ମରାମତି ହେଉନି ଡ୍ରେନ୍‌ , ପଡୁନି ସ୍ଲାବ୍‌

ଜଟଣୀ,୨୮।୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ପୌରାଞ୍ଚଳର ଅନେକ ସ୍ଥାନରେ ମୁକୁଳା ଡ୍ରେନ ରହିଛି। ଏଥିଯୋଗୁ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ମଇଳା ଜମା ହୋଇ କେଉଁଠି ଡ୍ରେନ ପୋତି ହୋଇଗଲାଣି ତ’ ଆଉ କେଉଁଠି ଡ୍ରେନ୍‌ ଥିବା ଜଣାପଡୁନାହିଁ। ପୌର ପ୍ରଶାସନ ପକ୍ଷରୁ କୌଣସି ଡ୍ରେନ ଠିକ୍‌ ଭାବେ ସଫା କରାଯାଉ ନାହିଁ। ପ୍ରତିବର୍ଷ ବିଭିନ୍ନ ବାବଦକୁ ପୌର ପ୍ରଶାସନ ପକ୍ଷରୁ ଲକ୍ଷାଧିକ ଟଙ୍କା ଟିକସ ଆଦାୟ କରାଯାଉଛି। ତେବେ ଡ୍ରେନଗୁଡ଼ିକର ରକ୍ଷଣାବେକ୍ଷଣ ଏବଂ ମରାମତି ତ ଦୂରର କଥା ଜନଗହଳିପୂର୍ଣ୍ଣ ସ୍ଥାନ ଏବଂ ସାହିଗଳିରେ ରହିଥିବା ଡ୍ରେନଗୁଡିକର ସ୍ଲାବ ଥିଲେ ମଧ୍ୟ ପଡି ନ ଥିବା ସାଧାରଣରେ ଅଭିଯୋଗ ହେଉଛି।
ପୌରାଞ୍ଚଳର ହାଟବଜାର, ରାଜାବଜାର, ଗତପତିନଗର, କୁଦିଆରୀ, ବାଛରା, ବାଲିଛକ ସାହି, ରାମଚନ୍ଦ୍ରପୁର ବଜାର ଭଳି ଅନେକ ଓ୍ବାର୍ଡରେ ରହିଥିବା ଛୋଟବଡ଼ ଡ୍ରେନ୍‌ ମୁକୁଳା ହୋଇ ରହିଛି। ରାଜାବଜାର ୪ନଂ. ଓ୍ବାର୍ଡ ସୀତାରାମ କଲୋନୀରେ ଦୀର୍ଘ ବର୍ଷ ଧରି ଡ୍ରେନ୍‌ ସଫା କି ମରାମତି ନ ହେବାରୁ ଆବର୍ଜନା ଜମାହୋଇ ରହିବା ଫଳରେ ସ୍ଥାନୀୟ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ବର୍ଷାଦିନେ ଉକ୍ତ ସାହିବାସିନ୍ଦାଙ୍କ ଅବସ୍ଥା କହିଲେ ନ ସରେ। ଏନେଇ ବାରମ୍ବାର ପୌର ପ୍ରଶାସନ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ପରେ ଗତ ୬ତାରିଖରେ ତରବରିଆ ଭାବେ ସୀତାରାମ କଲୋନୀରେ ଥିବା ଡ୍ରେନ୍‌ରୁ ମାଟି, ଗୋଡି ଓ ମଇଳାକୁ ଜେସିବି ଦ୍ୱାରା ସଫା କରାଯାଇଥିଲା। ତେବେ ଉକ୍ତ ଡ୍ରେନ୍‌ରେ ପଡିଥିବା ସ୍ଲାବଗୁଡିକୁ ଉଠାଇ ଦେବା ଫଳରେ ଡ୍ରେନ ମୁକୁଳା ହୋଇ ପଡିରହିଛି। ପୌର ପ୍ରଶାସନ ପକ୍ଷରୁ ଅଦ୍ୟାବଧି ଡ୍ରେନର ମରାମତି କିମ୍ବା ସ୍ଲାବ ପକାଯାଇନାହିଁ। ଏଥିଯୋଗୁ ଯାନବାହନ ଘରୁ ବାହାର କରିପାରୁ ନ ଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି।
୪ନଂ.(ରାଜା ବଜାର)ର ପୂର୍ବତନ କାଉନସିଲର ଲକ୍ଷ୍ମୀପ୍ରିୟା ସାହୁ କୁହନ୍ତି, ପୂର୍ବରୁ ଜନସାଧାରଣଙ୍କ ଆବଶ୍ୟକ ମୁତାବକ କାମ କରାଯାଉଥିଲା। ୩ବର୍ଷ ହେବ କାଉନସିଲର କେହି ନ ଥିବାରୁ ସହରର କେଉଁ ସ୍ଥାନରେ କ’ଣ ଅସୁବିଧା ହେଉଛି ବିଭାଗୀୟ ଅଧିକାରୀମାନେ ଜାଣିପାରୁ ନାହାନ୍ତି। ଫଳରେ ସାଧାରଣ ଲୋକେ ହଇରାଣ ହେଉଛନ୍ତି ବୋଲି ସେ କହିଛନ୍ତି। ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ। ଅନ୍ୟପଟେ ଏ ସମ୍ପର୍କରେ ଭୁବନେଶ୍ୱର ଉପଜିଲାପାଳ ଦେବବ୍ରତ ସାହୁ କହିଛନ୍ତି, ପୌର ପ୍ରଶାସନରେ ଥିବା ଫଣ୍ଡ ମୁତାବକ କାର୍ଯ୍ୟ କରାଯାଉଛି। ଜଟଣୀକୁ ସୁନ୍ଦର ସହରରେ ପରିଣତ କରିବା ଆମର ଲକ୍ଷ। ତେବେ ସୀତାରାମ କଲୋନୀର ସ୍ଥିତି ବୁଝିବା ସହ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

ବଜ୍ରପାତରେ ୩ ମୃତ

କେନ୍ଦ୍ରାପଡ଼ା,୧୬।୪: କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଛି। ତେବେ ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ...

ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ

ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri