ଉଭୟଙ୍କୁ ପ୍ରତିଶ୍ରୁତି, ଭାଗ୍ୟରେ ଟିକେଟ

ବାଲେଶ୍ୱର,୧୩।୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଟିକେଟକୁ ନେଇ ଲାଗିରହିଛି ଡ୍ରାମା। ଗତ ୨୦୧୪ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟଲାଭ କରିଥିବା ସୁକାନ୍ତ କୁମାର ନାୟକ ଗତ ୨୦୧୯ ନିର୍ବାଚନରେ ନିଜର ପ୍ରାର୍ଥତ୍ତ୍ୱ ଅସୁରକ୍ଷିତ ମନେକରି ଭାଜପାରେ ଯୋଗଦେଇ ଟିକେଟ ହାତେଇଥିଲେ। ବିଜେଡି ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କୁ ସେ ମାତ୍ର ୧,୫୭୭ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଥିଲେ। ସୁକାନ୍ତ ଗତ ୧୦ବର୍ଷ ମଧ୍ୟରେ ନୀଳଗିରି ଅଞ୍ଚଳରେ ନିଜର ଏକ ଭୋଟ ବ୍ୟାଙ୍କ ସୃଷ୍ଟି କରିପାରିଛନ୍ତି। ଅନ୍ୟପକ୍ଷରେ ସନ୍ତୋଷ ଖଟୁଆ ନୀଳଗିରି ଅଞ୍ଚଳର ହୋଇ ନ ଥିଲେ ମଧ୍ୟ ୨୦୧୪ରୁ ନୀଳଗିରି ବ୍ଲକ ଭଉଁରିଆବାଡ଼ ପଞ୍ଚାୟତରେ ନିଜ ଫାର୍ମ ହାଉସ୍‌ରେ ରହି ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଗତ ୨୦୧୯ରେ ସେ ଭାଜପା ପ୍ରାର୍ଥୀ ଭାବେ ନୀଳଗିରି ବିଧାନସଭା ଆସନରୁ ପ୍ରାର୍ଥୀ ହେବାର ଏକପ୍ରକାର ସିଦ୍ଧାନ୍ତ ହୋଇଥିବା ବେଳେ ହଠାତ୍‌ ବିଧାୟକ ସୁକାନ୍ତ ବିଜେଡି ଛାଡ଼ି ଭାଜପାରେ ଯୋଗଦେବାରୁ ଭାଜପା ତାଙ୍କୁ ପ୍ରାର୍ଥୀ କରିଥିଲା। ଅନ୍ୟପକ୍ଷରେ ସନ୍ତୋଷ ବିଜେଡିରେ ଯୋଗଦେଇ ପ୍ରାର୍ଥୀ ହୋଇଥିଲେ। ଗତ ୨୦୧୯ ନିର୍ବାଚନରେ ସୁକାନ୍ତ ଓ ସନ୍ତୋଷଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ଦେଖିବାକୁ ମିଳିଥିଲା।
୬୭,୯୪୦ ଭୋଟ୍‌ ପାଇଥିବା ବେଳେ ସୁକାନ୍ତ ୬୯,୫୧୭ ଭୋଟ ପାଇ ବିଜୟୀ ହୋଇଥିଲେ। ସେବେଠାରୁ ସନ୍ତୋଷ ବିଜେଡିରେ ରହି ଦଳର ସବୁ ସାଙ୍ଗଠନିକ କାର୍ଯ୍ୟ କରିଆସୁଛନ୍ତି। ଦଳର ବରିଷ୍ଠ ନେତାଙ୍କର ମଧ୍ୟ ତାଙ୍କ ଉପରେ ଭରସା ରହିଛି। ତେଣୁ ଆଗାମୀ ନିର୍ବାଚନରେ ବିଜେଡି ତାଙ୍କୁ ପୁନର୍ବାର ପ୍ରାର୍ଥୀ କରିବ ବୋଲି ସମର୍ଥକମାନେ ଆଶା ରଖିଛନ୍ତି। ଅନ୍ୟପକ୍ଷରେ ନୀଳଗିରି ବିଧାୟକ ନାୟକ ଭାଜପା ଛାଡ଼ି ବିଜେଡିରେ ଯୋଗଦେବା ପରେ କର୍ମୀ ଓ ନେତାଙ୍କର ସମୀକରଣ ପରିବର୍ତ୍ତନ ହେଉଛି। ସମସ୍ତେ ଦଳର ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି। ଦଳର ନିର୍ବାଚିତ ନେତା ଓ କର୍ମୀମାନେ ଖଟୁଆଙ୍କୁ ପ୍ରାର୍ଥୀ କରିବା ନେଇ ଦଳର ମୁଖିଆଙ୍କୁ ଜଣାଇ ଦେଇଥିବା ବେଳେ ସୁକାନ୍ତଙ୍କୁ ଗ୍ରହଣ କରିପାରୁନାହାନ୍ତି। ଗତ ୨୦୧୯ ନିର୍ବାଚନର ଘଡ଼ିସନ୍ଧି ମୁହୂର୍ତ୍ତରେ ସୁକାନ୍ତ ଦଳର କର୍ମୀମାନଙ୍କୁ ଛାଡ଼ି ଦେଇ ଯେଉଁ ବିଶ୍ୱାସଘାତ କରିଛନ୍ତି ସେମାନେ ମନେ ପକାଇ ସଭାସମିତିରେ ବଖାଣୁଛନ୍ତି। ସୁକାନ୍ତଙ୍କ ସହ ଦଳ ଛାଡ଼ି ଭାଜପାକୁ ଯାଇଥିବା କର୍ମୀମାନେ ମଧ୍ୟ ବିଜେଡିକୁ ଫେରିଛନ୍ତି। କିନ୍ତୁ ସେମାନଙ୍କ କଥା କେହି ଶୁଣୁନାହାନ୍ତି। ଉଭୟ ନେତା ଓ ସମର୍ଥକ ବାରମ୍ବାର ଶଙ୍ଖ ଭବନ ଗସ୍ତ କରୁଥିବା ଦେଖାଯାଉଛି। ବରିଷ୍ଠ ନେତାମାନେ ଉଭୟଙ୍କୁ ପ୍ରତିଶ୍ରୁତି ଦେଇଥିବା ପ୍ରକାଶ କରୁଛନ୍ତି। ଏପରିକି ନିର୍ବାଚନ ପ୍ରଚାର ଆରମ୍ଭ କରିସାରିଲେଣି। ଖଟୁଆ ବିଭିନ୍ନ ସ୍ଥାନରେ ସଭା ଓ କର୍ମୀ ସମ୍ମିଳନୀ ନାମରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ତ, ସୁକାନ୍ତ ବିଜେଡିର କର୍ମୀ ଓ ନେତାଙ୍କୁ ମନାଇବାରେ ବ୍ୟସ୍ତ ରହୁଛନ୍ତି। ଟିକେଟ ୱାର୍‌ର ଏହି ହାଇଡ୍ରାମାରେ କାହାର ବିଜୟ ହେବ, ଆଉ କିଏ ନିରାଶ ହେବେ ତାହା ଦେଖିବାକୁ ବାକି ରହିଲା। ଅନ୍ୟପଟରେ ଭାଜପା ଓ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା ନ କରି ଜାଲ ପକାଇ ବସିଛନ୍ତି, କିଏ ଖସିବ ଏବଂ କାହା ଜାଲରେ ପଡ଼ିବ ତାକୁ ନେଇ ରାଜନୈତିକ ପଶାପାଲିରେ ଗୋଟି ବନାଇବା ସୁଯୋଗରେ ରହିଛନ୍ତି ଉଭୟ ଦଳ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri