ନାହିଁ ବିଦ୍ୟୁତ୍‌ ସଂଯୋଗ, ଡିବିରି ଆଲୁଅ ଭରସା: ଅନ୍ଧାରରେ ଚିକିଲି ନଦୀ ଖଣି କଛାରପଡାବାସୀ

କୋକସରା, ୧୫।୧୨ (ଡି.ଏନ.ଏ.)
ବିଦ୍ୟୁତ୍‌ ସେବାରୁ ବଞ୍ଚତ୍ତ ଲୋକମାନଙ୍କ ନିକଟରେ ବିଦ୍ୟୁତ୍‌ ସେବା ପହଞ୍ଚାଇବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ସୌଭାଗ୍ୟ ଯୋଜନା ଆରମ୍ଭ କରାଯାଇଛି। ହେଲେ ଆଜି ବି ଏହି ଯୋଜନା ଅନେକ ଗାଁରେ ପହଞ୍ଚତ୍ ପାରିନାହିଁ। କଳାହାଣ୍ଡି ଜିଲା କୋକସରା ବ୍ଲକ ଚିକିଲି ଗାଁର ନଦୀଖଣି କଛାରପଡାର ଲୋକେ ଦୀର୍ଘ ବର୍ଷ ହେବ ବିଦ୍ୟୁତ୍‌ ସେବାରୁ ବଞ୍ଚତ୍ତ ହୋଇଛନ୍ତି। ଗାଁରେ ୧୬ ପରିବାରର ୧ ଶହରୁ ଊର୍ଦ୍ଧ୍ୱ ପରିବାର ବାସ କରୁଥିବା ବେଳେ ବିଦ୍ୟୁତ ସଂଯୋଗ ନ ଥିବା ଯୋଗୁ ଲୋକେ ସନ୍ଧ୍ୟା ହେଲେ ଡିବିରି ଆଲୁଅ ଭରସାରେ ରୁହନ୍ତି। ଏଥି ଯୋଗୁ ଗଁାର ୧୫ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ମଧ୍ୟ ଅନେକ ସମସ୍ୟା ଦେଖା ଦେଉଛି। ଗାଁରେ ଦୀର୍ଘ ୩ ବର୍ଷ ତଳେ ବିପିଏଲ ହିତାଧିକାରୀ ପରିବାରକୁ ବିଦ୍ୟୁତ୍‌ ସଂଯୋଗ ପାଇଁ ମିଟର ସହ ଅନ୍ୟାନ୍ୟ ବିଦ୍ୟୁତ୍‌ ଉପକରଣ ପ୍ରଦାନ କରାଯାଇଥିଲା। ହେଲେ ଗାଁରେ ବିଦ୍ୟୁତ ପୋଲ କିମ୍ବା ଟ୍ରାନ୍ସଫର୍ମର ମଧ୍ୟ ଲାଗି ପାରିନାହିଁ। ଫଳରେ ଆଜି ବି ଗାଁରେ ବିଦ୍ୟୁତ ସଂଯୋଗ ହୋଇ ନ ଥିବାବେଳେ ୩ବର୍ଷ ହେବ ବିଦ୍ୟୁତ୍‌ ମିଟରକୁ ଲୋକେ ଅନାଇ ରହିଛନ୍ତି। ଏ ନେଇ ବିଭିନ୍ନ ସମୟରେ ଗାଁ ଲୋକ ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇଥିଲେ ବି କୌଣସି ସୁଫଳ ମିଳୁନାହିଁ। ବିଭିନ୍ନ ସମୟରେ ଠିକାଦାରମାନେ ଆସି ଟଙ୍କା ଦେଲେ ଶୀଘ୍ର ବିଦ୍ୟୁତ ସଂଯୋଗ କରିଦେବା ପାଇଁ କହୁଥିବା ତୁଳାରାମ ବଗର୍ତ୍ତି, ଜଳ ବେମାଲ, ଭିକ ଶବର, ଚକ୍ରଧର ବେମାଲ, ଡମୁ ସୁନାନୀ, ବିନୋଦ ନିଆଲ, ଏକା ବାଗ, ବନୁଆ ନିଆଲ, ନିଲାମ୍ବର ସୁନାନୀ, ବିର ବଗର୍ତ୍ତି, ନରେନ୍ଦ୍ର ବେମାଲଙ୍କ ସମେତ ଗାଁ ଲୋକେ କହିଛନ୍ତି। ବିଦ୍ୟୁତ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ବିଦ୍ୟୁତ ସଂଯୋଗ କରିବା ପାଇଁ ସାଧାରଣରେ ଦାବି ହେଉଛି । ଏ ନେଇ କୁସୁମଖୁଣ୍ଟି ବିଦ୍ୟୁତ୍‌ ସହକାରୀ ଯନ୍ତ୍ରୀ ପ୍ରଦୀପ ଦାସଙ୍କୁ ପଚାରିବାରୁ କିଛି ସ୍ଥାନରେ କାମ ଚାଲୁ ରହିଛି, ଅଳ୍ପ ଦିନ ମଧ୍ୟରେ ସମାଧାନ ହୋଇଯିବ ବୋଲି କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri