ନିଶାନ ବି-ଏମ୍‌ପିଭିର ଅନାବରଣ

ନୂଆଦିଲ୍ଲୀ,୨୮।୩: ନିଶାନ ମୋଟର ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବି-ଏମ୍‌ପିଭିର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଏହି ନୂଆ ୭ ସିଟର ‘ବି-ଏମ୍‌ପିଭି’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ଜାପାନର ୟୋକୋହାମାଠାରେ ଉଦ୍‌ଯାପିତ ଗ୍ଲୋବାଲ ପ୍ରଡକ୍ଟ ଶୋ’କେସ୍‌ ଇଭେଣ୍ଟରେ କମ୍ପାନୀ ଭାରତ ପାଇଁ ନିର୍ମିତ ଦୁଇଟି ନୂତନ ଉପତ୍ାଦକୁ ପ୍ରଦର୍ଶିତ କରିଥିଲା। ଏଠାରେ ପ୍ରଥମ ଥର ପାଇଁ ନୂଆ ୭-ସିଟର ବି-ଏମ୍‌ପିଭି (ମଲ୍ଟି-ପର୍‌ପୋଜ ଭେଇକିଲ)ର ବିଶ୍ୱସ୍ତରୀୟ ଉନ୍ମୋଚନ ସହ ନିଶାନ ଏହାର ଯୋଜନାବଦ୍ଧ ଉତ୍ପାଦ ଲଞ୍ଚ ଆରମ୍ଭ କରିଛି। ଏହି ନୂଆ ଉତ୍ପାଦକୁ ୨୦୨୫ ଆର୍ଥିକ ବର୍ଷରେ କମ୍ପାନୀର ଭାରତ ଉତ୍ପାଦ ପୋର୍ଟଫୋଲିଓର ନୂଆ ଅଂଶ ଭାବେ ଲଞ୍ଚ କରାଯିବ। ସେହିପରି ୨୦୨୬ରେ ପୂର୍ବରୁ ଘୋଷଣା କରାଯାଇଥିବା ଏକ ୫ ସିଟର ସି-ଏସ୍‌ୟୁଭି (କମ୍ପାକ୍ଟ ସ୍ପୋର୍ଟସ ୟୁଟିଲିଟି ଭେଇକିଲ) ମଧ୍ୟ ଲଞ୍ଚ କରାଯିବ। କମ୍ପାନୀ ଆଜି ଭାରତୀୟ ଗ୍ରାହକଙ୍କ ପାଇଁ ଏହି ଦୁଇଟି ନୂତନ ଉତ୍ପାଦର ଟିଜର ଶେୟାର କରିଛି, ଯାହା ଉଭୟ ଗାଡ଼ିର ଲଞ୍ଚ ସମୟକୁ ନିଶ୍ଚିତ କରୁଛି। ନିଶାନ ମୋଟର ଇଣ୍ଡିଆ ବି/ସି ଓ ଡି-ଏସ୍‌ୟୁଭି ସେଗ୍‌ମେଣ୍ଟରେ ଭାରତୀୟ ଗ୍ରାହକଙ୍କ ପାଇଁ ୨୦୨୬ ଆର୍ଥିକ ବର୍ଷ ସୁଦ୍ଧା ୪ଟି ନୂତନ ଉତ୍ପାଦର ବଜାର ପ୍ରବେଶ କରାଇବା ପାଇଁ ଟ୍ରାକ୍‌ରେ ରହିଛି। ଆଉ ଏକ ଆଇକୋନିକ ନିଶାନ ଏସ୍‌ୟୁଭିରୁ ପ୍ରେରିତ ହୋଇଥିବା ନୂଆ ସି-ଏସ୍‌ୟୁଭି ନିଶାନ ପାଟ୍ରୋଲଠାରୁ ଏହାର ଡିଜାଇନ ପ୍ରେରଣା ହାସଲ କରିଛି। ଏହି ସି-ଏସ୍‌ୟୁଭି ପ୍ରକୃତ ନିଶାନ ଏସ୍‌ୟୁଭି ଡିଏନଏ ଏବଂ ସମାନ ନିର୍ଭରଯୋଗ୍ୟତା, ପ୍ରିମିୟମ କାରିଗରୀ ଓ ଟେକ୍ନୋଲୋଜି ପ୍ରଦାନ କରିବ ଯାହା ପାଇଁ ନିଶାନ ବିଶ୍ୱବ୍ୟାପୀ ଲୋକପ୍ରିୟ । ଅନ୍ୟପକ୍ଷରେ ନିଶାନ ୭-ସିଟର ବି-ଏମ୍‌ପିଭି ନିଜର କ୍ରୟକୁ ସର୍ବାଧିକ କରିବାକୁ ଚାହୁଁଥିବା ମୂଲ୍ୟ ସଚେତନ ଗ୍ରାହକଙ୍କୁ ଅତୁଳନୀୟ ମୂଲ୍ୟ, ଗୁଣବତ୍ତା ଓ ଆରାମ ପ୍ରଦାନ କରିବ। ନିଶାନ ବି-ଏମପିଭି ମସ୍କୁଲାର ଷ୍ଟାଇଲିଂ ପ୍ରଦାନ କରିବ ଯାହା ନିଶାନର ଭିନ୍ନ ଡିଜାଇନ ଦର୍ଶନ ପାଇଁ ସ୍ବତନ୍ତ୍ର ।


Enter your email to get our daily news in your inbox.

All Right Reserved By Dharitri.Com

ଇପିଏଫ୍‌ଓ ୩.୦ରେ ବଡ଼ ପରିବର୍ତ୍ତନ! ଆଉ ୭୫% ନୁହେଁ, ଏଣିକି ବିନା କାରଣରେ ବି ଉଠାଇ ପାରିବେ ପୁରା PF ଟଙ୍କା

ନୂଆଦିଲ୍ଲୀ,୨୧।୬: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର ସଦସ୍ୟମାନଙ୍କ ପାଇଁ ‘EPFO 3.0’ ଅଧୀନରେ ଅନେକ ସହଜ ଓ ସୁବିଧାଜନକ ନିୟମ ଆଣିବାକୁ ଯାଉଛି। ଏହି…

ଗଞ୍ଜାମ କଲେଜରେ ଅନ୍ତର୍ଜାତୀୟ ଯୋଗ ଦିବସ

ଗଞ୍ଜାମ, ୨୧।୬ (ବିଦ୍ୟାଧର ସାହୁ): ଗଞ୍ଜାମ କଲେଜ ପରିସରରେ ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା। କଲେଜର ଅଧ୍ୟକ୍ଷା ଡ଼. ସ୍ମରଣିକା ହୋତାଙ୍କ ସମେତ ୮୦ରୁ…

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦିନିକିଆ ଦଳ ଘୋଷଣା: ବିରାଟଙ୍କ ପ୍ରତ୍ୟାବର୍ତ୍ତନ, ଯଶସ୍ୱୀ ବାଦ୍

ନୂଆଦିଲ୍ଲୀ,୨୧।୬: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ରବିବାର, ୨୧ ଜୁନ୍‌ରେ ୧୫ ଜଣିଆ ଭାରତୀୟ ଦିନିକିଆ (ODI) ଦଳ ଘୋଷଣା କରିଛି।…

କେସିଙ୍ଗା -ଟିଟିଲାଗଡ ରାସ୍ତା, ତେଲନଦୀ ବ୍ରିଜର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ଭାରୀଯାନ ଚଳାଚଳ ଯୋଗୁ ବ୍ରିଜ୍‌ ଭାଙ୍ଗିବାର…

କେସିଙ୍ଗା,୨୧।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ସିଟିଜେନ ଫୋରମ ପକ୍ଷରୁ କେସିଙ୍ଗା -ଟିଟିଲାଗଡ ରାସ୍ତା ଓ ତେଲନଦୀ ବ୍ରିଜ୍‌କୁ ନେଇ ଏକ ଖବରଦାତା ସମ୍ମିଳନୀ…

ଶରୀରକୁ ସୁସ୍ଥ, ମନକୁ ସନ୍ତୁଳିତ କରେ ଯୋଗ

ରାଇକିଆ,୨୧।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ ଶରୀରକୁ ସୁସ୍ଥ ରଖେ। ଏଥିସହିତ…

ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ: ଲକ୍ଷପତି ଦିଦିଙ୍କୁ କରାଗଲା ସମ୍ବର୍ଦ୍ଧିତ, ଅଙ୍ଗନଓ୍ବାଡି କର୍ମୀଙ୍କୁ ମିଳିଲା ସ୍ମାର୍ଟଫୋନ

ଥୁଆମୂଳ ରାମପୁର,୨୧।୬ (ଦୁର୍ଗା କୀର୍ତ୍ତି): ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଥୁଆମୂଳ ରାମପୁର ଠାରେ ବ୍ଲକ ସ୍ତରୀୟ ‘ସୁଭଦ୍ରା…

ବରଗଡ଼ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ: ସାମିଲ ହେଲେ ବିଧାୟକ-ଜିଲାପାଳ

ବରଗଡ଼,୨୧।୬(ପ୍ରେମାନନ୍ଦ ଖମାରୀ): ଅନ୍ତର୍ଜାତୀୟ ଯୋଗ ଦିବସ ରବିବାର ବରଗଡ଼ ଜିଲାର ସମସ୍ତ ବ୍ଲକ ଓ ଗ୍ରାମପଞ୍ଚାୟତ ମୁଖ୍ୟାଳୟ ତଥା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ଉତ୍ସାହ…

ଦିଗପହଣ୍ଡି ମିନି ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ     

ଦିଗପହଣ୍ଡି,୨୧|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଆୟୋଜିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri