Posted inଖେଳ

ନିଖତଙ୍କ ବିଜୟ ଅଭିଯାନ

ହାଙ୍ଗଝୋ,୨୫ା୯(ପି.ଟି.): ଏସିଆନ୍‌ ଗେମ୍ସ ୨୦୨୩ରେ ଭାରତୀୟ ବକ୍ସରଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି। ଦୁଇ ଦୁଇ ଥର ବିଶ୍ୱ ଚାମ୍ପିୟନ ନିଖତ ଜରିନ୍‌ ଦମଦାର ବିଜୟ ସହିତ ଅଭିଯାନ ଆରମ୍ଭ କରିଥିବା ବେଳେ ପ୍ରୀତି ପଓ୍ବାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଦୁଇ ଥରର ଏସିଆନ୍‌ ଚାମ୍ପିୟନ ଭିଏଟ୍‌ନାମର ଥି ଟାମ ଏନ୍‌ଗୁଏନଙ୍କୁ ୫-୦ରେ ପରାସ୍ତ କରିଛନ୍ତି। ଏହି ବିଜୟ ସହିତ ନିଖତ ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୫୦ କିଗ୍ରା ଓଜନ ବର୍ଗରେ ଅନ୍ୟ ୪ ବକ୍ସରଙ୍କୁ ପ୍ରଥମ ରାଉଣ୍ଡ ବାଇ ମିଳିଥିବା ବେଳେ କେବଳ ନିଖତଙ୍କୁ ଖେଳିବାକୁ ପଡିଥିଲା। ତେବେ ଥି ଟାମ ଏନ୍‌ଗୁଏନଙ୍କୁ ଏକ ପାଖିଆ ଭାବରେ ପରାସ୍ତ କରିଥିଲେ। ଏହି ମ୍ୟାଚ୍‌ ଏକତରଫା ହେବା ନେଇ ଆଶା ରଖି ନ ଥିଲି। ତେବେ ପ୍ରଥମ ଦୁଇ ରାଉଣ୍ଡରେ ପ୍ରାଧାନ୍ୟ ବିସ୍ତାର କରି ଖେଳିବା ଉପରେ ଫୋକସ୍‌ କରିଥିଲି। ନିଖତଙ୍କ ପ୍ରଦର୍ଶନ ଏତେ ପ୍ରଭାବୀ ରହିଥିଲା କି ଏନ୍‌ଗୁଏନଙ୍କୁ ରେଫରି ଦୁଇ ଥର ୮ ପର୍ଯ୍ୟନ୍ତ ଗଣିବାକୁ ବାଧ୍ୟ କରିଥିଲେ। ଏନ୍‌ଗୁଏନ ଦ୍ୱିତୀୟ ରାଉଣ୍ଡରେ ଆକ୍ରମଣାତ୍ମକ ପ୍ରଦର୍ଶନ କରିବାକୁ ପ୍ରୟାସ କରିଥିଲେ, ତେବେ ଚମତ୍କାର କାଉଣ୍ଟର ଆଟାକ୍‌ ଜରିଆରେ ତାକୁ ପ୍ରତିହତ କରିଥିଲେ। ଏସିଆନ ଗେମ୍ସ ଟାଇଟଲ ଜିତିବା ସହିତ ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ନିଖତ୍‌। ସେ ପରବର୍ତ୍ତୀ ରାଉଣ୍ଡରେ ଦକ୍ଷିଣ କୋରିଆର ଚୋରୋଙ୍ଗ ବାକ୍‌ଙ୍କୁ ଭେଟିବେ।
ଅନ୍ୟତମ ଭାରତୀୟ ତଥା ୫୪ କିଗ୍ରା ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରୀତି ପଓ୍ବାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୧୯ ବର୍ଷୀୟା ପ୍ରୀତି ଚମତ୍କାର ପ୍ରଦର୍ଶନ କରିବା ସହିତ ଜୋର୍ଡାନ୍‌ର ସିଲିନା ଆହ୍ଲାସନଟଙ୍କୁ ପରାସ୍ତ କରିଛନ୍ତି। ପ୍ରୀତି ଏହି ମ୍ୟାଚ୍‌କୁ ଆର୍‌ଏସ୍‌ସି(ରେଫରି ଷ୍ଟପ୍‌ସ କଣ୍ଟେଷ୍ଟ)ରେ ଜିତି ଥିଲେ। କ୍ୱାର୍ଟରରେ ବିଜୟୀ ହେଲେ ପ୍ରୀତି ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବେ। ବିଶ୍ୱ ଚାମ୍ପିୟନଶିପ୍‌ରେ ୩ ଥର ପଦକ ବିଜୟିନୀ କାଜାଖସ୍ତାନର ଝାନିଆ ଶେକେରବେକୋଭାଙ୍କୁ ପ୍ରୀତି କ୍ୱାର୍ଟରରେ ଭେଟିବେ।
ଫୁଟବଲ: ଥାଇଲାଣ୍ଡ ନିକଟରୁ ପରାଜିତ ହେବା ସହିତ ଏସିଆନ୍‌ ଗେମ୍ସ ୨୦୨୩ରୁ ବିଦା ହୋଇଛି ଭାରତୀୟ ମହିଳା ଫୁଟବଲ ଦଳ। ଚାଇନିଜ୍‌ ତାଇପେ ନିକଟରୁ ଭାରତ ପ୍ରଥମ ମ୍ୟାଚରେ ହାରିଥିବା ବେଳେ ନକ୍‌ଆଉଟରୁ ବାଦ୍‌ ପଡ଼ିଛି। ମ୍ୟାଚ୍‌ର ୫୨ତମ ମିନିଟରେ ଥାଇଲାଣ୍ଡ ପକ୍ଷରୁ ଥଙ୍ଗରଙ୍ଗ ପରିଚାଟ ଏକମାତ୍ର ଗୋଲଟି ସ୍କୋର କରିଥିଲେ। ୫ ଗ୍ରୁପ୍‌ର ୫ ଶ୍ରେଷ୍ଠ ଦଳ ନକ୍‌ଆଉଟକୁ ଉନ୍ନୀତ ହୋଇଥିବା ବେଳେ ଭାରତ ବିଦା ହୋଇଛି। ଅନ୍ୟ ପକ୍ଷରେ ଥାଇଲାଣ୍ଡ ମଧ୍ୟ ନକ୍‌ଆଉଟକୁ ଯୋଗ୍ୟତା ହାସଲରେ ବିଫଳ ହୋଇଛି।
ରଗ୍‌ବୀ ୭ ଏସ୍‌: ସେଭେନ୍‌ ଏ ସାଇଡ୍‌ ରଗ୍‌ବୀରେ ଭାରତୀୟ ମହିଳା ଦଳ ଦୁଇଟି ପରାଜୟ ବରଣ କରି ବିଦାୟ ନେଇଛି। ରବିବାର ହଂକଂ ନିକଟରୁ ଭାରତୀୟ ମହିଳା ୩୮-୦ରେ ପରାଜିତ ହୋଇଥିବା ବେଳେ ଅନ୍ୟ ଏକ ମ୍ୟାଚ୍‌ରେ ଜାପାନ ୪୫-୦ରେ ଭାରତକୁ ହରାଇଥିଲା। ଭାରତ ନିଜର ଅନ୍ତିମ ଗ୍ରୁପ୍‌ ମ୍ୟାଚରେ ସିଙ୍ଗାପୁରକୁ ଭେଟିବ।
ଭଲିବଲ୍‌: ଭାରତୀୟ ପୁରୁଷ ଭଲିବଲ୍‌ ଦଳ ଜାପାନ ନିକଟରୁ ପରାଜିତ ହୋଇ ପଦକ ଦୌଡରୁ ବାଦ ପଡିଛି। ରବିବାର ଜାପାନ ୩-୦ରେ ଭାରତକୁ ପରାସ୍ତ କରିଥିଲା। କେଇହାନ୍‌ ଟାକାହାସି ୨୧ ପଏଣ୍ଟ ଅର୍ଜନ କରିଥିବା ବେଳେ ୨୫-୧୬, ୨୫-୧୮, ୨୫-୧୭ ସେଟ୍‌ରେ ଜାପାନ ବିଜୟୀ ହୋଇଥିଲା। ଭାରତ ପାଇଁ ଏରିନ୍‌ ଭର୍ଗିସ୍‌ ସର୍ବାଧିକ ୮ ପଏଣ୍ଟ ସ୍କୋର କରିଥିଲେ। ଭାରତ ବର୍ତ୍ତମାନ ପଞ୍ଚମ ଷଷ୍ଠ ସ୍ଥାନ ପାଇଁ କାତାର ଓ ପାକିସ୍ତାନ ମଧ୍ୟରୁ ଗୋଟିଏ ଦଳକୁ ଭେଟିବ।
ଫେନ୍‌ସିଂ: ଅଶୀ ଚାଳନା (ଫେନ୍‌ସିଂ)ର ଇପି ବର୍ଗରେ ଅଳ୍ପକେ ପଦକରୁ ବଞ୍ଚିତ ହୋଇଛନ୍ତି ତନିକ୍ଷା ଖତ୍ରି। ବିଶ୍ୱ ମାନ୍ୟତାର ଦୁଇ ନମ୍ବର ସ୍ଥାନରେ ଥିବା ହଂକଂର ମାନ୍‌ ଓ୍ବାଇ ଭିଭିଆନଙ୍କ ନିକଟରୁ୭-୧୫ରେ ପରାଜିତ ହୋଇଥିଲେ। ୩ ପୁଲ୍‌ ମ୍ୟାଚ୍‌ ବିଜୟୀ ହୋଇ ଖତ୍ରି ନକ୍‌ଆଉଟରେ ପ୍ରବେଶ କରିଥିଲେ। ଏପରିକି କ୍ୱାର୍ଟରରେ ୭ ଟଚ୍‌ ପଏଣ୍ଟ ହାସଲ କରିଥିଲେ ମଧ୍ୟ ବିଜୟୀ ହୋଇ ପାରି ନ ଥିଲେ। ଭାରତର ଶ୍ରେଷ୍ଠ ପଦକ ଆଶା ତଥା ଦୁଇ ଥର ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ବିଜୟିନୀ ଭବାନୀ ଦେବୀ ମଙ୍ଗଳବାର ପ୍ରତିଦ୍ୱନ୍ଦ୍ୱିତା କରିବେ।
ଟେବୁଲ ଟେନିସ୍‌: କ୍ୱାର୍ଟର ଫାଇନାଲରେ ପରାଜିତ ହେଇଛନ୍ତି ଭାରତୀୟ ପୁରୁଷ ଟେବୁଲ ଟେନିସ୍‌ ଦଳ। ରବିବାର ଦକ୍ଷିଣ କୋରିଆ ୩-୦ରେ ଭାରତକୁ ପରାସ୍ତ କରିଥିଲା। ହରମିତ୍‌ ଦେଶାଇ ଓ ଜି ସାଥିୟାଁ ପ୍ରଥମ ଦୁଇ ମ୍ୟାଚରେ ପରାଜିତ ହୋଇଥିବା ବେଳେ ତୃତୀୟ ମ୍ୟାଚରେ ଭେଟେରାନ ଅଚନ୍ତା ଶରଥ କମଲ ପରାଜିତ ହେବା ସହିତ ଭାରତର ସମ୍ଭାବନା ଶେଷ ହୋଇ ଯାଇଥିଲା।

ହକି: ୧୬-୦ରେ ଜିତିଲା ଭାରତ

ଏସିଆନ୍‌ ଗେମ୍ସର ହକିରେ ଭାରତୀୟ ଦଳ ଉଜ୍‌ବେକିସ୍ତାନକୁ ୧୬-୦ର ବୃହତ୍‌ ବ୍ୟବଧାନରେ ପରାସ୍ତ କରିଛି। ଲଲିତ ଉପାଧ୍ୟାୟ ଓ ବରୁଣ କୁମାରଙ୍କ ହ୍ୟାଟ୍ରିକ୍‌ ସହିତ ୪ ଗୋଲ୍‌ ଏବଂ ମନଦୀପ୍‌ ସିଂଙ୍କ ହ୍ୟାଟ୍ରିକ୍‌ ବଳରେ ଭାରତ ବୃହତ୍‌ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି। ଭାରତ ପକ୍ଷରୁ ଲଳିତ (୭, ୨୪, ୩୭, ୫୩ ମିନିଟ), ବରୁଣ କୁମାର (୧୨, ୩୬, ୫୦, ୫୨ ମିନିଟ) ଓ ମନଦୀପ୍‌ (୧୮, ୨୭ , ୨୮ ମିନିଟ) ଚମତ୍କାର ପ୍ରଦର୍ଶନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଭିଷେକ (୧୭), ଅମିତ ରୋହିଦାସ (୩୮), ସୁଖଜିତ(୪୨), ସମଶେର ସିଂ (୪୩) ଓ ସଞ୍ଜୟ (୫୭ ମିନିଟ) ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଉଦ୍‌ଘାଟନୀ ସମାରୋହରେ ଭାରତର ଧ୍ୱଜାବାହକ ରହିଥିବା ଅଧିନାୟକ ହରମନ୍‌ପ୍ରୀତ୍‌ ସିଂଙ୍କୁ ଏହି ମ୍ୟାଚ୍‌ ପାଇଁ ବିଶ୍ରାମ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିକ୍ସ (BRICS) ସମ୍ମିଳନୀରେ ଆମେରିକା ଉପରେ ବର୍ଷିଲେ ରୁଷିଆ-ଇରାନ; ଆୟୋଜକ ଭାରତ ସମ୍ମୁଖରେ କ’ଣ ରହିଛି ଆହ୍ବାନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରୁଷିଆ ଏବଂ ଇରାନ ଶୁକ୍ରବାର, ଆମେରିକା ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶ ଦ୍ୱାରା ଲାଗୁ କରାଯାଇଥିବା କଟକଣା ଏବଂ ଆକ୍ରମଣାତ୍ମକ କାର୍ଯ୍ୟକଳାପର ସମାଲୋଚନା କରିଛନ୍ତି। ସେମାନେ…

Bank Strike Update: ୧୪ ଯାଏ ବ୍ୟାଙ୍କ ବନ୍ଦ! ଜରୁରୀ କାମ ଥିଲେ କଣ କରିବେ?

ନୂଆଦିଲ୍ଲୀ,୧୨।୯: ଯଦି ଆପଣଙ୍କ ବ୍ୟାଙ୍କରେ ଚେକ୍ କ୍ଲିୟରାନ୍ସ, କ୍ୟାସ, ଜମା କିମ୍ୱା ଉଠାଣ, ପାସବୁକ୍ ଅପଡେଟ୍ ଭଳି କୌଣସି ଜରୁରୀ କାମ ବାକି ଅଛି, ତେବେ ଆପଣଙ୍କୁ…

ରିସର୍ଟରେ ଲାଗିଲା ନିଆଁ: ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବାରୁ ପର୍ଯ୍ୟଟକ ଛାନିଆ

ଦାରିଙ୍ଗବାଡ଼ି,୧୨।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟି ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଘରୋଇ ରିସର୍ଟର ଗୋଟିଏ କଟେଜରେ ଅଗ୍ନିକାଣ୍ଡ ଘଟି ଏହା ସମ୍ପୂର୍ଣ୍ଣ ଜଳିପୋଡ଼ି…

ଆଜି ୫ ରାଶିଙ୍କୁ କ୍ୟାରିୟର-ବ୍ୟବସାୟରୁ ପ୍ରଚୁର ଧନଲାଭ; ପ୍ରବଳ ଇନକମ୍‌କୁ ଚାକିରିରେ ବଡ଼ ପଦବୀର ଅଫର୍‌

୧୨ ସେପ୍ଟେମ୍ୱର, ୨୦୨୬ରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଏବଂ ଶନିବାର ଦିନ ପଡୁଛି। ପଞ୍ଚାଙ୍ଗ ଅନୁଯାୟୀ, ଏହି ତିଥିରେ ତ୍ରିପୁଷ୍କର ଯୋଗର ଶୁଭ…

ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?