ନିଲାମ ହେଉନି, ବେଧଡ଼କ ଚାଲିଛି ଖଣି ଚୋରି

ଭବାନୀପାଟଣା, ୨ି୫ା୬(ଉତ୍ତମ କୁମାର ଦାଶ):ପ୍ରାକୃତିକ ସମ୍ପଦରେ ଭରପୂର କଳାହାଣ୍ଡି। ଜିଲାରେ ପରିପୂର୍ଣ୍ଣ ରହିଛି ବିଭିନ୍ନ ରତ୍ନପଥର ଓ ଖଣିଜ ସମ୍ପଦ। ଜିଲାରେ ମୋଟ ୧୪୨ଟି ବୃହତ୍‌ ଖଣି ଉତ୍ସ ଓ ୧୨ଟି ରତ୍ନପଥର ଉତ୍ସ ଠାବ ହୋଇଥିବା ବେଳେ ସରକାରୀ ଭାବେ ଏହାର ନିଲାମ ହେଉ ନାହିଁ। ଫଳରେ ଚୋରାଚାଲାଣକାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି।
ଜିଲାର ୧୩ ବ୍ଲକରେ ୨୦ରୁ ଅଧିକ ରତ୍ନଖଣି ଓ୧୪୨ରୁ ଅଧିକ ବୃହତ୍‌ ଖଣି ଉତ୍ସ ରହିଛି। ଥୁଆମୂଳ ରାମପୁରରେ ୧୭ଟି ବକ୍ସାଇଟ ଓ ୨ଟି କାରୁଣ୍ଡମ ରୁବି ଉତ୍ସ ରହିଛି। ଜୁନାଗଡ଼ରେ ୩ଟି ଓ ଧର୍ମଗଡ଼ରେ ଗୋଟିଏ କାରୁଣ୍ଡମ ରୁବି ଉତ୍ସ ରହିଛି। ସେହିପରି ଥୁଆମୂଳ ରାମପୁରରେ ଗୋଟିଏ ସିଟ୍ରାଇଟ ଆମେଥିସ୍ତ ଓ ଗୋଟିଏ ବେରାଇଲ ଖଣି ଥିବା ସୂଚନା ମିଳିଛି। କେସିଙ୍ଗାରେ ୫ଟି, ନର୍ଲାରେ ୨ଟି ଓ ମଦନପୁର ରାମପୁରର ୬ଟି ସ୍ଥାନରେ ଗେଲେନା ଖଣି ଉତ୍ସ ଠାବ କରାଯାଇଛି। କେସିଙ୍ଗାରେ ୧୭, ନର୍ଲାରେ ୭ ଓ ମଦନପୁର ରାମପୁରର ୯ଟି ସ୍ଥାନରେ ଗ୍ରାଫାଇଟ ଖଣି ଉତ୍ସ ରହିଛି। ନର୍ଲାରେ ୨, ମଦନପୁର ରାମପୁରରେ ୨, ଭବାନୀପାଟଣାରେ ଗୋଟିଏ, କୋକସରାରେ ୨ ଓ ଧର୍ମଗଡ଼ର ଗୋଟିଏ ସ୍ଥାନରେ ଲାଇମ କାଙ୍କର ଖଣି ଚିହ୍ନଟ ହୋଇଛି। ସେହିପରି ନର୍ଲାରେ ୨, ମଦନପୁର ରାମପୁରରେ ୪, ଭବାନୀପାଟଣାରେ ୪, କୋକସରାରେ ୨, ଜୁନାଗଡ଼ରେ ୫ ଓ ଜୟପାଟଣାର ୧୦ଟି ସ୍ଥାନରେ କ୍ବାର୍ଜ ଓ କ୍ବାର୍ଜାଇଟ ଖଣି ଠାବ ହୋଇଛି। ମଦନପୁର ରାମପୁରର ୪ ସ୍ଥାନରେ ମାଙ୍ଗାନିଜ ଖଣି ରହିଥିବା ଜଣାଯାଇଛି। ଭବାନୀପାଟଣାରେ ୨, କୋକସରାରେ ଗୋଟିଏ, କେଗାଁରେ ୩, ଜୁନାଗଡ଼ରେ ୯ ଓ ଧର୍ମଗଡ଼ର ୪ ସ୍ଥାନରେ ଆୟୋଲାଇଟ ଖଣି ଉତ୍ସ ରହିଛି। ସେହିଭଳି କେଗାଁରେ ୨, ଜୁନାଗଡ଼ରେ ଗୋଟିଏ, ଧର୍ମଗଡ଼ରେ ୪ଟି ଗାର୍ନେଟ ଖଣି ଉତ୍ସ ରହିଛି। ଭବାନୀପାଟଣାରେ ଗୋଟିଏ ଆକ୍ବା ମେରାଇନ ଟୋପାଜ, ଆମେଥିଷ୍ଟ ଖଣି ଉତ୍ସ ରହିଛି। ଏହିସବୁ ଖଣି ନିଲାମ ହେଉ ନ ଥିବାରୁ ମାଫିଆମାନେ ବେଧଡ଼କ ଖଣି ଚୋରି କରି ମାଲେମାଲ ହେଉଥିବାବେଳେ ସରକାରଙ୍କ ରାଜସ୍ବ ହାନି ହେଉଛି। ତୁରନ୍ତ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ଜିଲାବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଗାଡ଼ି ଆସିଲେ ମଧ୍ୟ ସେ ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri