୍ତ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri