ନୀତୀଶଙ୍କ ଅସ୍ତ୍ର ‘ଜାତି’

କେନ୍ଦ୍ରର ଭାଜପା ସରକାର ବିଦେଶରୁ ଯନ୍ତ୍ରପାତି ମଗାଇ ପ୍ରତ୍ୟେକ ନାଗରିକଙ୍କ ‘ଗୁଣସୂତ୍ରର ଶୁଦ୍ଧତା’ ଯାଞ୍ଚ ପାଇଁ ଡିଏନ୍‌ଏ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଏହା ଆଧାର କାର୍ଡଠାରୁ ବହୁ ଆଗକୁ ଚାଲିଯାଇଛି। ଆଧାରରେ କେବଳ ଅନ୍ତରଙ୍ଗ ତଥ୍ୟ ଯୋଗାଡ଼ କରାଯାଉଛି। କିନ୍ତୁ ଅନେକ ହଜାର କୋଟି ଟଙ୍କା ବ୍ୟୟରେ ଡିଏନ୍‌ଏ ପରୀକ୍ଷା ମାଧ୍ୟମରେ ପ୍ରତ୍ୟେକ ମଣିଷଙ୍କ ଗୁଣସୂତ୍ରକୁ ଜାଣିବା ପାଇଁ ଉଦ୍ୟମ କରାଯିବ। ଏହି ତଥ୍ୟ ନେଇ ସରକାର କେବଳ ମାତ୍ର ବ୍ୟବସାୟିକ ବ୍ୟବହାର କରିପାରିବେ। ଅନ୍ୟପଟେ ବିହାର ରାଜ୍ୟ ସରକାର ଏକ ଭିନ୍ନ ଦିଗକୁ ମୁହଁାଇଛନ୍ତି। ରାଜନୀତିରେ କେବଳ ହିନ୍ଦୁ-ମୁସଲମାନ ବିଭାଜନ ହୋଇଗଲେ ଉତ୍ତର ଭାରତ ଓ ହିନ୍ଦୀଭାଷୀ ରାଜ୍ୟର ଆଞ୍ଚଳିକ ଦଳଗୁଡ଼ିକ କ୍ଷତିଗ୍ରସ୍ତ ହେଉଛନ୍ତି। ସେଥିପାଇଁ ହୁଏତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାର ଜାତିଗତ ଜନଗଣନା କରାଇବାକୁ ଘୋଷଣା କଲେଣି। ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କୁ ନେଇ ଜନଗଣନା କରାଇବା ସକାଶେ ନୀତୀଶଙ୍କ ଏହି ନିଷ୍ପତ୍ତି ସହଯୋଗୀ ଭାଜପା ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।
ଦେଖିବାକୁ ଗଲେ ଦେଶର ସବୁ ଶାସକ ସାମାଜିକ ବିଭାଜନ ସୃଷ୍ଟି କରି ବିଦ୍ୱେଷ ବଢ଼ାଇବାରେ ଲାଗିପଡ଼ିଛନ୍ତି। ୨୦୧୬ ମସିହାର ବିମୁଦ୍ରୀକରଣ ମାଧ୍ୟମରେ ଗରିବ ଓ ଧନୀଙ୍କ ମଧ୍ୟରେ ତାରତମ୍ୟ ବଢ଼ାଇ ରାଜନୈତିକ ଲାଭ ଉଠାଯାଇଥିଲା। ୨୦୧୫ ସେପ୍ଟେମ୍ବର ୨୮ରେ ଉତ୍ତର ପ୍ରଦେଶର ଦାଦ୍ରିରେ ମହମ୍ମଦ ଅକ୍‌ଲାଖ୍‌ଙ୍କୁ ପିଟି ହତ୍ୟା କରିବା ଭଳି ହିଂସାମତ୍କ ଘଟଣା ଘଟାଇ ଲଗାତର ଭାବେ ହିନ୍ଦୁ ଓ ମୁସଲମାନଙ୍କ ଦୂରତାକୁ ବୃଦ୍ଧି କରାଯାଉଛି। ଯେହେତୁ ଧର୍ମୀୟ ବିଭେଦରେ କେବଳ ଭାଜପା ଫାଇଦା ଉଠାଇପାରୁଛି, ସେଥିପାଇଁ ନୀତୀଶଙ୍କ ଭଳି ନେତା ଜାତି ଆଧାରରେ ଜନଗଣନା କରାଇବାକୁ ଉଦ୍ୟମ ଚଳାଇଛନ୍ତି। ୨୦୨୪ରେ ଦେଶରେ ଲୋକ ସଭା ନିର୍ବାଚନ ଓ ଏହାର ବର୍ଷକ ପରେ ବିହାରରେ ବିଧାନସଭା ଭୋଟ ହେବାକୁ ଥିବାବେଳେ ୨୦୨୩ ଫେବୃୟାରୀ ସୁଦ୍ଧା ନିଜସ୍ବ ପାଣ୍ଠିରେ ଜାତିଭିତ୍ତିକ ଜନଗଣନା ଶେଷ କରିବାକୁ ନୀତୀଶଙ୍କ କ୍ୟାବିନେଟ ମଞ୍ଜୁରୀ ଦେଇଛି। ଭାଜପା କେବଳ ଉଚ୍ଚ ଜାତିର ହିନ୍ଦୁମାନଙ୍କୁ ଗୁରୁତ୍ୱ ଦେଉଥିବାରୁ ଆଞ୍ଚଳିକ ଦଳଗୁଡ଼ିକ ନିଜକୁ ସୁହାଇଲା ଭଳି ଜାତିଭିତ୍ତିକ ଜନଗଣନା କରାଇବାକୁ ଚାହୁଁଛନ୍ତି।
ଉତ୍ତର ଭାରତ ତଥା ହିନ୍ଦୀଭାଷୀ ରାଜ୍ୟଗୁଡ଼ିକରେ ଜାତିପ୍ରଥାର ପ୍ରାଧାନ୍ୟ ଓ ଜାତି ଆଧାରିତ ରାଜନୀତିର ପ୍ରାଦୁର୍ଭାବ ଅଧିକ ଦେଖିବାକୁ ମିଳିଥାଏ। ଉଚ୍ଚ ଜାତିର ଲୋକେ ନିଜକୁ ଆର୍ଯ୍ୟ ବିବେଚନା କରି ନିମ୍ନ ବର୍ଣ୍ଣ ଓ ସଂଖ୍ୟାଲଘୁ ଲୋକଙ୍କୁ ନିର୍ଯାତନା ଦେଉଥିବାର ଅନେକ ଘଟଣା ଘଟିଚାଲିଛି। ନିର୍ବାଚନ ବେଳେ ଦଳୀୟ ଟିକେଟ ବଣ୍ଟନ ହେଉ କି ସରକାରୀ ନିଯୁକ୍ତି, ସବୁଠି ଜାତିକୁ ଆଧାର କରାଯାଇଥାଏ। ତେଣୁ ସବୁ ଜାତିକୁ ନେଇ ଜନଗଣନା କରାଗଲେ ବିଭିନ୍ନ ସାମାଜିକ ଗୋଷ୍ଠୀଙ୍କ ପାଇଁ ଯୋଜନା ପ୍ରଣୟନ ଓ କାର୍ଯ୍ୟକାରୀ କରିବାରେ ସୁବିଧା ହେବ ଏବଂ ଯାହାଙ୍କ ପାଇଁ ଯେଉଁ ଯୋଜନା ଉଦ୍ଦିଷ୍ଟ ତାହାର ଲାଭ ସମ୍ପୃକ୍ତ ହିତାଧିକାରୀମାନଙ୍କ ପାଖରେ ପହଞ୍ଚତ୍ପାରିବ ବୋଲି ନୀତୀଶ ସରକାର ଯୁକ୍ତି ବାଢ଼ିଛନ୍ତି। ଅନ୍ୟପକ୍ଷେ ଭାଜପା ଜାତିଭିତ୍ତିକ ଜନଗଣନାକୁ ହିନ୍ଦୁ ଏକତା ବିରୋଧୀ ବିବେଚନା କରି ଭୋଟ ବ୍ୟାଙ୍କ ଭାଙ୍ଗିଯିବା ଭୟରେ ଆରମ୍ଭରୁ ବିରୋଧ କରିଆସିଛି। ଜାତି ଆଧାରରେ ମୁଣ୍ଡ ଗଣତି କରାଇବାକୁ କେନ୍ଦ୍ର ସରକାର ଚାହୁଁନାହାନ୍ତି ବୋଲି ୨୦୨୧ ଜୁଲାଇ ୨୦ରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଲୋକ ସଭାରେ ସ୍ପଷ୍ଟ କରିଥିଲେ। ଗତ ଜୁନ୍‌ ୧ରେ ବିହାର ସଚିବାଳୟରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଜାତିଭିତ୍ତିକ ଜନଗଣନା ପ୍ରସ୍ତାବକୁ ଭାଜପା ବିରୋଧ କରିପାରି ନ ଥିଲା। କିନ୍ତୁ ଭାରତୀୟ ସମ୍ବିଧାନର ସପ୍ତମ ପରିଚ୍ଛେଦ ଅନୁସାରେ ଏପରି ଜନଗଣନା କରାଇବା ଅଧିକାର କେବଳ କେନ୍ଦ୍ର ସରକାରଙ୍କର ରହିଛି ବୋଲି ଭାଜପା ପକ୍ଷରୁ ପରେ କୁହାଯାଇଥିଲା। ୨୦୨୪ ନିର୍ବାଚନକୁ ଲକ୍ଷ୍ୟ କରି ଉତ୍ତରପ୍ରଦେଶରେ ଗୈରିକ ଦଳ ଧ୍ରୁବୀକରଣ ରାଜନୀତି ଚଳାଇଥିବାବେଳେ ଏବେ ନୀତୀଶ ଜାତିଭିତ୍ତିକ ଜନଗଣନାକୁ ଅସ୍ତ୍ର କରି ଏକ ଭିନ୍ନ ସନ୍ଦେଶ ଦେଇଛନ୍ତି।
ଅତୀତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭାଜପା ସହ ନୀତୀଶଙ୍କ ମତଭେଦ ଦେଖିବାକୁ ମିଳିଛି। ତେଣୁ ନୀତୀଶଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) କୌଣସି ସମୟରେ ଭାଜପାକୁ ଛାଡ଼ି ବିରୋଧୀ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ସହ ପୁନର୍ବାର ମେଣ୍ଟ କରିପାରେ ବୋଲି ଚର୍ଚ୍ଚା ହେଉଛି। ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗକୁ ଆଗକୁ ବଢ଼ାଇବାରେ ଆର୍‌ଜେଡି ନେତା ତେଜସ୍ବୀ ଯାଦବଙ୍କ ବଡ଼ ଭୂମିକା ଥିବାରୁ ଏଠି ଆଉ ଗୋଟିଏ କଥା ଲକ୍ଷ୍ୟ କରାଯାଇପାରେ। ଜେଡିୟୁ ନେତା ରାମଚନ୍ଦ୍ର ପ୍ରସାଦ ସିଂଙ୍କ ରାଜ୍ୟ ସଭା ସଦସ୍ୟତା ଜୁଲାଇ ୬ରେ ଶେଷ ହେବ। ଦଳୀୟ କୋଟାରୁ କେନ୍ଦ୍ରରେ ଇସ୍ପାତ ମନ୍ତ୍ରୀ ହୋଇଥିବା ଆର୍‌ସିପି ସିଂଙ୍କ ଟିକେଟ କାଟି ମେ’ ୨୯ରେ ଦଳର ଝାଡ଼ଖଣ୍ଡ ସଭାପତି କ୍ଷୀରୋ ମହତୋଙ୍କୁ ନୀତୀଶ ରାଜ୍ୟ ସଭା ପ୍ରାର୍ଥୀ କରାଇଛନ୍ତି। ଉଭୟଙ୍କ ମଧ୍ୟରେ ତିକ୍ତତା କେତେ ବଢ଼ିଯାଇଛି ତାହା ଆର୍‌ସିପି ସିଂଙ୍କ ଟୁଇଟର ଆକାଉଣ୍ଟକୁ ଦେଖିଲେ ବୁଝାପଡ଼େ। ଟିକେଟରୁ ବଞ୍ଚତ୍ତ ହେବା ପରେ ଆର୍‌ସିପି ସିଂ କହିଛନ୍ତି, ତାଙ୍କ ଭାଗ୍ୟ ଓ ଭବିଷ୍ୟତକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଷ୍ପତ୍ତି ନେବେ। ତେଣୁ ଜାତିଭିତ୍ତିକ ଜନଗଣନା ବାହାନାରେ ନୀତୀଶ କୁମାର ଜାତୀୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିପାରନ୍ତି ବୋଲି କୁହାଯାଉଛି।

ଯେହେତୁ ଧର୍ମୀୟ ବିଭେଦରେ କେବଳ ଭାଜପା ଫାଇଦା ଉଠାଇପାରୁଛି, ସେଥିପାଇଁ ନୀତୀଶଙ୍କ ଭଳି ନେତା ଜାତି ଆଧାରରେ ଜନଗଣନା କରାଇବାକୁ ଉଦ୍ୟମ ଚଳାଇଛନ୍ତି। ୨୦୨୪ରେ ଦେଶରେ ଲୋକ ସଭା ନିର୍ବାଚନ ଓ ଏହାର ବର୍ଷକ ପରେ ବିହାରରେ ବିଧାନସଭା ଭୋଟ ହେବାକୁ ଥିବାବେଳେ ୨୦୨୩ ଫେବୃୟାରୀ ସୁଦ୍ଧା ନିଜସ୍ବ ପାଣ୍ଠିରେ ଜାତିଭିତ୍ତିକ ଜନଗଣନା ଶେଷ କରିବାକୁ ନୀତୀଶଙ୍କ କ୍ୟାବିନେଟ ମଞ୍ଜୁରୀ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶିଖିବା ଓ ସଫଳତା ପାଇବାରେ ବୟସର କୌଣସି ସୀମା ନ ଥାଏ। ଏମିତି ଜଣେ ସଫଳ ମହିଳା ହେଉଛନ୍ତି ମଣିପୁରର ଶୁଭ ଭଟନାଗର। ୬୩ ବର୍ଷୀୟା...

ପୂଜ୍ୟ ପ୍ରଣାମ

ଯେଉଁ କେତେଜଣ ଯଶସ୍ବୀ, ପୁଣ୍ୟାତ୍ମା, ସଂଗ୍ରାମୀ, କବି, ସାହିତ୍ୟିକ ଏ ଉତ୍କଳରେ ଜନ୍ମଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, କାନ୍ତକବି ଲକ୍ଷ୍ମୀକାନ୍ତ...

ଫ୍ରିବି ମାନେ ରାଜକୋଷରେ କଳାକନା

ରାଜନୈତିକ ଦଳଗୁଡ଼ିକ ନିର୍ବାଚନ-ପ୍ରଚାର ସମୟରେ କହୁଛନ୍ତି ଆମକୁ ଭୋଟ ଦିଅ, ଆମେ ଅମୁକ ସମୁକ ସାମଗ୍ରୀ ମାଗଣା ବା ନାମମାତ୍ର ଦରରେ ଯୋଗାଇବୁ। ଯୁକ୍ତିଯୁକ୍ତ କାରଣ...

ନ୍ୟାୟିକ ବିଜୟ

ଏକ ଦଶନ୍ଧିରୁ ଅଧିକ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ନିର୍ଦ୍ଦେଶକୁ ରଦ୍ଦକରି ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏଏମ୍‌ଆର୍‌ସି)କୁ ଏକ ବଡ଼ ବିଜୟ ପ୍ରଦାନ...

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri