Posted inଖେଳ

ନିକୋଲାସ ପୁରନଙ୍କୁ ବୋଲିଂ କରିବାକୁ ଡରିଲେଣି ବୋଲର୍‌, ଏକାକି ଚେନ୍ନାଇଠାରୁ ଅଧିକ ଛକା ମାରି ଚର୍ଚ୍ଚାରେ

ନୂଆଦିଲ୍ଲୀ,୮।୪: ଆଇପିଏଲ୍‌ ୨୦୨୫ରେ ଚମତ୍କାର ଫର୍ମରେ ଅଛନ୍ତି ନିକୋଲାସ ପୁରନ। ସେ ଯେବେ ବି ବ୍ୟାଟିଂ କରିବାକୁ ଓହ୍ଲାଉଛନ୍ତି, ଚୌକା, ଛକା ବର୍ଷା ହେଉଛି। ମଙ୍ଗଳବାର ଖେଳାଯାଉଥିବା ୨୧ତମ ମ୍ୟାଚ୍‌ରେ ମଧ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ପୁରନ୍‌ କେକେଆର୍‌ ବୋଲର୍‌ମାନଙ୍କୁ ଘାଇଲା କରି ୩୬ ବଲ୍‌ରେ ଅପରାଜିତ ୮୭ ରନ୍‌ର ଇନିଂସ ଖେଳିଥିଲେ। ଏହି ଇନିଂସ ସହ ସେ ଅରେଞ୍ଜ କ୍ୟାପ୍‌ ଦୌଡ଼ରେ ଶୀର୍ଷ ସ୍ଥାନ ହାସଲ କରି ନେଇଛନ୍ତି। ଏଥିସହ ସେ ଅନେକ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ଏକାକି ସେ ଚେନ୍ନାଇ ସୁପରକିଙ୍ଗ୍ସ ଅପେକ୍ଷା ଅଧିକ ଛକା ମାରିଛନ୍ତି। ଆସନ୍ତୁ ନଜର ପକାଇବା ପୁରନଙ୍କ ଉପଲବ୍ଧି ଉପରେ…

-ଏହି ମ୍ୟାଚ୍‌ରେ ନିକୋଲାସ ପୁରନ ମାତ୍ର ୨୧ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଖେଳାଳି ଗତ ପାଞ୍ଚ ବର୍ଷ ମଧ୍ୟରେ ସର୍ବାଧିକ ଅର୍ଦ୍ଧଶତକ ଅର୍ଥାତ ୭ ଥର ଅର୍ଦ୍ଧଶତକ ମାରିଛନ୍ତି। କେବଳ ଏତିକି ନୁହେଁ, ସେ ଆଇପିଏଲରେ ୨୦୦ ଷ୍ଟ୍ରାଇକ ରେଟରେ ୭ ଥର ପଚାଶ ପ୍ଲସ ଇନିଂସ ଖେଳିଛନ୍ତି।

-ନିକୋଲାସ ପୁରନ ଆଇପିଏଲ୍‌ ଇତିହାସରେ ସ୍ପିନରଙ୍କ ବିପକ୍ଷରେ ସର୍ବାଧିକ ଷ୍ଟ୍ରାଇକ ରେଟ୍‌ ସହିତ ଖେଳିଥିବା ବ୍ୟାଟ୍ସମ୍ୟାନ ପାଲଟିଛନ୍ତି। ସ୍ପିନ୍‌ ବିପକ୍ଷରେ ପୁରନଙ୍କର ଷ୍ଟ୍ରାଇକ ରେଟ ୨୯୦ ରହିଛି। ନିକୋଲାସ ପୁରନ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ୮୭ ରନ କରି IPLରେ ତାଙ୍କର ସର୍ବୋତ୍ତମ ସ୍କୋର କରିଥିଲେ।

-ନିକୋଲାସ ପୁରାନ ଆଇପିଏଲରେ ୨୦୦୦ ରନ ପୂରଣ କରିଛନ୍ତି। ଏହି ଖେଳାଳି ୧୧୯୯ ବଲରେ ଏହି ସଫଳତା ହାସଲ କରିଛନ୍ତି। ସେ ଆଇପିଏଲ ଇତିହାସରେ ସବୁଠାରୁ ଦ୍ରୁତତମ ୨୦୦୦ ରନ ପୂରଣ କରିଥିବା ବାମହାତୀ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତେବେ ୧୧୨୦ ବଲ୍‌ରେ ୨୦୦୦ ରନ କରିବାର ରେକର୍ଡ ରସେଲଙ୍କ ନାମରେ ଅଛି।

-ନିକୋଲାସ ପୁରନ ୨୦୨୨ ମସିହାରୁ ଏପର୍ଯ୍ୟନ୍ତ ୧୦୦ ଛକା ମାରିସାରିଛନ୍ତି। ଏହି ସଫଳତା ପାଇଥିବା ସେ ଏକମାତ୍ର ଖେଳାଳି। ତାଙ୍କ ପରେ ଶିବମ ଦୁବେ ୮୪ଟି ଛକା ମାରିଛନ୍ତି।

-ନିକୋଲାସ ପୁରନ ଏହି ସିଜିନରେ ଏପର୍ଯ୍ୟନ୍ତ ୨୪ଟି ଛକା ମାରିସାରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସର ସମ୍ପୂର୍ଣ୍ଣ ଦଳ ଏକାଠି ଏପର୍ଯ୍ୟନ୍ତ ଏତେ ଛକା ମାରିନାହାନ୍ତି। ଚେନ୍ନାଇର ନାମରେ ୨୩ଟି ଛକା ଅଛି। ପ୍ରକାଶ ଥାଉକି, ଲକ୍ଷ୍ନୌ ଦଳ ଏହି ସିଜିନରେ IPLରେ ସର୍ବାଧିକ ୫୮ଟି ଛକା ମାରିଛି।

ନିକୋଲାସ ପୁରନଙ୍କ ଏକ ଦୃଢ଼ ଇନିଂସ ଆଧାରରେ ଲକ୍ଷ୍ନୌ ସୁପରଜିଆଣ୍ଟସ ୨୩୮ ରନ କରିଥିଲା। ମିଚେଲ ମାର୍ଶ ମଧ୍ୟ ୮୧ ରନର ଇନିଂସ ଖେଳିଥିଲେ। ମାର୍କରାମ ୪୭ ରନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଆସିଲା ବଡ଼ ଖବର, ଏଟିଏମ୍‌ ସାମ୍ନାରେ ପୁଣି ଲାଗିପାରେ ଲମ୍ବା ଲାଇନ୍! ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୪ା୭: ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ATM କ୍ୟାସ୍ ରିଫିଲ୍ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ଧର୍ମଘଟ କାହିଁକି…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri