Posted inଜାତୀୟ

ଉଦ୍ଭାବନ ସୂଚକାଙ୍କ ଜାରି କଲା ନୀତି ଆୟୋଗ, କର୍ନାଟକ ଶୀର୍ଷରେ…

ନୂଆଦିଲ୍ଲୀ,୨୧।୭ : ନୀତି ଆୟୋଗ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟଗୁଡିକର ଇନୋଭେଶନ ଇଣ୍ଡେକ୍ସ(ଉଦ୍ଭାବନ ସୂଚକାଙ୍କ) ପ୍ରକାଶ କରାଯାଇଛି। ଗୁରୁବାର କମିଶନଙ୍କ ଦ୍ୱାରା ପ୍ରକାଶିତ ଏହି ତାଲିକାରେ କର୍ନାଟକ ପୁଣି ଏକ ନମ୍ବର ହୋଇ ଶୀର୍ଷରେ ରହିଛି। ନିବେଶ ପାଇଁ ଏହା ସର୍ବୋତ୍ତମ ସ୍ଥାନ ଭାବରେ ମୂଲ୍ୟାୟନ କରାଯାଇଛି। ଏହି ସୂଚକାଙ୍କରେ ଦ୍ୱିତୀୟ ସ୍ଥାନରେ ତେଲେଙ୍ଗାନା ଏବଂ ତୃତୀୟ ସ୍ଥାନରେ ହେଉଛି ହରିୟାଣା ରହିଛି। ଆୟୋଗର ସୂଚକାଙ୍କ ଜାତୀୟ ସ୍ତରରେ ନବସୃଜନ କ୍ଷମତା ଏବଂ ଇକୋସିଷ୍ଟମ ଯାଞ୍ଚ କରିଥାଏ।

ନୀତି ଆୟୋଗର ତୃତୀୟ ଉଦ୍ଭାବନ ସୂଚକାଙ୍କ ଉପାଧ୍ୟକ୍ଷ ସୁମନ ବେରୀଙ୍କ ଦ୍ୱାରା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପରମେଶ୍ୱରନ ଆୟରଙ୍କ ଉପସ୍ଥିତିରେ ପ୍ରକାଶ ପାଇଛି। ଏହି ସୂଚକାଙ୍କ ଗ୍ଲୋବାଲ ଇନୋଭେଶନ ଇଣ୍ଡେକ୍ସର ଆଧାରରେ ବିକଶିତ ହୋଇଛି। ଏହାର ଏକ ରିପୋର୍ଟରେ, ପିଟିଆଇ ଏକ ସରକାରୀ ବିବୃତ୍ତିକୁ ଉଲ୍ଳେଖ କରି କହିଛି ଯେ ଇଣ୍ଡେକ୍ସର ତୃତୀୟ ସଂସ୍କରଣ ଦେଶରେ ନବୀକରଣ ବିଶ୍ଳେଷଣର ପରିସରକୁ ମଜବୁତ କରିଛି। ପୂର୍ବ ସଂସ୍କରଣରେ ବିଶ୍ଳେଷଣ ୩୬ ସୂଚକ ଉପରେ ଆଧାରିତ ଥିଲା କିନ୍ତୁ ଏଥର ୬୬ ସୂଚକ ବ୍ୟବହାର କରାଯାଇଛି। ଏକ ବିସ୍ତୃତ ଢାଞ୍ଚା ମାଧ୍ୟମରେ ଏହି ସୂଚକାଙ୍କ ଭାରତର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅଭିନବ କାର୍ଯ୍ୟଦକ୍ଷତାକୁ ମୂଲ୍ୟାଙ୍କନ କରିଥାଏ ବୋଲି ବିବୃତ୍ତିରେ କୁହାଯାଇଛି।

ସେମାନଙ୍କର କାର୍ଯ୍ୟଦକ୍ଷତାର ଏକ ପ୍ରଭାବଶାଳୀ ତୁଳନା ପାଇଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ୧୭ ଟି ପ୍ରମୁଖ ରାଜ୍ୟ, ୧୦ଟି ଉତ୍ତର ପୂର୍ବ ଏବଂ ପାହାଡ ରାଜ୍ୟ ଏବଂ ୯ ଟି କେନ୍ଦ୍ରଶାସିତ ଅଞ୍ଚଳ ଏବଂ ସହର ରାଜ୍ୟରେ ବିଭକ୍ତ କରାଯାଇଛି। ବଏହି ସୂଚକାଙ୍କ ପ୍ରକାଶ କରିବାର ଉଦ୍ଦେଶ୍ୟ ହେଉଛି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ନବସୃଜନ ବ୍ୟବସ୍ଥାର ମୂଲ୍ୟାଙ୍କନ କରିବା। ଯାହା ଦ୍ୱାରା ନୀତି ନିର୍ଣ୍ଣୟକାରୀମାନେ ସେମାନଙ୍କ ଯୋଜନାକୁ ଏହି ଆଧାରରେ ପ୍ରସ୍ତୁତ କରିପାରିବେ।

ଅପରପକ୍ଷରେ ଡିଜିଟାଲ ବ୍ୟାଙ୍କକୁ ସୁଗମ କରିବା ପାଇଁ ଭାରତରେ ଆବଶ୍ୟକ ପ୍ରଯୁକ୍ତିବିଦ୍ୟା ରହିଛି ଏବଂ ଏହାକୁ ପ୍ରୋତ୍ସାହିତ କରିବା ପାଇଁ ନିୟାମକ ଢାଞ୍ଚା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ନୀତିି ଆୟୋଗ କହିଛନ୍ତି। ଆୟୋଗ ତାଙ୍କ ରିପୋର୍ଟରେ ଦେଶରେ ଡିଜିଟାଲ ବ୍ୟାଙ୍କ ଲାଇସେନ୍ସ ଏବଂ ନିୟାମକ ବ୍ୟବସ୍ଥା ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

ହସାଇ ହସାଇ ବେଦମ କରୁଛି ବିକ୍ଷୋଭ ସମୟରେ ଆରଏଏଫ (RAF) ଯବାନ ଗୋଡ଼ାଇ ଗୋଡ଼ାଇ ଧରିଥିବା ସବୁଠାରୁ ଛୋଟ ‘କକରୋଚ’ର Video

ନୂଆଦିଲ୍ଲୀ,୧୧।୧୦: ଅକ୍ଟୋବର ୧୦ ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ‘କକରୋଚ ଜନତା ପାର୍ଟି’ (CJP)ର ଏକ ବିକ୍ଷୋଭ ପ୍ରଦର୍ଶନ ସମୟରେ ଏପରି ଏକ ଦୃଶ୍ୟ ଦେଖିବାକୁ…

ଭାରତ ବିପକ୍ଷରେ ନୂଆ ରୂପରେ ନଜର ଆସିବେ କିୱି ଖେଳାଳି

ନୂଆଦିଲ୍ଲୀ,୧୧।୧୦: ଭାରତ ବିପକ୍ଷ ODI ସିରିଜ ସମୟରେ ନ୍ୟୁଜିଲ୍ୟାଣ୍ଡ ଦଳ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧିବ। ନ୍ୟୁଜିଲ୍ୟାଣ୍ଡ ନିକଟରେ ଏହି ODI ସିରିଜ ପାଇଁ ନିଜ ଦଳ…

ଆସିଲା କଡ଼ା ନିୟମ: ସୋସିଆଲ ମିଡିଆକୁ ମନଇଚ୍ଛା କରିପାରିବେନି ବ୍ୟବହାର, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୧ା୧୦: ଡାକ୍ତର ଓ ହସ୍ପିଟାଲ ପାଇଁ କଡ଼ା ନିୟମ ଆଣିଛି ନ୍ୟାଶନାଲ ମେଡିକାଲ କମିଶନ(NMC)। ଏନ୍‌ଏମ୍‌ସି ଦ୍ୱାରା ଜାରି ହୋଇଥିବା କଡ଼ା ନିୟମ ଅନୁଯାୟୀ, ଦେଶର ଡାକ୍ତର…

କିଏ ସେହି ଖେଳାଳି ଯାହାଙ୍କୁ ନେଇ ବୀରେନ୍ଦ୍ର ସେହୱାଗ କହିଲେ ଏତେ ବଡ଼ କଥା; ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟରେ ଏପରି କେତେଜଣ ବ୍ୟାଟର ଅଛନ୍ତି ଯେଉଁମାନେ ପଡ଼ିଆରେ ପାଦ ଦେବା ମାତ୍ରେ ବୋଲରଙ୍କୁ ଚ୍ୟାଲେଞ୍ଜ ଦେବା ଆରମ୍ଭ କରନ୍ତି। ନିଜର ସମ୍ପୂର୍ଣ୍ଣ କ୍ୟାରିୟର…

‘ନା ବାରିକେଡ ଲଗାଇପାରିବେ, ନା ଇଣ୍ଟରନେଟ ବନ୍ଦ କରିପାରିବେ’: CJP ବିକ୍ଷୋଭ ମାମଲାରେ ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟରେ ଆଜି CJP ବିକ୍ଷୋଭ (ପ୍ରୋଟେଷ୍ଟ) ସମ୍ପର୍କିତ ଆବେଦନଗୁଡ଼ିକର ଶୁଣାଣି ହୋଇଛି, ଯେଉଁଥିରେ ବିକ୍ଷୋଭ କାରଣରୁ ମେଟ୍ରୋ ଏବଂ ଟ୍ରେନ ସେବା ବନ୍ଦ ରଖିବା ନିର୍ଦ୍ଦେଶକୁ…

‘ମୋତେ ଗିରଫ ନୁହେଁ ଅପହରଣ କରାଯାଇଥିଲା…’ ମୁକୁଳିବା ପରେ ପାର୍ସପୋର୍ଟ ଦେଖାଇ ବଡ଼ କଥା କହିଲେ…

ନୂଆଦିଲ୍ଲୀ: ‘କକ୍ରୋଚ୍ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନରେ ଯୋଗଦେବାକୁ ଆସିଥିବା ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କୁ ପୋଲିସ ହାଜତରୁ ଛାଡ଼ିଦିଆଯାଇଛି। ଗତକାଲି ବିଳମ୍ବିତ ରାତିରେ ପୋଲିସ…

ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ…

ମୋହନା,୧୧ା୧୦(ମନ୍ମଥ ମିଶ୍ର): ଗାଧୋଇବାକୁ ଯାଇ ଘାଇରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?