Posted inଜାତୀୟ

ଇଲେକ୍ଟ୍ରିକ୍‌ ହାଇଓ୍ବେ ବିକାଶ ଲାଗି ସରକାର କାର୍ଯ୍ୟ କରୁଛନ୍ତି: ଗଡ଼କରୀ

ନୂଆଦିଲ୍ଲୀ,୧୨।୯: କେନ୍ଦ୍ର ସରକାର ସୌରଶକ୍ତି ଚାଳିତ ଇଲେକ୍ଟ୍ରିକ୍‌ ରାଜପଥ ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି। ଏହି ରାଜପଥରେ ଯାତାୟାତ କରୁଥିବା ବସ୍‌, ଟ୍ରକ୍‌ ଚାର୍ଜ କରିବା ସୁବିଧା ସେଠାରେ ରହିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରଜାପଥ ମନ୍ତ୍ରୀ ନୀତିନ ଗଡ଼କରୀ ସୋମବାର କହିଛନ୍ତି। ଇଣ୍ଡୋ-ଆମେରିକାନ୍‌ ଚାମ୍ବର ଅଫ୍‌ କମର୍ସ (ଆଇଏସିସି) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଗଡ଼କରୀ କହିଛନ୍ତି, ସରକାର ଭାରତର ସାଧାରଣ ପରିବହନ ବ୍ୟବସ୍ଥାକୁ ବିଦ୍ୟୁତ ଚାଳିତ କରିବାକୁ ଚାହାନ୍ତି। ଏଥିପାଇଁ ସୌର ଓ ବାୟୁଶକ୍ତି ଚାଳିତ ଚାର୍ଜିଂ ମେକାନିଜମ୍‌ର ବିକାଶ ଉପରେ ସରକାର ଜୋର ଦେଉଛନ୍ତି। ଇଲେକ୍ଟ୍ରିକ୍‌ ହାଇଓ୍ବେରେ ଯାଇଥିବା ଓଭରହେଡ୍‌ ବିଦ୍ୟୁତ ତାରରୁ ଗାଡ଼ିଗୁଡ଼ିକୁ ଚାର୍ଜ କରାଯାଇପାରିବ। ଏଥିସହିତ ସମସ୍ତ ଟୋଲ ପ୍ଲାଜା ସୌରଶକ୍ତିରେ ଚାଲିବା ପାଇଁ ମଧ୍ୟ ସରକାର ପ୍ରୋତ୍ସାହିତ କରୁଛନ୍ତି। ଭାରତର ସଡ଼କ ଓ ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକ ନିବେଶକଙ୍କ ଲାଗି ସୁନା ଖଣି ସଦୃଶ। ଆମେରିକା ନିବେଶକମାନେ ଏଠାରେ ନିବେଶ କରିବା ଲାଗି ଆଗେଇ ଆସିବାକୁ ଗଡ଼କରୀ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଏଏକୁ ନେଇ ଜାମା ମସ୍‌ଜିଦ୍‌ ବାହାରେ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ,୨୭।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଶୁକ୍ରବାର ନମାଜ ପାଠ ପରେ ଦିଲ୍ଲୀ ଜାମା ମସ୍‌ଜିଦ୍‌ ବାହାରେ ପ୍ରଦର୍ଶନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ ପରିସ୍ଥିତିକୁ...

ସରକାରଙ୍କୁ ଘେରିଲେ ବିରୋଧୀ, ଉଭୟ ଗୃହ ମୁଲତବୀ…

ନୂଆଦିଲ୍ଲୀ,୪।୮: ସଂସଦର ମୌସୁମୀ ଅଧିବେଶନ ଏପର୍ଯ୍ୟନ୍ତ ଅଶାନ୍ତ ହୋଇପଡିଛି। ବର୍ତ୍ତମାନ ସୁଦ୍ଧା ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ଗୋଟିଏ ଦିନ ପାଇଁ ସ୍ବାଭାବିକ...

ରାଜଧାନୀରେ ଛାତ୍ରୀଙ୍କ ଉପରକୁ ଏସିଡ୍‌ ମାଡ

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ଏଠାରେ ଜଣେ ଛାତ୍ରୀଙ୍କ ଉପରେ ବାଇକ୍‌ରେ ଯାଉଥିବା କିଛି ଯୁବକ ଏସିଡ...

ଡାକ୍ତରଙ୍କୁ ଝୁଣି ମାରିଦେଲେ

ଆଲିଗଡ଼, ୧୬ା୪: ଉତ୍ତରପ୍ରଦେଶର ଆଲିଗଡ଼ରେ ରବିବାର ଏକ ଅଘଟଣ ଘଟିଛି। ପ୍ରାତଃଭ୍ରମଣରେ ଯାଇଥିବା ଜଣେ ବୃଦ୍ଧଙ୍କୁ କେତେକ ବୁଲା କୁକୁର ଝୁଣି ମାରିଦେଇଛନ୍ତି। ଏହି ଆକ୍ରମଣ...

୧୧ ଦିନ ପରେ ଆରବ ସାଗରରୁ ମିଳିଲା ନିଖୋଜ ପାଇଲଟଙ୍କ ମୃତଦେହ

ନୂଆଦିଲ୍ଲୀ,୭।୧୨-ନଭେମ୍ବର ୨୬ରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭାରତୀୟ ନୌସେନାର ଏୟାରକ୍ରାଫ୍ଟ MiG-୨୯kର ପାଇଲଟ କମାଣ୍ଡାଣ୍ଟ ନିଶାନ୍ତ ସିଂହଙ୍କ ମୃତଦେହ ସୋମବାର ଉଦ୍ଧାର କରାଯାଇଛି। ୧୧ଦିନ ସର୍ଚ୍ଚ ଅପରେଶନ...

ହିନ୍ଦୀ ସହିତ ଅନ୍ୟ ଭାରତୀୟ ଭାଷାରେ ଉପଲବ୍ଧ ହେବ ସୁପ୍ରିମକୋର୍ଟଙ୍କ ଫଇସଲା: ସିଜେଆଇ…

ମୁମ୍ବାଇ,୨୨।୧ : ସୁପ୍ରିମକୋର୍ଟଙ୍କ ଫଇସଲାଗୁଡ଼ିକର ନକଲ ଖୁବ ଶୀଘ୍ର ହିନ୍ଦୀ ସହିତ ଅନ୍ୟ ଭାରତୀୟ ଭାଷାରେ ଉପଲବ୍ଧ ହେବ। ଏହା ଦ୍ୱାରା ଲୋକମାନଙ୍କୁ ନିଜ ଭାଷାରେ...

ଚାଇନାର ଏକଚାଟିଆ ଗୁଣକୁ ବରଦାସ୍ତ କରାଯିବ ନାହିଁ : ଜୟଶଙ୍କର

ନୂଆଦିଲ୍ଲୀ,୮।୧୨: ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଯେ ପର୍ଯ୍ୟନ୍ତ ଚାଇନା ନିଜର ବେଆଇନ ନିର୍ମାଣ ବନ୍ଦ ନ କରିବ ସେ ପର୍ଯ୍ୟନ୍ତ ଭାରତ ଓ ଚାଇନା...

‘୧୪୦ କୋଟି ଦେଶବାସୀଙ୍କ ସହଯୋଗ ନୂଆ ଯାତ୍ରାକୁ ସ୍ବତନ୍ତ୍ର କରିବ’, ଓମ ବିର୍ଲା

ନୂଆଦିଲ୍ଲୀ,୧୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ସଂସଦ ଭବନରେ ସ୍ବତନ୍ତ୍ର ଅଧିବେଶନ ଲୋକ ସଭା ଓ ରାଜ୍ୟ ସଭାରେ ଉତ୍ତେଜନା ସହିତ ଆରମ୍ଭ...

Advertisement
Archives

Model This Week