Posted inଜାତୀୟ

ବଦଳିଲା ନିଟ୍‌-ପିଜି ପରୀକ୍ଷା ତାରିଖ

ନୂଆଦିଲ୍ଲୀ,୨୦।୩: ଭାରତର ନିର୍ବାଚନ ଆୟୋଗ ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ହେବାକୁ ଥିବା ଅନେକ ବଡ ପରୀକ୍ଷା ଏହାଦ୍ୱାରା ପ୍ରଭାବିତ ହୋଇଛି। ଏହି ତାଲିକାରେ NEET UG ଏବଂ ICAI CA ପରି ବଡ ପରୀକ୍ଷା ସାମିଲ ଅଛି। ଆଜି NEET PG ସମ୍ବନ୍ଧରେ ଏକ ବଡ ଆସିଛି। କୁହାଯାଇଛି ଯେ, ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି NEET PG ପରୀକ୍ଷାରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହି ପରୀକ୍ଷା ପୂର୍ବରୁ ଜୁଲାଇ ୭ରେ ଅନୁଷ୍ଠିତ ହେବାର ଥିଲା, ବର୍ତ୍ତମାନ ଏହା ଜୁନ ୨୩ରେ ଅନୁଷ୍ଠିତ ହେବ। ଜାତୀୟ ମେଡିକାଲ କମିଶନ ଏ ସମ୍ପର୍କରେ ସୂଚନା ପ୍ରଦାନ କରି ବିଜ୍ଞପ୍ତି ଜାରି କରିଛନ୍ତି।
ଜାତୀୟ ମେଡିକାଲ କମିଶନଙ୍କ ଦ୍ୱାରା ଜାରି ବିଜ୍ଞପ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, NEET PG ପାଇଁ ଯୋଗ୍ୟ ହେବା ପାଇଁ ଇଣ୍ଟର୍ନସିପ ସମାପ୍ତ କରିବାର କଟ ଅଫ ତାରିଖ ଅପରିବର୍ତ୍ତିତ ରହିବ। ଏହି ତାରିଖ ୧୫ ଅଗଷ୍ଟ ଅଟେ। ଜୁଲାଇ ୧୫ରେ ପରୀକ୍ଷା ଫଳାଫଳ ଘୋଷଣା କରାଯିବ ବୋଲି ଆୟୋଗ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୬ରୁ ଏକାଡେମିକ ଅଧିବେଶନ ଆରମ୍ଭ ହେବ।
ସୂଚନାଯୋଗ୍ୟ ଯେ ଏହି ପରୀକ୍ଷଣର କାର୍ଯ୍ୟସୂଚୀ ପୂର୍ବରୁ ମଧ୍ୟ ଥରେ ପରିବର୍ତ୍ତନ କରାଯାଇଛି। ଏହାପୂର୍ବରୁ ମାର୍ଚ୍ଚ ୩ରେ NEET PG 2024 ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। ଏହାକୁ ଜୁଲାଇ ୭, ୨୦୨୪କୁ ଘୁଞ୍ଚାଯାଇଥିଲା। ବର୍ତ୍ତମାନ ଲୋକ ସଭା ନିର୍ବାଚନ ହେତୁ ଏହାର ତାରିଖ ପୁଣି ଥରେ ପରିବର୍ତ୍ତନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ମ୍ୟାଚରେ ଫେଲ୍‌ ମାରିଲେ ବୈଭବ, ଛକା-ଚୌକା ବର୍ଷା କଲେ ସୂର୍ଯ୍ୟକୁମାର, ଫ୍ୟାନ୍ସ ତାଜୁବ

ନୂଆଦିଲ୍ଲୀ,୧୪।୧୧: ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟ୍ରଫିର ଧମାକାଦାର ଆରମ୍ଭ ହୋଇଛି। ଆଜି ସୂର୍ଯ୍ୟକୁମାର ଯାଦବଙ୍କଠାରୁ ଆରମ୍ଭ କରି ବୈଭବ ସୂର୍ଯ୍ୟବଂଶୀ ଓ ଶିବମ ଦୁବେଙ୍କ ଭଳି…

ରାଜ୍ୟରେ ଆରମ୍ଭ ହେଲା ପିଏମ୍‌ ଆବାସ ବଣ୍ଟନ: ବଲାଙ୍ଗୀରରୁ ଶୁଭାରମ୍ଭ

ବଲାଙ୍ଗୀର,୧୪।୧୧(ସୁନୀଲ ମହାନ୍ତି ): ରାଜ୍ୟରେ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ ଆବାସ) ଅଧୀନରେ ଗୃହ ବଣ୍ଟନ ପ୍ରକ୍ରିୟା। ବଲାଙ୍ଗିରରେ ଆୟୋଜିତ ଏକ ରାଜ୍ୟସ୍ତରୀୟ ମେଗା…

ଏଣିକି ପ୍ରତିଦିନ ଗୋଟିଏ ସିଟିଂରେ ହେବ ମାଟ୍ରିକ୍‌ ପରୀକ୍ଷା: ମାର୍ଚ୍ଚ ୧୨ରୁ ଆରମ୍ଭ, ୨୭ରେ ଶେଷ ହେବ ପରୀକ୍ଷା

ଭୁବନେଶ୍ୱର,୧୪।୧୧ ଆଗାମୀ ମାଟ୍ରିକ୍‌ ପରୀକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)। ଏଣିକି ପ୍ରତିଦିନ ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ ମାଟ୍ରିକ୍‌ ପରୀକ୍ଷା।…

କଂଗ୍ରେସ ବିଧାୟକଙ୍କ ନାଁରେ FIR, ନାବାଳିକାଙ୍କୁ ବଳାତ୍କାର ପରେ….

ରାଞ୍ଚି,୧୪।୧୧: ଝାଡ଼ଖଣ୍ଡର ସିମଡେଗା ଜିଲାର କଂଗ୍ରେସ ବିଧାୟକ ଭୂଷଣ ବାରାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ୧୪ ବର୍ଷୀୟ ଜଣେ…

ଦେଶ ବଞ୍ଚାଅ, ଅରାଜକତା ହଟାଅ ନାରାରେ ଭାଜପାର ବିଶାଳ ଶୋଭାଯାତ୍ରା

କୋରାପୁଟ,୧୪ା୧୧(ଅମିତାଭ ବେହେରା): ‘ଦେଶ ବଞ୍ଚାଅ, ଅରାଜକତା ହଟାଅ’ ନାରା ଦେଇ କୋରାପୁଟ ଜିଲା ଭାଜପା ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଛି। ଜିଲାର ସମସ୍ତ ବ୍ଲକ୍‌ରୁ…

ଡାଲିରେ ୨୪ କ୍ୟାରେଟ ସୁନାର ଛୁଙ୍କ! ଦାମ ଶୁଣିଲେ ଉଡ଼ିଯିବ ଆପଣଙ୍କ ହୋସ୍‌

ଡାଲି କହିଲେ ଆମ ମନକୁ ଆସେ ଜିରା, ରସୁଣ, ଶୁଖିଲା ଲଙ୍କା ଆଉ ଘିଅର ବାସ୍ନାଭରା ଛୁଙ୍କ। ହେଲେ ଯଦି ଡାଲିରେ ଘିଅ ସହ ମିଶିଥିବା ୨୪…

ପେନଶନଭୋଗୀଙ୍କ ପାଇଁ ଜରୁରୀ ସୂଚନା: ନଭେମ୍ୱର ୩୦ ପୂର୍ବରୁ ସାରିଦିଅନ୍ତୁ ଏହି କାମ, ନଚେତ ବନ୍ଦ ହୋଇଯିବ ପେନଶନ!

ଦେଶର ଲକ୍ଷ ଲକ୍ଷ ପେନସନଭୋଗୀଙ୍କ ପାଇଁ ପ୍ରତିବର୍ଷ ନଭେମ୍ୱର ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ପ୍ରତି ମାସରେ ସୁରୁଖୁରୁରେ ପେନସନ ପାଇବା ପାଇଁ, ସମସ୍ତ ଯୋଗ୍ୟ ପେନସନଭୋଗୀଙ୍କୁ…

ମାତ୍ର ୧୫ ବର୍ଷ ବୟସରେ ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ ବିଶ୍ୱରେକର୍ଡ

ଇନ୍ଦୋର,୧୪।୧୧:ମାତ୍ର ୧୫ ବର୍ଷ ବୟସରେ ଭାରତୀୟ କ୍ରିକେଟ୍‌ର ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ ଆଉ ଏକ ଐତିହାସିକ ଉପଲବ୍ଧି ହାସଲ କରିଛନ୍ତି। ଶନିବାର ଇନ୍ଦୋରର ହୋଲକର ଷ୍ଟାଡିୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?