ଗୁଳି ଫୁଟିଲାନି-ସୈନ୍ୟ ବି ପ୍ରବେଶ କଲେ ନି, ୟୁକ୍ରେନ୍‌ରେ ହେଲା ଆକ୍ରମଣ…

ମସ୍କୋ/କାଇଭ୍‌,୧୬।୨ : ଫେବୃଆରୀ ୧୬ରେ ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ନେଇ ଆମେରିକା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ମାତ୍ର ଗୁଳି ଫୁଟିଲାନି କି ରୁଷିଆ ସୈନ୍ୟ ୟୁକ୍ରେନ୍‌ରେ ପ୍ରବେଶ ମଧ୍ୟ କଲେ ନାହିଁ। କିନ୍ତୁ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କଲା। ୟୁକ୍ରେନ୍‌ରେ ସାଇବର ଆକ୍ରମଣ ହୋଇଛି। ଏହା ପଛରେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନଙ୍କ ହାତ ରହିଛି ବୋଲି ଜଣାପଡିଛି।

ୟୁକ୍ରେନର ବିଭିନ୍ନ ସରକାରୀ ଏଜେନ୍ସି ଏବଂ ବଡ ବ୍ୟାଙ୍କ ଉପରେ ସାଇବର ଆକ୍ରମଣ ହେବାର ଖବର ମିଳିଛି। ଏହି ଆକ୍ରମଣ ଯୋଗୁ ୧୦ରୁ ଅଧିକ ୱେବସାଇଟ କାମ କରିବା ବନ୍ଦ କରିଦେଇଛି। ଏହା ପଛରେ ରୁଷିଆର ପ୍ରଚ୍ଛନ୍ନ ହାତ ରହିଥାଇପାରେ ବୋଲି ୟୁକ୍ରେନ ପ୍ରଶାସନ କହିଛି। ଯେତେବେଳେ ପୁଟିନ୍‌ ସିଧାସଳଖ ଆକ୍ରମଣ ଯୋଜନା କରିବାରେ ସଫଳ ହୋଇନାହାଁନ୍ତି, ସେ ହୁଏତ ଏଭଳି କାମ ଆରମ୍ଭ କରିଥିବେ ବୋଲି ୟୁକ୍ରେନ୍‌ କହିଛି।

ୟୁକ୍ରେନ ସରକାରଙ୍କ ଅନୁଯାୟୀ, ସେଠାରେ ଡିଡିଓଏସ୍‌ ସାଇବର ଆକ୍ରମଣ ହୋଇଛି। ଏହି କାରଣରୁ, କେତେକ ୱେବସାଇଟ ଅଚଳ ହୋଇ ପଡ଼ିଛି। ଏଥିରେ ପ୍ରତିରକ୍ଷା ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ସଂସ୍କୃତି ମନ୍ତ୍ରଣାଳୟ ଏବଂ ବୃହତ ବ୍ୟାଙ୍କଗୁଡ଼ିକର ୱେବସାଇଟ ଅନ୍ତର୍ଭୁକ୍ତ।

ୟୁକ୍ରେନର ସବୁଠୁ ବଡ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ କେତେକ ଘରୋଇ ବ୍ୟାଙ୍କଗୁଡିକର ଆପ ମଧ୍ୟ କାମ କରୁନାହିଁ। ଫଳରେ ଅନଲାଇନ ପେମେଣ୍ଟ ମଧ୍ୟ ସମ୍ଭବ ହୋଇ ପାରୁ ନାହିଁ। ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ସାଇବର ଆଟାକ୍‌ ହୋଇଥିବା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ତେବେ ବ୍ୟାଙ୍କରେ ଗ୍ରାହକଙ୍କର ଜମାର କୌଣସି କ୍ଷତି ହେବ ନାହିଁ ବୋଲି କୁହାଯାଇଛି।

ଜାନୁଆରୀରେ ମଧ୍ୟ ୟୁକ୍ରେନ ଉପରେ ସାଇବର ଆକ୍ରମଣ ହୋଇଥିଲା। ଫଳରେ ୭୦ ୱେବସାଇଟ କାମ ବନ୍ଦ କରି ଦେଇଦେଲା। ୨୦୧୭ରେ ରୁଷିଆ ୟୁକ୍ରେନ ଉପରେ ଏକ ବଡ଼ ସାଇବର ଆକ୍ରମଣ କରିଥିଲା। ସେତେବେଳେ ନୋଟପେଟିଆ ନାମକ ଏକ ଭାଇରସ୍‌ ମାଧ୍ୟମରେ ସାରା ବିଶ୍ୱର ୧୦ ବିଲିୟନ ଡଲାରର କ୍ଷତି ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?