ଝଲସିବନି ଆଲୁମିନିୟମ ନଗରୀ

ବଅଁରପାଳ, ୪ା୯(ଡି.ଏନ.ଏ.)
ଚଳିତ ବର୍ଷ ଝଲସିବନି ଆଲୁମିନିୟମ ନଗରୀ। କରୋନା ଯୋଗୁ ବନ୍ଦ ହେବାକୁ ଯାଉଛି ୩୦ ବର୍ଷର ପରମ୍ପରା। ଏଥର ମୂର୍ତ୍ତି ବଦଳରେ ନାଲ୍‌କୋରେ ଫଟୋରେ ଦେବଶିଳ୍ପୀ ପୂଜା ପାଇବେ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏ ନେଇ ନାଲ୍‌କୋ ମାନବ ସମ୍ବଳ ମହାପ୍ରବନ୍ଧକ ଏସ୍‌. ଏନ୍‌. ସାହୁଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ନାଲ୍‌କୋ ଟ୍ରେନିଂ ସେଣ୍ଟରଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ପୂର୍ଣ୍ଣ ନାଲ୍‌କୋନଗରୀରେ ପୂଜା ପାଳନ କରିବାକୁ ବାରଣ କରାଯାଇଛି। କେବଳ ପ୍ଲାଣ୍ଟ ପରିସରରେ ବିଶ୍ୱ ନିର୍ମାତାଙ୍କ ଫଟୋ ରଖି ବିଧି ପାଳନ କରାଯିବ ବୋଲି ସ୍ଥିର ହୋଇଛି। ବୈଠକରେ ସିପିପି ମହାପ୍ରବନ୍ଧକ ଅମ୍ବିକା ପ୍ରସାଦ ପାଣ୍ଡବ, ଏଜିଏମ୍‌ ଚନ୍ଦ୍ର ମୋହନ ମହନ୍ତ, ଇଷ୍ଟେଟ ଅଧିକାରୀ ମଣି ରଞ୍ଜନ ପଟ୍ଟନାୟକ, ଶ୍ରମିକ ନେତା ମୁରଲୀଧର ପଣ୍ଡା, ସୁଜିତ ସେଠ, କିଶୋର ବେହେରା, ବିଭୂତି ଶତପଥୀଙ୍କ ସମେତ ବିଭିନ୍ନ ପୂଜା କମିଟି କର୍ମକର୍ତ୍ତା ଯୋଗ ଦେଇଥିଲେ। ପ୍ରତ୍ୟେକ ବର୍ଷ ନାଲ୍‌କୋ କଲୋନୀ ପରିସରରେ ପ୍ରାୟ ୨୩ ମଣ୍ଡପରେ ଦେବଶିଳ୍ପୀ ପୂଜା ପାଇଥାନ୍ତି। ପଟ୍‌ଲାଇନ, କାଷ୍ଟ ହାଉସ, ରୋଡିଂ ଶପ, ମେକାନିକାଲ ବିଭାଗ, ସିପିପି ମେକାନିକାଲ, ଅପରେଶନ ବିଭାଗ, ଠିକାଦାର ସଂଘ, ଆର୍‌ପିୟୁ ସିଭିଲି ଉଦ୍ୟାନ, କାର୍ବନ ଏରିଆ, ଇଲେକ୍ଟ୍ରିକାଲ ବିଭାଗ ସମେତ ୨୩ରୁ ଊର୍ଦ୍ଧ୍ୱ ମଣ୍ଡପରେ ୭ ଦିନ ଧରି ପୂଜା ପାଳନ କରାଯାଏ। ସୁସଜ୍ଜିତ ଆଲୋକତୋରଣ ସହ ପ୍ରତି ମଣ୍ଡପରେ ପ୍ରତିଯୋଗିତା ମୂଳକ ଭାବେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ହେଲେ ଏ ବର୍ଷ କରୋନା ଯୋଗୁ ପୂଜା ପାଳନ କରାଯିବ ନାହିଁ ବୋଲି ଜଣାପଡିବା ପରେ ସମସ୍ତଙ୍କ ମନରେ ନିରାଶା ଦେଖାଯାଇଛି।
କେବଳ ଫଟୋ ପୂଜା
କରୋନା ଯୋଗୁ ସରକାରଙ୍କ ନିୟମ ଅନୁଯାୟୀ ଚଳିତ ବର୍ଷ ନାଲ୍‌କୋରେ ବିଶ୍ୱକର୍ମା ପୂଜା ପାଳନ ହେବନି। କେବଳ ବିଧି ରକ୍ଷା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ଫଟୋ ରଖି ପୂଜାର୍ଚ୍ଚନା କରାଯିବ।
-ମଣିରଞ୍ଜନ ପଟ୍ଟନାୟକ, ନାଲ୍‌କୋ ଇଷ୍ଟେଟ ଅଧିକାରୀ
ପରମ୍ପରା ଭାଙ୍ଗିବ
କରୋନା ଯୋଗୁ ଦୀର୍ଘ ୩୦ ବର୍ଷର ପରମ୍ପରା ଭାଙ୍ଗିବ। ସମଗ୍ର ରାଜ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନାଲ୍‌କୋ ବିଶ୍ୱକର୍ମା ପୂଜା ଏ ବର୍ଷ ପାଳନ ହେବନାହିଁ। ଫଳରେ ଦର୍ଶକଙ୍କ ଆଗମନ ହେବନାହିଁ। ଏଥିଯୋଗୁ ବହୁ ବ୍ୟବସାୟୀ କ୍ଷତି ସହିବେ।
-ବିଭବ ଜେନା, ଶ୍ରମିକ ନେତା
ନିଷ୍ପତ୍ତି ସ୍ବାଗତଯୋଗ୍ୟ
ବିଶ୍ୱକର୍ମା ପୂଜା ଆସିଲେ ସମଗ୍ର ନାଲ୍‌କୋ ନଗରୀ ଚଳଚଞ୍ଚଳ ହୋଇଉଠେ। ସମ୍ପ୍ରତି ପରିସ୍ଥିତିରେ ନାଲ୍‌କୋର ନିଷ୍ପତ୍ତି ସ୍ବାଗତଯୋଗ୍ୟ। ଆଗାମୀ ବର୍ଷ ପୂଜା ପାଳନ ପାଇଁ ଉଦ୍ୟମ କରାଯିବ।
-ନିର୍ମଳ ସାମଲ, ନେସ୍‌ ସାଧାରଣ ସମ୍ପାଦକ
ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥାନ୍ତା
ପୂଜା ନ ହେବା ଜାଣି ଦୁଃଖ ଲାଗୁଛି। କିନ୍ତୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବାରୁ ପୂଜା ହେଲେ ଗହଳି ବଢିବ। ତେଣୁ ନାଲ୍‌କୋ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ସମସ୍ତେ ସମର୍ଥନ କରିବା ଉଚିତ।
-ମାଙ୍ଗିଲାଲ ସାମଲ, କାର୍ଯ୍ୟକାରୀ ସଭାପତି, ନେପୁ
ଖଁା ଖଁା ଲାଗିବ
ପୂଜା ନ ହେଲେ ନାଲ୍‌କୋନଗରୀ ଖାଁ ଖାଁ ଲାଗିବ। ମଣ୍ଡପ ହେବନି କି ପ୍ରଭୁ ବିରାଜିବେନି। କିନ୍ତୁ ପରିସ୍ଥିତି ଏପରି କରିବାକୁ ବାଧ୍ୟ କରିଛି। ଏବର୍ଷ ପୂଜା ବାଧାପ୍ରାପ୍ତ ହେଲେ ବି ଆସନ୍ତା ବର୍ଷ ଧୁମ୍‌ଧାମରେ ପାଳନ କରାଯିବ। -ପ୍ରକାଶ ବେହେରା, ନାଲ୍‌କୋ କର୍ମଚାରୀ


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri