ନୟାଗଡ଼ ଅଫିସ,୧।୬: ବୁଧବାର ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ । ରାଜ୍ୟରେ ବିଜ୍ଞାନରେ ପାସ ହାର ୮୪.୯୩ ଥିବାବେଳେ ବାଣିଜ୍ୟରେ ପାସ ହାର ୮୧.୧୨ ପ୍ରତିଶତ ରହିଛି । ତେବେ ବାଣିଜ୍ୟ ଓ ବିଜ୍ଞାନରେ ପାସ୍ ହାରରେ ନୟାଗଡ଼ ଜିଲା ରାଜ୍ୟରେ ଆଗୁଆ ରହି ଗର୍ବ ଓ ଗୌରବ ଆଣିଛି । ନୟାଗଡ଼ ଜିଲାରେ ବିଜ୍ଞାନରେ ପାସ ହାର ୯୬.୪୧ ପ୍ରତିଶତ ଥିବାବେଳେ ବାଣିଜ୍ୟରେ ପାସ୍ହାର ୯୩.୦୯ ପ୍ରତିଶତ ରହିଛି । ନୟାଗଡ଼ ୟୁନିଟେକ ମହାବିଦ୍ୟାଳୟର ଛାତ୍ରୀ ଜୟସିୟା ଆମ୍ବରୀ ୬୦୦ ନମ୍ବରରୁ ୫୬୮ ନମ୍ବର ରଖି ଜିଲାରେ ବାଣିଜ୍ୟ ଟପ୍ପର ହୋଇଛନ୍ତି । ସେହିପରି ନୟାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ନୟାଗଡ଼ ଜୁନିୟର କଲେଜ) ର ଯୁକ୍ତ ୨ ବିଜ୍ଞାନର ଓମ୍ ଆଶୁତୋଷ ମିଶ୍ର ଓ ପ୍ରଜ୍ଞାନ ମହାନ୍ତି ୫୬୪ ନମ୍ବର ରଖି ବିଜ୍ଞାନରେ ଯୁଗ୍ମ ଭାବେ ଟପ୍ପର ହୋଇଛନ୍ତି । ବିଜ୍ଞାନ ଜିଲା ଟପ୍ପର ଓମ୍ ଆଶୁତୋଷ ମିଶ୍ରଙ୍କର ଘର ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଳକ କଣ୍ଟାବାଡ ମକୁନ୍ଦପୁର ଗଁାରେ । ବାପାଙ୍କର ନଁା ପ୍ରଭାତ କୁମାର ପଣ୍ଡା ଓ ମାଙ୍କର ନଁା ସୂର୍ଯ୍ୟମଣୀ ମିଶ୍ର । ସେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ପଢ଼ୁଥିଲେ ା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୫୪୩ ନମ୍ବର ରଖିଥିଲେ । ସେହିଭଳି ଅନୁରୂପ ବିଜ୍ଞାନ ଟପ୍ପର ପ୍ରଜ୍ଞାନ ମହାନ୍ତିଙ୍କ ଘର ନୟାଗଡ ବ୍ଲକ ଲେଙ୍କୁଡିପଡା ଗଁାରେ । ବାପାଙ୍କର ନଁା ପ୍ରତାପ ଚନ୍ଦ୍ର ମହାନ୍ତି। ସେ ନୟାଗଡ ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ର । ପ୍ରକାଶଯୋଗ୍ୟ, ନୟାଗଡ଼ ଜିଲାରେ ୧୬୪ ଜଣ ବାଣିଜ୍ୟରେ ପରୀକ୍ଷା ଦେଇଥିବାବେଳେ ୧୬୪ଜଣ ପାସ୍ କରିଛନ୍ତି । ଏଥିରୁ ୧୧୯ ଜଣ ପ୍ରଥମ ଶ୍ରେଣୀରେ, ୨୦ ଜଣ ୨ୟ କ୍ଲାସରେ ଓ ୧୫ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି। ସେହିଭଳି ବିଜ୍ଞାନରେ ୨୬୬୨ଜଣ ଛାତ୍ରୀଛାତ୍ର ଜିଲାରେ ଫର୍ମଫିଲପ କରିଥିବାବେଳେ ୨୬୫୧ ପରୀକ୍ଷା ଦେଇଥିଲେ । ୨୫୫୬ ଜଣ ପାସ କରିଛନ୍ତି । ପାସ ଛାତ୍ରୀଛାତ୍ରଙ୍କ ମଧ୍ୟର ୧୬୨୩ ପ୍ରଥମ ଶ୍ରେଣୀରେ, ୭୨୪ଜଣ ୨ୟ ଶ୍ରେଣୀରେ, ୨୦୭ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି । ୨ଜଣ କମ୍ପାଟମେଣ୍ଟାଲ ମାଧ୍ୟମରେ ପାସ୍ କରିଛନ୍ତି ।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

