ନିମାଣୀ ପଞ୍ଚାୟତରେ ଆବାସ ହଡ଼ପ

ଭାପୁର,୫ା୫(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା କରିଛନ୍ତି। କୌଣସି ଗରିବ ଓ ଅସହାୟ ବ୍ୟକ୍ତି ଚାଳ ଘରେ ରହିବ ନାହିଁ ବୋଲି ଆବାସ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ନୟାଗଡ଼ ଜିଲା ଭାପୁର ବ୍ଲକ ନିମାଣୀ ପଞ୍ଚାୟତରୁ ଆସିଛି ଏକ ସଙ୍ଗୀନ ଅଭିଯୋଗ। ଜଣେ ହିତାଧିକାରୀଙ୍କ ଅଗୋଚରରେ ଆବାସ ଯୋଜନା ହଡ଼ପ କରାଯାଇଥିବା ନେଇ ଜଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି। ନିମାଣୀ ଗାଁର ସୁରେଶ ଚନ୍ଦ୍ର ସ୍ବାଇଁଙ୍କ ଅଭିଯୋଗ ଅନୁଯାୟୀ, ୨୦୧୭-୧୮ ଆର୍ଥିକ ବର୍ଷରେ ନିମାଣୀ ପଞ୍ଚାୟତ ମାଧ୍ୟମରେ ଭାପୁର ବ୍ଲକରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳିଥିଲା। ସୁରେଶ ଗୃହ ନିର୍ମାଣ କରି ନ ଥିବା ବେଳେ କେତେଜର ଅସାଧୁ ବ୍ୟକ୍ତି ଟଙ୍କା ଉଠାଇ ଅନ୍ୟ ନାମରେ ହଡ଼ପ କରି ନେଇଛନ୍ତି। ସନ୍ନ୍ୟାସୀ ସ୍ବାଇଁଙ୍କ ସାନପୁଅ ସୁରେଶ ଚନ୍ଦ୍ର ସ୍ବାଇଁ ନାମରେ ଆବାସ ଯୋଜନା ଆସିଥିଲେ ମଧ୍ୟ ତାଙ୍କ ଅଗୋଚରରେ ତାଙ୍କ ନାମରେ ମିଥ୍ୟା ସତ୍ୟପାଠ କରି ପଞ୍ଚାୟତର କେତେଜର ବ୍ୟକ୍ତି ବଡ଼ଭାଇ ସତ୍ୟାନନ୍ଦ ସ୍ବାଇଁ ତାଙ୍କ ପତ୍ନୀ ବାସୀଙ୍କ ନାମରେ ନେଇଯାଇଥିଲେ। ସୁରେଶଙ୍କ ପତ୍ନୀ ମାନସୀ କହିଥିଲେ, ଆମେ ଗରିବ ଅସହାୟ ଅଟୁ। ସ୍ବାମୀ ମୁଲ ଲାଗି ଯାହା ରୋଜଗାର କରି ଆଣନ୍ତି ସେଥିରେ ପୁଅ ଓ ଝିଅଙ୍କୁ ମିଶାଇ ୪ ପ୍ରାଣୀ ବହୁ କଷ୍ଟରେ ଚଳୁ। ତାଙ୍କ ନାମରେ ଆସିଥିବା ଆବାସ ନେଇ ତାଙ୍କ ଭାଇ ଗୃହ ନିର୍ମାଣ କରି ସମସ୍ତ ଟଙ୍କା ଉଠାଇ ନେଇଛନ୍ତି। ସୁରେଶ ବର୍ତ୍ତମାନ ତାଙ୍କ ପରିବାରକୁ ନେଇ ଗାଁ ମୁଣ୍ଡ ଶାଳ ଜଙ୍ଗଲ ନିକଟରେ ମାଟି କାନ୍ଥ ଘରେ ଜରି ପାଲ ପକାଇ ପରିବାର ସହ ରହୁଛନ୍ତି। ଏ ନେଇ ସୁରେଶ ନୟାଗଡ଼ ଜିଲାପାଳ, ସ୍ଥାନୀୟ ବିଧାୟକ ଓ ଭାପୁର ବିଡିଓ ରଞ୍ଜିତ କୁମାର ମଲ୍ଲିକଙ୍କୁ ନ୍ୟାୟ ପାଇଁ ଲିଖିତ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବିଡିଓ ମଲ୍ଲିକଙ୍କୁ ପଚାରିବାରେ ଅଭିଯୋଗ ପାଇଛି, ଖୁବ୍‌ଶୀଘ୍ର ଏହାର ତଦନ୍ତ କରିଯିବ ବୋଲି ସେ କହିଛନ୍ତି।
ସୂଚନା ଅନୁଯାୟୀ, ପୂର୍ବରୁ ସେହି ପଞ୍ଚାୟତ ସୁଦାମ ନାୟକ ୨୦୧୭-୧୮ ମସିହାରେ ଆବାସ ଯୋଜନା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ତେବେ ତାଙ୍କ ଅଜଣାତରେ ଆସିଥିବା ଆବାସ ଯୋଜନାର ଅର୍ଥ ହଡ଼ପ ହେବା ସହ ସେ ସହାୟତା ରାଶି ପାଇବାରୁ ବଞ୍ଚତ୍ତ ହୋଇଥିଲେ। ତେବେ ବ୍ଲକ୍‌ ପ୍ରଶାସନ ସୁଦାମଙ୍କ ଚାଳଛପର ଘର ଦେଖି ତାଜୁବ ହୋଇଯାଇଥିଲେ। ବ୍ଲକ ପ୍ରଶାସନର ଖୋଳତାଡରୁ ତତ୍କାଳୀନ ଜିଆର୍‌ଏସ୍‌ ଅର୍ଥ ଲୋଭରେ ଚତୁରତାର ସହିତ ଅର୍ଥ ହଡପ କରିଥିଲେ। ଆବାସ ଜାଲିଆତି ଘଟଣାରେ ଜାଲ କାଗଜପତ୍ରରେ ଅର୍ଥ ହଡପ ପାଇଁ ଜିଆରଏସ୍‌କୁ ଜିଲା ପ୍ରଶାସନ ସେହି ସମୟରେ ଚାକିରିରୁ ବିଦା କରିଥିଲେ। ପୁଣି ସେହି ଘଟଣାର ପୁନରାବୃତ୍ତି ଘଟିଛି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ଦୋଷୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri