Posted inଜାତୀୟ

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଘଟଣା ସମୟରେ ସେ ଶିବସେନାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଦଳରୁ ଆସିଥିବା ରାଜଭ୍ରୀ ପାଟିଲଙ୍କ ପାଇଁ ପ୍ରଚାର କରୁଥିଲେ।

ସୌଭାଗ୍ୟବଶତଃ, ଗଡକାରୀଙ୍କୁ ତୁରନ୍ତ ଚିକିତ୍ସା ପ୍ରଦାନ କରାଯାଇଥିଲା ଏବଂ କିଛି ସମୟ ବିରତି ପରେ ମଞ୍ଚ ଉପରକୁ ଯାଇ ତାଙ୍କ ଭାଷଣ ପୁରା କରିଥିଲେ।

ଗଡକରୀଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହେବା ଏହା ପ୍ରଥମ ଘଟଣା ନୁହେଁ। ଏପରିକି ୨୦୧୮ ରେ, ମହାରାଷ୍ଟ୍ରର ଅହମ୍ମଦନଗରରେ ଏକ କାର୍ଯ୍ୟକ୍ରମ ସମୟରେ ସେ ହଠାତ୍ ମଞ୍ଚ ଉପରେ ବେହୋସ ହୋଇପଡିଥିଲେ। ଏହି ସମୟରେ ମହାରାଷ୍ଟ୍ରର ତତ୍କାଳୀନ ରାଜ୍ୟପାଳ ବିଦ୍ୟାସାଗର ରାଓ ତାଙ୍କ ସହ ଉପସ୍ଥିତ ଥିଲେ। ରାଜ୍ୟପାଳ ନିଜେ ତାଙ୍କୁ ମଞ୍ଚରେ ସମ୍ଭାଳିଥିଲେ।

ଏହା ପରେ କୁହାଯାଇଥିଲା ଯେ ସୁଗାର ସ୍ତର କମ୍ ହେତୁ ଗଡକରୀଙ୍କ ମୁଣ୍ଡ ବୁଲାଇଦେଇଥିଲା। ତାଙ୍କୁ ତୁରନ୍ତ ପାଣି ଓ ପେଡା ଦିଆଗଲା। ଏହାପୂର୍ବରୁ ଏକ ରାଲିରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିବାର ଖବର ଆସିଥିଲା। କହିରଖୁ ଯେ ଓଜନ ହ୍ରାସ କରିବା ପାଇଁ ନିତିନ ଗଡକରୀ ତାଙ୍କର ଅପରେସନ୍ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟାରେ ଶେଷ ହେଲା ପ୍ରେମ କାହାଣୀ, ଝିଅକୁ ପୋଲିସ, ପଞ୍ଚାୟତ ଆଗରେ ଗୁଳିକଲେ ବାପା

ଗ୍ବାଲିଅର,୧୫।୧: ମଧ୍ୟପ୍ରଦେଶର ଗ୍ବାଲିଅରରୁ ବୁଧବାର ଏକ ଚାଞ୍ଚଲ୍ୟକର ଅନର କିଲିଂ ମାମଲା ସାମନାକୁ ଆସିଛି। ବିବାହର ୩ ଦିନ ପୂର୍ବରୁ ଜଣେ ବାପା ତାଙ୍କ ଝିଅଙ୍କୁ...

ନିର୍ବାଚନ ପୂର୍ବରୁ ଜୀବନରୁ ମାରିଦେବାକୁ ଯୋଜନା, କେଜ୍‌ରିଓ୍ବାଲ କହିଲେ- ‘ଯେଉଁ ଦିନ ଲାଇଫଲାଇନ୍‌ ସରିଯିବ ସେଦିନ…’

ନୂଆଦିଲ୍ଲୀ,୧୫।୧: ଆମ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଆକ୍ରମଣ କରିବାକୁ ଏକ ଖଲିସ୍ତାନୀ ସମର୍ଥକଙ୍କ ଗୋଷ୍ଠୀ ଯୋଜନା କରୁଥିବା ନେଇ ଗୁଇନ୍ଦା ରିପୋର୍ଟ ହସ୍ତଗତ...

କଂଗ୍ରେସର ନୂଆ ଠିକଣା- ‘ଇନ୍ଦିରା ଭବନ’

ନୂଆଦିଲ୍ଲୀ,୧୫।୧: କଂଗ୍ରେସ ଦଳର ନୂଆ ଠିକଣା ’ଇନ୍ଦିରା ଭବନ’। ବୁଧବାର ଦଳର ନୂତନ ମୁଖ୍ୟାଳୟ ଉଦ୍‌ଘାଟିତ ହୋଇଛି। କଂଗ୍ରେସ ସଂସଦୀୟ ଦଳ ନେତା ସୋନିଆ ଗାନ୍ଧୀ...

ନଇଁଲା ମେଟା: ଜୁକରବର୍ଗଙ୍କ ବୟାନକୁ କହିଲା ‘ଅନିଚ୍ଛାକୃତ ତ୍ରୁଟି’

ନୂଆଦିଲ୍ଲୀ,୧୫।୧: ଶେଷରେ କ୍ଷମା ମାଗିଲା ମେଟା ଇଣ୍ଡିଆ। ସିଇଓ ମାର୍କ ଜୁକରବର୍ଗ ଭାରତର ନିର୍ବାଚନକୁ ନେଇ ଦେଇଥିବା ବିବାଦୀୟ ବୟାନକୁ କମ୍ପାନୀ ପକ୍ଷରୁ ‘ଅନିଚ୍ଛାକୃତ ତ୍ରୁଟି’...

ସାଧ୍ୱୀ ହର୍ଷାଙ୍କ ଉପରେ ରାଗିଗଲେ ଶଙ୍କରାଚାର୍ଯ୍ୟ, କହିଲେ ଏତେ ସୁନ୍ଦରୀ ହେବାର…

ନୂଆଦିଲ୍ଲୀ,୧୫।୧: ପ୍ରୟାଗରାଜର ମହାକୁମ୍ଭରେ ଚର୍ଚ୍ଚାର ବିଷୟ ପାଲଟିଥିବା ମଡେଲ ଏବଂ ଆଙ୍କର ହର୍ଷା ରିଚାରିଆଙ୍କୁ ନେଇ ଏବେ ଏକ ନୂତନ ବିବାଦ ମୁଣ୍ଡ ଟେକିଛି। ମହାକୁମ୍ଭ...

ପ୍ୟାରିସ ଅଲମ୍ପିକ୍ସରେ ଜିତିଥିବା ଦୁଇଟି ଯାକ ମେଡାଲ ଫେରାଇବେ ମନୁ ଭାକର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୫।୧: ପ୍ୟାରିସ ୨୦୨୪ରେ ଦୁଇଟି ମେଡାଲ ବିଜେତା ମନୁ ଭାକର ନିଜ ପଦକ ଫେରାଇବାକୁ ଯାଉଛନ୍ତି। ମନୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଓ...

ପରାଜୟ ପରେ ସ୍ମୃତି ଇରାନୀଙ୍କ କମ୍‌ବ୍ୟାକ୍‌, ମୋଦିଙ୍କ ଟିମ୍‌ରେ ପୁଣି ହେଲେ ସାମିଲ୍‌

ନୂଆଦିଲ୍ଲୀ,୧୫।୧: ୨୦୨୪ ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଛଅ ମାସରୁ ଅଧିକ ସମୟ ଧରି ଲୋକଲୋଚନରୁ ଦୂରେଇ ରହିଥିଲେ ସ୍ମୃତି ଇରାନୀ। ମଝିରେ...

ସାମ୍ନାକୁ ଆସିଲା ସୁନ୍ଦରୀ ସ୍ବାଧୀ ହର୍ଷାଙ୍କ ସତ! ଏହି କାମ କରି ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୧୫।୧: ମହାକୁମ୍ଭ ୨୦୨୫ରେ କୋଟି କୋଟି ଭକ୍ତଙ୍କ ଭିଡ଼ରେ, ବାବା ଓ ନାଗାସାଧୁଙ୍କ ମଧ୍ୟରେ ଯିଏ ଅଧିକ ଭାଇରାଲ ହେଛନ୍ତି ସେ ହେଲେ ସ୍ବାଧୀ ହର୍ଷାରିଚାରିଆ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri