ପାଠପଢ଼ା ପାଇଁ ଡିବିରି ଆଲୁଅ ଭରସା

ମହାକାଳପଡ଼ା,୨୨।୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତର ରାମଚଣ୍ଡୀ ପଡା ୧ ନଂ. ଓ୍ବାର୍ଡର ସଂଖ୍ୟାଲଘୁ ସମ୍ପ୍ରଦାୟ ପରିବାରକୁ ମିଳୁନି ବିଦ୍ୟୁତ୍‌ ସେବା। ଫଳରେ ପିଲାମାନେ ପାଠ ପଢିବାକୁ ଡିବିରି ଆଲୁଅକୁ ଭରସା କରୁଛନ୍ତି। ବିଭାଗୀୟ ଅଧିକାରୀଙ୍କ ନିକଟରେ ସଂଖ୍ୟାଲଘୁ ପରିବାର ସଦସ୍ୟ ବର୍ଷ ବର୍ଷ ଧରି ନେହୁରା ହେଉଛନ୍ତି। ଖାଦ୍ୟ, ବାସଗୃହ, ପାନୀୟ ଜଳ, ବିଦ୍ୟୁତ୍‌, ଉଜ୍ୱଳା ଗ୍ୟାସ ଯୋଜନା ଆଦି ଅତ୍ୟାବଶ୍ୟକ ମୌଳିକ ସୁବିଧାରୁ ସଂଖ୍ୟାଲଘୁ ପରିବାର ବଞ୍ଚତ୍ତ। ଆମେ ସଂଖ୍ୟାଲଘୁ ପରିବାର ବୋଲି ମୌଳିକ ସୁବିଧା ମିଳୁପାରୁନାହିଁ  ବୋଲି ଗୁଲୁଜାନ ବିବି କହିଛନ୍ତି। ବାସଗୃହ କରିବାକୁ ଇଞ୍ଚେ ନିଜସ୍ବ ଜମି ନାହିଁ । କେବଳ ସରକାରୀ ଜମିରେ ନୁଆଁଣିଆ ଚାଳଘରେ ଛୋଟ ପିଲାଙ୍କୁ ନେଇ ମୁଣ୍ଡ ଗୁଞ୍ଜିଛୁ। ଝଡ଼ବାତ୍ୟାରେ ଜୀବନ ଦୁର୍ବିଷହ ହୋଇପଡେ। ପିଲାଙ୍କୁ ପାଠ ପଢାଇବାକୁ ପାଖରେ ପଇସାଟିଏ ନାହିଁ । ପର ଘରେ ମଜୁରି ଲାଗି ଅତିକଷ୍ଟରେ ପିଲାଙ୍କ ମୁହଁରେ ଦାନା ମୁଠାଏ ଦେଇଥାଏ। ନିର୍ବାଚନ ବେଳେ ରାଜନେତାମାନେ ମଧୁର କଥା କହି ଭୋଟ ହାତେଇଥାନ୍ତି। ନିର୍ବାଚନ ପରେ ସମସ୍ତେ ସବୁ କିଛି ଭୁଲିଯାଆନ୍ତି। ସନ୍ଧ୍ୟା ହେଲେ ପିଲାମାନେ ଘରେ ବିଦ୍ୟୁତ୍‌ ନ ଥିବାରୁ ଡିବିରି ଆଲୁଅରେ ପାଠ ପଢିଥାନ୍ତି। କେବେ କିରୋସିନ ସରିଗଲେ ସଞ୍ଜବତୀ ହିଁ ସାହା ଭରସା। ସରକାର ଶିକ୍ଷା ପାଇଁ ବହୁ ଯୋଜନା କରୁଛନ୍ତି। ଏହା ଆମ ନିକଟରେ କେବେ ପହଞ୍ଚତ୍ବ ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ଅଷ୍ଟମ ଶ୍ରେଣୀ ଛାତ୍ରୀ ନୁରୁଜାନ ଖାତୁନ, ପଞ୍ଚମ ଶ୍ରେଣୀ ଛାତ୍ର ଶେଖ ରାଜନ, ଚତୁର୍ଥ ଶ୍ରେଣୀ ଛାତ୍ର ଶେଖ ସଲିମ କହିଛନ୍ତି, ଆମ ସାଙ୍ଗ ବିଦ୍ୟୁତ୍‌ ଆଲୁଅରେ ପଢୁଛନ୍ତି। ଆମେ ଅଧିକ ସମୟ ପଢିବାକୁ ଇଚ୍ଛାଥିଲେ ମଧ୍ୟ ଡିବିରି ଆଲୁଅରେ ପାଠ ପଢିଲେ ଆଖି, ନାକ ଆଦି ଉପରେ ପ୍ରଭାବ ପଢୁଛି। ଏହି ପରିବାରକୁ ମୌଳିକ ସେବା ଯୋଗାଇ ଦେବାକୁ ପଡାର ପବିତ୍ର ବେହେରା, ପଇଡ ଭକ୍ତା, ସୁଦାମ ନାୟକ, ସୁବଳ ଭକ୍ତା, ସପନ ଭକ୍ତା ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୭ରେ ମୋଦିଙ୍କ ଜନ୍ମଦିନ, ଆଶୀର୍ବାଦର ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୧୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ‘ଆଶୀର୍ବାଦର ଦୀପ’ ଜାଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

ଗଣେଶଜୀଙ୍କ ଅତି ପ୍ରିୟ ଏହି ୪ ରାଶି: ଆଜିଠୁ ଚାଲିଲା ଭଲ ସମୟ, ପ୍ରଚୁର ଲାଭ ସହ ଧନବର୍ଷା

ଭୁବନେଶ୍ୱର: ଗଣେଶ ଚତୁର୍ଥୀରୁ ଅନନ୍ତ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ କିଛି ରାଶିର ଜାତକଙ୍କ ଉପରେ ଗଣପତିଙ୍କ ବିଶେଷ କୃପା ରହିବ ବୋଲି ଜ୍ୟୋତିଷବିଦ୍‌ମାନେ ମତ ଦେଇଛନ୍ତି। ଏହି ସମୟରେ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ପୁଣି ରୋମାନ୍ସ କରିବେ ବିଜୟ-ରଶ୍ମିକା: ଏଥର ବଢୁଛି ଚର୍ଚ୍ଚା

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରିକୁ ଦର୍ଶକେ ସବୁବେଳେ ପସନ୍ଦ କରିଆସିଛନ୍ତି। ଏବେ ଦୁହେଁ ପୁଣିଥରେ ଏକାଠି ପରଦାରେ ନଜର ଆସିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?