ବିଗୁଡୁଛି ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା: ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ!

ୱାଶିଂଟନ,୪ ।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ଚିନ୍ତାଜନକ ଥିବା ଜଣାପଡିଛି । ହ୍ୱାଇଟ୍ ହାଉସର ଚିଫ୍ ଅଫ୍ ଷ୍ଟାଫ୍ ମାର୍କ ମୋଡେଜ ଶନିବାର କହିଛନ୍ତି ଏବେ ଟ୍ରମ୍ପଙ୍କ ସ୍ୱାସ୍ଥ୍ରବସ୍ଥା ଚିନ୍ତାଜନକ ରହିଛି । ଶୁକ୍ରବାର ତାଙ୍କ ସ୍ୱାସ୍ଥ୍ୟ ଅଧିକ ବିଗିଡି ଯାଇଥିବାରୁ ଆଗାମୀ ୨୪ ଘଣ୍ଟା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ଦୁଇଦିନ ତଳେ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେତେବେଳେ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ମିଳିଥିଲା କି ଟ୍ରମ୍ପଙ୍କ ନିକଟରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଇଛି । ଏମିତିକି ହସ୍ପିଟାଲ ଯିବା ସମୟରେ ଟ୍ରମ୍ପ କହିଥିଲେ ମୁଁ ଶୀଘ୍ର ଫେରିବି । କାରଣ ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବା ବେଳେ ଆମେରିକାବାସୀଙ୍କୁ ତାଙ୍କର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଡାକ୍ତର ମଧ୍ୟ କହିଥିଲେ ରାଷ୍ଟ୍ରପତିଙ୍କ ମାନସିକତା ଖୁବ୍ ଭଲ ରହିଛି ଖୁବ୍‌ଶୀଘ୍ର ସେ ସୁସ୍ଥ ହୋଇଯାଇପାରନ୍ତି । ସୂଚନାଯୋଗ୍ୟ, ନଭେମ୍ବର ୩ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରଭାବ ପକାଇ ପାରେ ବୋଲି ଆଲୋଚନା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କୁ ଆକ୍ରମଣ ହେଲେ ମାମଲା କର

ନୂଆଦିଲ୍ଲୀ, ୨୦।୬(ପି.ଟି.): ଡାକ୍ତର ଏବଂ ସ୍ବାସ୍ଥ୍ୟସେବା ପେସାଦାରଙ୍କୁ ଆକ୍ରମଣରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ମହାମାରୀ ରୋଗ (ସଂଶୋଧନ) ଆଇନ, ୨୦୨୦ ବଳରେ ମାମଲା ରୁଜୁ କରିବାକୁ...

ସ୍କୁଲ ଖୋଲୁ ଖୋଲୁ ୩୩ପିଲା କରୋନାରେ ଆକ୍ରାନ୍ତ

ଚଣ୍ଡିଗଡ଼,୧୩।୮: କରୋନା ମହାମାରୀର ଦ୍ୱିତୀୟ ଲହର ପ୍ରକୋପ ହ୍ରାସ ପାଇବା ପରେ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ବର୍ତ୍ତମାନ ସ୍କୁଲ ଖୋଲାଯାଇଛି। ତେବେ...

ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ନିଲମ୍ବିତ

ବ୍ୟାଙ୍କକ୍‌, ୨୬ା୮:ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁଥ ଚାନ୍‌-ଓଚାନ୍‌ଙ୍କୁ ସାମ୍ବିଧାନିକ କୋର୍ଟ ଦାୟିତ୍ୱ ତୁଲାଇବାକୁ ବାରଣ କରିଛନ୍ତି। ତେବେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ସେ ଦାୟିତ୍ୱ ନିର୍ବାହ କରିବେ।...

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଦେଲେ ଇସ୍ତଫା…

କଲମ୍ବୋ, ୯।୭ : ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମସିଙ୍ଘେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀଲଙ୍କାରେ ଚାଲିଥିବା ଅର୍ଥନୈତିକ ସଙ୍କଟ ଏବଂ ଜନସାଧାରଣଙ୍କ ଅସନ୍ତୋଷ ଯୋଗୁଁ...

ବଢୁଛି ଚିନ୍ତା: ବ୍ରିଟେନରେ କୁକୁରକୁ କରୋନା!

ଲଣ୍ଡନ,୧୧ ।୧୧: ବ୍ରିଟେନରେ ଏକ କୁକୁରକୁ କରୋନା ହୋଇଥିବା କଥା ଜଣାପଡିଛି । ଯାହା ପୁଣି କରୋନାକୁ ନେଇ ଚିନ୍ତା ବଢାଇ ଦେଇଛି । ୟୁକେର...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୬୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୩ା୮(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୬୬୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୩,୦୯,୬୭୭ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ଦିଲ୍ଲୀରେ ପ୍ରଥମ ଥର ହେଲା ରାପିଡ ଆଣ୍ଡିଜେନ୍‌ ଟେଷ୍ଟ: ୨୪୨ କଣ୍ଟେନମେଣ୍ଟ ଜୋନ୍‌ରେ ହେବ ପରୀକ୍ଷା

ନୂଆଦିଲ୍ଲୀ,୧୮।୬: ଦିଲ୍ଲୀରେ ଦ୍ରୁତଗତିରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଗୁରୁବାରଠାରୁ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟିଂ ଆରମ୍ଭ ହୋଇଛି। ଏହି ଟେଷ୍ଟିଂ ଦ୍ୱାରା ବହୁତ କମ୍‌...

୩ ଘଣ୍ଟା ପର୍ଯ୍ୟନ୍ତ ଅଟକିଗଲା ଦେଢ ବର୍ଷ ଶିଶୁର ହୃଦ୍‌ସ୍ପନ୍ଦନ, ତା’ପରେ ହେଲା ଚମତ୍କାର

ଓଟାଓ୍ବା,୨୩।୨: କାନାଡାର ଅଣ୍ଟାରିଓରେ ଏକ ଅଜବ ଘଟଣା ଘଟିଛି। ଏଠାରେ ଦେଢ ବର୍ଷ ଶିଶୁର ହୃଦ୍‌ସ୍ପନ୍ଦନ ୩ ଘଣ୍ଟା ପର୍ଯ୍ୟନ୍ତ ଅଟକିଯାଇଥିବା ସତ୍ତ୍ୱେ ଡାକ୍ତର ତାଙ୍କୁ...

Advertisement
Archives

Model This Week