ବିଦ୍ୟୁତ୍‌ ସଂଯୋଗ ମିଳିନି, ଆସିଲା ବିଲ୍‌

ରସୁଲପୁର,୩ା୩(ଡି.ଏନ.ଏ.): ରସୁଲପୁର ବ୍ଲକ ନଠୁଆବର ପଞ୍ଚାୟତ କୃଷ୍ଣପଡ଼ା ଗ୍ରାମର ମା’ କିଆଶୁଣୀ ପାଣି ପଞ୍ଚାୟତ ଏବଂ ଓଡ଼ିଶୋ ପଞ୍ଚାୟତ ମେଳକ ଗ୍ରାମର ମା’ମଙ୍ଗଳା ପାଣି ପଞ୍ଚାୟତ ନଁାରେ ଟାଟା ପାୱାର ପକ୍ଷରୁ ମିଥ୍ୟା ବିଦ୍ୟୁତ୍‌ ବିଲ୍‌ ଇସ୍ୟୁ କରାଯାଇଛି। ଏହାକୁ ଗ୍ରାମାଞ୍ଚଳ ବିଦ୍ୟୁତ୍‌ ଉପଭୋକ୍ତା ମଞ୍ଚ ପକ୍ଷରୁ ଗୁରୁବାର ଏକ ଖବରଦାତା ସମ୍ମିଳନୀ ଜରିଆରେ ବିରୋଧ କରାଯାଇଛି। ମିଥ୍ୟା ବିଲ୍‌କୁ ସପ୍ତାହକ ମଧ୍ୟରେ ପ୍ରତ୍ୟାହାର କରି ନିଆଯିବାକୁ ମଞ୍ଚ ପକ୍ଷରୁ ଅନୁରୋଧ କରାଯାଇଛି। ନଚେତ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ଚେତାବନୀ ଦିଆଯାଇଛି। ମଞ୍ଚ ସଭାପତି ନାରାୟଣ ଜେନାଙ୍କ ପକ୍ଷରୁ ଆହୂତ ସମ୍ମିଳନୀରେ ବରିଷ୍ଠ ପରାମର୍ଶଦାତା ସଦସ୍ୟ ମନମୋହନ ନନ୍ଦୀ, ବାଲିପାଟଣା ବିଦ୍ୟୁତ୍‌ ଉପଭୋକ୍ତା କମିଟି ସମ୍ପାଦକ ବାବୁଲି ସାହୁ, ମା’ କିଆଶୁଣି ପାଣି ପଞ୍ଚାୟତ ସମ୍ପାଦକ ଗୋବର୍ନ୍ଧନ କବି, ମା’ ମଙ୍ଗଳା ପାଣି ପଞ୍ଚାୟତ କମିଟି ସଭାପତି ଭାଗୀରଥୀ ଦାସ ପ୍ରମୁଖ ଉପସ୍ଥିତ ରହି ଟାଟା ପାୱାର ମନମୁଖୀ ଓ ଗ୍ରାହକ ଶୋଷଣ ନୀତି ବିରୋଧରେ କଟୁ ମନ୍ତବ୍ୟ ଦେଇଥିଲେ।
ମଞ୍ଚ ଓ ସମିତି ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ, ୨୦୧୫ରୁ ଉଠା ଜଳସେଚନ ପକ୍ଷରୁ ଚାଷ ଜମିକୁ ଜଳସେଚନ ପାଇଁ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଉକ୍ତ ପ୍ରକଳ୍ପକୁ ବିଦ୍ୟୁତ୍‌ ସଂଯୋଗ ପାଇଁ ତତ୍କାଳୀନ ବିଦ୍ୟୁତ୍‌ ବିତରଣ ସଂସ୍ଥା ନେସ୍କୋ ପକ୍ଷରୁ ଟ୍ରାନ୍ସଫର୍ମର ବସାଯାଇଥିଲା। ମାତ୍ର ଉକ୍ତ ଟ୍ରାନ୍ସଫର୍ମରକୁ ଚାର୍ଜ କରାଯାଇ ନାହିଁ କି ପ୍ରକଳ୍ପକୁ ବିଦ୍ୟୁତ୍‌ ସଂଯୋଗ କରାଯାଇ ନାହିଁ। ଜଳସେଚନ ପ୍ରକଳ୍ପ ମଧ୍ୟ କାର୍ଯ୍ୟକ୍ଷମ ହୋଇନାହିଁ। ଏହାସତ୍ୱେ ୨୦୧୭ରେ ନେସ୍କୋ ପକ୍ଷରୁ ପାଣି ପଞ୍ଚାୟତକୁ ବିଦ୍ୟୁତ୍‌ ବିଲ ପୈଠ କରିବାକୁ କୁହାଯାଇଥିଲା। ପରେ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇ ଇସ୍ୟୁ ହୋଇଥିବା ବିଲ୍‌କୁ ଖାରଜ କରିଦିଆଯାଇଥିଲା। ୨୦୨୨ରେ ଟାଟା ପାୱାର ବିଦ୍ୟୁତ୍‌ ବିତରଣ ଦାୟିତ୍ୱ ହାତକୁ ନେବାପରେ ସମାନ ତ୍ରୁଟିକୁ ଦୋହରାଇଛି। କ୍ଷେତ୍ର ସର୍ଭେକ୍ଷଣ କରା ନ ଯାଇ କମ୍ପାନୀ ପକ୍ଷରୁ ପୁନର୍ବାର ଚାଷୀଙ୍କ ନାମରେ ମିଥ୍ୟା ବିଲ୍‌ ଆସିଛି। ଉକ୍ତ ବିଲ୍‌କୁ ନେଇ ଚାଷୀ, ସମିତି କାର୍ଯ୍ୟକର୍ତ୍ତା, ପାଣିପଞ୍ଚାୟତ ସଦସ୍ୟଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ସଂଯୋଗ ପାଇଁ ଖୁଣ୍ଟ ପଡ଼ିଛି। ଉପଭୋକ୍ତାଙ୍କ ଘରକୁ ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ। ହେଲେ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସଂଯୋଗ ହୋଇଥିବା ଦର୍ଶାଯାଇଛି। ଉକ୍ତ ନଥିପତ୍ର ସୂଚନା ମୁତାବକ କମ୍ପାନୀ ପକ୍ଷରୁ ଉପଭୋକ୍ତାଙ୍କ ନାମରେ ମିଥ୍ୟା ବିଲ୍‌ ପ୍ରଦାନ କରାଯାଉଛି ବୋଲି ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି। ଏ ସମ୍ପର୍କରେ କୁଆଖିଆ ସବ୍‌ଡିଭିଜନର ଏସଡିଓ ସୀତାଂଶୁ ଶତପଥୀଙ୍କୁ ପଚାରିବାରେ ସେ କହିଛନ୍ତି, ଏଭଳି ତ୍ରୁଟିବିଚ୍ୟୁତ ସମ୍ପର୍କରେ ଅବଗତ ନାହାନ୍ତି। ପାଣି ପଞ୍ଚାୟତ ପକ୍ଷରୁ ତାଙ୍କୁ ଅବଗତ କରାଯାଇ ଥିଲେ ସେ ଏଭଳି ବିଲକୁ ବାତିଲ କରି ଦେଇଥାନ୍ତେ। ତଥାପି ଯେଉଁ ଅଭିଯୋଗ ହେଉଛି ତା’ର ବାସ୍ତବତାକୁ ନେଇ କ୍ଷେତ୍ର ସର୍ଭେକ୍ଷଣ କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଜଡିତ ସମସ୍ତ ଟ୍ରେଡ ଡିଲ୍‌ କେବଳ ଗୁଜବ; ମୁମ୍ବାଇ ଇଣ୍ଡିଆନ୍ସରୁ ଆସୁଥିବା ଖବର ଆପଣଙ୍କ ହୋସ୍‌ ଉଡାଇ ଦେବ

ନୂଆଦିଲ୍ଲୀ,୨।୭: ୨୦୨୪ ପରି, ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଆଲୋଚନାର ବିଷୟ ପାଲଟିଛନ୍ତି। ତିନି ବର୍ଷ ପୂର୍ବେ ମୁମ୍ବାଇ ଇଣ୍ଡିଆନ୍ସ ଏକ ଟ୍ରେଡ ଡିଲ୍‌ ମାଧ୍ୟମରେ ହାର୍ଦ୍ଦିକଙ୍କୁ…

ପ୍ରଦୂଷିତ ହେଉଛି ସହର, ସବୁଠି ଗଛ ଲଗାଇବାକୁ ଆହ୍ବାନ ଦେଲେ…

ଭଞ୍ଜନଗର,୨ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡସ୍ତରୀୟ ବନ ମହୋତ୍ସବ ସପ୍ତାହ ଗାଲେରୀ ରେଞ୍ଜ ସାମରଡ଼ା ବନ ସୁରକ୍ଷା ସମିତି ଅଞ୍ଚଳରେ ପାଳିତ ହୋଇଯାଇଛି।…

Video: ଶାହରୁଖ ଖାନଙ୍କ କ୍ରିକେଟ ଷ୍ଟାଡିୟମ! ଅଲିମ୍ପିକ୍ସ ସମୟରେ ଏହି ସ୍ଥାନରେ ଖେଳାଯିବ ମ୍ୟାଚ, ପୂଜାରୀଙ୍କୁ ଡାକି ହେଲା ପୂଜା

ନୂଆଦିଲ୍ଲୀ,୨।୭: ୧୨୮ ବର୍ଷର ଲମ୍ବା ଅପେକ୍ଷା ପରେ ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ପୁନରାଗମନ କରୁଛି, ଏବଂ ପ୍ରଶଂସକମାନେ ଏହାକୁ ନେଇ ଅତ୍ୟନ୍ତ ଉତ୍ସାହିତ। ଚଳିତ…

ଆତ୍ମସମର୍ପଣ କରିବ କି ୟୁକ୍ରେନ? ରୁଷିଆ ଆକ୍ରମଣରେ ଦୋହଲିଗଲା କ୍ୱିଭ, ଆୟରଲ୍ୟାଣ୍ଡ ଯାତ୍ରାକୁ ଅଧାରେ ଛାଡି ଫେରିଲେ ଜେଲେନସ୍କି

କ୍ୱିଭ,୨।୭: ତୈଳ ବିଶୋଧନାଗାର ଏବଂ ଡିପୋ ଉପରେ ଡ୍ରୋନ ଆକ୍ରମଣ ଯୋଗୁ କ୍ରୋଧିତ ହୋଇ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ରାଜଧାନୀ କ୍ୱିଭ ଉପରେ ବଡ଼…

ହାଇଓ୍ବା ଧକ୍କାରେ ସ୍କୁଟିଚାଳକ ମୃତ: ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଟ୍ରକ୍‌କୁ ଦ୍ରୁତଗତିରେ ଆସି ଜଣେ ବାଇକ୍‌କୁ ଧକ୍କା…

ଆମେରିକା-ଇରାନ ଯୁଦ୍ଧ ଯୋଗୁ ବନ୍ଦ ଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ପଶ୍ଚିମ ଏସିଆ ସେବା ପୁନର୍ବାର ଆରମ୍ଭ କରିଛି

ନୂଆଦିଲ୍ଲୀ,୨।୭: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା; କିନ୍ତୁ, ଉତ୍ତେଜନା ହ୍ରାସ ପରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ଗୁରୁତ୍ୱପୂର୍ଣ୍ଣ…

WhatsApp ପରେ, ସରକାର ଏବେ Telegram ସହ ସିଗନାଲ ଉପରେ ମଧ୍ୟ ରଖିଛନ୍ତି ନଜର

ନୂଆଦିଲ୍ଲୀ,୨।୭: WhatsAppର ୟୁଜରନେମ ଫିଚରକୁ ବନ୍ଦ କରିବା ପରେ, ସରକାର ଏବେ Telegram ଏବଂ ସିଗନାଲ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଏହି ଦୁଇଟି ପ୍ଲାଟଫର୍ମ…

ଜନଗହଳିପୂର୍ଣ୍ଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର ଦାବି, ମଦ୍ୟପଙ୍କ ଉପଦ୍ରବରେ…

ବଞ୍ଚୋ,୨ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନକୁ ଏକ ଉପଯୁକ୍ତ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିବା ଦାବିରେ ଗୁରୁବାର ଆନନ୍ଦପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri