ନିମାଣୀ ପଞ୍ଚାୟତରେ ଆବାସ ହଡ଼ପ

ଭାପୁର,୫ା୫(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା କରିଛନ୍ତି। କୌଣସି ଗରିବ ଓ ଅସହାୟ ବ୍ୟକ୍ତି ଚାଳ ଘରେ ରହିବ ନାହିଁ ବୋଲି ଆବାସ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ନୟାଗଡ଼ ଜିଲା ଭାପୁର ବ୍ଲକ ନିମାଣୀ ପଞ୍ଚାୟତରୁ ଆସିଛି ଏକ ସଙ୍ଗୀନ ଅଭିଯୋଗ। ଜଣେ ହିତାଧିକାରୀଙ୍କ ଅଗୋଚରରେ ଆବାସ ଯୋଜନା ହଡ଼ପ କରାଯାଇଥିବା ନେଇ ଜଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି। ନିମାଣୀ ଗାଁର ସୁରେଶ ଚନ୍ଦ୍ର ସ୍ବାଇଁଙ୍କ ଅଭିଯୋଗ ଅନୁଯାୟୀ, ୨୦୧୭-୧୮ ଆର୍ଥିକ ବର୍ଷରେ ନିମାଣୀ ପଞ୍ଚାୟତ ମାଧ୍ୟମରେ ଭାପୁର ବ୍ଲକରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳିଥିଲା। ସୁରେଶ ଗୃହ ନିର୍ମାଣ କରି ନ ଥିବା ବେଳେ କେତେଜର ଅସାଧୁ ବ୍ୟକ୍ତି ଟଙ୍କା ଉଠାଇ ଅନ୍ୟ ନାମରେ ହଡ଼ପ କରି ନେଇଛନ୍ତି। ସନ୍ନ୍ୟାସୀ ସ୍ବାଇଁଙ୍କ ସାନପୁଅ ସୁରେଶ ଚନ୍ଦ୍ର ସ୍ବାଇଁ ନାମରେ ଆବାସ ଯୋଜନା ଆସିଥିଲେ ମଧ୍ୟ ତାଙ୍କ ଅଗୋଚରରେ ତାଙ୍କ ନାମରେ ମିଥ୍ୟା ସତ୍ୟପାଠ କରି ପଞ୍ଚାୟତର କେତେଜର ବ୍ୟକ୍ତି ବଡ଼ଭାଇ ସତ୍ୟାନନ୍ଦ ସ୍ବାଇଁ ତାଙ୍କ ପତ୍ନୀ ବାସୀଙ୍କ ନାମରେ ନେଇଯାଇଥିଲେ। ସୁରେଶଙ୍କ ପତ୍ନୀ ମାନସୀ କହିଥିଲେ, ଆମେ ଗରିବ ଅସହାୟ ଅଟୁ। ସ୍ବାମୀ ମୁଲ ଲାଗି ଯାହା ରୋଜଗାର କରି ଆଣନ୍ତି ସେଥିରେ ପୁଅ ଓ ଝିଅଙ୍କୁ ମିଶାଇ ୪ ପ୍ରାଣୀ ବହୁ କଷ୍ଟରେ ଚଳୁ। ତାଙ୍କ ନାମରେ ଆସିଥିବା ଆବାସ ନେଇ ତାଙ୍କ ଭାଇ ଗୃହ ନିର୍ମାଣ କରି ସମସ୍ତ ଟଙ୍କା ଉଠାଇ ନେଇଛନ୍ତି। ସୁରେଶ ବର୍ତ୍ତମାନ ତାଙ୍କ ପରିବାରକୁ ନେଇ ଗାଁ ମୁଣ୍ଡ ଶାଳ ଜଙ୍ଗଲ ନିକଟରେ ମାଟି କାନ୍ଥ ଘରେ ଜରି ପାଲ ପକାଇ ପରିବାର ସହ ରହୁଛନ୍ତି। ଏ ନେଇ ସୁରେଶ ନୟାଗଡ଼ ଜିଲାପାଳ, ସ୍ଥାନୀୟ ବିଧାୟକ ଓ ଭାପୁର ବିଡିଓ ରଞ୍ଜିତ କୁମାର ମଲ୍ଲିକଙ୍କୁ ନ୍ୟାୟ ପାଇଁ ଲିଖିତ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବିଡିଓ ମଲ୍ଲିକଙ୍କୁ ପଚାରିବାରେ ଅଭିଯୋଗ ପାଇଛି, ଖୁବ୍‌ଶୀଘ୍ର ଏହାର ତଦନ୍ତ କରିଯିବ ବୋଲି ସେ କହିଛନ୍ତି।
ସୂଚନା ଅନୁଯାୟୀ, ପୂର୍ବରୁ ସେହି ପଞ୍ଚାୟତ ସୁଦାମ ନାୟକ ୨୦୧୭-୧୮ ମସିହାରେ ଆବାସ ଯୋଜନା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ତେବେ ତାଙ୍କ ଅଜଣାତରେ ଆସିଥିବା ଆବାସ ଯୋଜନାର ଅର୍ଥ ହଡ଼ପ ହେବା ସହ ସେ ସହାୟତା ରାଶି ପାଇବାରୁ ବଞ୍ଚତ୍ତ ହୋଇଥିଲେ। ତେବେ ବ୍ଲକ୍‌ ପ୍ରଶାସନ ସୁଦାମଙ୍କ ଚାଳଛପର ଘର ଦେଖି ତାଜୁବ ହୋଇଯାଇଥିଲେ। ବ୍ଲକ ପ୍ରଶାସନର ଖୋଳତାଡରୁ ତତ୍କାଳୀନ ଜିଆର୍‌ଏସ୍‌ ଅର୍ଥ ଲୋଭରେ ଚତୁରତାର ସହିତ ଅର୍ଥ ହଡପ କରିଥିଲେ। ଆବାସ ଜାଲିଆତି ଘଟଣାରେ ଜାଲ କାଗଜପତ୍ରରେ ଅର୍ଥ ହଡପ ପାଇଁ ଜିଆରଏସ୍‌କୁ ଜିଲା ପ୍ରଶାସନ ସେହି ସମୟରେ ଚାକିରିରୁ ବିଦା କରିଥିଲେ। ପୁଣି ସେହି ଘଟଣାର ପୁନରାବୃତ୍ତି ଘଟିଛି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ଦୋଷୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri