Posted inଜାତୀୟ

ଅନାସ୍ଥା ମୁହଁ ଖୋଲାଇବ

ନୂଆଦିଲ୍ଲୀ,୨୭ା୭(ପି.ଟି.) : ବିରୋଧୀ ଦଳଗୁଡ଼ିକର ବାରମ୍ବାର ଦାବି ସତ୍ତ୍ୱେ ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟରେ ଏଯାଏ କୌଣସି ବିବୃତି ଦେଇନାହାନ୍ତି। ଶେଷରେ ଏହି ସ୍ପର୍ଶକାତର ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ବୁଧବାର ଲୋକ ସଭାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି। ଏହାକୁ ବାଚସ୍ପତି ଓମ୍‌ ବିର୍ଲା ଗ୍ରହଣ କରିଛନ୍ତି। ବିରୋଧୀ ‘ଇଣ୍ଡିଆ’ ଗୋଷ୍ଠୀ ଜାଣିଥିବେ ଯେ ସେମାନଙ୍କର ସଂଖ୍ୟା ଅନୁଯାୟୀ ଏହି ଅନାସ୍ଥା ପ୍ରସ୍ତାବ ନିଶ୍ଚିତ ଭାବରେ କାଟ ଖାଇବ। କିନ୍ତୁ ରାଜନୈତିକ ଦୃଷ୍ଟିରୁ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲୋକ ସଭାକୁ ଟାଣି ଆଣି ବକ୍ତବ୍ୟ ଦେବାକୁ ବାଧ୍ୟ କରାଇପାରିବ ବୋଲି କୁହାଯାଉଛି। ତାହା ହିଁ ବିରୋଧୀଙ୍କ ସଫଳତା ହେବ।

ଭାଜପା ଶାସିତ ମଣିପୁରରେ ନିରୀହ ଲୋକଙ୍କୁ ଲଗାତର ହତ୍ୟା କରାଯାଉଛି। ମହିଳାମାନଙ୍କ ଦେହରୁ ପୋଷାକ କାଢ଼ି ଉଲଗ୍ନ ପରେଡ୍‌ କରାଯାଉଛି। ଦୀର୍ଘ ଅଢ଼େଇ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଏହି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ଜାତିଆଣ ହିଂସା ଓ ଯୌନହିଂସା ଲାଗିରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘନ ଘନ ବିଦେଶ ଗସ୍ତ କରୁଥିବାବେଳେ ମଣିପୁର ଯାଉନାହାନ୍ତି। ଏପରି କି ଏହି ପ୍ରସଙ୍ଗକୁ ନେଇ ମୁହଁ ମଧ୍ୟ ଖୋଲୁନାହାନ୍ତି। ମଣିପୁର ଭଳି ଜାତୀୟ ଲଜ୍ଜା ସମେତ ଦେଶର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକରେ କେନ୍ଦ୍ର ସରକାରଙ୍କ ଉଦାସୀନତାକୁ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ନିନ୍ଦା କରାଯାଉଛି। ସରକାରଙ୍କ ଉପରୁ ଲୋକଙ୍କ ଆସ୍ଥା ତୁଟିଯାଇଥିବାବେଳେ କେନ୍ଦ୍ର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ବୁଧବାର କଂଗ୍ରେସ ପକ୍ଷରୁ ଲୋକ ସଭାରେ ନୋଟିସ ଦିଆଯାଇଛି। ବାଚସ୍ପତି ଏହାକୁ ଗ୍ରହଣ କରିଛନ୍ତି। ସବୁ ଦଳର ନେତାମାନଙ୍କ ସହ ଏହା ଉପରେ ଆଲୋଚନା କରିବା ପରେ ନିୟମାନୁସାରେ ବିତର୍କ ପାଇଁ ଦିନ ଧାର୍ଯ୍ୟ କରାଯିବ ବୋଲି ବିର୍ଲା କହିଛନ୍ତି।
୨୬ ଦଳକୁ ନେଇ ଗଠିତ ବିରୋଧୀ ମେଣ୍ଟ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ପକ୍ଷରୁ ନିମ୍ନ ସଦନରେ କଂଗ୍ରେସ ଉପନେତା ଗୌରବ ଗୋଗୋଇ ଏହି ପ୍ରସ୍ତାବ ଆଗତ କରିଛନ୍ତି। ମଧ୍ୟାହ୍ନ ୧୨ଟାରେ ଗୃହକାର୍ଯ୍ୟ ଚାଲିବା ମାତ୍ରେ ବାଚସ୍ପତି କହିଥିଲେ, ମନ୍ତ୍ରୀ ପରିଷଦ ଉପରେ ବିରୋଧୀ ଦଳଗୁଡ଼ିକର ଆସ୍ଥା ନାହିଁ। ରୁଲ୍‌ ୧୯୮ ଅନୁସାରେ ସେମାନେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଅନୁମତି ଲୋଡ଼ିଛନ୍ତି।

ଏହି ପ୍ରସ୍ତାବକୁ ଗ୍ରହଣ କରିବା ସପକ୍ଷରେ ଥିବା ସଦସ୍ୟମାନେ ମୁଣ୍ଡ ଗଣତି ପାଇଁ ଛିଡ଼ା ହୁଅନ୍ତୁ ବୋଲି ବାଚସ୍ପତି କହିଥିଲେ। କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ନ୍ୟାଶନାଲ କନ୍‌ଫରେନ୍ସ ଅଧ୍ୟକ୍ଷ ଫାରୁକ୍‌ ଅବ୍‌ଦୁଲ୍ଲା, ଡିଏମ୍‌କେର ଟି.ଆର୍‌. ବାଲୁ ଏବଂ ଏନ୍‌ସିପି ନେତ୍ରୀ ସୁପ୍ରିୟା ସୁଲେଙ୍କ ସମେତ ବିରୋଧୀ ମେଣ୍ଟ ଇଣ୍ଡିଆର ଏମ୍‌ପିମାନେ ଛିଡ଼ାହୋଇ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବା ପରେ ବାଚସ୍ପତି ଏହାକୁ ଗ୍ରହଣ କରିଥିଲେ।
ଏହା ପୂର୍ବରୁ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଏମ୍‌ପି ନମ ନାଗେଶ୍ୱର ରାଓ ମଧ୍ୟ କେନ୍ଦ୍ର ମନ୍ତ୍ରୀ ପରିଷଦ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ନୋଟିସ ଦେଇଥିଲେ। ସଂଖ୍ୟାବଳକୁ ଦେଖିଲେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ କାଟ୍‌ ଖାଇବା ଏକପ୍ରକାର ନିଶ୍ଚିତ ଥିଲେ ମଧ୍ୟ ମଣିପୁର ପ୍ରସଙ୍ଗରେ ବିତର୍କ ବେଳେ ସେମାନେ ସରକାରଙ୍କୁ ହରାଇବେ, ଯାହାକି ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ନୀରବତା ଭଙ୍ଗ ପାଇଁ ବାଧ୍ୟ କରିବ। କାରଣ ପ୍ରଧାନମନ୍ତ୍ରୀଙ୍କ ପରିବର୍ତ୍ତେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହା ଉପରେ ବିବୃତି ଦେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଛି।
ରୁଲ୍ସ ଅଫ୍‌ ପ୍ରସିଡ୍ୟୁର୍‌ ଆଣ୍ଡ୍‌ କଣ୍ଡକ୍ଟ ଅଫ୍‌ ଲୋକ ସଭାର ରୁଲ୍‌ ୧୯୮ ଅନୁସାରେ ଲୋକ ସଭାରେ ଯେକୌଣସି ସଦସ୍ୟ ଅନାସ୍ଥା ପ୍ରସ୍ତାବ ଆଣିପାରିବେ। ଏଥିପାଇଁ ସମ୍ପୃକ୍ତ ସଦସ୍ୟଙ୍କୁ ପୂର୍ବାହ୍ନ ୧୦ଟା ପୂର୍ବରୁ ଲିଖିତ ଭାବେ ନୋଟିସ ଦେବାକୁ ପଡ଼ିଥାଏ। ବାଚସ୍ପତି ଉକ୍ତ ନୋଟିସକୁ ଗୃହରେ ପଢ଼ି ସମସ୍ତ ସଦସ୍ୟଙ୍କୁ ଶୁଣାଇଥାନ୍ତି। ତେବେ ପ୍ରସ୍ତାବ ଆଗତ ପାଇଁ ଅନୂ୍ୟନ ୫୦ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ହୋଇଥାଏ। ବାଚସ୍ପତି ଏହାକୁ ଅନୁଧ୍ୟାନ କରିବା ପରେ ପ୍ରସ୍ତାବ ଓ ଭୋଟିଂ ପାଇଁ ଦିନ ଧାର୍ଯ୍ୟ କରିଥାନ୍ତି। ମୋଶନ ଗ୍ରହଣ କରାଯିବାର ୧୦ ଦିନ ମଧ୍ୟରେ ହିଁ ଭୋଟିଂ କରାଯାଇଥାଏ। ଯଦି ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ ନ କରନ୍ତି, ତେବେ ସେନେଇ ସମ୍ପୃକ୍ତ ସଦସ୍ୟଙ୍କୁ ଅବଗତ କରାଯାଇଥାଏ। ଗୃହରେ ସରକାର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇ ନ ପାରିଲେ ପ୍ରଧାନମନ୍ତ୍ରୀଙ୍କ ସମେତ କ୍ୟାବିନେଟ ସଦସ୍ୟମାନେ ଇସ୍ତଫା ଦେଇଥାନ୍ତି। ୫୪୩ ଆସନ ବିଶିଷ୍ଟ ଲୋକ ସଭାରେ ୫ ଆସନ ଖାଲିପଡ଼ିଛି। ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ୩୩୧ ସଦସ୍ୟ ଥିବାବେଳେ ବିରୋଧୀ ଇଣ୍ଡିଆ ସଦସ୍ୟଙ୍କ ସଂଖ୍ୟା ହେଉଛି ୧୪୪। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ (ବିଜେଡି)ର ୧୨, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍‌ମୋହନ୍‌ ରେଡ୍ଡୀଙ୍କ ଓ୍ବାଇଏସ୍‌ଆର୍‌ କଂଗ୍ରେସର ୨୨ ଏବଂ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ବିଆର୍‌ଏସ୍‌ର ୯ ଏମ୍‌ପିଙ୍କ ସମେତ ଏପରି ୭୦ ସଦସ୍ୟ ରହିଛନ୍ତି, ଯେଉଁମାନେ ଉପରୋକ୍ତ ଦୁଇ ମେଣ୍ଟରେ ସାମିଲ ହୋଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?