ଅଗଷ୍ଟ ୧୩ରେ ଚାମେଲୀଙ୍କ ବିରୋଧରେ ଆସିବ ଅନାସ୍ଥା ପ୍ରସ୍ତାବ: ୨୨ ୱାର୍ଡସଭ୍ୟଙ୍କ ମଧ୍ୟରୁ ୨୧ ସଭ୍ୟାସଭ୍ୟ…

କେନ୍ଦ୍ରାପଡ଼ା/ମହାକାଳପଡ଼ା,୨୮ା୭ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ତିଖିରୀ ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ଆସନ୍ତା ଅଗଷ୍ଟ ୧୩ରେ ଅନାସ୍ଥା ପ୍ରସ୍ତାବ ଆସିବ। ଗତ ୨୩ ତାରିଖରେ ପଞ୍ଚାୟତର ୨୨ ୱାର୍ଡସଭ୍ୟଙ୍କ ମଧ୍ୟରୁ ୨୧ ସଭ୍ୟାସଭ୍ୟ ସରପଞ୍ଚ ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ଉପଜିଲାପାଳଙ୍କୁ ପତ୍ର ମାଧ୍ୟମରେ ଅବଗତ କରିଥିଲେ। ଉପଜିଲାପାଳ ଅରୁଣ କୁମାର ନାୟକଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ସୋମବାର ଅପରାହ୍ନ ୩ଟା ୩୦ରେ ପଞ୍ଚାୟତ ୱାର୍ଡ ସଭ୍ୟାସଭ୍ୟଙ୍କ ଦସ୍ତଖତ ଓ ପରିଚୟ ପତ୍ର ଯାଞ୍ଚ କରାଯାଇଥିଲା। ଆବେଦନକାରୀ ୨୧ ସଭ୍ୟାସଭ୍ୟଙ୍କ ମଧ୍ୟରୁ ୧୬ ନଂ. ୱାର୍ଡ ସଭ୍ୟା ସାବିତ୍ରୀ ମଲ୍ଲିକ ଶାରୀରିକ ଅସୁସ୍ଥତା କାରଣରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ହୋଇପାରି ନ ଥିଲେ।
ଏ ସମ୍ପର୍କରେ ନାଏବ ସରପଞ୍ଚ ଶରତ ଚନ୍ଦ୍ର ଦ୍ୱିବେଦୀ, ୱାର୍ଡ ସଭ୍ୟ ରାକେଶ ସୂତାର ଓ ସଭ୍ୟା ରାଜଶ୍ରୀ ରାଜସ୍ମିତା ସାହୁ କହିଛନ୍ତି, ସରପଞ୍ଚ ଓଝାଙ୍କ କାର୍ଯ୍ୟକାଳ ମଧ୍ୟରେ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ହୋଇପାରିନାହିଁ। ସାଧାରଣ ଜନତାଙ୍କ ଗୁହାରି ମଧ୍ୟ ବିଭିନ୍ନ ସମୟରେ ସେ ଶୁଣୁ ନ ଥିବା ବହୁବାର ଅଭିଯୋଗ ହୋଇଛି। ପଞ୍ଚାୟତବାସୀ ସରପଞ୍ଚଙ୍କ ଏପରି କାର୍ଯ୍ୟକୁ ବରଦାସ୍ତ କରୁ ନ ଥିବାରୁ ପୂର୍ବରୁ ଥରେ ମଧ୍ୟ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ପ୍ରସ୍ତୁତି ସରିଥିଲା। ଗତ ଜୁନ୍‌ରେ ସରପଞ୍ଚ ଓଝାଙ୍କ ପ୍ରତି ଆକ୍ରମଣ ଓ ତାଙ୍କର ପ୍ରତିବାଦକୁ ନେଇ ଏହି ଅନାସ୍ଥା ପ୍ରସ୍ତାବ ଆଗତ ହୋଇ ନ ଥିବା ସେମାନେ ମତ ରଖିଛନ୍ତି। ଉପଜିଲାପାଳ ନାୟକ କହିଛନ୍ତି, ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ଉପସ୍ଥିତ ସଭ୍ୟାସଭ୍ୟଙ୍କ ଦସ୍ତଖତ ଓ ପରିଚୟ ମେଳ ଖାଇଛି। ଆସନ୍ତା ୧୩ ତାରିଖରେ ତିଖିରୀ ପଞ୍ଚାୟତ କାର୍ଯ୍ୟାଳୟରେ ଅନାସ୍ଥା ସମ୍ପର୍କରେ ବୈଠକ ହେବ। ଏହି ବୈଠକ ପରିଚଳନା ଓ ପ୍ରିଜାଇଡିଂ ଅଫିସର ପାଇଁ ଅନ୍ୟ ତହସିଲରୁ ପଦାଧିକାରୀଙ୍କୁ ନିଆଯିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆଲୋଡ଼ନ: ବିଚ୍‌ ରାସ୍ତାରେ ଯୁବତୀଙ୍କୁ ରୋଡ ରୋମିଓଙ୍କ ଅସଦାଚରଣ, ଦେଖନ୍ତୁ VIDEO

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ): ଆଜିକାଲି ସୋସିଆଲ ମିଡିଆରେ ବରଗଡ଼ର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବିଚ୍‌ ରାସ୍ତା ଉପରେ ଜଣେ ଯୁବତୀଙ୍କୁ ଅନ୍ୟଜଣେ ଯୁବକ ଅସଦାଚରଣ…

କିଏ ଏହି ସାରାଂଶ ଜୈନ? ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ ଦଳରେ ମିଳିଲା ସୁଯୋଗ

ନୂଆଦିଲ୍ଲୀ, ୨୮।୭: ଶ୍ରୀଲଙ୍କା ବିରୋଧରେ ଆଗାମୀ ଅଗଷ୍ଟ ୧୫ରୁ ଆରମ୍ଭ ହେବାକୁ ଯାଉଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି।…

ଲଗାଣ ବର୍ଷାରେ ବେହାଲ ବାଲେଶ୍ୱର, ବୁଡ଼ିଲା ଚାଷଜମି

ବାଲେଶ୍ୱର,୨୮।୭(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ମଙ୍ଗଳବାର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମଥାନୀ…

ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଇପାରିବେ କି ସରକାର? ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ, ୨୮।୭: ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ପଦରୁ ହଟାଇବା ପାଇଁ ଏକ ପ୍ରସ୍ତାବ ଆଣିବା କଥା…

CJP ଆନ୍ଦୋଳନ ବେଳେ ପିଏମ୍‌ ମୋଦି କରିଥିବା ଭିଡିଓକୁ ଫେସବୁକ୍‌ କଲା ବ୍ୟାନ! ବିବାଦ ପରେ…

ନୂଆଦିଲ୍ଲୀ, ୨୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆ କମ୍ପାନି ମେଟା ବିବାଦରେ ଫସିଛି। ଦିଲ୍ଲୀର ଜନ୍ତର-ମନ୍ତରରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ…

ଲଗାଣ ବର୍ଷାରେ ରାସ୍ତା ବେହାଲ୍‌: ଭାଙ୍ଗିଲା ଝାଟିମାଟି ଘର

କେସିଙ୍ଗା,୨୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପଥ ର୍ଲା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ମାଲପଡାର ଜିତେନ ଚଣ୍ଡୀଙ୍କ ଏକ ଝାଟିମାଟି ଘର ଲଗାଣ ବର୍ଷାରେ ଗତକାଲି…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର, ଅଗଷ୍ଟ ୧ରୁ ବଦଳିବ ତତ୍କାଳ ଟିକେଟ୍ ବୁକିଂ ନିୟମ

ନୂଆଦିଲ୍ଲୀ,୨୮ା୭: ଆସନ୍ତା ଅଗଷ୍ଟ ୧ତାରିଖରୁ ବଦଳିବ ତତକାଳ ଟିକେଟ ବୁକିଂ ନିୟମ । ଭାରତୀୟ ରେଳବାଇ କାଉଣ୍ଟରରେ ତତକାଳ ଟିକେଟ୍ ବୁକ୍ କରିବା ପାଇଁ ଏକ ନୂତନ…

OSSTET-୨୦୨୬ ପରୀକ୍ଷା ତାରିଖ ଘୋଷଣା: ଏହିଦିନଠୁ ଆବେଦନ ପ୍ରକ୍ରିୟା ଆରମ୍ଭ!

କଟକ,୨୮।୭: ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ), ଓଡ଼ିଶା ପକ୍ଷରୁ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି)-୨୦୨୬ର ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ବିଏସଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri