ବଣରେ ପରିଣତ ୯ ଲକ୍ଷର ନୀଳକଣ୍ଠେଶ୍ୱର ଗ୍ରାମୀଣ ପାର୍କ

କେନ୍ଦ୍ରାପଡ଼ା ଅଫିସ, ୧୨ା୮: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବଡମୋହନପୁର ପଞ୍ଚାୟତ ଦେଉଳି ଗ୍ରାମ ଓ ମହାକାଳପଡ଼ା ବ୍ଲକ ବଳିପାଳ ପଞ୍ଚାୟତ କଳପଡା ଗ୍ରାମ ମଝିରେ ନୀଳକଣ୍ଠେଶ୍ୱର (ବିଲ ମହାଦେବ) ମନ୍ଦିର। ମନ୍ଦିର ପାଖକୁ ଲାଗି ୨୦୨୦ ମସିହାରେ ଗ୍ରାମୀଣ ପାର୍କ ନିର୍ମାଣ ହୋଇଥିଲା। ତେବେ ଏହି ପାର୍କ ଏବେ ବଣରେ ପରିଣତ ହୋଇଥିବା ବେଳେ ପ୍ରକଳ୍ପ ଅର୍ଥ ୯,୨୫,୦୧୩ ଟଙ୍କା ବ୍ୟର୍ଥ ହୋଇଛି। ସେହିପରି ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କ ପାଇଁ ଆଶାନୁରୂପକ ସୁବିଧା ମିଳୁନାହିଁ। ଏପରି ଅଭିଯୋଗ ଉତ୍କଳମଣି ଯୁବକ ସଂଘ ଓ ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ ଆଣି କେନ୍ଦ୍ରାପଡ଼ା ଜିଲାପାଳ ଓ ରାଜ୍ୟ ସଂସ୍କୃତି ବିଭାଗ ନିରୀକ୍ଷକଙ୍କୁ ସମାଧାନ ପାଇଁ ନିବେଦନ କରିଛନ୍ତି। ଏ ସମ୍ପର୍କରେ ସଂଘ ସଭାପତି ଗୌତମ ଚରଣ ବେହେରା ଓ ସାମାଜିକ କର୍ମୀ ଗନ୍ତାୟତ କହିଛନ୍ତି, କେନ୍ଦ୍ରାପଡ଼ା ସହରଠାରୁ ୨୫ କିମି ଦୂରରେ ଥିବା ଏହି ମନ୍ଦିରରେ ପ୍ରତ୍ୟେକ ଦିନ ୫୦୦ରୁ ଅଧିକ ଶ୍ରଦ୍ଧାଳୁ ବିଲ ମହାଦେବଙ୍କୁ ପୂଜାର୍ଚ୍ଚନା କରିଥା’ନ୍ତି। ସୋମବାର ଓ ସଂକ୍ରାନ୍ତିରେ ଭିଡ଼ ଅଧିକ ହୋଇଥାଏ। ତେବେ ଏହି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ବିଶ୍ରାମ ପାଇଁ କୌଣସି ବ୍ୟବସ୍ଥା ନାହିଁ। ପ୍ରତିବର୍ଷ ଏଠାରେ ଦୁଇ ହଜାରରୁ ଅଧିକ ବିବାହ ହେଉଥିଲେ ମଧ୍ୟ ରୋଷଘର ଓ ଅନ୍ୟ ସୁବିଧା ନାହିଁ। ସେହିପରି ୨୦୧୯- ୨୦ ଆର୍ଥିକ ବର୍ଷରେ ୯,୨୫,୦୧୩ ଟଙ୍କାର ଗ୍ରାମୀଣ ପାର୍କ ଏଠାରେ ନିର୍ମାଣ ହୋଇଛି। ତେବେ ଏହି ପାର୍କ ଏବେ ବଣବୁଦାରେ ପରିପୂର୍ଣ୍ଣ ହୋଇଛି। ଏହାର ଉନ୍ନତୀକରଣ ପାଇଁ ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Parliament Monsoon Session: ଜୁଲାଇ ୨୦ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ, ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ

ନୂଆଦିଲ୍ଲୀ,୪।୭: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରେ ଆରମ୍ଭ ହେବ। କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ X ରେ ଏକ ପୋଷ୍ଟରେ କହିଛନ୍ତି ଯେ, ଭାରତ ସରକାରଙ୍କ…

‘କକ୍ରୋଚ ଜନତା ପାର୍ଟି’ର ପ୍ରତିବାଦକୁ ସମର୍ଥନ କଲେ ମହୁଆ ମୋଇତ୍ରା

ନୂଆଦିଲ୍ଲୀ,୪।୭: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରା ଶୁକ୍ରବାର ଜନ୍ତରମନ୍ତରରେ ଚାଲିଥିବା ପ୍ରତିବାଦରେ ଯୋଗ ଦେଇ କର୍ମୀ ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ସ୍ବର ଉଠାଇଥିଲେ। ଶିକ୍ଷା…

IND vs ENG 2nd T20: ବୈଭବ ସୂର୍ଯ୍ୟବଂଶୀଙ୍କୁ ଭୟ କରୁଛି ଇଂଲଣ୍ଡ? ତାଙ୍କୁ ମୁକାବିଲା କରିବା ପାଇଁ ଯୋଜନା ପ୍ରସ୍ତୁତ

ନୂଆଦିଲ୍ଲୀ,୪।୭: ବୈଭବ ସୂର୍ଯ୍ୟବଂଶୀ କେବେ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବେ? ଏହି ପ୍ରଶ୍ନ ବର୍ତ୍ତମାନ କ୍ରିକେଟ ଜଗତରେ ଚର୍ଚ୍ଚାର ବିଷୟ। ବୈଭବ ନିକଟରେ ଏକ ଇନଷ୍ଟାଗ୍ରାମ…

ଚର୍ଚ୍ଚା ସୃଷ୍ଟି କଲାଣି ବୈଭବ ସୂର୍ଯ୍ୟବଂଶୀଙ୍କ ‘New Chapter’ ଷ୍ଟୋରୀ, ଏହା ଡେବ୍ୟୁର ଏକ ସଙ୍କେତ ନା ଏକ ନୂଆ ସରପ୍ରାଇଜ? ଜାଣନ୍ତୁ…

ନୂଆଦିଲ୍ଲୀ,୪।୭: ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ଭାରତର ପ୍ରତିଭାବାନ ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ କେବେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ। ଏହି ଶନିବାର ମାଞ୍ଚେଷ୍ଟରରେ…

ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: ସୁନା-ରୁପା ଅଳଙ୍କାର ଜବତ, ୪ ଡକାୟତଙ୍କୁ ଗିରଫ କରି…

ଭଞ୍ଜନଗର,୪ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବିଗତ କିଛି ମାସ ହେବ ଚୋରି, ଡକାୟତି ବଢ଼ିଯାଇଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।…

ମହଙ୍ଗା ମାଡ଼ରୁ ରକ୍ଷା ନାହିଁ; ସାଇତି ରଖନ୍ତୁ ଟମାଟୋ, ପୁଣି ବଢ଼ିଲା ଦର…

ନୂଆଦିଲ୍ଲୀ,୪ା୭: ରୋଷେଇ ଘରେ ପ୍ରତିଦିନ ବ୍ୟବହାର ହେଉଥିବା ଟମାଟୋ ପୁଣି ଥରେ ଲୋକଙ୍କ ବଜେଟ୍ ଉପରେ ପ୍ରଭାବ ପକାଇବା ଆରମ୍ଭ କଲାଣି। ଦେଶର ଅନେକ ରାଜ୍ୟରେ ଏହାର…

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ରିଷିଡ଼ା,୪ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ହରି ବାରିକଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ ଜୀବନ ବିତାଉଛନ୍ତି। ଆବାସ…

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ସମସ୍ତ ପଦବୀରୁ ଇସ୍ତଫା ଦେଲେ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ

କୋଲକାତା,୪।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କୁ ଏକ ବଡ଼ ରାଜନୈତିକ ଝଟକା ଲାଗିଛି। ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଏବଂ ବଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri