Posted inଖେଳ

ନେଗେଟିଭ୍‌ ସତ୍ୱେ ଖେଳିବେନି ନିଶିକୋରୀ

ନ୍ୟୁୟର୍କ, ୨୮ା୮(ଏପି): କୋଭିଡ୍‌-୧୯ ଟେଷ୍ଟରେ ଦୁଇଥର ପଜିଟିଭ ପରେ ନେଗେଟିଭ୍‌ ଆସିଥିଲେ ହେଁ ୟୁ.ଏସ. ଓପ୍‌ନ୍‌ ୨୦୧୪ ରନର୍ସ ଅପ୍‌ କେଇ ନିଶିକୋରୀ ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁଥିବା ଏହି ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ନାହିଁ। ନିଶିକୋରୀ କହିଛନ୍ତି, ସେ ଧିରେ ଧିରେ ଅଭ୍ୟାସକୁ ଫେରିବା ଲାଗି ବିଚାର କରୁଛନ୍ତି। ବହୁଦିନ ଛୁଟିରେ ରହିବା ପରେ ୫ ସେଟ୍‌ ବିଶିଷ୍ଟ ପ୍ରତିଯୋଗିତାରେ ଭାଗ ନେବା ବର୍ତ୍ତମାନ ତାଙ୍କ ପକ୍ଷେ ସମ୍ଭବପର ନୁହେଁ ସେ ମୋବାଇଲ୍‌ ଆପ୍‌ରେ ଉଲ୍ଲଖ କରିଛନ୍ତି। ୟୁ.ଏସ୍‌. ଓପନ୍‌କୁ ସେ ଭଲ ପାଆନ୍ତି କାରଣ ଏହି ଟୁର୍ନାମେଣ୍ଟରେ ତାଙ୍କର ଅନେକ ଅଭୁଲା ସ୍ମୃତି ରହିଛି। ସେ କ୍ଲେ କୋର୍ଟରେ ପ୍ରଥମେ ଖେଳ ଆରମ୍ଭ କରିବାକୁ ସ୍ଥିର କରିଛନ୍ତି। ବୁଧବାର ୟୁ.ଏସ୍‌. ଓପନରୁ ଓହରିଯାଇଥିବା ଅନ୍ୟ ଜଣେ ଖେଳାଳି ହେଲେ ପୋଲୋନା ହରକଗ୍‌। ଏହା ଫଳରେ ୨୦୦୯ ସେମିଫାଇନାଲିଷ୍ଟ ୟାନ୍ନା ଓ୍ବିକ୍‌ମେୟର ମୁଖ୍ୟ ଡ୍ର’ରେ ସ୍ଥାନ ପାଇ ପାରିଛନ୍ତି। ଫ୍ଲିସିଂ ମିଡୋଜ୍‌ ହାର୍ଡକୋର୍ଟରେ ସେପ୍ଟେମ୍ବର ୧୩ରେ ୟୁ.ଏସ୍‌. ଓପନ୍‌ ଶେଷ ହେବା ପରେ ଟେନିସ ଟୁର୍‌ ୟୁରୋପର ରେଡ୍‌ କ୍ଲେକୁ ଉଠିଯିବ। ସେପ୍ଟେମ୍ବର ୨୭ରେ ଆମ୍ଭ ହେବାକୁଥିବା ଫ୍ରେଞ୍ଚ ଓପନ୍‌ରେ ଖେଳିବାକୁ ନିଶିକୋରୀ ନଜର ରଖିଛନ୍ତି। ଏକଦା ୪ ନମ୍ବର ର଼୍ୟାଙ୍କିଙ୍ଗକୁ ଉନ୍ନୀତ ହୋଇଥିବା ଜାପାନର ଏହି ୩୦ବର୍ଷୀୟ ଖେଳାଳି ବର୍ତ୍ତମାନ ୩୧ ନମ୍ବର ସ୍ଥାନରେ ରହିଛନ୍ତି। ନିଶିକୋରୀ ୨୦୧୪ ଫ୍ଲଶିଂ ମିଡୋଜ୍‌ ଫାଇନାଲରେ ମାରିନ୍‌ ସିଲିକ୍କଠାରୁ ହାରିଯାଇଥିଲେ। ୨୦୧୬ ଏବଂ ୨୦୧୮ରେ ସେ ନ୍ୟୁୟର୍କରେ ଜଣେ ସେମିଫାଇନାଲିଷ୍ଟ ମଧ୍ୟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri