Posted inଖେଳ

କ୍ୟାରିବିୟାନ ପ୍ରିମିୟର ଲିଗ୍‌ : ଇତିହାସ ସୃଷ୍ଟିକଲେ ବ୍ରାଭୋ, ତାମ୍ବେଙ୍କ ପଦାର୍ପଣ

ପୋର୍ଟ ଅଫ୍‌ ସ୍ପେନ୍‌,୨୮।୮(ପି.ଟି.): ଏଠାରେ ଚାଲିଥିବା ହିରୋ କ୍ୟାରିବିୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ଅଲ ରାଉଣ୍ଡର ଡ୍ବେନ ବ୍ରାଭୋ ଇତିହାସ ସୃଷ୍ଟି କରିଛନ୍ତି। ସେହିପରି ପ୍ରବୀଣ ତାମ୍ବେ ପ୍ରଥମ ଭାରତୀୟ କ୍ରିକେଟର ଭାବେ ସିପିଏଲ୍‌ରେ ପଦାର୍ପଣ କରିଛନ୍ତି। ଏହି ଲିଗ୍‌ରେ ଟ୍ରିନ୍‌ବାଗୋ ନାଇଟ୍‌ ରାଇଡର୍ସ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ସେଣ୍ଟ ଲୁସିଆ ଜୌକ୍ସକୁ ଡକ୍‌ଓ୍ବର୍ଥ/ଲୁଇସ୍‌ ନିୟମରେ ୬ ଉଇକେଟରେ ପରାସ୍ତ କରିଛି। ଏଥି ସହିତ ଟ୍ରିନ୍‌ବାଗୋ ନାଇଟ୍‌ ରାଇଡର୍ସ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି। ଏହି ବିଜୟରେ ଡ୍ବେନ ଓ ତାଙ୍କ ଭାଇ ଡାରେନ୍‌ ବ୍ରାଭୋ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ପରିବର୍ତ୍ତିତ ବିଜୟ ଲକ୍ଷ୍ୟ ୭୨ ରନକୁ ନାଇଟ୍‌ ରାଇଡର୍ସ ଅତି ସହଜରେ ହାସଲ କରିଥିଲା। ଡ୍ବେନ ପ୍ରଥମ ବୋଲର ଭାବେ ୫୦୦ ଟି୨୦ ଓ ସିପିଏଲ୍‌ରେ ୧୦୦ତମ ଉଇକେଟ ହାସଲ କରିଛନ୍ତି। ସେହିପରି ଡାରେନ୍‌ ୨ଟି ଛକା ସହାୟତାରେ ୧୩ ବଲରୁ ୨୩ ରନ ସଂଗ୍ରହ କରିଥିଲେ। ଫଳରେ ନାଇଟ୍‌ ରାଇଡର୍ସ ଗୋଟିଏ ଓଭର ବାକି ରଖି ୯ ଓଭରରେ ବିଜୟ ହାସଲ କରିନେଇଥିଲା। ଏଥିସହିତ ଡାରେନ୍‌ ପ୍ରଥମ ଖେଳାଳି ଭାବେ ସିପିଏଲ୍‌ରେ ୧୦୦ଟି ଛକା ମାରିବାର ରେକର୍ଡ ହାସଲ କରିଛନ୍ତି। ବୁଧବାର ସିପିଏଲ୍‌ରେ ଆଉ ଏକ ମାଇଲଖୁଣ୍ଟ ମଧ୍ୟ ସ୍ଥାପନ ହୋଇଛି। ୪୮ ବର୍ଷୀୟ ତାମ୍ବେ ପ୍ରଥମ ଭାରତୀୟ କ୍ରିକେଟର ଭାବେ ସିପିଏଲ୍‌ରେ ପଦାର୍ପଣ କରିଛନ୍ତି। ସେ ନାଜିବୁଲ୍ଲା ଜର୍ଡାନଙ୍କୁ ଉଇକେଟ ହାସଲ କରିଥିଲେ।
ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଟସ୍‌ ଜିତି ନାଇଟ ରାଇଡର୍ସ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ସେଣ୍ଟ ଲୁସିଆ ୧୭.୧ ଓଭରରେ ୬ ଉଇକେଟ ହରାଇ ୧୧୧ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ମହମ୍ମଦ ନବୀ ସର୍ବାଧିକ ଅପରାଜିତ ୩୦ ରନ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାଜିବୁଲ୍ଲା ଜର୍ଡାନ ୨୧, ରାହଖିମ କର୍ନଓ୍ବାଲ ୧୮ ରନ ସଂଗ୍ରହ କରିଥିବା ବେଳେ ନାଇଟ୍‌ ରାଇଡର୍ସ ତରଫରୁ ଡ୍ବେନ ବ୍ରାଭୋ ୨ ଉଇକେଟ ନେଇଥିଲେ।
ଜବାବରେ ନାଇଟ୍‌ ରାଇଡର୍ସ ୮ ଓଭରରେ ୪ ଉଇକେଟ ହରାଇ ପରିବର୍ତ୍ତିତ ଟାର୍ଗେଟ୍‌ ୭୨ ରନ ସଂଗ୍ରହ କରି ନେଇଥିଲା। ଦଳ ତରଫରୁ ଡାରେନ୍‌ ୨୩, କଳିନ ମୁନରୋ ୧୭, ଉଇକେଟକିପର ବ୍ୟାଟ୍ସମ୍ୟାନ ଟିମ୍‌ ସେଇଫର୍ଟ ଅପରାଜିତ ୧୫ ରନ ସଂଗ୍ରହ କରିଥିଲେ। ବୋଲିଂରେ ସେଣ୍ଟ ଲୁସିଆ ତରଫରୁ କେସରିକ୍‌ ଓ୍ବିଲିୟମ୍ସ ୨ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ଉପକୋଷାଗାର ପୂର୍ବତନ କର୍ମଚାରୀଙ୍କୁ ଜେଲ୍‌ଦଣ୍ଡ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଉପକୋଷାଗାର କାର୍ଯ୍ୟାଳୟର ପୂର୍ବତନ କର୍ମଚାରୀ ତଥା ବରିଷ୍ଠ କିରାଣି ନାରାୟଣ ମେହେରଙ୍କୁ ଲାଞ୍ଚ ନେବା ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ…

୨ବର୍ଷ ପରେ ଦମଦାର ପ୍ରତ୍ୟାବର୍ତ୍ତନ, ପ୍ରଥମ ବଲ୍‌ରେ ୱିକେଟ୍ ନେଇ ଇତିହାସ ରଚିଲେ ମୟଙ୍କ

ନୂଆଦିଲ୍ଲୀ,୨୩।୭: ମୟଙ୍କ ଯାଦବ ଜିମ୍ବାୱେ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଦୁଇ ବର୍ଷରୁ ଅଧିକ ସମୟ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ତାଙ୍କର ପ୍ରଥମ…

Commonwealth Games 2026: ପଦକ ପକ୍କା, ଉଦଘାଟନୀ ଉତ୍ସବ ପୂର୍ବରୁ ଇତିହାସ ରଚିଲେ ଲୋଭଲିନା ବୋରଗୋହାଇନ!

ନୂଆଦିଲ୍ଲୀ,୨୩।୭: ଭାରତ ଉଦଘାଟନୀ ଉତ୍ସବ ପୂର୍ବରୁ 2026 ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ତାଲିକା ଖୋଲିସାରିଛି। ଷ୍ଟାର ବକ୍ସର ଲୋଭଲିନା ବୋରଗୋହାଇନ ପ୍ରଥମ ରାଉଣ୍ଡରେ ବାଇ ପାଇ 75…

ନଦୀକୂଳରେ ଚାଲିଥିଲା ବ୍ରାଉନସୁଗାର କାରବାର, ଅତିର୍କିତ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ…

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜୀରା ନଦୀକୂଳରେ ବ୍ରାଉନସୁଗାର କାରବାର ଚାଲିଥିବା ସମୟରେ ପୋଲିସ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ…

ପାଠ୍ୟପୁସ୍ତକରେ ଗୁରୁତର ତ୍ରୁଟି: ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେଡି ଯୁବଛାତ୍ର

କେନ୍ଦୁଝର,୨୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ପାଠ୍ୟ ପୁସ୍ତକରେ ଗୁରୁତର ତ୍ରୁଟିକୁ ନେଇ ବିଜୁ ଜନତା ଦଳର ଯୁବ ଛାତ୍ର ଶାଖା ତରଫରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛି।…

୨୪ ଘଣ୍ଟାରେ ୪ ଥର ଅଫର ଦେଲେ ସରକାର, ହେଲେ CJP କହିଲା ନା ନଡ୍ଡାଙ୍କ ଘର ନା ଅଫିସ…

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟିର ଏକ ବିବୃତ୍ତିରେ କୁହାଯାଇଛି ଯେ ଏହା ନିରପେକ୍ଷ ଆଲୋଚନାକୁ ପସନ୍ଦ କରେ। ଏହା କାହାର କାର୍ଯ୍ୟାଳୟ କିମ୍ବା ମନ୍ତ୍ରଣାଳୟରେ ଆଲୋଚନା କରିବାକୁ…

CJP ପ୍ରଦର୍ଶନ ପ୍ରଭାବ! NDMCର ବଡ଼ ନିଷ୍ପତ୍ତି, ଏହି ସମୟରୁ ବନ୍ଦ ହେବ ଦୋକାନ

ନୂଆଦିଲ୍ଲୀ,୨୩ା୭: ଗୁରୁବାର ସନ୍ଧ୍ୟା ୬:୩୦ ସୁଦ୍ଧା ଜାତୀୟ ରାଜଧାନୀ ଦିଲ୍ଲୀର କନଟ୍ ପ୍ଲେସ୍ ଖାଲି ହୋଇପାରେ । ନୂଆଦିଲ୍ଲୀ ମ୍ୟୁନିସିପାଲ୍ କାଉନସିଲ୍ (NDMC)ର ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କ…

CJPର ବଡ଼ ଘୋଷଣା: ଆସନ୍ତାକାଲି ସାରା ଦେଶରେ ହେବ ପ୍ରତିବାଦ

ନୂଆଦିଲ୍ଲୀ,୨୩।୯: କକ୍ରୋଚ ଜନତା ପାର୍ଟି (CJP) ଗୁରୁବାର ଏକ ବଡ଼ ଘୋଷଣା କରିଛି। ପୋଲିସ ବର୍ବରତା ବିରୋଧରେ ଦଳ ସାରା ଦେଶରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପାଇଁ ଡାକରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri