କରୋନାକୁ ଫୁ: ମ୍ୟୁଜିକ୍‌ ଫେଷ୍ଟିଭାଲରେ ନାଚିଲେ ଲୋକେ…

ଲଣ୍ଡନ, ୩।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ସାରା ପୃଥିବୀରେ କୋକୁଆ ଭୟ ସୃଷ୍ଟି ହୋଇଛି। ତେବେ ବ୍ରିଟେନ୍‌ରେ ଲୋକେ କରୋନା ସଂକ୍ରମଣକୁ ଫୁ ମନେକରି ୪୪ତମ ଓ୍ବେଲେ ଆର୍ଥ ଫେୟାରରେ ଯୋଗଦେଇ ମନଇଛା ନାଚିଛନ୍ତି। ଏହି ଉତ୍ସବ ଗୁଏର୍ନେସେ ଦ୍ୱୀପରେ ଅଗଷ୍ଟ ୩୦ରେ ଅନୁଷ୍ଠିତ ହୋଇଛି। ମ୍ୟୁଜିକ୍‌ ଫେଷ୍ଟିଭାଲରେ ୩ ହଜାରରୁ ଅଧିକ ଲୋକ ଯୋଗଦେଇଥିବା କୁହାଯାଉଛି। ଗୁଏର୍ନେସେ ଦ୍ୱୀପରେ ଗାଈ ପାଳନ କରାଯାଇଥାଏ। ଏହି ଦ୍ୱୀପ ଗାଈ କ୍ଷୀର ପାଇଁ ପ୍ରସିଦ୍ଧି ହାସଲ କରିଛି। ତେବେ କରୋନା ସଙ୍କଟ ସମୟରେ ଲୋକେ ମ୍ୟୁଜିକ୍‌ ଫେଷ୍ଟିଭାଲ ପାଳନ କରିଥିବାରୁ ଏହାକୁ ବହୁ ବୁଦ୍ଧିଜୀବୀ ନା ପସନ୍ଦ କରିଛନ୍ତି। ମ୍ୟୁଜିକ୍‌ ଫେଷ୍ଟିଭାଲରେ ୭୦ଟି ଟିମ୍‌ ପକ୍ଷରୁ ବିଭିନ୍ନ ପ୍ରକାରର ନୃତ୍ୟଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମ୍ୟୁଜିକ୍‌ ଫେଷ୍ଟିଭାଲରେ ସାମାଜିକ ଦୂରତା ଅବଲମ୍ବନ କରାଯାଇ ନ ଥିବା କୁହାଯାଉଛି। ଏହାଦ୍ୱାରା ବ୍ରିଟେନ୍‌ରେ କରୋନା ସଂକ୍ରମଣ ପୁଣି ବଢ଼ିବାର ଆଶଙ୍କା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ ପଜିଟିଭ୍‌ ସତ୍ତ୍ୱେ ଟ୍ରେନରେ ଯାତ୍ରା କରିବା ପଡିଲା ମହଙ୍ଗା, ୩୦ ଦିନ ଯାଏ ସଂସଦରୁ ନିଲମ୍ବିତ

ଲଣ୍ଡନ,୩୦।୩: ବ୍ରିଟେନର ଏମ୍‌ପି ମାର୍ଗେଟ ଫେରିଅର୍‌ କରୋନାରେ ଆକ୍ରାନ୍ତ ଥିବା ସତ୍ତ୍ୱେ ଲଣ୍ଡନରୁ ଗ୍ଲାସ୍‌ଗୋକୁ ଟ୍ରେନରେ ଯାତ୍ରା କରିବା ପଡିଲା ମହଙ୍ଗା। ତାଙ୍କୁ ଲୋକ ସଭାରୁ...

ଜେଲ୍‌ରେ ସୁରକ୍ଷାକର୍ମୀ-କଏଦୀଙ୍କ ମଧ୍ୟରେ ହାତାହାତି: ୩୨ ମୃତ

ଦୁଶାଂବେ,୨୦।୫: ତାଜିକିସ୍ତାନର ଏକ ଜେଲ୍‌ରେ ସୁରକ୍ଷାକର୍ମୀ ଓ କଏଦୀଙ୍କ ମଧ୍ୟରେ ଦଙ୍ଗା ପରିସ୍ଥିତି ଉପୁଜିବାରୁ ୩୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସାମାଚାର ଏଜେନ୍ସି...

ଏଭରେଷ୍ଟରେ ଶତାଧିକ ସଂକ୍ରମିତ

ଏଭରେଷ୍ଟ ଉପରେ ଶତାଧିକ ପର୍ବତାରୋହଣକାରୀ, ସହଯୋଗୀ କରୋନାରେ ସଂକ୍ରମିତ ହୋଇଛନ୍ତି। ବିଶ୍ୱର ସର୍ବୋଚ୍ଚ ଶୃଙ୍ଗରେ ସଂକ୍ରମଣ ନ ଥିବା ନେଇ ନେପାଳ ସରକାରୀ ଅଧିକାରୀ କହୁଥିଲେ...

ଉଡ଼ାଣର ୭ ଘଣ୍ଟା ପରେ ଅବତରଣ ନ କରି ୩୩୫ ଯାତ୍ରୀଙ୍କ ନେଇ ଫେରିଲା ବିମାନ…

ଟୋକିଓ୨୩।୨ : ଜାପାନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ବିମାନ ୩୩୫ ବିମାନ ଯାତ୍ରୀଙ୍କ ସହିତ ଉଡ଼ାଣ କରିବାର ସାତ ଘଣ୍ଟା...

ଜଳବାୟୁ ପରିବର୍ତ୍ତନ ନେଇ ଆଇନ ପ୍ରଣୟନ

ମେଲବୋର୍ନ,୮ା୯: ଅଷ୍ଟ୍ରେଲିଆରେ ପରିବେଶକୁ ସଫାସୁତରା ରଖିବା ଏବଂ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏକ ବଡ଼ ପଦକ୍ଷେପ ନିଆଯାଇଛି। ଦେଶର ସଂସଦ ଗୁରୁବାର ଗ୍ରୀନ୍ସ ପାର୍ଟି...

ମୋ ଝିଅ ହିଁ ସୁନକଙ୍କୁ କରିଛନ୍ତି ପ୍ରଧାନମନ୍ତ୍ରୀ: ସୁଧା ମୂର୍ତ୍ତି

ଲଣ୍ଡନ/ନୂଆଦିଲ୍ଲୀ,୨୮।୪: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ କିଛି ନା କିଛି କାରଣ ପାଇଁ ରହିଥାଆନ୍ତି ଚର୍ଚ୍ଚାରେ। ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ...

ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପାଖେ ରହିଲେ ବି ହେବ କ୍ୟାନସର, ୨୦୧୯ରେ ହୋଇଥିଲା ୩୭ ଲକ୍ଷ ମୃତ୍ୟୁ: ରିପୋର୍ଟ

ୱାଶିଂଟନ,୨୧ ।୮: ଯଦି ଜଣେ ବ୍ୟକ୍ତି ଧୂମ୍ରପାନ କରୁ ନାହାନ୍ତି ତେବେ ବି ସେକେଣ୍ଡ ହ୍ୟାଣ୍ଡ ସ୍ମୋକିଂ ଯୋଗୁ କ୍ୟାନସରର ଶିକାର ହୋଇପାରନ୍ତି । ବ୍ରିଟିଶ...

ଫ୍ରାନ୍ସରେ ପହଞ୍ଚିଲେ ମୋଦି

ପ୍ୟାରିସ୍‌, ୨୩ା୮(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିରାଷ୍ଟ୍ରୀୟ ଗସ୍ତକ୍ରମରେ ଗୁରୁବାର ଫ୍ରାନ୍ସରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ଫ୍ରାନ୍ସର ବହିର୍ବ୍ୟାପାର ତଥା ୟୁରୋପ ବ୍ୟାପାର ଦାୟିତ୍ୱରେ ଥିବା ମନ୍ତ୍ରୀ...

Advertisement
Archives

Model This Week