ଏହି ଅଭିନେତ୍ରୀଙ୍କ ନାଁରେ ନିର୍ମାଣ ହେଲା ମନ୍ଦିର, ମୂର୍ତ୍ତିରେ ପ୍ରଶଂସକ ଢାଳିଲେ କ୍ଷୀର

କଲିଉଡରେ ପ୍ରିୟ ସେଲିବ୍ରିଟିଙ୍କ ନାମରେ ମନ୍ଦିର ନିର୍ମାଣ ହେବା ନୂଆ କଥା ନୁହେଁ। କଲିଉଡ ଅଭିନେତ୍ରୀ ନିଧି ଅଗ୍ରୱାଲଙ୍କ କେବଳ ଦୁଇଟି ଫିଲ୍ମ ରିଲିଜ ହୋଇଛି ଏବଂ ଏହି ପୋଙ୍ଗଲରେ ମୁକ୍ତିଲାଭ କରୁଥିବା ତୃତୀୟ ଫିଲ୍ମର ଶୁଟିଂ ସେ କରୁଛନ୍ତି। କିନ୍ତୁ ପ୍ରଶଂସକ ମାତ୍ର ୨ଟି ଫିଲ୍ମରେ ତାଙ୍କ ଅଭିନୟରେ ଦିଓ୍ବାନା ହୋଇଯାଇଛନ୍ତି। ପ୍ରଶଂସକ ଏତେ ପାଗଳ ହୋଇଯାଇଛନ୍ତି ଯେ, ଚେନ୍ନାଇରେ ତାଙ୍କ ନାଁରେ ଏକ ମନ୍ଦିର ନିର୍ମାଣ କରିଛନ୍ତି। ମନ୍ଦିରରେ ତାଙ୍କ ମୂର୍ତ୍ତି ରଖି କ୍ଷୀର ଢାଳୁଥିବା ଦେଖାଯାଇଛି। ଏସବୁ ଦେଖି ନିଧି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଭାଲେଣ୍ଟାଇନ୍ସ ଡେ ଉପହାର ଦେଇଛନ୍ତି। ମୁଁ ଏହା ଆଶା କରି ନ ଥିଲି କିନ୍ତୁ ମୋତେ ଭଲପାଉଥିବା ପ୍ରଶଂସକଙ୍କ ନିକଟରେ ମୁଁ କୃତଜ୍ଞ ଅଟେ । ଯଦିଓ ନିଧି ଅଗ୍ରୱାଲ ସେହି ମନ୍ଦିରର ପ୍ରକୃତ ସ୍ଥାନ ଜାଣି ନାହାଁନ୍ତି, କିନ୍ତୁ ତାଙ୍କ ପ୍ରଶଂସକ କହିଛନ୍ତି ଯେ ଏହି ମନ୍ଦିର ଚେନ୍ନାଇରେ ଅଛି। ଏହି ମନ୍ଦିରଟି ତାମିଲ ଏବଂ ତେଲୁଗୁ ପ୍ରଶଂସକଙ୍କ ଦ୍ୱାରା ନିର୍ମିତ। ଏହାପୂର୍ବରୁ ଖୁସବୁ, ନମିତା, ହଂସିକା, ରଜନୀକାନ୍ତଙ୍କ ଭଳି କିଛି ଅଭିନେତ୍ରୀଙ୍କ ପାଇଁ ମନ୍ଦିର ନିର୍ମାଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁଳି ଚୋରି ଧରିବାକୁ ଯାଇଥିବା JEଙ୍କ ଉପରକୁ ମରଣାନ୍ତକ ଆକ୍ରମଣ; ପ୍ରଥମେ ଲାତ ଗୋଇଠା ମାରିଲେ, ପରେ ପୋଷା କୁକୁର ଛାଡିଦେଲେ

ଲକ୍ଷ୍ନୌ ବିଦ୍ୟୁତ୍ ବିଭାଗ ବର୍ତ୍ତମାନ ସାରା ଦେଶରେ ବିଦ୍ୟୁତ୍ ଚୋରମାନଙ୍କୁ ଦମନ କରିବା ପାଇଁ ଏକ ଅଭିଯାନ ଚଳାଇଛି। ଏହି ଅଭିଯାନ ସମୟରେ, ବୁଧବାର ସନ୍ଧ୍ୟାରେ LESA…

ନିର୍ମାଣ ପରେ ବି ହସ୍ତାନ୍ତର ହେଉନି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ନୂତନ କୋଠା, ଗ୍ରାମବାସୀ କହିଲେ…

ଛତ୍ରପୁର,୨୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମରେ ଲୋକଙ୍କୁ ରାଜସ୍ବ ସେବା ଯୋଗାଇଦେବା ଲାଗି ସରକାରୀ ଅର୍ଥ ଖର୍ଚ୍ଚରେ ନିର୍ମାଣ କରାଗଲା ନୂତନ…

ଭାରତ-ଚାଇନା ମଧ୍ୟରେ ଭୟଙ୍କର ଯୁଦ୍ଧ ଆଶଙ୍କା! ସେନା ବେସ୍‌ରେ ବଡ଼ ହଲଚଲ,ଚମକାଇଲା ଲଣ୍ଡନର ରିପୋର୍ଟ

ନୂଆଦିଲ୍ଲୀ,୨୮।୫: ଭାରତର ଦୁଇ ପଡ଼ୋଶୀ ପାକିସ୍ତାନ ଏବଂ ଚାଇନା ସହିତ ସୀମା ବିବାଦ ଦଶନ୍ଧି ଧରି ଜାରି ରହିଛି। ପାକିସ୍ତାନ ବିରୋଧରେ ପୂର୍ୱରୁ ଅନେକ ଯୁଦ୍ଧ ହୋଇସାରିଛି।…

ବୈଭବ ସୂର୍ଯ୍ୟବଂଶୀ ନଂ-୧, ଟପ୍‌-୫ ଦୌଡ଼ରୁ ବାହାରିଲେ କୋହଲି, ଓରେଞ୍ଜ କ୍ୟାପ କବ୍‌ଜା କରିନେଲେ…

ନୂଆଦିଲ୍ଲୀ, ୨୮।୫: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ଶେଷ ହେବାକୁ ଯାଉଛି। ଡିଫେଣ୍ଡିଂ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫାଇନାଲରେ ପହଞ୍ଚିଛି, ଏବଂ ଦ୍ୱିତୀୟ ଫାଇନାଲିଷ୍ଟ…

ପିଇବା ପାଣି ଲାଗି ବିକ୍ଷୋଭ: ଟ୍ରାକ୍ଟର ଜବତ କଲା ପୋଲିସ

ଲୋଇସିଂହା ୨୮।୫ (ସୁଶାନ୍ତ ବାଇକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡ଼ା ପଞ୍ଚାୟତ ଅଧୀନ ଛେଲବାହାଲ ସୁକତେଲ ନଦୀ ଗ୍ୟାଲେରୀ ଉପରୁ ବେଇଆନ ବାଲି ଚାଲାଣ ହେଉଛି। ଏହାର…

ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ: ପ୍ରାତଃଭୋଜନ ବୈଠକରେ ହେଲା ଘୋଷଣା

ବେଙ୍ଗାଲୁରୁ,୨୮।୫: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ତାଙ୍କ ମନ୍ତ୍ରୀମାନଙ୍କ ସହିତ ଏକ ପ୍ରାତଃଭୋଜନ ବୈଠକରେ ସେ ଏହି…

JIOର ଟେନ୍‌ସନ୍‌ ବଢ଼ାଇଲା BSNL, ନୂଆ ପ୍ଲାନ୍‌ରେ ୨୮ ଦିନ ପାଇଁ ୨-ଜିବି ଡାଟା ସହ…

ନୂଆଦିଲ୍ଲୀ,୨୮ା୫: ସରକାରୀ ଟେଲିକମ୍‌ କମ୍ପାନୀ BSNL ନୂତନ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏକ ଅତ୍ୟନ୍ତ ସୁଲଭ ପ୍ରିପେଡ୍‌ ପ୍ଲାନ ପ୍ରଚଳନ କରିଛି। କମ୍ପାନୀ ୫୧ରେ ଏକ…

ଦେବଗଡରେ ଅଭାବନୀୟ ଘଟଣା, ବିଦ୍ୟୁତ କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

ଦେବଗଡ଼,୨୮।୫(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟୁତ କର୍ମଚାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ। ରିଆମାଳ ଥାନା ଦୁଧିଆନାଳୀ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଯାଇଛି । ସୂଚନା ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri