Posted inଜାତୀୟ

ବିରୋଧୀ ଦଳରୁ କିଏ ଦେଇଥିଲା ପ୍ରଧାନମନ୍ତ୍ରୀ ଅଫର ? ଜାଣନ୍ତୁ କ’ଣ କହିଲେ ନିତିନ ଗଡ଼କରୀ

ନୂଆଦିଲ୍ଲୀ,୨୬ା୯: କେନ୍ଦ୍ରମନ୍ତ୍ରୀ ପରିବହନ ନିତିନ ଗଡ଼କରୀ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିବା ଖବର ଅନେକ ଦିନରୁ ଚର୍ଚ୍ଚା ହୋଇଆସୁଛି। ଏହାରି ମଧ୍ୟରେ ସେ ଏହି ପ୍ରସଙ୍ଗରେ ବଡ ବୟାନ ଦେଇଛନ୍ତି ଏବଂ ତାଙ୍କୁ ବିରୋଧୀ ଦଳରୁ ମିଳିଥିବା ପ୍ରଧାନମନ୍ତ୍ରୀ ଅଫର ସମ୍ପର୍କରେ ମଧ୍ୟ ଖୁଲାସା କରିଛନ୍ତି। ତେବେ ଏହି ଚର୍ଚା ସମସ୍ତେ ଶୁଣିଥିବେ କି ବିରୋଧୀ ପ୍ରଧାନମନ୍ତ୍ରୀ ଅଫରକୁ ସେ ପ୍ରତ୍ୟାଖାନ କରିଥିଲେ।

ଗତ ସାଧାରଣ ନିର୍ବାଚନର ଫଳାଫଳ ଆସିବା ପରେ ଅର୍ଥାତ ଜୁନ ୪ ତାରିଖରେ ତାଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ ପ୍ରସ୍ତାବ ମିଳିଥିଲା। କିନ୍ତୁ ସେ ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲେ। ସେ ଜବାବ ଦେଇଥିଲେ କି ଏହା ତାଙ୍କ ବିଚାରଧାରା ସହିତ ମେଳ ଖାଉନାହିଁ।

ଗଡ଼କରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପ୍ରସ୍ତାବ ଦେଇଥିବା ଲୋକଙ୍କୁ ସେ ପଚାରିଥିଲେ, ” ଆପଣ କାହିଁକି ମତେ ପ୍ରଧାନମନ୍ତ୍ରୀ କରିବାକୁଆକୁ ଚାହୁଁଛନ୍ତି ? ଆଉ ଏହା ମୋ ବିଚାରଧାରର ଅନୁରୂପ ନୁହେଁ ଏବଂ ଏପରି କୌଣସି ଅଭିଳାଷା ମୋର ନାହିଁ।” ତେବେ ଶରଦ ପାୱାର କିମ୍ବା ସୋନିଆ ଗାନ୍ଧୀ ତାଙ୍କୁ ଏହି ପ୍ରସ୍ତାବ ଦେଇଥିଲେ କି ପଚରାଯାଇଥିଲା,ଗଡ଼କରୀ ଏହାର ଉତ୍ତର ଦେବାକୁ ମନା କରିଦେଇଥିଲେ।

ମୋଦୀଙ୍କ ବଢୁଥିବା ବୟସ ଏବଂ ଆରଏସଏସରେ ତାଙ୍କର ବିଶ୍ୱସନୀୟତା ବିଷୟରେ ଯେତେବେଳେ ପଚରାଗଲା ସେ ପିଏମ ମୋଦିଙ୍କ ପରେ ପଦୋନ୍ନତି ପାଇବେ କି? ସେ କହିଛନ୍ତି, “ମୁଁ ଜଣେ ଆରଏସଏସ ସ୍ୱେଚ୍ଛାସେବୀ। ଆପଣ ମୋଦି ଜୀଙ୍କୁ ପ୍ରଶ୍ନ ପଚାରିପାରିବେ, କିନ୍ତୁ ପିଏମ ମୋଦୀଙ୍କ ସହିତ ମୋର ସମ୍ପର୍କ ବହୁତ ଭଲ।”

ତେବେ ”ମୁଁ କିଛି ହେବାକୁ ରାଜନୀତିରେ ପ୍ରବେଶ କରି ନାହିଁ। କେହି କାହାକୁ ଆଗକୁ ବଢିବାକୁ ଅନୁମତି ଦିଅନ୍ତି ନାହିଁ, କିନ୍ତୁ ଆଜି ମୁଁ ହୃଦୟରୁ କହୁଛି ଯେ ମୋର କୌଣସି ଅସୁବିଧା ନାହିଁ।” ପ୍ରଧାନମନ୍ତ୍ରୀ ହେବାକୁ ତାଙ୍କର ଅଭିଳାଷର ପ୍ରଶ୍ନ ଉପରେ ସେ କହିଛନ୍ତି, “ମୋର କୌଣସି ଅଭିଳାଷ ନାହିଁ ଯଦି ମୁଁ ଏହାର ଯୋଗ୍ୟ, ତେବେ ମୁଁ ତାହା ପାଇବି।

ଗତ ଦଶ ବର୍ଷ ଧରି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟର ଦାୟିତ୍ୱ ନିତିନ ଗାଡକରୀଙ୍କର ରହିଛି। ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ତାଙ୍କ ଅଭିଜ୍ଞତା ଅନୁଯାୟୀ ଅଧିକ ମନ୍ତ୍ରଣାଳୟ ପାଇବେ ନାହିଁ? ଏ ସମ୍ପର୍କରେ ସେ କହିଛନ୍ତି, “ମୁଁ କେବେ କାହାଠାରୁ କିଛି ପଚାରିବାକୁ ଯାଇ ନାହିଁ। ମୁଁ ୫ ପ୍ରତିଶତ ରାଜନୀତିରେ ଏବଂ ୯୫ ପ୍ରତିଶତ ସାମାଜିକ ସେବାରେ ବିଶ୍ୱାସ କରେ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

୧୬ମାସ ପରେ ଟ୍ରମ୍ପଙ୍କୁ ଭେଟିଲେ ମୋଦି, ଦେଖୁଦେଖୁ କରିଦେଲେ…

ନୂଆଦିଲ୍ଲୀ,୧୬।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ G7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଦୁଇ…

ଭାଜପା ଶାସିତ ରାଜ୍ୟର ସବୁ କୋଇଲା ବିଦ୍ୟୁତ ଟେଣ୍ଡର ହାତେଇଲା ଆଦାନୀ ଗ୍ରୁପ; ୨୫ ବର୍ଷରେ କମାଇବ ୧୩.୨୭ ଲକ୍ଷ କୋଟି

ନୂଆଦିଲ୍ଲୀ,୧୬।୬: ୨୦୨୪ରୁ ଭାରତ ସରକାର ଦୀର୍ଘକାଳୀନ କୋଇଲା ବିଦ୍ୟୁତ କ୍ରୟ ଚୁକ୍ତି (PPA) ପୁଣି ଆରମ୍ଭ କରିବା ପରେ, ଆଦାନୀ ଗ୍ରୁପ ଏକ ବଡ଼ ବ୍ୟବସାୟିକ ସଫଳତା…

ନିୟମ ବଦଳାଇଲେ କେନ୍ଦ୍ର ସରକାର, ଏଥର ବିନା ପ୍ରେସକ୍ରିପସନରେ ମିଳିବନି କଫ ସିରପ୍‌

ନୂଆଦିଲ୍ଲୀ,୧୬।୬: କାଶ ସିରପ ସମେତ ବିଭିନ୍ନ ଔଷଧୀୟ ସିରପ କିଣିବା ପାଇଁ ଏବେ ସାରା ଦେଶରେ ଡାକ୍ତରଙ୍କ ପ୍ରେସକ୍ରିପସନ ବାଧ୍ୟତାମୂଳକ ହେବ। ଔଷଧ ନିୟମ, ୧୯୪୫ ସଂଶୋଧନ…

NEET ପୁନଃପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଟେଲିଗ୍ରାମ ଉପରେ ଲାଗିଲା ଅସ୍ଥାୟୀ ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୬।୬: କେନ୍ଦ୍ର ସରକାର NEET-UG ପୁନଃପରୀକ୍ଷା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜୁନ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମ ବ୍ୟବହାର ଉପରେ ଏକ ଅସ୍ଥାୟୀ କଟକଣା ଜାରି…

‘ରାହୁଲ ଗାନ୍ଧୀ ନିଜେ ଏକ ବଡ଼ ପରିହାସ’: କଂଗ୍ରେସକୁ ଟାର୍ଗେଟ କଲା DMK,ଦଳ ଉପରେ ଲଗାଇଲା ବଡ଼ ଅଭିଯୋଗ

ନୂଆଦିଲ୍ଲୀ,୧୬।୬: ଦେଶବ୍ୟାପୀ ଚାଲିଥିବା ରାଜନୈତିକ ଉଷ୍ମତା ମଧ୍ୟରେ, ବିରୋଧୀ ମେଣ୍ଟ (ଇଣ୍ଡିଆ ବ୍ଲକ) ଭିତରେ ଫାଟ ଏବେ ଖୋଲାଖୋଲି ଭାବରେ ଦେଖାଦେଇଛି। ତାମିଲନାଡୁରେ କ୍ଷମତା ହାସଲ କରୁଥିବା…

ସମ୍ଭାବ୍ୟ ଶାନ୍ତି

ଶେଷରେ ଇରାନ ସହ ଆମେରିକା-ଇସ୍ରାଏଲର ଯୁଦ୍ଧ ମଧ୍ୟରେ ସବୁଠାରୁ ବଡ଼ ପ୍ରତୀକ୍ଷିତ କୂଟନୈତିକ ସଫଳତା ମିଳିଛି, ଯେଉଁଥିରେ ଆମେରିକା ଏବଂ ଇରାନ ସେମାନଙ୍କ ଅସ୍ତ୍ରବିରତିକୁ ୬୦ ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri