ନୟାଗଡ଼ ଅଫିସ,୧।୬: ବୁଧବାର ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ । ରାଜ୍ୟରେ ବିଜ୍ଞାନରେ ପାସ ହାର ୮୪.୯୩ ଥିବାବେଳେ ବାଣିଜ୍ୟରେ ପାସ ହାର ୮୧.୧୨ ପ୍ରତିଶତ ରହିଛି । ତେବେ ବାଣିଜ୍ୟ ଓ ବିଜ୍ଞାନରେ ପାସ୍ ହାରରେ ନୟାଗଡ଼ ଜିଲା ରାଜ୍ୟରେ ଆଗୁଆ ରହି ଗର୍ବ ଓ ଗୌରବ ଆଣିଛି । ନୟାଗଡ଼ ଜିଲାରେ ବିଜ୍ଞାନରେ ପାସ ହାର ୯୬.୪୧ ପ୍ରତିଶତ ଥିବାବେଳେ ବାଣିଜ୍ୟରେ ପାସ୍ହାର ୯୩.୦୯ ପ୍ରତିଶତ ରହିଛି । ନୟାଗଡ଼ ୟୁନିଟେକ ମହାବିଦ୍ୟାଳୟର ଛାତ୍ରୀ ଜୟସିୟା ଆମ୍ବରୀ ୬୦୦ ନମ୍ବରରୁ ୫୬୮ ନମ୍ବର ରଖି ଜିଲାରେ ବାଣିଜ୍ୟ ଟପ୍ପର ହୋଇଛନ୍ତି । ସେହିପରି ନୟାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ନୟାଗଡ଼ ଜୁନିୟର କଲେଜ) ର ଯୁକ୍ତ ୨ ବିଜ୍ଞାନର ଓମ୍ ଆଶୁତୋଷ ମିଶ୍ର ଓ ପ୍ରଜ୍ଞାନ ମହାନ୍ତି ୫୬୪ ନମ୍ବର ରଖି ବିଜ୍ଞାନରେ ଯୁଗ୍ମ ଭାବେ ଟପ୍ପର ହୋଇଛନ୍ତି । ବିଜ୍ଞାନ ଜିଲା ଟପ୍ପର ଓମ୍ ଆଶୁତୋଷ ମିଶ୍ରଙ୍କର ଘର ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଳକ କଣ୍ଟାବାଡ ମକୁନ୍ଦପୁର ଗଁାରେ । ବାପାଙ୍କର ନଁା ପ୍ରଭାତ କୁମାର ପଣ୍ଡା ଓ ମାଙ୍କର ନଁା ସୂର୍ଯ୍ୟମଣୀ ମିଶ୍ର । ସେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ପଢ଼ୁଥିଲେ ା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୫୪୩ ନମ୍ବର ରଖିଥିଲେ । ସେହିଭଳି ଅନୁରୂପ ବିଜ୍ଞାନ ଟପ୍ପର ପ୍ରଜ୍ଞାନ ମହାନ୍ତିଙ୍କ ଘର ନୟାଗଡ ବ୍ଲକ ଲେଙ୍କୁଡିପଡା ଗଁାରେ । ବାପାଙ୍କର ନଁା ପ୍ରତାପ ଚନ୍ଦ୍ର ମହାନ୍ତି। ସେ ନୟାଗଡ ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ର । ପ୍ରକାଶଯୋଗ୍ୟ, ନୟାଗଡ଼ ଜିଲାରେ ୧୬୪ ଜଣ ବାଣିଜ୍ୟରେ ପରୀକ୍ଷା ଦେଇଥିବାବେଳେ ୧୬୪ଜଣ ପାସ୍ କରିଛନ୍ତି । ଏଥିରୁ ୧୧୯ ଜଣ ପ୍ରଥମ ଶ୍ରେଣୀରେ, ୨୦ ଜଣ ୨ୟ କ୍ଲାସରେ ଓ ୧୫ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି। ସେହିଭଳି ବିଜ୍ଞାନରେ ୨୬୬୨ଜଣ ଛାତ୍ରୀଛାତ୍ର ଜିଲାରେ ଫର୍ମଫିଲପ କରିଥିବାବେଳେ ୨୬୫୧ ପରୀକ୍ଷା ଦେଇଥିଲେ । ୨୫୫୬ ଜଣ ପାସ କରିଛନ୍ତି । ପାସ ଛାତ୍ରୀଛାତ୍ରଙ୍କ ମଧ୍ୟର ୧୬୨୩ ପ୍ରଥମ ଶ୍ରେଣୀରେ, ୭୨୪ଜଣ ୨ୟ ଶ୍ରେଣୀରେ, ୨୦୭ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି । ୨ଜଣ କମ୍ପାଟମେଣ୍ଟାଲ ମାଧ୍ୟମରେ ପାସ୍ କରିଛନ୍ତି ।
୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା
ଭୁବନେଶ୍ୱର,୨୨।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…
ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ
ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…
ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ
ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…
ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍ ହେଉଛନ୍ତି ଛାତ୍ରୀଛାତ୍ର
ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…
ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍, ହୁ ହୁ ହୋଇ ବଢିବ ଧନ!
ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…
ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି
ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…
ଧର୍ମାନ୍ତରୀକରଣ
ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…
ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ
ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…
Archives

