Odisha Elections 2024

ନାଇଜରରେ ଖାଦ୍ୟଭାବ,ଭୋକରେ ୧୦ଲକ୍ଷ ଲୋକ

ନାଇରୋବି,୧୬।୯: କ୍ଷମତାସୀନ ସରକାରଙ୍କୁ ହଟାଇ ସେନା ନାଇଜରକୁ ଦଖଲ କରି ସାରିଛି। ନାଇଜରରେ ଏବେ ସାମରିକ ଶାସନ ଚାଲିଛି। ହେଲେ ଦେଶରେ ଏବେ ଖାଦ୍ୟ ଶସ୍ୟ ସରିଯିବା ଯୋଗୁ ଖାଦ୍ୟ ସମସ୍ୟା ଦେଖାଯାଇଛି। ଡାଲି, ଚାଉଳ ଠାରୁ ଆରମ୍ଭ କରି ରନ୍ଧନ ତେଲ ପର୍ଯ୍ୟନ୍ତ ସବୁ କିଛିର ଅଭାବ ଦେଖାଦେଇଛି। ନାଇଜରରେ ସେନା କ୍ଷମତାକୁ ଆସିବା ପରେ ପଶ୍ଚିମ ଆଫ୍ରିକୀୟ ଦେଶମାନେ ଆର୍ଥିକ କାରବାରକୁ ବନ୍ଦ କରିଦେଇଛନ୍ତି। ଏହି ପ୍ରତିବନ୍ଧକ ଏବଂ ଅନ୍ୟ ଦେଶ ସହ ବଢୁଥିବା ତିକ୍ତତା ନାଇଜରର ଅର୍ଥନୀତିକୁ ଅଡୁଆରେ ପକାଉଛି। ଖାଦ୍ୟଶସ୍ୟର ମୂଲ୍ୟ ବୃଦ୍ଧି ପାଉଛି। ଦେଶରେ ଜରୁରୀକାଳୀନ ଔଷଧର ମଧ୍ୟ ଅଭାବ ଦେଖାଦେଇଛି।

ଦୁନିଆର ସବୁଠାରୁ ଗରିବ ଦେଶ ନାଇଜର ପାଇଁ ସାମରିକ ବିବାଦ ବର୍ତ୍ତମାନ ଦେଶକୁ ବିପର୍ଯ୍ୟସ୍ତ କରିଦେଇଛି। ବିଶ୍ୱରେ ଦ୍ରୁତ ଗତିରେ ବଢୁଥିବା ଜନସଂଖ୍ୟା ମଧ୍ୟରେ ନାଇଜର ମଧ୍ୟ ରହିଛି। ରାଷ୍ଟ୍ରପତି ମହମଦ ବଜୌମ କାର୍ଯ୍ୟକାଳ ମଧ୍ୟରେ ନାଇଜରର ଅର୍ଥନୀତି ୧୨ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଥିଲା। ବର୍ତ୍ତମାନ ସାମରିକ ଦଖଲ ପରେ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଯାଇଛି। ପ୍ରତିବନ୍ଧକ ଯୋଗୁଁ, ନାଇଜରକୁ ଯିବାକୁ ଥିବା ଶସ୍ୟ ସାମଗ୍ରୀ ସୀମାନ୍ତ ଅଞ୍ଚଳରେ ଅଟକି ରହିଛି।
ନାଇଜର ସୀମାରେ ୭ହଜାର ଟନରୁ ଅଧିକ ଶସ୍ୟ ଅଟକି ରହିଛି। ଯଦି ସୀମାରେ ପ୍ରତିବନ୍ଧକ ନ ହଟେ ତେବେ ୧୦ ଲକ୍ଷ ଲୋକ ଖାଦ୍ୟ ଅଭାବରୁ ମୃତ୍ୟୁବରଣ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। ଦେଶରେ ଏହି ସମୟରେ ଡ୍ରଗ୍ସର ଚୋରା କାରବାର ମଧ୍ୟ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ବଦଳିଲା ଟୁଇଟରର ଡୋମେନ ନେମ, ଏବେ x.comରେ ଖୋଲିବ ସୋସିଆଲ ମିଡିଆ ପ୍ଲାଟଫର୍ମ

ଓ୍ବାଶିଂଟନ,୧୭।୫: ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଟୁଇଟର ଡଟ କମ ଖୋଲୁଥିଲା, କିନ୍ତୁ ଅପରାହ୍ନରେ ଏହା ସ୍ବୟଂଚାଳିତ ଭାବରେ x.com ହୋଇଗଲା। ଏହିପରି,୨୦୨୨ରେ ଏଲୋନ ମସ୍କଙ୍କ ଦ୍ୱାରା...

ନେପାଳ ସଂସଦରେ ହାତାହାତି ହେଲେ ଶାସକ-ବିରୋଧୀ

କାଠମାଣ୍ଡୁ,୧୭।୫: ସହଯୋଗୀ ଜାଲିଆତି ମାମଲାରେ ନେପାଳର ଗୃହମନ୍ତ୍ରୀ ରବି ଲାମିଚାନେଙ୍କ ବିରୋଧରେ ତଦନ୍ତ କମିଟି ଗଠନ ନେଇ ନେପାଳ ସଂସଦର ନିମ୍ନ ଗୃହରେ ବିରୋଧୀ ଏବଂ...

ଭାରତୀୟ ମସଲା ଉପରେ ପ୍ରତିବନ୍ଧକ ଲଗାଇଲା ନେପାଳ, ଯାଞ୍ଚ ଆରମ୍ଭ

କାଠମାଣ୍ଡୁ,୧୭।୫: ନେପାଳ ଦୁଇଟି ଭାରତୀୟ ବ୍ରାଣ୍ଡର ମସଲା – ଏମଡିଏଚ ଏବଂ ଏଭରେଷ୍ଟର ଆମଦାନୀ, ବ୍ୟବହାର ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ମସଲାରେ...

ରୁଷିଆ ଚାଇନା ସବୁବେଳେ ଏକାଠି ଅଛନ୍ତି, ବେଜିଂ ଗସ୍ତ ସମୟରେ ୭୫ ବର୍ଷ ପୁରୁଣା ଗୀତ ମନେପକାଇଲେ ପୁଟିନ

ବେଜିଂ,୧୭।୫: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚାଇନା ଗସ୍ତରେ ଅଛନ୍ତି। ଗାଜା ଏବଂ ୟୁକ୍ରେନକୁ ନେଇ ତିକ୍ତତା ମଧ୍ୟରେ ଏକ ବର୍ଷ ମଧ୍ୟରେ ରୁଷିଆର ରାଷ୍ଟ୍ରପତି...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ସିଙ୍ଗାପୁର:ସମ୍ପ୍ରତି ଯୁବପିଢ଼ି ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ପରିବାର ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସିଙ୍ଗାପୁରର ଶିର୍ଲି...

୨୬ ବର୍ଷ ତଳେ ଅପହୃତ, ପଡ଼ୋଶୀଙ୍କ ଘରୁ ଉଦ୍ଧାର

ଜେଲ୍‌ଫା, ୧୭।୫:୧୯୯୮ରେ ଆଲଜେରିଆର ଜେଲ୍‌ଫା ସହର ବାସିନ୍ଦା ଓମାର ବିନ୍‌ ଓମରାନଙ୍କୁ ୧୯ ବର୍ଷ ହୋଇଥିଲା। ସେତେବେଳେ ସେ ହଠାତ୍‌ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ...

ବନ୍ୟା ପ୍ରଭାବିତ ଅଞ୍ଚଳରେ ବର୍ଷା ବନ୍ଦ କରିବାକୁ କରାଯାଉଛି କ୍ଲାଉଡ ସିଡିଂର ପ୍ରୟୋଗ

ଜାକର୍ତ୍ତା,୧୬।୫: ବର୍ଷା କରିବା ପାଇଁ ଆପଣ କ୍ଲାଉଡ ସିଡିଂ ବ୍ୟବହାର କରିବା ବିଷୟରେ ନିଶ୍ଚୟ ଶୁଣିଥିବେ । କିନ୍ତୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଅଧିକ ବର୍ଷା...

ସ୍ଲୋଭାକିଆର ପ୍ରଧାନମନ୍ତ୍ରୀଙ୍କ ଉପରକୁ ଗୁଳି ଚଳାଇବାର ପ୍ରଥମ ଭିଡିଓ ଆସିଲା ସାମ୍ନାକୁ

ବ୍ରେଟିସ୍ଲାଭା,୧୬ା୫:  ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋ  ଗୁଳି ବିନିମୟରେ ଗୁରୁତର ହୋଇଛନ୍ତି। ଫିକୋଙ୍କ ଉପରେ ହୋଇଥିବା ଗୁଳି ବିନିମୟକୁ ବିଶ୍ୱର ନେତାମାନେ ନିନ୍ଦା କରିଛନ୍ତି ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri