ଜଳ ନିଷ୍କାସନ ହେଉନି, ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ

ଯାଜପୁର ଅଫିସ/ପ୍ରୀତିପୁର (ଡି.ଏନ୍‌.ଏ.),୧୮ା୧୨: ବର୍ଷା ଓ ବନ୍ୟା ଜଳ ନିଷ୍କାସନ ହୋଇ ନ ପାରିବାରୁ ଯାଜପୁର ଜିଲା ବିଞ୍ଝାରପୁର ଓ ଦଶରଥପୁର ଅଞ୍ଚଳ ଚାଷୀ ଧାନ ଅମଳ କରି ନ ପାରି ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏହି ଦୁଇ ବ୍ଲକର ୨୦ ପଞ୍ଚାୟତର ୧୦ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଜମିରେ ଚାଷ କାମ ବାଧାପ୍ରାପ୍ତ ହୋଇଛି। ଚାଷଜମିରୁ ଜଳ ନିଷ୍କାସନର ବ୍ୟବସ୍ଥା ନଥିବା ଯୋଗୁଁ ଚଳିତ ବର୍ଷ ଶତାଧିକ କୃଷକ ଶାରଦ ଧାନ ଚାଷ କରିବାରୁ ବଞ୍ଚତ୍ତ ହୋଇଛନ୍ତି। ଏ ସମ୍ପର୍କରେ ଚାଷୀମାନେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ। ବିଞ୍ଝାରପୁର ବ୍ଲକ ଅଧୀନ କପିଳା, ମାନ୍ଦାତାପାଟଣା, କରପଦା, ତାଲୁକପଡା, ରାହାସ ଗୁହାଳୀ, ଟିଣା ଆଦି ଗ୍ରାମ ସମେତ ଦଶରଥପୁର ବ୍ଲକର ବିରିପଟା, ପାଲଟପୁର, ଥାଲକୁଡି, ଖାନନଗର, କୟାଁ, କମାରଡିହି, ନିଜାମପୁର ଆଦି ପଞ୍ଚାୟତରେ ମଧ୍ୟ ସମାନ ସମସ୍ୟା ଦେଖାଯାଇଛି। ଚାଷଜମିରୁ ଜଳ ନିଷ୍କାସନର ବ୍ୟବସ୍ଥା ନ ଥିବାରୁ ପ୍ରତି ବର୍ଷ ଚାଷୀମାନେ ବ୍ୟାପକ କ୍ଷତି ସହୁଥିବାରୁ ଚଳିତ ବର୍ଷ ଅଧିକାଂଶ ଚାଷୀ ଚାଷ କରିନାହାନ୍ତି। ଜୁଣେଇ, କୁଶେଇ, ବେଙ୍ଗା ଓ ଭାଟିଆ ନାଳରେ ପ୍ରବାହିତ ଜଳ ନିଷ୍କାସିତ ହୋଇ ନ ପାରିବା ଯୋଗୁ ଏପରି ସମସ୍ୟା ଉପୁଜୁଛି। ଏହି ଚାଷ ଜମିରୁ ଜଳ ନିଷ୍କାସନର ଏକମାତ୍ର ପଥ ଥିବା ବିଭିନ୍ନ ନଦୀ ଓ ନାଳରୁ ମାଛ ଧରିବା ପାଇଁ କେତେଜଣ ବ୍ୟକ୍ତି ନାଳରେ ବହ୍ଲା ଓ ବାଉଁଶ ଖୁଣ୍ଟ ଦ୍ୱାରା ସ୍ଥାୟୀ ଅବରୋଧ କରିବା ଯୋଗୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା ଚାଷୀମାନେ କହିଛନ୍ତି। ତେଣୁ ପ୍ରଶାସନ ପ୍ରାକୃତିକ ଜଳ ନିଷ୍କାସନ ପଥକୁ ଅବରୋଧ ମୁକ୍ତ କରିବା ସହିତ ସେଗୁଡିକୁ ସଫେଇ ଓ ସମ୍ପ୍ରସାରଣର କରି ସ୍ଥାୟୀ ପ୍ରତିକାର କରିବାକୁ ବିଞ୍ଝାରପୁର ବ୍ଲକର ୩୦ରୁ ଊର୍ଦ୍ଧ୍ୱ ଚାଷୀ ଓ ସାମାଜିକ କର୍ମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରବିନାରାୟଣ ସାମଲ, ରବିନ୍ଦ୍ର କୁମାର ଦାସ, କୈଳାସ ଚନ୍ଦ୍ର ଜେନା, ସଚ୍ଚିଦାନନ୍ଦ ଗୁରୁ, ଅମୂଲ୍ୟ କୁମାର ସାମଲ, ନୃସିଂହଚରଣ ପଣ୍ଡା, ବାଙ୍କବିହାରୀ ଜେନା, ଅରୁଣ କୁମାର ଦାସ, ଘନଶ୍ୟାମ ପାତ୍ର, ପ୍ରେମାନନ୍ଦ ସାହାଣୀ, ଶାନ୍ତନୁ କୁମାର ଦାସ, ବିରଞ୍ଚତ୍ ନାରାୟଣ ବେହେରା ପ୍ରମୁଖ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି। ଏନେଇ ହାଇକୋର୍ଟରେ ୩୩୧୫୩/୨୦୨୨ନମ୍ବରରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିବାବେଳେ ଶକ୍ତିଧର ଦାସ, ହରିପଦ ମହାନ୍ତି, ଏମ୍‌.ଏମ୍‌ ସ୍ବାଇଁ, କର୍ଣ୍ଣାନ ସତ୍ତାର, ଏମ୍‌. ଫାରାଦିଶ୍‌ ମାମଲା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri