Posted inଖେଳ

ଏସିଆ କପ୍‌ ପରେ ହଠାତ୍‌ ଇସ୍ତଫା ଦେଲେ ଅଧିନାୟକ, ନିଷ୍ପତ୍ତିରେ ବୋର୍ଡ ଚକିତ

ଢାକା: ବାଂଲାଦେଶ ମହିଳା କ୍ରିକେଟ ଦଳରେ ହଠାତ୍‌ ହଲଚଲ ସୃଷ୍ଟି ହୋଇଛି। ଏସିଆ କପ୍‌ ୨୦୨୬ ଶେଷ ହେବା ପରେ ନିଗାର ସୁଲତାନା ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ଏହି ହଠାତ୍‌ ନିଷ୍ପତ୍ତିରେ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ମଧ୍ୟ ଚକିତ ହୋଇଥିବା ଜଣାପଡ଼ିଛି।

ନିଗାର ସୁଲତାନା ୨୦୨୨ରୁ ବାଂଲାଦେଶ ମହିଳା ଟି-୨୦ ଦଳର ନେତୃତ୍ୱ ନେଇଆସୁଥିଲେ। ତେବେ ଅଧିନାୟକ ପଦ ଛାଡ଼ିବା ନେଇ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ବୋର୍ଡ ଅଧିକାରୀମାନେ ପୂର୍ବରୁ ଅବଗତ ନଥିବା ଖବର ଆସିଛି।

ସୁଲତାନା କାହିଁକି ହଠାତ୍‌ ଅଧିନାୟକତ୍ୱ ଛାଡ଼ିବାକୁ ନିଷ୍ପତ୍ତି ନେଲେ, ସେନେଇ ବାଂଲାଦେଶ କ୍ରିକେଟ ବୋର୍ଡର ଅଧିକାରୀମାନଙ୍କ ପାଖରେ ମଧ୍ୟ ସ୍ପଷ୍ଟ ସୂଚନା ନଥିବା ଜଣାପଡ଼ିଛି। ବୁଧବାର ବାଂଲାଦେଶ ମହିଳା ୱିଙ୍ଗର ଚେୟାରମ୍ୟାନ ରଫିକୁଲ ଇସଲାମ ବାବୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ତାଙ୍କୁ ଏନେଇ ଏକ ଇ-ମେଲ ମିଳିଛି। ତେବେ ନିଗାର ସୁଲତାନାଙ୍କ ଇ-ମେଲରେ ଅଧିନାୟକତ୍ୱ ଛାଡ଼ିବାର ପ୍ରକୃତ କାରଣ କ’ଣ ଦର୍ଶାଯାଇଛି, ସେନେଇ ବିସ୍ତୃତ ସୂଚନା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଝଡ଼ବାତ୍ୟାକୁ ରୋକିବ ଲୁଣା ହେନ୍ତାଳ ଜଙ୍ଗଲ, ୧୯୯୯ ମହାବାତ୍ୟାରେ…

ମହାକାଳପଡ଼ା,୧୭ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗର ଉପକୂଳ କେନ୍ଦ୍ରାପଡ଼ା ଜିଲା ପ୍ରାକୃତିକ ବିପର୍ଯ୍ୟୟ ଅଞ୍ଚଳ ଭାବେ ଜଣାଶୁଣା। ଏହି ଉପକୂଳବର୍ତ୍ତୀ ନଦୀ ସମୁଦ୍ର ଧାରେ ଧାରେ ପ୍ରାକୃତିକ…

ଫୁଲ ତୋଳିବାକୁ ଯାଇଥିଲେ ଆଦିତ୍ୟ, ଛାତରୁ ଖସି ଚାଲିଗଲା ଜୀବନ

ନୀଳଗିରି,୧୭।୯(ପ୍ରଶାନ୍ତ କୁମାର ବିଶ୍ବାଳ): ପୂଜା ପାଇଁ ଫୁଲ ତୋଳିବାକୁ ଯାଇଥିବା ବେଳେ ଘଟିଗଲା ଏକ ବଡ ଅଘଟଣ । ଛାତ ଉପରୁ ଖସିପଡ଼ି ଚାଲିଗଲା ଜୀବନ। ବାଲେଶ୍ୱର…

ପିଏମ ମୋଦିଙ୍କ ଜନ୍ମଦିନରେ ରାହୁଲଙ୍କ ଶୁଭେଚ୍ଛା, ବିଜୟ କହିଲେ- ମଜବୁତ ଭାରତ ପାଇଁ…

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ବିଭିନ୍ନ ରାଜନୈତିକ ନେତାଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ୍ସରେ ପୋଷ୍ଟ…

୧୦୦% ଟାରିଫ ଧମକରେ ନଇଁବନି ଭାରତ! ଟ୍ରମ୍ପଙ୍କୁ ଦେଲା କଡ଼ା ଜବାବ, କହିଲା…

ନୂଆଦିଲ୍ଲୀ, ୧୭।୯: ରୁଷିଆ ଓ ଇରାନ ବିରୋଧରେ ନୂଆ ପ୍ରତିବନ୍ଧକ ବ୍ୟବସ୍ଥା ସମ୍ପର୍କିତ ଆମେରିକୀୟ ଆଇନକୁ ନେଇ ଭାରତ ସତର୍କ ନଜର ରଖିଛି। ଆମେରିକାର ସଂସଦରେ ଏ…

ଗଜକେସରୀ ଯୋଗ: ଅକ୍ଟୋବର ଆରମ୍ଭରୁ ୩ ରାଶିକୁ ମିଳିବ ବମ୍ଫର ଫାଇଦା, ମାଲାମାଲ ହେବା ସହ ଚାକିରିରେ ବଡ଼ ପ୍ରମୋଶନ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗଜକେସରୀ ଯୋଗକୁ ଅତ୍ୟନ୍ତ ଶୁଭ ଓ ପ୍ରଭାବଶାଳୀ ଯୋଗ ଭାବେ ମାନ୍ୟତା ଦିଆଯାଏ। ଜ୍ୟୋତିଷୀୟ ବିଶ୍ୱାସ ଅନୁସାରେ, ଏହି ଯୋଗ ଶକ୍ତି, ମାନ-ସମ୍ମାନ…

ନଗର ନିଗମ ଫଳାଫଳ: ଭାଜପାକୁ ବଡ଼ ଝଟକା, ଆଉ ୪ ୱାର୍ଡରେ ଜିତିଲା କଂଗ୍ରେସ

ଜୟପୁର,୧୭।୯: ରାଜସ୍ଥାନର ଜୟପୁର, କୋଟା ଓ ଯୋଧପୁରର ୯ଟି ଆସନ ମଧ୍ୟରୁ ୮ଟିର ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ଏହି ଆସନଗୁଡ଼ିକରେ ସେପ୍ଟେମ୍ବର ୧୬ ତାରିଖରେ ପୁନଃ…

ବୈଦିକ ଭୂମିରେ ହିନ୍ଦୁଧର୍ମ

ସିନ୍ଧୁ ନଦୀର ଶାଖାନଦୀଗୁଡ଼ିକ ଦ୍ୱାରା ପ୍ଳାବିତ ପଞ୍ଜାବ ମୂଳ ବୈଦିକ ଭୂମି ଥିଲା। ହେଲେ ଏବେ ଯମୁନା-ଗଙ୍ଗା ଧୋୟାଞ୍ଚଳ ସହିତ ବେଦକୁ ଅଧିକ ଜଡ଼ିତ କରାଯାଉଥିବାବେଳେ ଅନ୍ୟପକ୍ଷରେ…

PM ମୋଦି କେବେ କେବେ UPIରେ କରିଛନ୍ତି ପେମେଣ୍ଟ? ଜାଣନ୍ତୁ କେତେ ଟଙ୍କା କରିଥିଲେ ଖର୍ଚ୍ଚ

ନୂଆଦିଲ୍ଲୀ, ୧୭/୯:ଆଜି ସେପ୍ଟେମ୍ବର ୧୭। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ତାଙ୍କ ଜନ୍ମଦିନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଦେଶରେ ଡିଜିଟାଲ ପେମେଣ୍ଟ ଏବଂ UPIକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?