Posted inଜାତୀୟ

ଦାବି ସହ ସାଲିସ ନାହିଁ

ନୂଆଦିଲ୍ଲୀ,୭ା୧୨: କେନ୍ଦ୍ର ସରକାର ଯେତେ ଭୁଆଁ ବୁଲାଇଲେ ବି ଦାବି ସହ ସାଲିସ କରାଯିବ ନାହିଁ ବୋଲି ରବିବାର ସ୍ପଷ୍ଟ କରିଛନ୍ତି ଆନ୍ଦୋଳନରତ କୃଷକ। ଆସନ୍ତା ୯ ତାରିଖରେ କୃଷକ-କେନ୍ଦ୍ର ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ଆଲୋଚନା ହେବାକୁ ଥିବାବେଳେ ସରକାର ଏହି ଆଇନରେ ସଂଶୋଧନ ଆଣିବାକୁ ସଙ୍କେତ ଦେଇଛନ୍ତି। ତେବେ ବିବାଦୀୟ କୃଷି ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ କୃଷକମାନେ ଅଡ଼ିବସିଛନ୍ତି। ଇତିମଧ୍ୟରେ ଚାଷୀଙ୍କ ପକ୍ଷରୁ ୮ରେ ହେବାକୁ ଥିବା ଭାରତ ବନ୍ଦକୁ ୧୦ ବିରୋଧୀ ଦଳର ସମର୍ଥନ ମିଳିଛି। ୯ରେ ଜାତୀୟବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କ ନେତୃତ୍ୱରେ ବିରୋଧୀ ନେତାମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ହସ୍ତକ୍ଷେପ ଲୋଡ଼ିବେ।
କୃଷକ ଆନ୍ଦୋଳନକୁ ନେଇ ଅଚଳାବସ୍ଥା ଜାରି ରହିଥିବାବେଳେ ରବିବାର ଡିଏମ୍‌କେ ଏବଂ ଏହାର ୯ ସହଯୋଗୀ ଦଳ ଏମ୍‌ଡିଏମ୍‌କେ, ସିପିଆଇ, ସିପିଏମ୍‌, ସିଭିକେ, ଆଇୟୁଏମ୍‌ଏଲ୍‌, କଂଗ୍ରେସ, ଏମ୍‌ଏମ୍‌କେ, ଆଇଜେକେ ଏବଂ କେଏନ୍‌ଏମ୍‌ଏନ୍‌କେ ଭାରତ ବନ୍ଦ ଡାକରାକୁ ସମର୍ଥନ ଘୋଷଣା କରିଛନ୍ତି। ତାମିଲନାଡୁରେ କୃଷକ, ବ୍ୟବସାୟୀ, ଟ୍ରେଡ୍‌ ୟୁନିୟନ, ସରକାରୀ କର୍ମଚାରୀ ଓ ଅନ୍ୟ ସଙ୍ଗଠନଗୁଡ଼ିକ ଏହି ଆନ୍ଦୋଳନରେ ସାମିଲ ହୁଅନ୍ତୁ ବୋଲି ୧୦ ଦଳ ପକ୍ଷରୁ ଏକ ମିଳିତ ବିବୃତିରେ ଆହ୍ବାନ ଦିଆଯାଇଛି। କମଲ ହାସନଙ୍କ ଏମ୍‌ଏନ୍‌ଏମ୍‌ ମଧ୍ୟ କୃଷକ ଆନ୍ଦୋଳନ ସପକ୍ଷରେ ଦିଲ୍ଲୀକୁ ଏକ ପ୍ରତିନିଧି ଦଳ ପଠାଇଛି। ସେହିପରି ଭାଜପା ଶାସିତ କର୍ନାଟକର ଚାଷୀମାନେ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହେବାକୁ ଯାଉଛନ୍ତି। ମହାରାଷ୍ଟ୍ରରୁ ନେଇ ଗୁଜରାଟ ପର୍ଯ୍ୟନ୍ତ ଛାତ୍ର ସଙ୍ଗଠନ ଓ ଟ୍ରେଡର୍ସ ୟୁନିୟନ୍‌ ଏହାକୁ ସମର୍ଥନ ଦେଇଛନ୍ତି।
ଭାରତୀୟ କିଷାନ ୟୁନିୟନ୍‌ ଲୋକ ଶକ୍ତି ନୋଏଡାସ୍ଥିତ ରାଷ୍ଟ୍ରୀୟ ଦଳିତ ପ୍ରେରଣା ସ୍ଥଳରୁ ଦିଲ୍ଲୀ ଅଭିମୁଖେ ବିକ୍ଷୋଭ ଶୋଭାଯାତ୍ରା ଆରମ୍ଭ କରିଛି। ସେପଟେ ୬ ମାସ ପାଇଁ ଖାଦ୍ୟ, ବସ୍ତ୍ର ଓ ଅନ୍ୟ ଜରୁରୀ ସାମଗ୍ରୀ ଧରି ଦିଲ୍ଲୀ ସମେତ ଜାତୀୟ ରାଜଧାନୀର ସୀମା ସଂଲଗ୍ନ ରାସ୍ତାଗୁଡ଼ିକରେ ଡେରା ପକାଇଥିବା ଲକ୍ଷ ଲକ୍ଷ ଚାଷୀ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। କୃଷକ ନେତା ଜଗନମୋହନ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ୮ରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଅଖଚକ ବନ୍ଦ ରହିବ। ଏପରି କି କ୍ଷୀର ଓ ଗ୍ରସେରି ଦୋକାନ ମଧ୍ୟ ଖୋଲାଯିବ ନାହିଁ। ସ୍ବରାଜ ଇଣ୍ଡିଆ ଅଧ୍ୟକ୍ଷ ଯୋଗେନ୍ଦ୍ର ଯାଦବ କହିଛନ୍ତି, ସଂଯୁକ୍ତ କିଷାନ ମୋର୍ଚ୍ଚାରେ ସାମିଲ ସମସ୍ତ ସଙ୍ଗଠନ ଗୋଟିଏ ଦାବି ଦୋହରାଉଛନ୍ତି। ତାହା ହେଲା କେନ୍ଦ୍ର ସରକାର ୩ କୃଷି ଆଇନକୁ ପ୍ରତ୍ୟାହାର କରିନିଅନ୍ତୁ। ଏହି ଆନ୍ଦୋଳନକୁ ବଦନାମ କରା ନ ଯାଉ। ଚାଷୀ ନେତା ବଳଦେବ ସିଂ ନିହାଲଗଡ଼ଙ୍କ ମତରେ ଏହି ବିକ୍ଷୋଭ କେବଳ ପଞ୍ଜାବର ନୁହେଁ। ଏଥିରେ ସାରା ଦେଶର ଚାଷୀ ଯୋଗଦେଇଛନ୍ତି। ମଙ୍ଗଳବାର ସକାଳୁ ସନ୍ଧ୍ୟା ଯାଏ ସବୁକିଛି ବନ୍ଦ ରହିବ। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବେଳେ ଆମ୍ବୁଲାନ୍ସ ସେବା ଓ ବରଯାତ୍ରୀ ପ୍ରସେଶନ ଗାଡ଼ିକୁ ଛାଡ଼ିଦିଆଯିବ।
ଅନ୍ୟପକ୍ଷେ କୃଷକ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଥିବାବେଳେ କୃଷି ଆଇନ ପ୍ରତ୍ୟାହାର ସଂକ୍ରାନ୍ତରେ ଆଲୋଚନା ପାଇଁ ବିରୋଧୀ ଦଳଗୁଡ଼ିକର ବରିଷ୍ଠ ନେତାମାନେ ଭାରତ ବନ୍ଦର ପରଦିନ ଅର୍ଥାତ୍‌ ୯ରେ ରାଷ୍ଟ୍ରପତିଙ୍କୁ ଭେଟିବେ। ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର, ସିପିଆଇଏମ୍‌ ପଲିଟିବ୍ୟୁରୋ ସୀତାରାମ ୟେଚୁରୀ, ସିପିଆଇ ନେତା ଡି. ରାଜା, ଡିଏମ୍‌କେ ଏମ୍‌ପି ଟିଆର୍‌ ବାଲୁ, ଆର୍‌ଜେଡିର ମନୋଜ ଝା ପ୍ରମୁଖ ଏନେଇ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?