ସଙ୍ଗୀତର ନାଇଟ୍‌ ବ୍ୟାଚ୍‌ଲର

-ଜିତେନ୍ଦ୍ର କୁମାର ନାୟକ

 

ପ୍ରକୃତିର ସ୍ବର ହେଉ ବା ମନୁଷ୍ୟକୃତ ବାଦ୍ୟ ଅଥବା କଣ୍ଠସ୍ବର ପ୍ରାଣୀ ଓ ଉଦ୍ଭିଦ ଜଗତ ପାଇଁ ମହୋଷଧି ଭାବେ କାର୍ଯ୍ୟ କରିଥାଏ। ସଙ୍ଗୀତ ବିଜ୍ଞାନସମ୍ମତ ସିଦ୍ଧାନ୍ତ ଦ୍ୱାରା ପରୀକ୍ଷିତ ହୋଇଥିବା ବିଷୟ ମେଡିକାଲ ଓ ସାଇନ୍ସ ଜର୍ନାଲରୁ ପଢ଼ିବାକୁ ମିଳେ। ତେବେ ଯେଉଁ ବ୍ୟକ୍ତି ବିଜ୍ଞାନ ଓ ସଙ୍ଗୀତର ରୂପକାର ହୋଇଥିବେ ତାଙ୍କ ବ୍ୟକ୍ତିତ୍ୱ ଅସଂଖ୍ୟ ଲୋକଙ୍କୁ ପ୍ରଭାବିତ କରିବା ସ୍ବାଭାବିକ। ବ୍ରିଟିଶ୍‌ର ସାର୍‌ ବ୍ରିଆନ୍‌ ହାରୋଲ୍ଡ ମେ ୧୪ ମାର୍ଚ୍ଚ ୨୦୨୩ରେ କିଙ୍ଗ୍‌ ଚାର୍ଲସ ୩ୟଙ୍କ ଦ୍ୱାରା ‘ନାଇଟ୍‌ ବ୍ୟାଚ୍‌ଲର’ ଉପାଧି ପାଇବା ପରେ ତାଙ୍କ ସଙ୍ଗୀତ ଦୁନିଆ ଶୀର୍ଷରେ ପହଞ୍ଚତ୍ଥିବା କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ବ୍ରିଟିଶ ରାଜ ଦରବାରରେ ବିଭିନ୍ନ କ୍ଷେତ୍ରରେ ସମ୍ମାନସୂଚକ ‘ନାଇଟ୍‌’ ଉପାଧି ପାଇଥିବା ବ୍ୟକ୍ତିଙ୍କ ନାମ ପୂର୍ବରୁ ‘ସାର୍‌’ ସଂଲଗ୍ନ ହୋଇଥାଏ। ସଙ୍ଗୀତ କ୍ଷେତ୍ରରେ ବ୍ରିଆନ୍‌ଙ୍କ ଏହି ଉତ୍ତରଣ ତାଙ୍କୁ ପ୍ରଖ୍ୟାତ ସଙ୍ଗୀତସ୍ରଷ୍ଟା ଏଲ୍‌ଟନ ଜନ୍‌, ପଲ୍‌ ମ୍ୟାକ୍‌କାର୍ଟନେ, ମିକ୍‌ ଜାଗର ଓ ରଡ୍‌ ଷ୍ଟିଓ୍ବାର୍ଟଙ୍କ ଗ୍ରୁପ୍‌ରେ ସାମିଲ କରିଦେଇଛି। ଏହି ମହାନ୍‌ ବ୍ୟକ୍ତିମାନେ ବିଶ୍ୱ ସଙ୍ଗୀତ ଦୁନିଆକୁ ଯେ କେବଳ ବରଦାନ ସଦୃଶ ହୋଇଛନ୍ତି ତାହା ନୁହେଁ, ଦାତବ୍ୟ କାର୍ଯ୍ୟ ଓ ସାମାଜିକ ଅଭିଯାନରେ ଏମାନଙ୍କ ଅବଦାନ ସଦା ଅନସ୍ବୀକାର୍ଯ୍ୟ। ତେବେ ବ୍ରିଆନ୍‌ଙ୍କ ବ୍ୟକ୍ତିତ୍ୱକୁ ଅଧିକ ତର୍ଜମା କଲେ ବିଜ୍ଞାନ ଦିଗରେ ଦଖଲ ତାଙ୍କୁ ଆହୁରି ଅନନ୍ୟ ସ୍ତରରେ ନେଇ ପହଞ୍ଚାଇ ଦେଇଛି। ଏକାଧାରରେ ସଙ୍ଗୀତଜ୍ଞ, ବୈଜ୍ଞାନିକ ଓ ଜନହିତକାରୀ ଭାବେ ପରିଚିତି ହାସଲ କରିଥିବା ବ୍ରିଆନ୍‌ଙ୍କ କୃତିତ୍ୱ ବିଶ୍ୱ ସ୍ତରରେ ଏକ ଅଲିଭା ସ୍ବାକ୍ଷର ହୋଇଗଲା। ଗିଟାର ବାଦ୍ୟରେ ଅଭିନବତ୍ୱ ଆଣିବା ସହ ଗୀତ ରଚନା ଯୋଗୁ ସେ ପିଢ଼ି ପରେ ପିଢ଼ି ସଙ୍ଗୀତକାରଙ୍କ ସକାଶେ ପ୍ରେରଣାର ଉତ୍ସ ପାଲଟିଯାଇଛନ୍ତି।
ବ୍ରିଆନ୍‌ ମେ ୧୯ ଜୁଲାଇ ୧୯୪୭ରେ ଇଂଲଣ୍ଡର ମିଡିଲସେକ୍ସ ଅନ୍ତର୍ଗତ ହାମ୍ପଟନ୍‌ ହିଲ୍‌ରେ ଜନ୍ମଗ୍ରହଣ କରିଥିଲେ। ପିତା ବ୍ରିଟେନ୍‌ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ ଜଣେ ନକ୍ସା ଅଙ୍କନକାରୀ ଥିଲେ। ସ୍କଟିସ୍‌ ମାତା ଓ ବ୍ରିଟିଶ୍‌ ପିତାଙ୍କ ଏକମାତ୍ର ସନ୍ତାନ ବ୍ରିଆନ୍‌ ସ୍ଥାନୀୟ ହାନ୍‌ଓ୍ବର୍ଥ ରୋଡ୍‌ ଷ୍ଟେଟ୍‌ ପ୍ରାଇମେରି ସ୍କୁଲରେ ଶିକ୍ଷା ଗ୍ରହଣ କରିଥିଲେ। ତାଙ୍କୁ ଯେତେବେଳେ ୧୧ ବର୍ଷ ହୋଇଥିଲା ସେ ହାମ୍ପଟନ୍‌ ଗ୍ରାମାର ସ୍କୁଲ୍‌ ସ୍କଲାରଶିପ୍‌ ପାଇ ସେଠାରେ ପଢ଼ିବାର ସୁଯୋଗ ପାଇଥିଲେ। ସେହି ସମୟରେ ସେ ଏକ ବ୍ୟାଣ୍ଡ୍‌ ପାର୍ଟି ଗଢ଼ିଥିଲେ। ସଙ୍ଗୀତ ସହିତ ତାଙ୍କ ପଢ଼ା ସମାନ୍ତରାଳ ଭାବେ ଗତି କରୁଥିଲା। ସେଠାରୁ ସେ ଜିସିଇ ଅର୍ଡିନାରି ଏବଂ ପରେ ପଦାର୍ଥ ବିଜ୍ଞାନ, ଗଣିତ ଓ ପ୍ରୟୋଗାତ୍ମକ ଗଣିତରେ ଥ୍ରୀ ଜିସିଇ ଆଡ୍‌ଭାନ୍ସଡ ଲେଭଲ୍‌ରେ ଊତ୍ତୀର୍ଣ୍ଣ ହୋଇଥିଲେ। ଏହା ପରେ ସେ ଇମ୍ପେରିଆଲ୍‌ କଲେଜ ଲଣ୍ଡନରେ ଗଣିତ ଓ ପଦାର୍ଥ ବିଜ୍ଞାନ ନେଇ ପଢ଼ିଥିଲେ। ୧୯୬୮ରେ ସେ ପଦାର୍ଥ ବିଜ୍ଞାନ ସମ୍ମାନରେ ବି.ଏସ୍‌ସି ଡିଗ୍ରୀ ଅର୍ଜନ କରିଥିଲେ। ମେଧାସମ୍ପନ୍ନ ବ୍ରିଆନ୍‌ଙ୍କ ଶିକ୍ଷାଗତ କୃତିତ୍ୱ ସାର୍‌ ବର୍ନାର୍ଡ ଲୋଭେଲ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଫଳରେ ଜୋଡ୍‌ରେଲ୍‌ ବ୍ୟାଙ୍କ ଅବଜରଭେଟୋରିରେ ଡକ୍ଟରେଟ୍‌ କରିବା ଲାଗି ତାଙ୍କୁ ସୁଯୋଗ ମିଳିଥିଲା। ହେଲେ ଲଣ୍ଡନସ୍ଥିତ ‘ସ୍ମାଇଲ୍‌’ ବ୍ୟାଣ୍ଡ୍‌ ପାର୍ଟିରେ ସେ କାର୍ଯ୍ୟ କରୁଥିବାରୁ ଡକ୍ଟରେଟ୍‌ କରିବାର ସୁଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏଥିରେ ସଙ୍ଗୀତ ପ୍ରତି ଥିବା ତାଙ୍କ ଗଭୀର ଅନୁରାଗର ପ୍ରତିଫଳନ ମିଳିଥାଏ। ଅବଶ୍ୟ ବିଜ୍ଞାନ ବିଷୟରେ ଗବେଷଣା କରିବାର ନିଶାକୁ ସେ ଛାଡ଼ି ନ ଥିଲେ। ଇମ୍ପେରିଆଲ୍‌ କଲେଜ ଲଣ୍ଡନରେ ସେ ୧୯୭୧ରେ ଆଷ୍ଟ୍ରୋଫିଜିକ୍ସରେ ଗବେଷଣା କରିବା ଲାଗି ନାମ ପଞ୍ଜୀକରଣ କରିଥିଲେ। ହେଲେ ୨୦୦୭ରେ ସେ ଆଷ୍ଟ୍ରୋଫିଜିକ୍ସରେ ପିଏଚ୍‌.ଡି. ପାଇଥିଲେ। ଫଳରେ ସେ ନାସାର ନ୍ୟୁ ହରାଇଜନ୍ସ ‘ପ୍ଲୁଟୋ ମିଶନ’ରେ ଜଣେ ବୈଜ୍ଞାନିକ ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ତେବେ କଲେଜର ପ୍ରାରମ୍ଭିକ ଜୀବନରୁ ଗବେଷଣା ସମୟ ଭିତରେ ବ୍ରିଆନ୍‌ଙ୍କ ସଙ୍ଗୀତ ଦୁନିଆ ବିଶାଳ ରୂପ ଧାରଣ କରିଥିଲା। ପ୍ରସିଦ୍ଧ ସଙ୍ଗୀତ ବ୍ୟାଣ୍ଡ୍‌ରେ କାମ କଲା ବେଳେ ସେ ମଞ୍ଚରେ ନିଜ ପାରଦର୍ଶିତା ପ୍ରଦର୍ଶନ କରିଥିଲେ। ‘କୁଇନ୍‌’ (ଲଣ୍ଡନରେ ଫ୍ରେଡି ମର୍କ୍ୟୁରିଙ୍କ ଦ୍ୱାରା ୧୯୭୦ରେ ଗଠିତ ରକ୍‌ ବ୍ୟାଣ୍ଡ୍‌) ଯେତେବେଳେ ସଙ୍ଗୀତ ଦୁନିଆରେ ରାଜ୍‌ କରୁଥିଲା ସେତେବେଳେ ବ୍ରିଆନ୍‌ ସେଥିରେ ନିଜକୁ ସାମିଲ କରିବାରେ ସକ୍ଷମ ହୋଇଥିଲେ। ୧୯୭୧ରେ ବ୍ରିଆନ୍‌ ସେଥିରେ ମୁଖ୍ୟ ଗିଟାରିଷ୍ଟ ହୋଇଥିଲେ। ଏପରିକି ଆବଶ୍ୟକ ସ୍ଥଳରେ ଗୀତିକାର ଭୂମିକାରେ ମଧ୍ୟ ଅବତୀର୍ଣ୍ଣ ହୋଇଥିଲେ। ବ୍ରିଟିଶ ରାଜପ୍ରାସାଦଠାରୁ ଆରମ୍ଭ କରି ପ୍ରତ୍ୟେକ ମଞ୍ଚରେ ତାଙ୍କ ପ୍ରଦର୍ଶନ ବହୁ ଦର୍ଶକଙ୍କୁ ଆକୃଷ୍ଟ କରିଚାଲିଲା। ସେଥିପାଇଁ ସେ ପ୍ରସିଦ୍ଧ ‘ରକ୍‌ ବ୍ୟାଣ୍ଡ୍‌ କୁଇନ୍‌’ର ମୁଖ୍ୟ ଗିଟାରିଷ୍ଟ ଆଖ୍ୟା ପାଇଥିଲେ। ଏଥିସହିତ ତାଙ୍କ ଦ୍ୱାରା ରଚିତ ବହୁ ସ୍ମରଣୀୟ ସଙ୍ଗୀତ ‘ଉଇ ଉଇଲ୍‌ ରକ୍‌ ୟୁ’, ‘ଆଇ ଓ୍ବାଣ୍ଟ ଇଟ୍‌ ଅଲ୍‌’, ‘ଦି ଶୋ ମଷ୍ଟ ଗୋ ଅନ୍‌’କୁ ବିଶ୍ୱ ସଙ୍ଗୀତ ଜଗତ ଗୁଣୁଗୁଣେଇଥାଏ।
ଜୀବନବ୍ୟାପୀ ସଙ୍ଗୀତ ସାଧନା ପାଇଁ ବ୍ରିଆନ୍‌ ଅନେକ ଅନ୍ତର୍ଜାତୀୟ ପୁରସ୍କାରର ଅଧିକାରୀ ହୋଇଛନ୍ତି। ତେବେ ‘ନାଇଟ୍‌ ବ୍ୟାଚ୍‌ଲର’ ତାଙ୍କୁ ଶ୍ରେଷ୍ଠ ମାନ୍ୟତା ପ୍ରଦାନ କରିଥିବାରୁ ସେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି। ବିଜ୍ଞାନ ଓ ସଙ୍ଗୀତ ସହିତ ପ୍ରାଣୀଙ୍କ ଅଧିକାର, ପରିବେଶ ପ୍ରୀତି ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବାରେ ସେ ଜଣେ ପ୍ରମୁଖ ଆକ୍ଟିଭିଷ୍ଟ ଅବତାରରେ ଅବତୀର୍ଣ୍ଣ ହେବା ତାଙ୍କ ବ୍ୟକ୍ତିତ୍ୱର ସଫଳ ଦିଗକୁ ମଧ୍ୟ ସୂଚିତ କରିଥାଏ। ବ୍ୟକ୍ତିଗତ ଜୀବନ କହିଲେ ସେ ଖ୍ରୀଷ୍ଟିନ୍‌ ମୁଲେନଙ୍କୁ ବିବାହ କରିଥିଲେ। ତାଙ୍କର ତିନି ସନ୍ତାନ ଅଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri