Posted inଖେଳ

୮୦ ଫୁଟ ଗଭୀର କୂଅକୁ ୯ବର୍ଷର ଶିଶୁ ଫିଙ୍ଗି ଦେଲେ ଯୁବକ, ୩ ଦିନ ପରେ..

ଫିରୋଜାବାଦ୍‌,୧୦।୨: କଥାରେ ଅଛି ରଖେ ହରି ତ ମାରେ କିଏ, ମାରେ ହରି ତ ରଖେ କିଏ ଏହି ଉକ୍ତିର ଯଥାର୍ଥତା ଉତ୍ତର ପ୍ରଦେଶର ଫିରୋଜାବାଦରେ ଜିଲାରେ ସତ୍ୟ ସାବ୍ୟସ୍ତ ହୋଇଛି। ଏଠାରେ ଏକ ୯ ବର୍ଷୀୟ ବାଳକଙ୍କୁ ୮୦ ଫୁଟ୍‌ ଗଭୀର କୂଅରେ ଫିଙ୍ଗି ଦିଆଯାଇଥିଲା। ୩ ଦିନ ପର୍ଯ୍ୟନ୍ତ କୁନି ବାଳକ ଜଣଙ୍କ କୂଅ ଭିତରେ ଭୋକରେ ପଡି ରହିଥିଲେ। ବୁଧବାର ସକାଳୁ ତାଙ୍କ କାନ୍ଦ ଶୁଣି ସ୍ଥାନୀୟ କିଛି ଲୋକେ ପୋଲିସ ସହାୟତାରେ କୂଅରୁ ବାହାର କରାଯାଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଏହି ଘଟଣାରେ ଦୁଇ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିଛି। ସୂଚନାଯୋଗ୍ୟ,ପୀଡିତ ବାଳକ ରୋହିତ କୁମାର ଓରଫ ବାବୁ ଗତ ଫେବୃୟାରୀ ୭ ସନ୍ଧ୍ୟାରୁ ନିଖୋଜ ଥିଲେ। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ଏପରିକି ସେ ନିଖୋଜ ଥିବା ନେଇ ପୋଷ୍ଟର ମଧ୍ୟ ଲଗାଯାଇଥିଲା। କୂଅରୁ ଉଦ୍ଧାର ପରେ ବାଳକ ଜଣଙ୍କ ଗାଁର ଜଣେ ଯୁବକ ତାଙ୍କୁ କୂଅକୁ ଫିଙ୍ଗି ଦେଇଥିଲେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୃତ୍ୟୁର ୫ ବର୍ଷପରେ ହ୍ୟୁଗ୍ସଙ୍କୁ ପ୍ରଶଂସା

ମେଲବୋର୍ନ,୨୬।୧୧(ପି.ଟି.)- ମୃତ୍ୟୁର ୫ ବର୍ଷ ପରେ ଫିଲିପ୍‌ ହ୍ୟୁଗ୍ସଙ୍କୁ ପୁଣି ମନେ ପକାଇଛି କ୍ରିକେଟ ଅଷ୍ଟ୍ରେଲିଆ। ଏକ ପ୍ରଥମଶ୍ରେଣୀ ଘରୋଇ କ୍ରିକେଟ ମ୍ୟାଚ୍‌ ଖେଳିବା ଅବସରରେ...

ଡିଭିଲର୍ସଙ୍କୁ କୋହଲିଙ୍କ ସମର୍ଥନ

ନୂଆଦିଲ୍ଲୀ,୧୩।୭(ପି.ଟି.)- ଅବସର ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବାକୁ ଉଦ୍ୟମ କରିବା ସମ୍ପର୍କରେ ଦକ୍ଷିଣ ଆଫ୍ରିକୀୟ ପୂର୍ବତନ କ୍ରିକେଟର ଏ.ବି. ଡିଭିଲର୍ସ ସ୍ପଷ୍ଟକରିବା ପରେ ଭାରତୀୟ ଅଧିନାୟକ...

ଷ୍ଟିଭ୍‌ ଓ୍ବ ମ୍ୟାନେଜରଙ୍କ ବଦାନ୍ୟତା

ମୁମ୍ବାଇ, ୧୮।୬ (ପି.ଟି.)-ଏକ ମହତ ଉଦ୍ଦେଶ୍ୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍‌ ଓ୍ବଙ୍କ ମ୍ୟାନେଜର ହର୍ଲେ ମେଡ୍‌କାଫ୍‌ ଭାରତର ଶାରୀରିକ ଅନଗ୍ରସର କ୍ରିକେଟରଙ୍କୁ ୧.୫...

କରୋନା ବ୍ରେକ୍‌ ପରେ ପ୍ରଥମ ଦିନିକିଆ ସିରିଜ

ସାଉଥାମ୍ପଟନ, ୨୯।୭- କରୋନା ଭାଇରସ ସଂକ୍ରମଣ ଜନିତ ଅନିଶ୍ଚିତତା ମଧ୍ୟରେ ଅନ୍ତର୍ଜାତୀୟ ସ୍ତରରେ ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ କ୍ରିକେଟ ସିରିଜ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମ ଟେଷ୍ଟରେ...

ଭୁଲ୍‌ ଥିଲା ଦିଲ୍ଲୀ କ୍ୟାପିଟାଲ୍ସ ପେସର ନର୍ଟଜେଙ୍କ କୋଭିଡ୍‌ ରିପୋର୍ଟ

ମୁମ୍ବାଇ, ୧୬ା୪- ଦିଲ୍ଲୀ କ୍ୟାପିଟାଲ୍ସ ପେସର ଅନରିଚ ନର୍ଟଜେ ଶୁକ୍ରବାର କଠିନ କ୍ୱାରେଣ୍ଟିନ ଶେଷ କରିଛନ୍ତି। ଭୁଲ କୋଭିଡ୍‌-୧୯ ରିପୋର୍ଟ ଯୋଗୁ ତାଙ୍କୁ ଅଧିକ କିଛି...

ମାତ୍ର ୨୪ ମ୍ୟାଚ୍‌ରେ କୋହଲିଙ୍କୁ ପଛରେ ଛାଡ଼ିଲେ ଏହି ଖେଳାଳି

ଅହମ୍ମଦାବାଦ,୨୧।୩ : କ୍ୟାରିୟରର ୨୪ତମ ଟି୨୦ ମ୍ୟାଚ୍‌ରେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଦାଓ୍ବିଦ ମଲାନ। ଅନ୍ତର୍ଜାତୀୟ...

ଟ୍ରେନିଂକୁ ଫେରିଲେ ନାଡ଼ାଲ

ମାଡ୍ରିଡ, ୨୭।୫: ଦୀର୍ଘ ଦିନ ପରେ ସ୍ପେନ୍‌ ଅଭିଜ୍ଞ ଟେନିସ ତାରକା ରାଫାଲ ନାଡ଼ାଲ ଟ୍ରେନିଂକୁ ଫେରିଛନ୍ତି। କୋଭିଡ-୧୯ ମହାମାରୀ କାରଣରୁ ସେ ଟ୍ରେନିଂରୁ ଦୂରେଇ...

ପ୍ରୁତ୍ର ସନ୍ତାନ ଲାଭ କଲେ ଗୀତା- ପବନ

ନୂଆଦିଲ୍ଲୀ, ୨୪।୧୨- ଅଭିଜ୍ଞ ମହିଳା ରେସଲର ଗୀତା ଫୋଗତ ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ମଙ୍ଗଳବାର ସେ ଓ ତାଙ୍କ ସ୍ବାମୀ ରେସଲର ପବନ...

Ten Cric Info
Advertisement


Archives

Model This Week

Why Dharitri