କାଟ୍‌ ଖାଇଲା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା: ଭୋଟ ଦେବାକୁ କେହି ଆସିଲେନି

ନବରଙ୍ଗପୁର,୯।୬(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା ରାଜନୀତିରେ ରୋଚକ ଦୃଶ୍ୟ । ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଣି ଭୋଟିଂ ବେଳେ ଅନୁପସ୍ଥିତ ରହିଲେ ସରପଞ୍ଚ ଓ ସମିତିସଭ୍ୟ। ତେନ୍ତଳିଖୁଣ୍ଟି ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କୋରମ ଅଭାବରୁ କାଟ ଖାଇଲା ଅନାସ୍ଥା। ତେନ୍ତୁଳିଖୁଣ୍ଟି ବ୍ଲକ ଚେୟାରମ୍ୟାନ ନିଳେନ୍ଦ୍ରୀ ନାୟକଙ୍କ ବିରୋଧରେ ଅନାସ୍ଥାପ୍ରସ୍ତାବ କାଟ ଖାଇଲା। ଆଜି ଏନେଇ ଭୋଟିଂପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ପୂର୍ବରୁ ଅଧ୍ୟକ୍ଷାଙ୍କ କାର୍ଯ୍ୟକଳାପକୁ ବିରୋଧ କରି ବ୍ଲକର ୨୩ ଜଣ ସରପଞ୍ଚ ଓ ସମିତି ସଭ୍ୟ ମିଳିତ ଭାବେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏନେଇ ବ୍ଲକ ସମ୍ମିଳନୀ କକ୍ଷରେ ନିର୍ବାଚନ ସ୍ଥାନ ହୋଇଥିଲା। କିନ୍ତୁ ନିର୍ବାଚନ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସମୟ ଅତିକ୍ରାନ୍ତ ପରେ ମଧ୍ୟ କୌଣସି ଜଣେ ମଧ୍ୟ ସମିତିସଭ୍ୟ ଓ ସରପଞ୍ଚ ଭୋଟ ଦାନ ପାଇଁ ଆସିନଥିଲେ । ଯାହାଫଳରେ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା କାଟ ଖାଇଛି । ଯାହାଫଳରେ ବର୍ତ୍ତମାନର ଚେୟାରମ୍ୟାନ ନିଳେନ୍ଦ୍ରୀ ନାୟକ ନିଜ ପଦବୀ ବଜାୟ ରଖିଛନ୍ତି। ଏନେଇ ନିର୍ବାଚନ ଦାୟିତ୍ୱ ରେ ଥିବା ତେନ୍ତୁଳିଖୁଣ୍ଟି ତହସିଲଦାର ପୁଷ୍ପାଞ୍ଜଳି ଦଣ୍ଡପାଟ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସିରିଜ୍ ହାରିବା ପରେ ଗୌତମ ଗମ୍ଭୀରଙ୍କୁ ଟ୍ରୋଲ୍ କଲା ଆଇସଲାଣ୍ଡ କ୍ରିକେଟ୍,ଭାଇରାଲ ହେଉଛି ପୋଷ୍ଟ

ନୂଆଦିଲ୍ଲୀ,୨୯।୬: ଭାରତ ବିପକ୍ଷରେ ଆୟର୍ଲାଣ୍ଡ କ୍ଲିନ ସୁଇପ କରିଛି । ଅନ୍ତିମ ଅନ୍ତର୍ଜାତୀୟ ଟି ୨୦ କ୍ରିକେଟ ମ୍ୟାଚରେ ଆୟର୍ଲାଣ୍ଡ ଏକ ରନରେ ଭାରତକୁ ପରାଜୟ କରିଛି…

‘କ୍ଷମା ମାଗୁ ଭାରତ…’ କାହିଁକି ଏପରି ଆକ୍ଷେପ କରୁଛନ୍ତି ବାଂଲାଦେଶୀ ସାଂସଦ, କାହିଁକି ଯୁଦ୍ଧମୁଖୀ ଆଚରଣ କରୁଛି ଢାକା? ଜାଣନ୍ତୁ…

ଢାକା,୨୯।୬: ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମ୍ପର୍କରେ ପଡ଼ୋଶୀ ଦେଶର ମତ ମଜବୁତ ହୋଇନାହିଁ; ଢାକାରେ ଭାରତ ବିରୋଧୀ ବୟାନବାଜି ଜୋର ଧରିଛି। ବିରୋଧୀ ନ୍ୟାସନାଲ…

ଝାରପଡ଼ା ଜେଲ୍‌ରେ କଏଦୀଙ୍କ ମୃତ୍ୟୁ, ରାତିରେ ଖାଇପିଇ ଶୋଇଥିଲେ, ସକାଳୁ…

ଭୁବନେଶ୍ୱର,୨୯ା୬: ଝାରପଡ଼ା ଜେଲ୍‌ରେ ଜଣେ କଏଦୀଙ୍କ ସୋମବାର ସକାଳୁ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ୫୫ ବର୍ଷୀୟ ଯବାନ ନାୟକ। ତାଙ୍କ ଘର ତାରିଣୀ ବସ୍ତିରେ।…

ପୁରୀରେ ମୁଖ୍ୟମନ୍ତ୍ରୀ, ସ୍ନାନମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କରି…

ପୁରୀ,୨୯ା୬: ସ୍ନାନପୂର୍ଣ୍ଣିମା ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀରେ ପହଞ୍ଚିଛନ୍ତି। ସ୍ନାନମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ ମୁଖ୍ୟମନ୍ତ୍ରୀ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଶ୍ରୀଜିଉଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ…

ନୋଏଡାରେ ବଡ଼ ଦୁର୍ଘଟଣା: ଏସି ଫାଟିବାରୁ ଲାଗିଲା ନିଆଁ

ନୋଏଡା,୨୯।୬: ସୋମବାର ନୋଏଡାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସେକ୍ଟର ୧୧୯ ସ୍ଥିତ ଅରଣ୍ୟ ସୋସାଇଟିର ୨୨ତମ ମହଲାରେ ଥିବା ଏକ ଫ୍ଲାଟରେ ଏକ ଭୟଙ୍କର…

‘ମୁଁ ମୃତ୍ୟୁକୁ ଭୟ କରେ ନାହିଁ; ମୁଁ ଏହି ବର୍ଷ ଫେରିବି’ – ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବୟାନକୁ ନେଇ ବାଂଲାଦେଶ ରାଜନୀତିରେ ହଇଚଇ

ଢାକା,୨୯।୬: ୨୦୨୪ ମସିହାରେ କ୍ଷମତାରୁ ବହିଷ୍କୃତ ହେବା ପରଠାରୁ ଭାରତରେ ରହୁଥିବା ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଏହି…

ଜର୍ମାନୀ ଜଙ୍ଗଲରେ ଲାଗିଲା ନିଆଁ, ତାପମାତ୍ରା ସର୍ବକାଳୀନ ରେକର୍ଡ

ବର୍ଲିନ,୨୯ା୬(ଏପି): ସମଗ୍ର ୟୁରୋପ ମହାଦେଶ ବର୍ତ୍ତମାନ ଭୟଙ୍କର ଗ୍ରୀଷ୍ମ ପ୍ରବାହ ମଧ୍ୟରେ ସନ୍ତୁଳିତ ହେଉଛି। ପ୍ରବଳ ଗରମ ଯୋଗୁ ଗତ ବୁଧବାର, ଗୁରୁବାର, ଶୁକ୍ରବାର କେବଳ ଫ୍ରାନ୍ସରେ…

ଆଜି ୭ ଜିଲାରେ ଝଡ଼ବର୍ଷା, ସତର୍କତା ଜାରି କରି ପାଣିପାଗ ବିଶେଷଜ୍ଞ କହିଲେ ଜୁନ୍‌ ୩୦ ବେଳକୁ…

ଭୁବନେଶ୍ୱର,୨୯ା୬(ବନ୍ଦନା ସେଠୀ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାବେଳେ ବିଭିନ୍ନ ଜିଲାରେ କାଳବୈଶାଖୀ ବର୍ଷା ହେଉଛି। ତେବେ ଜୁନ୍‌ ୩୦ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri