ନୀଳମାଧବ ବିକାଶ ପ୍ରକଳ୍ପ ୨ୟ ପର୍ଯ୍ୟାୟ କାମ ଆରମ୍ଭ ହେବ

ଖଣ୍ଡପଡ଼ା,୨୨ା୧୦(ଅଜୟ କୁମାର ମହାରଣା)ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ କଣ୍ଟିଲୋ ନୀଳମାଧବ କ୍ଷେତ୍ର ବିକାଶ ପ୍ରକଳ୍ପ ପାଇଁ ଅର୍ଥ ବ୍ୟୟ ବରାଦ ହୋଇ କାର୍ଯ୍ୟ ଚାଲୁ ରହିଛି। ନିର୍ଦ୍ଧାରିତ ୧୮ ମାସ ମଧ୍ୟରେ କାର୍ଯ୍ୟ ସମ୍ପନ୍ନ ହେବାର ଘୋଷଣା କରାଯାଇଥିବା ବେଳେ ଇତି ମଧ୍ୟରେ ୧୭ ମାସ ବିତିଗଲାଣି। ବିଭିନ୍ନ କାରଣ ଯୋଗୁ କାର୍ଯ୍ୟରେ ବିଳମ୍ବ ପରିଲକ୍ଷିତ ହେଉଥିବା ପ୍ରଶାସନିକ ସୁତ୍ରରୁ ଜଣାପଡିଛି। ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଟଙ୍କା ବ୍ୟୟରେ ନୀଳମାଧବ ମନ୍ଦିର ସହ ଜଡିତ ଚନ୍ଦନ ପୋଖରୀ, ଦୟଣାଚୋରୀ ବଗିଚା, ମନ୍ଦିର ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ପାର୍ଶ୍ୱ ପାବଚ୍ଛ କାର୍ଯ୍ୟ ସହ ମନ୍ଦିର ପରିସର କାର୍ଯ୍ୟ ଚାଲୁ ରହିଛି। ଅପରପକ୍ଷେ ନୀଳମାଧବ ମନ୍ଦିରକୁ ସଂଯୋଗ କରୁଥିବା ମହାନଦୀ ଦକ୍ଷିଣ ପାର୍ଶ୍ୱ ମାଳବନ୍ଧର ନବୀକରଣ ପାଇଁ ୨୬.୬୩ କୋଟି ଟଙ୍କାର ଅର୍ଥ ବ୍ୟୟ ବରାଦ ହୋଇଛି। ଏହି ଅର୍ଥରେ ଜଳ ସମ୍ପଦ ବିଭାଗର ୩ କିଲୋ ମିଟର ଲମ୍ବ ବିଶିଷ୍ଟ ମହାନଦୀ କୂଳରେ ଥିବା ମାଳବନ୍ଧକୁ ସୁଦୃଢ କରାଯିବା ପାଇଁ ବ୍ୟବସ୍ଥା ରହିଛି। ଜଳ ସମ୍ପଦ ବିଭାଗର ପ୍ରଥମ ପର୍ଯ୍ୟାୟରେ କଣ୍ଟିଲୋ ଯାତ୍ରାପଦା ବଜାରଠାରୁ ନୀଳମାଧବ ପଶ୍ଚିମ ପାର୍ଶ୍ୱ ପର୍ଯ୍ୟନ୍ତ ୩୪୦ ମିଟର ମାଳବନ୍ଧକୁ ୧୨ ମିଟର ଓସାର ବିଶିଷ୍ଟ କଂକ୍ରିଟ ରାସ୍ତା ନିର୍ମାଣ କରାଯିବ। ଏହାଛଡା ବାପୁଜୀ ପାର୍କ ନିକଟ ମହାନଦୀ ଦକ୍ଷିଣ ପାର୍ଶ୍ୱ ମାଳବନ୍ଧଠାରୁ କଣ୍ଟିଲୋ ଯାତ୍ରାପଦା ମାଛ ମାର୍କେଟ ପର୍ଯ୍ୟନ୍ତ ୫୫୦ ମିଟର ମାଳବନ୍ଧକୁ ୭ ମିଟର ଓସାରର ପିଚୁ ରାସ୍ତା ନିର୍ମାଣ କରାଯିବାର ବ୍ୟବସ୍ଥା କରାଯାଇଥିବା ବିଭାଗୀୟ ସହକାରୀ ଯନ୍ତ୍ରୀ ରାମ ମୋହନ ବେହେରାଙ୍କଠାରୁ ପ୍ରକାଶ। ତେବେ ପ୍ରଥମ ପର୍ଯ୍ୟାରେ ଯାତ୍ରାପଦା ବଜାରଠାରୁ ମନ୍ଦିର ପଶ୍ଚିମ ପାର୍ଶ୍ୱ ମାଳବନ୍ଧର ନବୀକରଣ ସହ କଂକ୍ରିଟ ରାସ୍ତା ପାଇଁ ୧୮ କୋଟି ଟଙ୍କା ବ୍ୟୟ ଅଟକଳରେ ଟେଣ୍ଡର ପ୍ରକ୍ରିୟା ଗତ ଜୁଲାଇ ୪ରେ ସଂପନ୍ନ ହୋଇଥିଲା। ତେବେ ଗତ କିଛି ଦିନ ପୂର୍ବରୁ ସଂପୃକ୍ତ କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ହୋଇଥିବା ବେଳେ ନିଆଳି ଅଞ୍ଚଳର ଜଣେ ଠିକାଦାର ଏହି କାର୍ଯ୍ୟ ଏଗ୍ରିମେଣ୍ଟି ପରେ ସମ୍ପାଦନ କରିବେ ବୋଲି କଣ୍ଟିଲୋ ଜଳ ସଂପଦ ସହକାରୀଯନ୍ତ୍ରୀ ରାମ ମୋହନ ବେହେରା ସୂଚନା ଦେଇଛନ୍ତି। ତେବେ ଆସନ୍ତା ମାସରେ ଏହି କାର୍ଯ୍ୟ ଆରମ୍ଭ ହେବ। ୨ୟ ପର୍ଯ୍ୟାୟରେ ବାପୁଜୀ ନଗର ନିକଟ ମାଳବନ୍ଧଠାରୁ ମାଛ ମାର୍କେଟ ପର୍ଯ୍ୟନ୍ତ ମାଳବନ୍ଧ ନବୀକରଣ ତଥା ପିଚୁ ରାସ୍ତା ପାଇଁ ଅଟକଳ କରାଯାଇଥିବା ୮ କୋଟି ଟଙ୍କାର କାର୍ଯ୍ୟ ଆଗାମୀ ଦିନରେ ଟେଣ୍ଡର ପ୍ରକ୍ରିୟା ଶେଷ ହେବ ବୋଲି ବେହେରା ସୂଚନା ଦେଇଛନ୍ତି। ଏହି ମାଳବନ୍ଧ ପର୍ଯ୍ୟଟନ କେନ୍ଦ୍ର କଣ୍ଟିଲୋ ସମେତ ଆଖପାଖ ଅଞ୍ଚଳ ଓ ନୀଳମାଧବ ମନ୍ଦିର ପାହାଡ଼ର ସୁରକ୍ଷା ପ୍ରାଚୀର ଭାବେ କାର୍ଯ୍ୟ କରିବ ବୋଲି ଜଣାପଡିଛି। ଏହାଛଡା ମନ୍ଦିର ପଶ୍ଚିମ ଦ୍ୱାର ଠାରୁ ମହାନଦୀ କୂଳେ ତଥା ମନ୍ଦିର ପାହାଡ଼ ପାର୍ଶ୍ୱ ମଧ୍ୟ ଦେଇ ଉତ୍ତର ଦ୍ୱାର ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ଚିତ ବିନୋଦନ ପାଇଁ ମହାନଦୀ ଅଥଳ ଜଳରାଶୀ ଓ ବିସ୍ତୃତ ବାଲୁକା ଶଯ୍ୟା ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଆଧୁନିକ ଜ୍ଞାନ କୌଶଳରେ ୬ ମିଟର ଓସାରର ୨୬୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ପରିକ୍ରମା(ଗାଭିୟାନ) ରାସ୍ତା ନିର୍ମାଣ କରାଯିବ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ନବରାତ୍ରୀରେ ଚମକିବ ୩ ରାଶିଙ୍କ ଭାଗ୍ୟ, ମା’ଦୁର୍ଗାଙ୍କ କୃପାରୁ ଧନଲାଭ ଯୋଗ; ଚାକିରିରେ ବଡ଼ ପଦୋନ୍ନତି

ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୧, ୨୦୨୬ରୁ ଆରମ୍ଭ ହେବ। ଏଥର ମା’ ଦୁର୍ଗା ହାତୀ ଉପରେ ସବାର ହୋଇ ଆସୁଛନ୍ତି। ଜ୍ୟୋତିଷୀୟ ବିଶ୍ୱାସ ଅନୁଯାୟୀ,…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

୩ ଦିନ ଧରି ଚାଲିଥିବା ଅଙ୍ଗନ କି ଉତ୍ସବ ଉଦଯାପିତ, ଶିଶୁ ତଥା ଅଭିଭାବକଙ୍କୁ ନେଇ ସରିଲା କାର୍ଯ୍ୟକ୍ରମ

ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟର ସିଡିପିଓ ସାଂରାଣୀ ପଣ୍ଡାଙ୍କ ତତ୍ୱାବଧାନରେ, ଉଭୟ କେନ୍ଦ୍ର…

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?