Posted inଜାତୀୟ

ବିରୋଧୀ ଏକତା ପାଇଁ ବାହାରିଲେ ନୀତୀଶ, ଦିଲ୍ଲୀ ଗସ୍ତ ପୂର୍ବରୁ ଲାଗିଲା ଗ୍ରହଣ

ପାଟନା,୫ ।୯: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଦଳ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସହ ମିଶି ସରକାର ଗଠନ କରିବା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବେ ଭାଜପା ମୁକ୍ତ ଭାରତ ଆହ୍ୱାନ ଦେଇ ବିରୋଧୀ ଦଳଙ୍କୁ ଭାଜପା ବିରୋଧରେ ଏକାଠି କରିବାରେ ଲାଗିଛନ୍ତି । ତାଙ୍କ ନେତୃତ୍ୱରେ ବିରୋଧି ଦଳ ଗୁଡିକୁ ଭାଜପା ବିରୋଧରେ ଏକଜୁଟ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଥମେ ସମାଜବାଦୀ ଗୋଷ୍ଠୀ ଗଠନ କରିବାକୁ ଚାହୁଁଛନ୍ତି । ଏହାପରେ ସେ ଆଞ୍ଚଳିକ ଦଳ ଗୁଡିକ ନିକଟକୁ ଯିବେ । ଏହି ପର୍ଯ୍ୟାୟରେ ସୋମବାରଠାରୁ ନୀତୀଶଙ୍କ ୩ ଦିନିଆ ଦିଲ୍ଲୀ ଗସ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।
ଗୋଟିଏ ପଟେ ରାହୁଲ ଗାନ୍ଧୀ ୭ ସେପ୍ଟେମ୍ବରରେ କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଆରମ୍ଭ କରୁଥିବା ବେଳେ ଅନ୍ୟପଟେ ନୀତୀଶଙ୍କ ଭାଜପା ବିରୋଧି ଅଭିଯାନ ଗୁରୁତ୍ୱପୂର୍ଣ୍ଣ । ତେବେ ନୀତୀଶଙ୍କ ଏହି ପ୍ରୟାସକୁ ନେଇ ଏପର୍ଯ୍ୟନ୍ତ ତ୍ରୁଣମୂଳ କଂଗ୍ରେସ, ଆମ ଆଦମୀ ପାର୍ଟି ଓ ଟିଆରଏସ ଚୁପ ରହିଛନ୍ତି ।
ତେବେ ନୀତୀଶଙ୍କର ଏହି ବିରୋଧି ଏକତାକୁ ଆରମ୍ଭରୁ ଗ୍ରହଣ ଲାଗିଛି । ସୂଚନାଯୋଗ୍ୟ, ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେସିଆର ନୀତୀଶଙ୍କ ଏହି ଯୋଜନା ସହ ସହମତ ନ ଥିବା କୁହାଯାଉଛି । ହେଲେ ପୂର୍ବରୁ ଦାବି କରାଯାଉଥିଲା କି କେସିଆର ବିହାର ଗସ୍ତ କରିବା ପରେ ସ୍ପଷ୍ଟ ହୋଇଛି ଯେ ବିରୋଧୀ ଏକତାର ଆରମ୍ଭ ହୋଇଛି । ହେଲେ ଜେଡିୟୁର ମହାସଚିବ କେସି ତ୍ୟାଗୀ ରବିବାର କହିଛନ୍ତି, କେସିଆର ଚାହୁଁଛନ୍ତି ଭାଜପା ବିରୋଧରେ ଯେଉଁ ମେଣ୍ଟ ହେଉଛି ସେଥିରେ କଂଗ୍ରେସ ନ ରହୁ । ହେଲେ ଜେଡିୟୁ କହିଛି, କଂଗ୍ରେସ ଓ ବାମଦଳକୁ ଛାଡି ଭାଜପା ବିରୋଧୀ କୌଣସି ମୋର୍ଚ୍ଚା ଗଠନ ହୋଇପାରିବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri