ଡମ୍ପିଂୟାର୍ଡ ହେଲାନି, ବର୍ଜ୍ୟବସ୍ତୁ ପରିଚାଳନା ଦିଗହରା

ଜଗତ୍‌ସିଂହପୁର ଅଫିସ,୨୩ା୫: ଜଗତ୍‌ସିଂହପୁର ଜିଲାରେ ବର୍ଜ୍ୟବସ୍ତୁ ପରିଚାଳନା ଦିଗହରା ହୋଇପଡ଼ିଛି। ଜୈବ ବର୍ଜ୍ୟବସ୍ତୁଗୁଡିକୁ ୪୮ ଘଣ୍ଟା ଭିତରେ ନଷ୍ଟ କରିବାକୁ ନିର୍ଦ୍ଦେଶ ଥିଲେ ସୁଦ୍ଧା ତାହା ପାଳନ କରାଯାଉ ନାହିଁ। ଜିଲାର ଏକାଧିକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ (ସିଏଚ୍‌ସି) ଗଦା ଗଦା ବିପଜ୍ଜନକ ବର୍ଜ୍ୟବସ୍ତୁ ପଡ଼ିିଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଅନୁରୂପ ଭାବେ ଜିଲା ମୁଖ୍ୟାଳୟରେ ଡମ୍ପିଂୟାର୍ଡ ନ ଥିବାରୁ ଅଳିଆ, ଆବର୍ଜନା ଏଣେତେଣେ ପଡି ପରିବେଶ ଦୂଷିତ ହେଉଛି।
ଏହାର ସ୍ଥାୟୀ ସମାଧାନ ପାଇଁ ଜଗତ୍‌ସିଂହପୁର ପୌର ପରିଷଦ ସ୍ଥାନୀୟ କଣ୍ଟାବଲ୍ଲଭପୁରଠାରେ ଏକ ଡମ୍ପିଂୟାର୍ଡ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଏବେ ସେଠାରେ ଆଉ ଡମ୍ପିଂୟାର୍ଡ କରାଯିବ ନାହିଁ ବୋଲି ପରିଷଦ ପକ୍ଷରୁ ସ୍ଥିର କରାଯାଇଛି। କାରଣ କଣ୍ଟାବଲ୍ଲଭପୁର ଗ୍ରାମବାସୀ ସେଠାରେ ଡମ୍ପିଂୟାର୍ଡ ପାଇଁ ପାଚେରି ନିର୍ମାଣକୁ ତୀବ୍ର ବିରୋଧ କରିଥିଲେ। ଲୋକ ପ୍ରତିନିଧି ଓ ଗ୍ରାମବାସୀଙ୍କ ଦାବିକୁ ସମ୍ମାନ ଜଣାଇ ପରିଷଦ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏହା ଦ୍ୱାରା ଜଗତ୍‌ସିଂହପୁର ସହରର ପରିବେଶ ସୁରକ୍ଷା ଚିନ୍ତା ବଢ଼ିଯାଇଛି। ଏବେ ପୂର୍ବଭଳି ଏସ୍‌ଭିଏମ୍‌ ସ୍ବୟଂଶାସିତ ମହାବିଦ୍ୟାଳୟ କଲେଜ ଛକ ନିକଟ କେନାଲ ଆରପଟେ ଅଳିଆଗଦା ଯୋଗୁ ପ୍ରଦୂଷଣ ମାତ୍ରା ବଢ଼ିଯାଇଛି। ପ୍ରତ୍ୟହ କୌଣସି ବ୍ୟକ୍ତି ଏଥିରେ ନିଆଁ ଲଗାଇ ଦେଉଥିବାରୁ ଦିନରାତି ଧୂଆଁ ହୋଇ ଆକାଶରେ ବାଦଲର ଭ୍ରମ ସୃଷ୍ଟି କରୁଛି। ଏନେଇ ପାଖଆଖ ଅଞ୍ଚଳରେ ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଫଳରେ ଛାତ୍ରୀଛାତ୍ର, କର୍ମଚାରୀ, କଲେଜ ଛକର ବ୍ୟବସାୟୀ ଓ ସାଧାରଣ ଲୋକ ପ୍ରଭାବିତ ହେଉଛନ୍ତି। ଏନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ନିଷ୍ପତ୍ତି ଅନୁଯାୟୀ, ସ୍ବାସ୍ଥ୍ୟକେନ୍ଦ୍ର ବର୍ଜ୍ୟବସ୍ତୁକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି। ସେଗୁଡିକ ହେଲା ସାଧାରଣ, ରସାୟନିକ, ପାଥୋଲୋଜିକାଲ, ରେଡିଓଆକ୍ଟିଭ୍‌, ଫାର୍ମାସ୍ୟୁଟିକାଲ୍‌ସ ଇତ୍ୟାଦି। ଏଗୁଡ଼ିକର ଠିକ୍‌ ପରିଚାଳନା କରା ନ ଗଲେ ସ୍ବାସ୍ଥ୍ୟକେନ୍ଦ୍ର ସମେତ ସେ ଅଞ୍ଚଳର ପରିବେଶ ପ୍ରଦୂଷିତ ହେବାର ସମ୍ଭାବନା ରହିଛି। ବର୍ଜ୍ୟବସ୍ତୁ ଅଧିକ ଦିନ ରହିଲେ ଦୁର୍ଗନ୍ଧ ହେବା ସହ ସଂକ୍ରମିତ କୀଟ, ପୋକ ଆଦି ବହୁଗୁଣିତ ହେବାର ଭୟ ଥାଏ। ଏଥିଯୋଗୁ ବହୁ ମାରାତ୍ମକ ରୋଗ ହେବାର ସମ୍ଭାବନା ଥାଏ। ଏଥିସହ ଜୈବ ବର୍ଜ୍ୟବସ୍ତୁର ଜଳ, ରକ୍ତ, ଶରୀରର ବିଭିନ୍ନ ପରିତ୍ୟକ୍ତ ଅଂଶରୁ ବାହାରୁଥିବା ପଚା ପାଣି ଅନ୍ୟତ୍ର ଯାଇ ରୋଗ ସୃଷ୍ଟି କରିଥାଏ। ଏସବୁକୁ ଦୃଷ୍ଟିରେ ରଖି ଉପଯୁକ୍ତ ଭାବେ ଜୈବ ବର୍ଜ୍ୟବସ୍ତୁ ପରିଚାଳନା କରାଯିବା ଅତ୍ୟନ୍ତ ଜରୁରି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଜିଲାରେ ପଦକ୍ଷେପ ନିଆଯାଇଛି। ଜଗତ୍‌ସିଂହପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏଥିପାଇଁ ବ୍ୟବସ୍ଥା ହୋଇଛି। ପ୍ରତ୍ୟହ ଯେଉଁ ଜୈବ ବର୍ଜ୍ୟବସ୍ତୁ ବାହାରୁଛି ସେଗୁଡିକୁ ପ୍ରଥମେ ନିର୍ଦ୍ଦିଷ୍ଟ ଅଞ୍ଚଳରେ (କଣ୍ଟେନମେଣ୍ଟ ଏରିଆ) ରଖାଯାଉଛି। ତା’ପରେ ବିଶୋଧନ ପରେ ନଷ୍ଟ କରାଯାଉଛି। ଏହାକୁ ପରିଚାଳନା ପାଇଁ ବିଭିନ୍ନ ମାଧ୍ୟମ ରହିଛି। କେଉଁ ଜୈବ ବର୍ଜ୍ୟବସ୍ତୁକୁ ଅଟୋକ୍ଲୋଭିଂ ତ ଆଉ କେଉଁଗୁଡ଼ିକୁ ରାସାୟନିକ ଭାବେ (ହାଇପୋକ୍ଲୋରାଇଟ୍‌) ପରିଚାଳନା କରାଯିବ ତାହା ସ୍ଥିର କରାଯାଉଛି। ବିଶେଷକରି କଠିନ ବର୍ଜ୍ୟବସ୍ତୁ ଯଥା ଛୁଞ୍ଚତ୍, ସିରିଞ୍ଜଗୁଡିକର ମୁନ ଭାଙ୍ଗି ଦିଆଯିବା ସହ ଅତ୍ୟଧିକ ଉତ୍ତାପରେ ତରଳା ଯାଇଥାଏ। ଏସବୁ ବ୍ୟବହୃତ ବର୍ଜ୍ୟବସ୍ତୁକୁ ୪୮ ଘଣ୍ଟା ଭିତରେ ନଷ୍ଟ କରାଯିବା ନିୟମ ରହିଛି। କିନ୍ତୁ ଜଗତ୍‌ସିଂହପୁର ଜିଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ବର୍ଜ୍ୟବସ୍ତୁ ପରିଚାଳନା ପ୍ରହସନ ସାଜିଛି। ୨୦୧୬ରେ ସରକାର ଜୈବ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦେଇ ଜିଲାସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟି ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ଜୈବ ବର୍ଜ୍ୟବସ୍ତୁ ପରିଚାଳନାରେ ତ୍ରୁଟି ନ ହେବା ଉପରେ ଗୁରୁତ୍ୱାରୋପ କରିବାକୁ ନିର୍ଦ୍ଦେଶ ଦେଇଛି। ହେଲେ କମିଟିର କୋହଳ ମନୋଭାବ ଯୋଗୁ ଜିଲାରେ ଜୈବ ବର୍ଜ୍ୟବସ୍ତୁ ପରିଚାଳନା ଠିକ୍‌ ହେଉନାହିଁ।
ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ସିଂହଙ୍କୁ ପଚାରିବାରୁ ସମସ୍ୟାର ସମାଧାନ ପାଇଁ ଚିନ୍ତା କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri