୬ରୁ ବର୍ଷିବ, ତାତିରୁ ଆଶ୍ୱସ୍ତି ମିଳିବ

ଭୁବନେଶ୍ୱର, ୫ା୯(ବ୍ୟୁରୋ):ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେଉଛି। ପ୍ରଚଣ୍ଡ ରୌଦ୍ରତାପ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ଅଧିକାଂଶ ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି। ରବିବାର ୧୧ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ଥିବାବେଳେ ଚାନ୍ଦବାଲିରେ ସର୍ବାଧିକ ୩୬.୨ ଡିଗ୍ରୀ ରେକର୍ଡ କରାଯାଇଛି। ତେବେ ୬ ତାରିଖରୁ ପ୍ରବଳ ବର୍ଷା ହେବ ଓ ତାତିରୁ ଆଶ୍ୱସ୍ତି ମିଳିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
କେନ୍ଦ୍ରର ସୂଚନାନୁସାରେ, ଦୁଇ ସପ୍ତାହରେ ଦୁଇଟି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ରବିବାରଠାରୁ କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ପାରଳାଖେମୁଣ୍ଡିରେ ସର୍ବାଧିକ ୫୬.୮ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ଟିଟିଲାଗଡ଼ରେ ୨୧, ହୀରକୁଦରେ ୧୬.୮ ମିମି ବର୍ଷା ହୋଇଛି। ଏହାଛଡ଼ା ଭବାନୀପାଟଣା, ବଲାଙ୍ଗୀର, ଦାରିଙ୍ଗବାଡ଼ି, ନୟାଗଡ଼, ଯାଜପୁର ଓ ଢେଙ୍କାନାଳରେ ମଧ୍ୟ ବର୍ଷା ହୋଇଛି। ସୋମବାର ଗଞ୍ଜାମ, ଗଜପତି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ସେହିଭଳି ମଙ୍ଗଳବାର ପୁରୀ, ଖୋର୍ଦ୍ଧା, ନୟାଗଡ଼, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ବୁଧବାର ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଏବଂ ଗୁରୁବାର ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହେବ। ଏଥିପାଇଁ ଏସବୁ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି।
ସେପଟେ ବାତ୍ୟାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏନେଇ ସ୍ପଷ୍ଟ କରିଛି ପାଣିପାଗ ବିଭାଗ। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ କହିଛନ୍ତି, ବାତ୍ୟା ନେଇ କୌଣସି ସୂଚନା ନାହିଁ। ଏ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ କୌଣସି ସୂଚନା ଜାରି କରିନାହିଁ। ତେବେ ୮ ତାରିଖ ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ତେବେ ମୌସୁମୀ ସକ୍ରିୟ ଥିବାବେଳେ ବାତ୍ୟା କେବେ ଆସେ ନାହିଁ। ମୌସୁମୀର ନିମ୍ନଚାପ ରେଖା ଉତ୍ତରରେ ରହୁଛି। ଫଳରେ ପାରଦ ୩ରୁ ୪ ଡିଗ୍ରୀ ଅଧିକ ରହୁଛି। ଫଳରେ ଏବେ ଗୁଳୁଗୁଳି ଲାଗି ରହିଛି। ଏଭଳି ସ୍ଥିତି ଆହୁରି ୨ଦିନ ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସୋମବାରଠାରୁ ବର୍ଷା ହେବା ସହ ୬ ତାରିଖରୁ ବର୍ଷାର ପରିମାଣ ବଢ଼ିବ। ପ୍ରଥମ ସପ୍ତାହ ଶେଷ ବେଳକୁ ଗୋଟିଏ ଘୂର୍ଣ୍ଣିବଳୟ ଏବଂ ୯ରୁ ୧୫ ତାରିଖ ମଧ୍ୟରେ ଆଉଏକ ଘୂର୍ଣ୍ଣିବଳୟ ଆସିବ। ଫଳରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ହାଇସ୍କୁଲ କର୍ମଚାରୀଙ୍କ ଦରମା ବନ୍ଦ

ପାଟଣା/କେନ୍ଦୁଝର,୯ା୧(ସ୍ବ. ପ୍ର): ଦୀର୍ଘ ମାସ ପରେ ଶୁକ୍ରବାର ୧୦ମ ଶ୍ରେଣୀ ପିଲାଙ୍କ ପାଇଁ ହାଇସ୍କୁଲ ଖୋଲିଛି। ମାତ୍ର ବିଦ୍ୟାଳୟ ଆରମ୍ଭରୁ କୋଭିଡ୍‌ ଗାଇଡ୍‌ଲାଇନ ଉଲ୍ଲଂଘନ କାରଣରୁ...

ଅକ୍ଟୋବର ୨ରୁ ବିଜେଡିର ସମାଜ ସେବା କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୬ା୯(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ବିଜୁ ଜନତା ଦଳ କୋଭିଡ୍‌ ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସଚେତନତା...

ପିକ୍‌ନିକ୍‌ କରିବାକୁ ଯାଇଥିଲେ ୩ ସାଙ୍ଗ: ଶହେ ଫୁଟ୍‌ ତଳକୁ ଖସିଲା କାର

ଜୟପୁର,୧୭ା୧: ୩ଜଣ ସାଙ୍ଗ ଏକ କାର ନେଇ କୋରାପୁଟ ଜିଲା ଲମତାପୁଟ ଅଞ୍ଚଳକୁ ପିକ୍‌ନିକ୍‌ କରିବାକୁ ଯାଇଥିଲେ। ଫେରିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। କାରଟି...

ନାକଚଣା ଦ୍ୱାରରେ ତିନିରଥ

ପୁରୀ ଅଫିସ,୧୦।୭: ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ପ୍ରସ୍ତୁତ ତିନି ରଥ। ମଙ୍ଗଳବାର ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ...

୧୨ରେ ୬ ଜିଲାକୁ ପ୍ରବଳ ବର୍ଷା

ଭୁବନେଶ୍ୱର, ୯।୧(ବ୍ୟୁରୋ): ରାଜ୍ୟରେ ରବିବାରଠାରୁ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ। ଏହା ୪ରୁ ଅଧିକ ଦିନ ଧରି ଜାରି ରହିପାରେ। ୧୨ ତାରିଖରେ ୬...

CORONAVIRUS UPDATE: ରାଜ୍ୟରେ ଆଉ ୫ ପଜିଟିଭ୍‌, ଆକ୍ରାନ୍ତ ସଂଖ୍ୟା ୧୮୫ରେ ପହଞ୍ଚିଲା

ଭୁବନେଶ୍ୱର,୬।୫(ବ୍ୟୁରୋ)- ରାଜ୍ୟରେ ଆଉ ୫ କରୋନା ପଜିଟିଭ୍‌ ବୁଧବାର ଅପରାହ୍ନରେ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରନ୍ତଙ୍କ ସଂଖ୍ୟା ୧୮୫ରେ ପହଞ୍ଚିଛି। ସେଥିରୁ...

ଯୁବତୀଙ୍କୁ କାର୍‌ରେ ଅପହରଣ ଉଦ୍ୟମ: ଫେରାର ପ୍ରେମିକ ଗିରଫ

ଭୁବନେଶ୍ୱର,୨୦ା୨(ବ୍ୟୁରେ): ବିବାହ ପାଇଁ ରାଜି ନ ହେବାରୁ ଯୁବତୀଙ୍କୁ କାର୍‌ରେ ଅପହରଣ ଉଦ୍ୟମ ସହ ଅସଦାଚରଣ କରିଥିବା ଅଭିଯୁକ୍ତ ପ୍ରେମିକଙ୍କୁ ବୁଧବାର ନୟାପଲ୍ଲୀ ଥାନା ପୋଲିସ...

ହୋମ୍‌ କ୍ୱାରାଣ୍ଟାଇନ୍‌ର ଅର୍ଥ ପାରିବାରିକ ପୁନର୍ମିଳନ ନୁହେଁ: ବାଗ୍‌ଚୀ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ସରକାର ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତିମାନଙ୍କ ପାଇଁ ଗ୍ରାମାଞ୍ଚଳରେ ସଂଗରୋଧର ବ୍ୟବସ୍ଥା କରିଥିଲେ। ହେଲେ ସହରାଞ୍ଚଳରେ ସେଭଳି ବ୍ୟବସ୍ଥା କରିବା ସମ୍ଭବ ନୁହେଁ। ଏହାଛଡ଼ା...

Advertisement
Archives

Model This Week