ଉଭୟଙ୍କୁ ପ୍ରତିଶ୍ରୁତି, ଭାଗ୍ୟରେ ଟିକେଟ

ବାଲେଶ୍ୱର,୧୩।୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଟିକେଟକୁ ନେଇ ଲାଗିରହିଛି ଡ୍ରାମା। ଗତ ୨୦୧୪ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟଲାଭ କରିଥିବା ସୁକାନ୍ତ କୁମାର ନାୟକ ଗତ ୨୦୧୯ ନିର୍ବାଚନରେ ନିଜର ପ୍ରାର୍ଥତ୍ତ୍ୱ ଅସୁରକ୍ଷିତ ମନେକରି ଭାଜପାରେ ଯୋଗଦେଇ ଟିକେଟ ହାତେଇଥିଲେ। ବିଜେଡି ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କୁ ସେ ମାତ୍ର ୧,୫୭୭ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଥିଲେ। ସୁକାନ୍ତ ଗତ ୧୦ବର୍ଷ ମଧ୍ୟରେ ନୀଳଗିରି ଅଞ୍ଚଳରେ ନିଜର ଏକ ଭୋଟ ବ୍ୟାଙ୍କ ସୃଷ୍ଟି କରିପାରିଛନ୍ତି। ଅନ୍ୟପକ୍ଷରେ ସନ୍ତୋଷ ଖଟୁଆ ନୀଳଗିରି ଅଞ୍ଚଳର ହୋଇ ନ ଥିଲେ ମଧ୍ୟ ୨୦୧୪ରୁ ନୀଳଗିରି ବ୍ଲକ ଭଉଁରିଆବାଡ଼ ପଞ୍ଚାୟତରେ ନିଜ ଫାର୍ମ ହାଉସ୍‌ରେ ରହି ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଗତ ୨୦୧୯ରେ ସେ ଭାଜପା ପ୍ରାର୍ଥୀ ଭାବେ ନୀଳଗିରି ବିଧାନସଭା ଆସନରୁ ପ୍ରାର୍ଥୀ ହେବାର ଏକପ୍ରକାର ସିଦ୍ଧାନ୍ତ ହୋଇଥିବା ବେଳେ ହଠାତ୍‌ ବିଧାୟକ ସୁକାନ୍ତ ବିଜେଡି ଛାଡ଼ି ଭାଜପାରେ ଯୋଗଦେବାରୁ ଭାଜପା ତାଙ୍କୁ ପ୍ରାର୍ଥୀ କରିଥିଲା। ଅନ୍ୟପକ୍ଷରେ ସନ୍ତୋଷ ବିଜେଡିରେ ଯୋଗଦେଇ ପ୍ରାର୍ଥୀ ହୋଇଥିଲେ। ଗତ ୨୦୧୯ ନିର୍ବାଚନରେ ସୁକାନ୍ତ ଓ ସନ୍ତୋଷଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ଦେଖିବାକୁ ମିଳିଥିଲା।
୬୭,୯୪୦ ଭୋଟ୍‌ ପାଇଥିବା ବେଳେ ସୁକାନ୍ତ ୬୯,୫୧୭ ଭୋଟ ପାଇ ବିଜୟୀ ହୋଇଥିଲେ। ସେବେଠାରୁ ସନ୍ତୋଷ ବିଜେଡିରେ ରହି ଦଳର ସବୁ ସାଙ୍ଗଠନିକ କାର୍ଯ୍ୟ କରିଆସୁଛନ୍ତି। ଦଳର ବରିଷ୍ଠ ନେତାଙ୍କର ମଧ୍ୟ ତାଙ୍କ ଉପରେ ଭରସା ରହିଛି। ତେଣୁ ଆଗାମୀ ନିର୍ବାଚନରେ ବିଜେଡି ତାଙ୍କୁ ପୁନର୍ବାର ପ୍ରାର୍ଥୀ କରିବ ବୋଲି ସମର୍ଥକମାନେ ଆଶା ରଖିଛନ୍ତି। ଅନ୍ୟପକ୍ଷରେ ନୀଳଗିରି ବିଧାୟକ ନାୟକ ଭାଜପା ଛାଡ଼ି ବିଜେଡିରେ ଯୋଗଦେବା ପରେ କର୍ମୀ ଓ ନେତାଙ୍କର ସମୀକରଣ ପରିବର୍ତ୍ତନ ହେଉଛି। ସମସ୍ତେ ଦଳର ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି। ଦଳର ନିର୍ବାଚିତ ନେତା ଓ କର୍ମୀମାନେ ଖଟୁଆଙ୍କୁ ପ୍ରାର୍ଥୀ କରିବା ନେଇ ଦଳର ମୁଖିଆଙ୍କୁ ଜଣାଇ ଦେଇଥିବା ବେଳେ ସୁକାନ୍ତଙ୍କୁ ଗ୍ରହଣ କରିପାରୁନାହାନ୍ତି। ଗତ ୨୦୧୯ ନିର୍ବାଚନର ଘଡ଼ିସନ୍ଧି ମୁହୂର୍ତ୍ତରେ ସୁକାନ୍ତ ଦଳର କର୍ମୀମାନଙ୍କୁ ଛାଡ଼ି ଦେଇ ଯେଉଁ ବିଶ୍ୱାସଘାତ କରିଛନ୍ତି ସେମାନେ ମନେ ପକାଇ ସଭାସମିତିରେ ବଖାଣୁଛନ୍ତି। ସୁକାନ୍ତଙ୍କ ସହ ଦଳ ଛାଡ଼ି ଭାଜପାକୁ ଯାଇଥିବା କର୍ମୀମାନେ ମଧ୍ୟ ବିଜେଡିକୁ ଫେରିଛନ୍ତି। କିନ୍ତୁ ସେମାନଙ୍କ କଥା କେହି ଶୁଣୁନାହାନ୍ତି। ଉଭୟ ନେତା ଓ ସମର୍ଥକ ବାରମ୍ବାର ଶଙ୍ଖ ଭବନ ଗସ୍ତ କରୁଥିବା ଦେଖାଯାଉଛି। ବରିଷ୍ଠ ନେତାମାନେ ଉଭୟଙ୍କୁ ପ୍ରତିଶ୍ରୁତି ଦେଇଥିବା ପ୍ରକାଶ କରୁଛନ୍ତି। ଏପରିକି ନିର୍ବାଚନ ପ୍ରଚାର ଆରମ୍ଭ କରିସାରିଲେଣି। ଖଟୁଆ ବିଭିନ୍ନ ସ୍ଥାନରେ ସଭା ଓ କର୍ମୀ ସମ୍ମିଳନୀ ନାମରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ତ, ସୁକାନ୍ତ ବିଜେଡିର କର୍ମୀ ଓ ନେତାଙ୍କୁ ମନାଇବାରେ ବ୍ୟସ୍ତ ରହୁଛନ୍ତି। ଟିକେଟ ୱାର୍‌ର ଏହି ହାଇଡ୍ରାମାରେ କାହାର ବିଜୟ ହେବ, ଆଉ କିଏ ନିରାଶ ହେବେ ତାହା ଦେଖିବାକୁ ବାକି ରହିଲା। ଅନ୍ୟପଟରେ ଭାଜପା ଓ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା ନ କରି ଜାଲ ପକାଇ ବସିଛନ୍ତି, କିଏ ଖସିବ ଏବଂ କାହା ଜାଲରେ ପଡ଼ିବ ତାକୁ ନେଇ ରାଜନୈତିକ ପଶାପାଲିରେ ଗୋଟି ବନାଇବା ସୁଯୋଗରେ ରହିଛନ୍ତି ଉଭୟ ଦଳ।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?