ନାଇଟ୍‌ ଡ୍ୟୁଟି

ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ନାଇଟ୍‌ ସିଫ୍ଟ ସିଷ୍ଟମ ରହିଛି। ଯୁବତୀ ହୁଅନ୍ତୁ ଅବା ଯୁବକ, ସିଫ୍ଟ ଅନୁଯାୟୀ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରିବାକୁ ପଡୁଛି। ରାତିଅନିଦ୍ରା ହେବା ତଥା ଲାଇଫ୍‌ ଷ୍ଟାଇଲ୍‌ ବଦଳିଯିବା ଦ୍ୱାରା ଅନେକଙ୍କଠାରେ ସ୍ବାସ୍ଥ୍ୟଜନିତ ସମସ୍ୟା ଉପୁଜୁଛି। ତେବେ ଏଭଳି ପରିସ୍ଥିତିରେ ସୁସ୍ଥ ରହିବା ଲାଗି କେତେକ ଦିଗ ପ୍ରତି ଯତ୍ନଶୀଳ ହେବା ଜରୁରୀ…

ହେଲ୍‌ଦି ଡାଏଟ୍‌: ଏକ ସୁସ୍ଥ ଜୀବନ ପାଇଁ ଶରୀରର ଆବଶ୍ୟକତା ଓ ପରିଶ୍ରମ ଅନୁଯାୟୀ ଖାଦ୍ୟ ଖାଇବା ଆବଶ୍ୟକ। ଯଦି ଆପଣ ନାଇଟ୍‌ ସିଫ୍ଟରେ କାମ କରୁଛନ୍ତି, ତେବେ ସୁଷମ ଖାଦ୍ୟ ଖାଆନ୍ତୁ। ତଟକା ପନିପରିବା, ଫଳ ଆଦି ଖାଆନ୍ତୁ। ରାତ୍ର ଭୋଜନରେ ସବୁବେଳେ ହାଲୁକା ଖାଦ୍ୟ ଖାଆନ୍ତୁ। କାରଣ ଭାରି ଖାଦ୍ୟ ଖାଇଲେ ନିଦ ଆସିଥାଏ ଏବଂ କେବେକେବେ ଗ୍ୟାସ୍‌, ବଦହଜମି ଭଳି ସମସ୍ୟା ବି ଉପୁଜିପାରେ। କେବଳ ଏତିକି ନୁହେଁ, ଭାରି ଖାଦ୍ୟ ଖାଇ ଅଧିକ ସମୟ ବସି କାମ କରିବା ଦ୍ୱାରା ଶରୀରରେ ଚର୍ବି ଜମା ହୋଇ ମେଦବହୁଳତା ଦେଖାଦେବାର ଆଶଙ୍କା ଅଧିକ। ତେଣୁ ଲାଇଟ୍‌ ଡିନର କରନ୍ତୁ, ଯାହା ଶରୀରକୁ ଫୂର୍ତ୍ତି ରଖିବା ସହ ମେଦବହୁଳତା ସମସ୍ୟା ବି ଦେଖାଦେବ ନାହିଁ। ଏହା ବ୍ୟତୀତ ଯଦି ଆପଣଙ୍କୁ ରାତିରେ କାମ କରିବା ବେଳେ ଭୋକ ଲାଗୁଛି ତେବେ ତେଲ ମସଲା, ଛଣାଛଣି ବଦଳରେ ମଝିରେ ମଝିରେ କିଛି ହାଲୁକା ସ୍ନାକ୍ସ ଖାଆନ୍ତୁ। ନିଦ ଦୂର କରିବା ଲାଗି ଅଧିକ ଚା, କଫି ପିଇବା ବି ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ।

ନିଅନ୍ତୁ ପର୍ଯ୍ୟାପ୍ତ ନିଦ୍ରା: ସାଧାରଣତଃ ଆମେ ଦିନରେ କାମ କରି ରାତିରେ ଶୋଇଥାଉ। ହେଲେ ନାଇଟ୍‌ ସିଫ୍ଟରେ କାମ କରୁଥିବା ଯୁବପିଢ଼ିଙ୍କୁ ରାତିରେ ନ ଶୋଇ କାମ କରିବାକୁ ପଡ଼ିଥାଏ। ଫଳରେ ସେମାନଙ୍କ ଜୀବନଶୈଳୀ ପରିବର୍ତ୍ତନ ହୋଇଯାଏ। ଏମିତିରେ କାମବେଳେ ନିଦ ଲାଗିବା କିମ୍ବା ରାତି ଅନିଦ୍ରାଜନିତ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବାର ଆଶଙ୍କା ବୃଦ୍ଧି ପାଇଥାଏ। ହେଲେ ଏପରି ନ ହେବା ଲାଗି ଦିନରେ ଭଲ ଭାବେ ଶୋଇବା ପାଇଁ ଚେଷ୍ଟା କରନ୍ତୁ। ଦେଖିବେ, ରାତିରେ କାମ ବେଳେ ନିଦ ଆସିବ ନାହିଁ ଏବଂ କାମରେ ଧ୍ୟାନ କେନ୍ଦ୍ରିତ ହେବା ସହ ସ୍ବାସ୍ଥ୍ୟ ସମସ୍ୟା ବି ଦେଖା ଦେବ ନାହିଁ।

ପାଣି ପିଅନ୍ତୁ: ଆମେ ଦିନରେ ଅଧିକ ପାଣି ପିଉଥିବା ବେଳେ ରାତିରେ ଅପେକ୍ଷାକୃତ କମ୍‌ ପାଣି ପିଇଥାଉ। ଏହାର ମୁଖ୍ୟ କାରଣ ହେଉଛି ରାତିରେ ଶୋଇବା। ହେଲେ ନାଇଟ୍‌ ସିଫ୍ଟ କରୁଥିଲେ ରାତିରେ ଅଧିକ ସମୟ ଅନିଦ୍ରା ରହିବାକୁ ପଡୁଥିବାରୁ ଆଦୌ କମ୍‌ ପାଣି ପିଇବା ଠିକ୍‌ ନୁହେଁ। ନଚେତ୍‌ ଖାଦ୍ୟ ଭଲ ଭାବେ ହଜମ ହୋଇ ନ ପାରି ବଦହଜମି, ଗ୍ୟାସ୍‌, ଏସିଡିଟି, କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଦେଇଥାଏ। ତେଣୁ ଭଲ ଭାବେ ପାଣି ପିଅନ୍ତୁ।

ମଝିରେ ମଝିରେ ନିଅନ୍ତୁ ବ୍ରେକ୍‌: ରାତିରେ ଅଧିକ ସମୟ ବସି କାମ ବା ଡେସ୍କ ଜବ୍‌ କରୁଥିଲେ ମଝିରେ ମଝିରେ ବ୍ରେକ୍‌ ନିଅନ୍ତୁ। ନିଜ ସିଟ୍‌ରୁ ଉଠି କିଛି ସମୟ ଚାଲନ୍ତୁ, କିଛି ସ୍ନାକ୍ସ ଖାଆନ୍ତୁ, ପାଣି ପିଅନ୍ତୁ। ଏହାଦ୍ୱାରା ଉଭୟ ଶରୀର ଏବଂ ଆଖିକୁ ରେଷ୍ଟ ମିଳିବ। ଡେସ୍କ ଜବ୍‌ କରୁଥିଲେ କିଛି ଦିନ ପରେ ଅନେକଙ୍କଠାରେ ପିଠି ଯନ୍ତ୍ରଣା ଦେଖାଦିଏ। ଏପରି ହେଉଥିଲେ ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସି ରହି କାମ ନ କରି ମଝିରେ ମଝିରେ ସିଟ୍‌ରୁ ଉଠି ହାତ ଉଠାଇବା, ବେକ ଏବଂ ପିଠିକୁ ରିଲାକ୍ସ କରିବା ଭଳି ହାଲୁକା ଏକ୍ସରସାଇଜ୍‌ କରନ୍ତୁ।

ଲାଇଟ୍‌ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ: ବର୍ତ୍ତମାନ ଅଧିକାଂଶ କାମ କମ୍ପ୍ୟୁଟରରେ କରାଯାଉଛି। ଦିନରେ ଜବ୍‌ କରୁଥିଲେ ସୂର୍ଯ୍ୟାଲୋକ ଥିବାରୁ ଅଫିସ ଭିତରେ ଅଳ୍ପ ଲାଇଟ୍‌ ବ୍ୟବସ୍ଥା ଥିଲେ ବି ଏହା ବ୍ୟାକ୍‌ଗ୍ରାଉଣ୍ଡ ଲାଇଟ୍‌ ପାଇଁ ବେଶ୍‌ କାମରେ ଆସିଥାଏ। ହେଲେ ରାତିରେ ଚାରିଆଡ଼ ଅନ୍ଧାର ହୋଇଥିବାରୁ ଲାଇଟ୍‌ ବ୍ୟବସ୍ଥା ଠିକ୍‌ ରହିବା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। କାରଣ କମ୍‌ ଲାଇଟ୍‌ରେ କାମ କଲେ ଚାପ ପଡ଼ିବା ଯୋଗୁ ଚକ୍ଷୁ ସମସ୍ୟା ଉପୁଜିବାର ଆଶଙ୍କା ରହିଛି।

ଯୋଗ, ବ୍ୟାୟାମ ବେଶ୍‌ ଜରୁରୀ: ପ୍ରତିଦିନ କିଛି ସମୟ ଯୋଗ, ବ୍ୟାୟାମ କରିବା ଆବଶ୍ୟକ। ବିଶେଷକରି ଯଦି ଆପଣ ନାଇଟ୍‌ ସିଫ୍ଟ ଡ୍ୟୁଟି କରୁଛନ୍ତି, ତେବେ ଦିନରେ ଏଥିପାଇଁ କିଛି ସମୟ ନିହାତି ବାହାର କରନ୍ତୁ। ଦେଖିବେ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବାରେ ଏହା ବେଶ୍‌ ସାହାଯ୍ୟ କରିବ।

ଗାଡି ଚଳାଇବା ବେଳେ ରୁହନ୍ତୁ ସତର୍କ: ଯେଉଁମାନେ ଲେଟ୍‌ ନାଇଟ୍‌ ପର୍ଯ୍ୟନ୍ତ ବାହାରେ କାମ କରନ୍ତି ବା ଫିଲ୍ଡ ଜବ୍‌ କରନ୍ତି ସେମାନଙ୍କୁ ଗାଡି ଚଳାଇବା ସମୟରେ ଯେପରି ନିଦ ନ ଆସେ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ସେହିପରି ରାତିରେ ଗାଡି ସ୍ପିଡ୍‌ ନ ଚଳାଇ ଧିରେ ଧିରେ ଚଳାନ୍ତ। କାରଣ ଏହାଦ୍ୱାରା ଦୁର୍ଘଟଣା ହେବାର ଆଶଙ୍କା ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକାନ୍ତି ଏହି ୩ ରାଶିର ଯୁବତୀ

ଯେତେବେଳେ ବିବାହ କଥା ଉଠେ, ସମସ୍ତେ ଉତ୍ତମ ବୁଝାବଣା ଥିବା ଜୀବନସାଥୀଟିଏ ଖୋଜିଥାନ୍ତି। କୁହାଯାଏ ବିବାହ ପରେ ସ୍ବାମୀ ସହ ସ୍ତ୍ରୀର ଭାଗ୍ୟ ଯୋଡ଼ି ହୋଇଯାଏ।...

ମୋ ମୁହଁରେ ଭର୍ତ୍ତି କରି ଦେଇଥିଲେ AK-47, ସେଦିନର ଲୋମଟାଙ୍କୁରା ଘଟଣା ବଖାଣିଲେ ପାଇଲଟ୍‌

ନୂଆଦିଲ୍ଲୀ,୨୬ା୭: ଆଜି ଅର୍ଥାତ୍‌ ୨୬ ଶୁକ୍ରବାର କାର୍‌ଗିଲ ବିଜୟ ଦିବସର ୨୫ବର୍ଷ ପୂରଣ ହୋଇଛି। ଏହି ଦିନ କାର୍‌ଗିଲ ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନକୁ ପରାସ୍ତ...

ଜୀବନ୍ତ ଗିଳି ଦେବାକୁ ଚେଷ୍ଟା କରୁଥିଲା ଅଜଗର, ବ୍ୟକ୍ତି ଜଣଙ୍କ କଲେ ଏଭଳି, ଭିଡିଓ ଦେଖିଲେ…

ଭୋପାଳ,୨୬।୭: ମଧ୍ୟପ୍ରଦେଶର ଜବଲପୁରର କଲ୍ୟାଣପୁର ଗ୍ରାମରେ ୧୫ ଫୁଟ ଲମ୍ବର ଅଜଗର ସାପ ଆକ୍ରମଣ କରିବା ପରେ ଜଣେ ବ୍ୟକ୍ତି ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଛନ୍ତି।...

ଜନ୍ମନେଲେ ଅଜବ ଶିଶୁ: ରହିଛି ୨୫ ଆଙ୍ଗୁଠି

ବେଙ୍ଗାଲୁରୁ,୨୪।୭:କର୍ନାଟକର ବାଗଲକୋଟ ଜିଲାର ବନହଟ୍ଟି ଅଞ୍ଚଳର ସନ୍‌ସାଇନ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲରେ ମଙ୍ଗଳବାର ୨୫ ଆଙ୍ଗୁଠି ଥିବା ଏକ ଦୁର୍ଲଭ ଶିଶୁ ଜନ୍ମ ହୋଇଛି। ଏହି...

ଏହି ୫ ଗୁଣ ସ୍ତ୍ରୀଙ୍କ ପାଖରେ ଥିଲେ ଭାଗ୍ୟବାନ ହୋଇଥାନ୍ତି ସ୍ବାମୀ; ଜାଣନ୍ତୁ କ’ଣ କୁହନ୍ତି…

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ...

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ କେତେ ଟଙ୍କା ମିଳେ କ୍ଷତିପୂରଣ, ଜାଣିଲେ…

କାଠମାଣ୍ଡୁ/ନୂଆଦିଲ୍ଲୀ ,୨୪ା୭: ସୌର୍ଯ୍ୟ ଏୟାରଲାଇନ୍ସର ୯ଏନ୍‌-ଏଏମ୍‌ଇ (ସିଆରଜେ- ୨୦୦) ବିମାନ ଭାରତର ପଡ଼ୋଶୀ ଦେଶ ନେପାଳର ରାଜଧାନୀ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାର ଶିକାର...

ଜୀବନରେ ‘ରିଫ୍ରେଶ’ ରହିବା ଜରୁରୀ

ପ୍ରତିବର୍ଷ ଜୁଲାଇ ମାସର ଚତୁର୍ଥ ଗୁରୁବାର ନ୍ୟାଶନାଲ୍‌ ରିଫ୍ରେଶ୍‌ମେଣ୍ଟ ଡେ’ ପାଳନ କରାଯାଏ। ଏହି ଦିନ ଲୋକମାନେ ଥଣ୍ଡା ଲେମ୍ବୁ, ବରଫଯୁକ୍ତ ଚା’, କୋଲ୍ଡ ପାନୀୟ,...

ଶ୍ରାବଣରେ ମହାଦେବଙ୍କ ଶୁଭଦୃଷ୍ଟି ପାଇବାକୁ ଚାହାନ୍ତି କି, କରନ୍ତୁ ଏପରି…

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି। ବିଶ୍ୱାସ ରହିଛି ଯଦି ଭଗବାନ ଶିବ ଏହି ମାସରେ ସନ୍ତୁଷ୍ଟ ହୁଅନ୍ତି ତେବେ ସେ ଭକ୍ତର ପ୍ରତ୍ୟେକ ଇଚ୍ଛା ପୂରଣ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri