କେନ୍ଦୁଝରରେ ପ୍ରିୟ ବିଦେଶୀଙ୍କ ନାଲି ଚା’

କେନ୍ଦୁଝର, ୨୯ା୮(ସ୍ବ.ପ୍ର.): କେନ୍ଦୁଝର ସହରର ବିଭିନ୍ନ ସାହି ଗଳିରେ ଚା’ ଦୋକାନ ଖୋଲିଛି। କିନ୍ତୁ ସିନେମା ହଲ ନିକଟରେରେ ଥିବା ବିଦେଶୀ ନାୟକ(୭୧)ଙ୍କ ଦୋକାନରୁ ଚା’ପିଇବାର ମଜା ଅଲଗା। ଏଥିପାଇଁ ସକାଳ ଓ ସନ୍ଧ୍ୟାରେ ଭିଡ ଜମିଥାଏ। ଚାକିରିଆ ଲୋକଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପସନ୍ଦ ତାଙ୍କ ହାତ ତିଆରି ନାଲି ଚା’। ମାତ୍ର ୫ ଟଙ୍କା ବିଭିନ୍ନ ପ୍ରକାରର ମସଲାରେ ତିଆରି ନାଲି ଚା’ପିଇବା ପାଇଁ ବିଭିନ୍ନ ସ୍ଥାନରୁ ଲୋକ ଆସିଥାନ୍ତି ା

୫୦ ବର୍ଷ ହେଲା ଉକ୍ତ ସ୍ଥାନରେ ପ୍ରଥମେ ଜଳଖିଆ ଓ ପରେ ଚା’ ଦୋକାନ କରି ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି। ଘରେ କହିଲେ ତାଙ୍କ ସ୍ତ୍ରୀ ପ୍ରମିଳା ନାୟକ ଅଛନ୍ତି। ସେ ତାଙ୍କର ଦୁଇ ଶିଶୁ ପୁତ୍ରଙ୍କୁ ହରାଇବା ପରେ ସ୍ବାମୀ ସ୍ତ୍ରୀ ଦୁଇଜଣ ଗୌରତୋଟାସାହିରେ ରହିଆସୁଛନ୍ତି। ବିଦେଶୀ ବାର୍ଦ୍ଧକ୍ୟ ଭତ୍ତା ପାଉଥିଲେ ହେଁ ତାଙ୍କ ସ୍ତ୍ରୀଙ୍କୁ ଏଯାଏ ଭତ୍ତା ମିଳିନାହିଁ। ଏଣୁ ଏହି ବୟସରେ ମଧ୍ୟ ଦୁଇ ପଇସା ରୋଜଗାର କରିବା ସହ ଲୋକଙ୍କ ସହିତ ସମୟ କଟାଉଛନ୍ତି। ତାଙ୍କର ସରଳ ଓ ଶାନ୍ତ ବ୍ୟବହାର ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ଏଣୁ ତାଙ୍କ ହାତରୁ କପେ ଚା’ ପିଇବା ପାଇଁ ସକାଳ ସନ୍ଧ୍ୟାରେ ଧନୀଗରୀବ, ପିଲା ଓ ବୁଢା, ଚାକିରିଆ ହେଉବା ଅବସରନେଇଥିବା ଲୋକ ସମସ୍ତେ ଚାଲିଚାଲି ବା ଗାଡ଼ିରେ ଆସିଥାନ୍ତି। ଦିନେ ଦୋକାନ ବନ୍ଦ ହେଲେ ଲୋକ ମାନେ ଆସି ନିରାଶ ହୋଇ ଫେରିଯାଆନ୍ତି ା ଏଠାରେ ଅନେକ ଚା’ ପିଇବା ସହ ଗପସପ କରିଥାନ୍ତି। ବିଦେଶୀ ଲୋକଙ୍କ ଆବଶ୍ୟକ ମୁତାବକ ନାଲି ତଥା କ୍ଷୀର ଚା’ ପ୍ରସ୍ତୁତ କରି ଦେଇଥାନ୍ତି ା ଆଗରୁ ସେଭଳି କେହି ନାଲି ଚା’ ପିଇବାକୁ ପସନ୍ଦ କରୁ ନ ଥିଲେ। କିନ୍ତୁ କରୋନା ମହାମାରୀ ବ୍ୟାପିବା ପରେ ଗତ ବର୍ଷରୁ ନାଲି ଚା’ର ଚାହିଦା ବଢିଯାଇଛି ା ନାଲି ଚା’ର ଡିମାଣ୍ଡ ବଢ଼ିଯାଇଛି। ବୟସ ହୋଇଗଲାଣି ା ଏଣୁ ଆଉ କିଛି ବ୍ୟବସାୟ କରିବାକୁ ଆଗ୍ରହ ନାହିଁ ା କିନ୍ତୁ ବଳବୟସ ଥିବା ପର୍ଯ୍ୟନ୍ତ ଲୋକଙ୍କୁ ଚା’ ପିଆଇବି ବୋଲି ସେ କୁହନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri