ପ୍ରାର୍ଥିତ୍ୱ ପ୍ରତ୍ୟାହାର କଲେ ନୀରା ଟଣ୍ଡନ

ଓ୍ବାଶିଂଟନ, ୪।୩(ପି.ଟି.): ଭାରତୀୟ ବଂଶୋଦ୍ଭବ ନୀରା ଟଣ୍ଡନଙ୍କୁ ହ୍ବାଇଟ୍‌ ହାଉସ ଅଫିସ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ ବଜେଟର ନିର୍ଦ୍ଦେଶିକା ଭାବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମନୋନୀତ କରିଥିଲେ। ତେବେ ନିଜ ଦଳ ଡେମୋକ୍ରାଟ ସମେତ ରିପବ୍ଲିକାନ ସିନେଟରଙ୍କ ବିରୋଧ ଯୋଗୁ ନୀରା ପ୍ରାର୍ଥତ୍ତ୍ୱ ପ୍ରତ୍ୟାହାର କରିନେଇଛନ୍ତି। ବାଇଡେନ୍‌ଙ୍କୁ ଏହା ପ୍ରଥମ ଝଟ୍‌କା ବୋଲି କୁହାଯାଉଛି।
ନୀରା ପୂର୍ବରୁ କରିଥିବା ବିବାଦୀୟ ଟୁଇଟ୍‌ ପାଇଁ ତାଙ୍କୁ ବିରୋଧ କରାଯାଇଥିଲା। ତାଙ୍କ ସୋସିଆଲ ମିଡିଆ ବ୍ୟବହାରକୁ ନେଇ ସିନେଟ ସଦସ୍ୟମାନେ ତାଙ୍କ ପ୍ରତିନିଧିତ୍ୱ ବିରୋଧରେ ଭୋଟ ଦେବେ ବୋଲି ଘୋଷଣା କରିଥିଲେ। ଗତବର୍ଷ ନଭେମ୍ବରରେ ବାଇଡେନ୍‌ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବା ପରେ ନୀରା ହଜାରେରୁ ଊର୍ଦ୍ଧ୍ୱ ଟୁଇଟ୍‌କୁ ହଟାଇ ଦେଇଥିଲେ, ଯାହାକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା। ‘ସେଣ୍ଟର ଫର୍‌ ୍‌ଆମେରିକାନ ପ୍ରୋଗ୍ରେସ୍‌’ ନାମକ ଥିଙ୍କ୍‌ ଟ୍ୟାଙ୍କର ଅଧ୍ୟକ୍ଷ ଥିବା ନୀରାଙ୍କ ନିଯୁକ୍ତିକୁ ସିନେଟ ଅନୁମୋଦନ କରିଥିଲେ ସେ ଆମେରିକା ଅର୍ଥନୀତିର ମୁଖ୍ୟ ପଦବୀରେ ଅଧିଷ୍ଠିତ ହେବା ସହ ରାଷ୍ଟ୍ରପତି ବାଇଡେନ୍‌ଙ୍କ କାର୍ଯ୍ୟସୂଚୀ ପାଇଁ ପ୍ରସ୍ତାବିତ ବଜେଟ୍‌ ପ୍ରସ୍ତୁତିର ଦେଖାରଖା କରିଥାନ୍ତେ। ଓଏମ୍‌ବି ହ୍ବାଇଟ୍‌ ହାଉସରେ ବଜେଟ ପ୍ରସ୍ତୁତିର ଦାୟିତ୍ୱ ନେବା ସହ ନୂଆ ନୀତି ନିୟମ ପ୍ରଣୟନରେ ମୁଖ୍ୟ ଭୂମିକା ନିଭାଇଥାଏ। ନୀରାଙ୍କ ପ୍ରାର୍ଥତ୍ତ୍ୱ ପ୍ରତ୍ୟାହାରକୁ ବାଇଡେନ୍‌ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସ୍ତୁତ ହେଲା ସିଙ୍ଗଲ ଡୋଜ୍‌ କରୋନା ଟିକା

ଓ୍ବାଶିଂଟନ,୨୫।୨: କରୋନା ବିରୋଧରେ ଲଢ଼େଇ ଜାରି ରହିଛି। ଏପରିସ୍ଥଳେ ଭାରତ ସମେତ କେତେକ ଦେଶରେ ସାର୍ବଜନୀକ ଟିକାକରଣ ଅଭିଯାନ ମଧ୍ୟ ଆରମ୍ଭ ହୋଇସାରିଛି। ଏସବୁ ପ୍ରତିଷେଧକ...

ତାଲିବାନ ଶାସନରେ ଆଫଗାନିସ୍ତାନ ପହଞ୍ଚିଲେ ଭାରତୀୟ ଅଧିକାରୀ

କାବୁଲ, ୨।୬ : ତାଲିବାନ ଶାସନରେ ପ୍ରଥମ ଥର ପାଇଁ ଭାରତୀୟ ଅଧିକାରୀଙ୍କ ଏକ ଦଳ ଆଫଗାନିସ୍ତାନରେ ପହଞ୍ଚିଛି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ...

କିଭ୍‌ରୁ ହଟିଲେଣି ଦୁଇତୃତୀୟାଂଶ ରୁଷୀୟ ସୈନ୍ୟ

ଓ୍ବାଶିଂଟନ,୫।୪: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ୪୦ ଦିନରେ ପହଞ୍ଚତ୍ଛି। ଇତିମଧ୍ୟରେ ୟୁକ୍ରେନ୍‌ ରାଜଧାନୀ କିଭ୍‌ ନିକଟରୁ ମସ୍କୋ ତା’ର ଦୁଇତୃତୀୟାଂଶ ସୈନ୍ୟ ପ୍ରତ୍ୟାହାର କରିନେଲାଣି...

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ: ହାଫିଜ୍‌ ସଇଦ୍‌ଙ୍କ ବିରୋଧରେ ୨୩ ମାମଲା ଦାଏର କଲା ପାକିସ୍ତାନ

ଇସଲାମାବାଦ୍‌,୪।୭: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଜମାତ୍‌-ଉଦ୍‌-ଦାଓ୍ବା ମୁଖ୍ୟ ହାଫିଜ୍‌ ସଇଦ୍‌ଙ୍କ ବିରୋଧରେ ପାକିସ୍ତାନ ସରକାର ୨୩ଟି ମାମଲା ଦାଏର କରିଛନ୍ତି। ଏସବୁ...

ଭୂକମ୍ପର ୨୧ ଦିନ ପରେ ଜୀବନ୍ତ ଉଦ୍ଧାର ହେଲା ଘୋଡା, ଭାଇରାଲ ହେଉଛି ଭିଡିଓ

ଆଙ୍କାରା,୨୮।୨: ଫେବୃୟାରୀ ୬ରେ ତୁର୍କୀ ଏବଂ ସିରିଆରେ ଶକ୍ତିଶାଳୀ ଭୂକମ୍ପରେ ବ୍ୟାପକ ଧ୍ୱଂସ ଘଟିଥିଲା। ଏଥିରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।...

ଉତ୍ତରକୋରିଆ ମାନବାଧିକାର ଉପରେ ଆମେରିକାର ନୂଆ ପଦକ୍ଷେପ: ଜୁଲି ଟର୍ନର ସ୍ବତନ୍ତ୍ର ଦୂତ ନିଯୁକ୍ତ…

ଓ୍ବାଶିଂଟନ,୨୪।୧ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜୁଲି ଟର୍ନରଙ୍କୁ ଉତ୍ତର କୋରିଆର ମାନବିକ ଅଧିକାର ପ୍ରସଙ୍ଗରେ ସ୍ବତନ୍ତ୍ର ଦୂତ ନିଯୁକ୍ତ କରିଛନ୍ତି। ହ୍ବାଇଟ ହାଉସ...

୧୭୦ କୋଟି ଲୋକ ଭୋକିଲା ରହିବା ଆଶଙ୍କା, ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ପ୍ରଭାବ…

ଜେନେଭା, ୧୮।୪ : ୟୁକ୍ରେନ ସଙ୍କଟ ସମ୍ପର୍କରେ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ରୁଷିଆ ଏବଂ...

ଘରେ ବସି ମାସକୁ ଦରମା ଲକ୍ଷେ: ୩ ବର୍ଷରେ ମିଳିବ ୩୮ ଲକ୍ଷ

ବର୍ଲିନ୍‌, ୨୯।୮: କରୋନା ମହାମାରୀ ସମୟରେ ପୁଣି ଘରେ ବସି ମାସକୁ ଲକ୍ଷେ ଟଙ୍କା ଦରମା ମିଳିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ।...

Advertisement
Archives

Model This Week