ଦୁର୍ନୀତିର ନାହିଁ ଇତି

ରାଧାଶ୍ୟାମ ରାଉଳ

 

ବର୍ତ୍ତମାନ ସମୟରେ ସତେ ଯେମିତି ସକଳ ସୁଖ, ସୁବିଧା ଓ ସ୍ବାର୍ଥସାଧନର ମୂଳାଧାର ହେଉଛି ଦୁର୍ନୀତି !
ସିଧା ରାସ୍ତା ଧରି ପ୍ରାୟ କେହିଯିବାକୁ ଚାହୁଁ ନ ଥିବା ବେଳେ ଗଳାବାଟ ଦେଇ ତ୍ୱରିତେ ଠିକଣା ଜାଗାରେ ପହଞ୍ଚିବାକୁ ଊଣାଅଧିକେ ସମସ୍ତେ ଚାହୁଁଛନ୍ତି। କହିବାର କଥା ହେଲା, ସକଳ ଶଙ୍କା, ଆଶଙ୍କା, ଭୀତି, ଭ୍ରାନ୍ତି, ପରିଣତିକୁ ପରିହାର କରି ଦୁର୍ନୀତି ପ୍ରେମରେ ଉବୁଟୁବୁ ହେବାକୁ ପ୍ରାୟ ସଭିଙ୍କର କାମନା ଓ ବାସନା ଜାଗୁଛି ଯେମିତି! ଏଣୁ ସାଧାରଣ ଜୀବନରେ ଦୁର୍ନୀତିର ପତିଆରା ବହୁତ। କି ସରକାରୀ କି ବେସରକାରୀ କି କେନ୍ଦ୍ର ସରକାରଙ୍କ ଅଫିସ କି ରାଜ୍ୟ ସରକାରଙ୍କ ଅଫିସ, ଦୁର୍ନୀତିର ଅବାଧ ପ୍ରବେଶ ସବୁଠି!
ଯେଉଁମାନେ ଦୁର୍ନୀତିବିରୋଧୀ ଆନ୍ଦୋଳନର ପ୍ରବକ୍ତା ସାଜି ସଭା ସମିତିରେ ବଡ଼ବଡ଼ ଭାଷଣ ଦେଉଛନ୍ତି, ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ରାଜରାସ୍ତାକୁ ଓହ୍ଲେଇ ଆସୁଛନ୍ତି, ସମ୍ବାଦପତ୍ର, ପତ୍ର ପତ୍ରିକାରେ ପୃଷ୍ଠା ପୃଷ୍ଠା ଲେଖି ନିଜକୁ ବଡ଼ ଲେଖକ, ବୁଦ୍ଧିଜୀବୀ, ପ୍ରାଜ୍ଞ, ବିଜ୍ଞ, ଅଭିଜ୍ଞ ବୋଲାଇ ହେଉଛନ୍ତି, ବାସ୍ତବପକ୍ଷରେ ବୁଝିବାକୁ ଅଛି, ସେ ମହାଶୟମାନେ ସେମାନଙ୍କ କର୍ତ୍ତବ୍ୟ ପ୍ରତି କେତେଦୂର ସଚେତନ ? ନିଜନିଜର ସ୍ଥିତି ସଜାଡ଼ିବାକୁ ସେମାନେ କେତେଦୂର ସମର୍ଥ? ଆଚରଣ ଓ ଉଚ୍ଚାରଣରେ ସମନ୍ବୟ ରଖୁ ନ ଥିବା ସେଇ ମହାଶୟମାନେ ଦୁର୍ନୀତିରୁ ମୁକ୍ତ କି ନୁହେଁ, ତାହା ଅବଶ୍ୟ ତଦନ୍ତ ସାପେକ୍ଷ। ପଣସ ଖାଇ ଅନ୍ୟ ମୁଣ୍ଡରେ ଅଠାବୋଳିବା, ନିଜେ ମିଠା ଖାଉଥିବା ବେଳେ ଅନ୍ୟକୁ ମିଠା ନ ଖାଇବାର ଉପଦେଶ ଓ ପରାମର୍ଶ ଦେଉଥିବା ବ୍ୟକ୍ତିବିଶେଷଙ୍କୁ ଆତ୍ମ ପ୍ରବଞ୍ଚକ କହିବା ସମୀଚୀନ ନୁହେଁ କି? ଦୁର୍ନୀତିକୁ ଧରିବା ପାଇଁ ଅଡିଟ ହେଉଛି। ହେଲେ ଲାଞ୍ଚ, ରିସବତ୍‌, ସାଦିଷ୍ଟ ଖାଦ୍ୟ ଓ ବିଦେଶୀ ପାନୀୟ, ଦର୍ଶନୀୟ ସ୍ଥାନ ଭ୍ରମଣର ସୁଯୋଗ ଲଭି ଅଡିଟର୍‌ ବାବୁମାନେ କଳାକୁ ଧଳା କରି ଦେଉଛନ୍ତି। ଭଲ ରିପୋର୍ଟ ସହ ‘ଆଗକୁ ମାଡ଼ିଚାଲ’ର ସବୁଜ ସଙ୍କେତ ଦେଉଛନ୍ତି!
ଏକ ଘଟଣାକ୍ରମ। ଜନୈକ ହିତାଧିକାରୀ ବନ୍ଧୁ ଅଫିସରେ ପିଅନ ଉପରେ ଚିଡିଯାଇ କହିଲେ,”ଆଚ୍ଛା କଥା, ମୋ ଫାଇଲ ଫରୱାର୍ଡ କରିବା ପାଇଁ ମୋତେ ଟଙ୍କା ମାଗୁଛ? ଏ ନେଇ ମୁଁ ତୁମରଉଚ୍ଚ ଅଧିକାରୀଙ୍କୁ ରିପୋର୍ଟ କରିବି।“ତାଚ୍ଛଲ୍ୟ କରି ପିଅନ କହିଲେ, ”ଯାଉନ ଯାଅ, କିଏ ତୁମ ବାଟକୁ ବନ୍ଦ କରୁଛି ହୋ? ହେଇଟି ବାବୁ, ଯିବା ପୂର୍ବରୁ କାନ ଖୋଲି ଶୁଣିନିଅ, ତୁମେ କମ୍ପ୍ଲେନ କରିବ ଯାହାଙ୍କୁ ମୁଁ ପା’ ନିଇତି ପିସି ଦେଉଅଛି ତାହାଙ୍କୁ! ପିସି ଅର୍ଥ ପର୍ସେଣ୍ଟେଜ! ଅର୍ଥାତ୍‌, ଅର୍ଜିତ ବା ଉପଲବ୍ଧ ଉପୁରି ଅର୍ଥରୁ ତଳୁ ଉପରଯାଏ ସଭିଙ୍କର ଭାଗ ରହିଛି। ମୋ ବିରୁଦ୍ଧରେ ତୁମେ ରିପୋର୍ଟ କଲେ, ହାୟର ଅଫିସର ଓଲଟି ତୁମକୁ ଶୋଧିବେ! ତୁମ ଫାଇଲ ଆଉ ଆଗକୁ ଗତି କରିପାରିବ ନାହିଁ, ସ୍ଥାଣୁ ପାଲଟିଯିବ!“
ଏବେ ପ୍ରତିଦିନ ରୋଚକ ଖବର ଶୁଣିବାକୁ ଓ ଜାଣିବାକୁ ମିଳୁଛି ଯେ, ସରକାରୀ ପଦାଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ପଙ୍କରେ ଉବୁଟୁବୁ ଓ ଜୁଡୁବୁଡୁ !
ପ୍ରଚୁର ଟଙ୍କା, ସୁନାଗହଣା ଘରେ ଠୁଳକରି ରଖିବା ସହ ବିଭିନ୍ନ ଜାଗାରେ ନିଜ ନାମରେ, ନିଜ ସ୍ତ୍ରୀ, ପୁଅ, ଝିଅ, ଭାଇ ଓ ଅନ୍ୟ ପ୍ରିୟପରିଜନମାନଙ୍କ ନାମରେ ଭୂସମ୍ପତ୍ତି, ଫାର୍ମ ହାଉସ, ସୁରମ୍ୟ ଅଟ୍ଟାଳିକା, ବହୁତଳ ପ୍ରାସାଦ ରହିଛି। ଆୟ ବହିର୍ଭୂତ ସମ୍ପତ୍ତିର ମାଲିକ ବୋଲି ତଦନ୍ତ ଓ ଖୋଳତାଡ଼ ହେଉଛି।
ଲାଗୁଛି, ଆମ ସାମାଜିକ ଜୀବନରେ ଦୁର୍ନୀତି ସର୍ବଜନଆଦୃତ ହୋଇସାରିଛି। ଆମ ସମସ୍ତଙ୍କ ଦ୍ୱାରା ଦୁର୍ନୀତି ଲାଳିତପାଳିତ ପ୍ରତିପୋଷିତ ହୋଇ ଦୂବରୁ ଦାରୁ ପର୍ଯ୍ୟାୟକୁ ଉନ୍ନୀତ ହେଉଛି। ଛୋଟଛୋଟ ଦୁର୍ନୀତି ଆମମାନଙ୍କର ସହଯୋଗ ଓ ସମର୍ଥନରେ ବଡ଼ବଡ଼ ଦୁର୍ନୀତିରେ ରୂପାନ୍ତରିତ ହୋଇଯାଉଛି। ଯାହା ହାତରେ କ୍ଷମତା ଅଛି, ସେ ନିର୍ବିଘ୍ନରେ ତା’ର ଅପବ୍ୟବହାର କି ଅପପ୍ରୟୋଗ କରିପାରୁଛି। ସେବା ନାଁରେ ଶୋଷଣ ଚାଲିଛି। ପରୋପକାର ନାଁରେ ଅସାଧୁ ଉପାୟ ଅବଲମ୍ବନ ହେଉଛି। ସର୍ବତ୍ର ଚାଲିଛି ପୃଷ୍ଠପୋଷକତା, ସୁପାରିସ, ପ୍ରିୟାପ୍ରୀତିତୋଷଣ, ସଂକୀର୍ଣ୍ଣ ମନୋଭାବ ପୋଷଣ, ଚାପପ୍ରୟୋଗ, ପ୍ରଭାବବିସ୍ତାର, ଅର୍ଥଆତ୍ମସାତ୍‌ ଇତ୍ୟାଦି ଇତ୍ୟାଦି।
ଉଦ୍‌ବେଗର ବିଷୟ ଯେ, ସମାଜରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱର ଉପାଦେୟତାକୁ ଲୋକମାନେ ଆଦୌ ଗୁରୁତ୍ୱ ଦିଅନ୍ତିନାହିଁ। ନୀତି, ଆଦର୍ଶ, ସାଧୁତା ଓ ସ୍ବଦେଶପ୍ରେମକୁ ହୀନଦୃଷ୍ଟିରେ ଦେଖନ୍ତି, ବ୍ୟଙ୍ଗ ପରିହାସ କରନ୍ତି। ଅତଏବ ସେଇଦୃଷ୍ଟିରୁ ଆମ ସମାଜରେ ଦୁର୍ନୀତି ରହିଆସୁଛି, ରହିଛି ଆଗକୁ ମଧ୍ୟ ରହିଥିବ ଏମିତି। ସତରେ ଦୁର୍ନୀତିର ନାହିଁ ଇତି !
ବୀମାବିହାର, ମର୍କତନଗର
ସେକ୍ଟର:୬, କଟକ, ମୋ:୯୪୩୭୦୯୦୯୮୫


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri