Posted inଜାତୀୟ

୫ ରାଜ୍ୟର ୨୨ ସ୍ଥାନରେ ଏନଆଇଏ ଚଢାଉ, ଜୈଶ-ଇ-ମହମ୍ମଦ ସହ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୫।୧୦: ଜାତୀୟ ଅନୁସନ୍ଧାନ ଏଜେନ୍ସି ବା ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସି(ଏନଆଇଏ) ପାଞ୍ଚଟି ରାଜ୍ୟରେ ଚଢାଉ କରିଛି। ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ଇନପୁଟ ପାଇବା ପରେ ଏହି ପ୍ରମୁଖ ପଦକ୍ଷେପ ନିଆଯାଇଛି ବୋଲି ବିଶ୍ୱାସ କରାଯାଏ। ସୂଚନାନୁସାରେ, ଟିମ ପ୍ରାୟ ୨୨ ଟି ସ୍ଥାନରେ ଚଢାଉ କରିଛି।

ରିପୋର୍ଟ ଅନୁଯାୟୀ, ଜମ୍ମୁ କଶ୍ମୀର, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଆସାମ ଏବଂ ଦିଲ୍ଲୀରେ ଏନଆଇଏ ଟିମ ଏହି ଚଢାଉ କରିଛି। କୁହାଯାଉଛି ଯେ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ସହ ଜଡିତ ଥିବା ନେଇ ଏନଆଇଏ ଏହି ମାମଲାର ତଦନ୍ତ କରୁଛି।

ଏନେଇ ଟିମ ଶୁକ୍ରବାର ବିଳମ୍ବିତ ରାତିରେ ଉତ୍ତର ପୂର୍ବ ଦିଲ୍ଲୀର ମୁସ୍ତାଫାବାଦ ଅଞ୍ଚଳରେ ପହଞ୍ଚି ଚଢାଉ କରିଥିଲା। ଏନଆଇଏ ସହିତ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ଏବଂ ସ୍ଥାନୀୟ ପୋଲିସ ମଧ୍ୟ ଉପସ୍ଥିତ ଥିଲେ। ସୂଚନାନୁସାରେ, ମୁସ୍ତାଫାବାଦରେ ଏହି ଚଢାଉ ହୋଇଥିବା ସ୍ଥାନରୁ ଅନେକ ସନ୍ଦେହଜନକ ଜିନିଷ ମିଳିଛି। ଏହି ଚଢାଉ ପରେ ଏନଆଇଏ କେତେଜଣ ଲୋକଙ୍କୁ ନୋଟିସ ଦେଇଛି ଏବଂ ୧-୨ ଜଣଙ୍କୁ ପଚରାଉଚରା ପାଇଁ ନେଇଛି।

ଏହି ଅପରେସନ ସମୟରେ ଅନୁସନ୍ଧାନକାରୀ ସଂସ୍ଥା ଏନଆଇଏ ମଧ୍ୟ ମହାରାଷ୍ଟ୍ରର ଜଲନା, ଔରଙ୍ଗାବାଦ ଏବଂ ମାଲେଗାଓଁ ଉପରେ ଚଢାଉ କରିଥିଲା। କେତେକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଏହି ସ୍ଥାନରୁ ଅଟକ ରଖାଯାଇଛି। କୁହାଯାଇଛି ଯେ ଜଲନାରୁ ୨ଜଣ, ଛତ୍ରପତି ଶମ୍ଭାଜୀ ନଗର ଏବଂ ମାଲେଗାଓଁରୁ ଜଣେ ଜଣଙ୍କୁ ଅଟକ ରଖାଯାଇଛି।
ସ୍ଥାନୀୟ ପୋଲିସ ସହାୟତାରେ ଏନଆଇ ଟିମ ସଙ୍ଗରି ଏବଂ ଜମ୍ମୁ କଶ୍ମୀରର ବାରାମୁଲ୍ଲା ଜିଲ୍ଲାର କିଛି ଅଞ୍ଚଳରେ ମଧ୍ୟ ଚଢାଉ କରିଥିଲା। ଏହି କାର୍ଯ୍ୟ ଏପର୍ଯ୍ୟନ୍ତ ଜାରି ରହିଛି । ସଙ୍ଗରି କଲୋନୀରେ ମୌଲବି ଇକବାଲ ଭଟଙ୍କ ଘରେ ସର୍ଚ୍ଚ କରାଯାଇଛି। ବର୍ତ୍ତମାନ କାହାର ଗିରଫ ହେବାର ଖବର ନାହିଁ। ସୂତ୍ରରୁ ପ୍ରକାଶ ଯେ କଶ୍ମୀରର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଚଢାଉ ଜାରି ରହିଛି।
ଯଦି ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଗୁଡିକ ବିଶ୍ୱାସ କରାଯାଏ, ଏନଆଇ ଟିମ ମଧ୍ୟ ଆସାମ ଏବଂ ଉତ୍ତରପ୍ରଦେଶରେ ପହଞ୍ଚି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ଏହି ସମୟ ମଧ୍ୟରେ ଅନେକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଇଥିଲା। ତେବେ ଏଠାରୁ କାହାକୁ ଅଟକ ରଖାଯିବାର ଖବର ନାହିଁ।
ଏନଆଇଏ ସହ ଜଡିତ ସୂତ୍ରରୁ ପ୍ରକାଶ ଯେ ଜାତୀୟ ବିରୋଧୀ କାର୍ଯ୍ୟକଳାପ ତଥା ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ସହ ଜଡିତ ଏକ ମାମଲାରେ ଏହି ପଦକ୍ଷେପ ନିଆଯାଉଛି। କେତେକ ସନ୍ଦିଗ୍ଧଙ୍କଠାରୁ ଅନେକ ଜିନିଷ ମିଳିଛି, ଯାହାର ଯାଞ୍ଚ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?