Posted inଜାତୀୟ

୧୯୭୧ରେ ପାକିସ୍ତାନ ସହ ଯୁଦ୍ଧ ସମୟରେ ହଜାର ହଜାର କଣ୍ଡୋମ ଅର୍ଡର କରିଥିଲା ଭାରତୀୟ ସେନା, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୫।୪: ଆମେ ସମସ୍ତେ ଭାରତୀୟ ସଶସ୍ତ୍ର ବାହିନୀକୁ ପରିଭାଷିତ କରୁଥିବା ସାହସିକତା ଏବଂ ସାହସର ଅନେକ କାହାଣୀ ଶୁଣିଛୁ। ଇତିହାସର ପେଡ଼ିରେ ସାଇତା ସେସବୁ କାହାଣୀ ଭିତରୁ କିଛି ବହୁତ ଆଶ୍ଚର୍ଯ୍ୟଜନକ ହେଲେ ଗୁରୁତ୍ୱପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଭାରତୀୟ ସଶସ୍ତ୍ର ବାହିନୀର ଏକ କାହାଣୀ କହିବାକୁ ଯାଉଛୁ, ଯେଉଁଥିଲାଗି ଭାରତର ପଡ଼ୋଶୀ ଦେଶ ବାଂଲାଦେଶର ଜନ୍ମ ନେଇଥିଲା। ୧୯୭୧ରେ ପାକିସ୍ତାନ ସହିତ ଯୁଦ୍ଧ ସମୟରେ ଭାରତୀୟ ସଶସ୍ତ୍ର ବାହିନୀ ଶହ ଶହ କଣ୍ଡୋମ ଅର୍ଡର କରିଥିଲା, ଏହା ପଛରେ ବଡ଼ କାରଣ ରହିଥିଲା।

ରିପୋର୍ଟ ଅନୁଯାୟୀ ଡିସେମ୍ବର ୧୯୭୧ ଯୁଦ୍ଧ ସମୟରେ, ଭାରତୀୟ ନୌସେନା କଥିତ ଭାବେ ଶହ ଶହ କଣ୍ଡୋମ ମଗାଇଥିଲେ। ଏହାର ବ୍ୟବହାର Minesର ଉପଯୋଗ କରି ପାକିସ୍ତାନୀ ଜାହାଜ ଉପରେ ଆକ୍ରମଣ କରିବା ପାଇଁ କରାଯାଇଥିଲା। କହିବାକୁ ଗଲେ ସଫଳତାର ସହିତ ପୂର୍ବ ପାକିସ୍ତାନ(ବାଂଲାଦେଶ)କୁ ସ୍ବାଧୀନ କରିବାକୁ ଏଭଳି କରାଯାଇଥିବା ଜଣାଯାଏ। ରଣନୀତିସ୍ବରୂପ ଭାରତୀୟ ନୌସେନା ଚିଟାଗଙ୍ଗ ବନ୍ଦର ସମେତ ପ୍ରମୁଖ ପାକିସ୍ତାନୀ ବନ୍ଦରଗୁଡ଼ିକ ଉପରେ ଆକ୍ରମଣ କରିବାକୁ ଲକ୍ଷ୍ୟ ରଖିଥିଲା। ଏହାଦ୍ୱାରା ପାକିସ୍ତାନର ଯୋଗାଣ ଏବଂ ଜାହାଜ ଚଳାଚଳ ମାର୍ଗଗୁଡ଼ିକୁ କାଟି ଦେବା ଉଦ୍ଦେଶ୍ୟ ରହିଥିଲା।

ପାକିସ୍ତାନ ସହିତ ଯୁଦ୍ଧ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିବା ପରେ, ପାକିସ୍ତାନୀ ସେନା ଭାରତୀୟ ବାୟୁସେନା ଘାଟିକୁ ଟାର୍ଗେଟ କରିଥିଲା। ଫଳସ୍ବରୂପ, ଭାରତୀୟ ନୌସେନା ଅନେକ ମୋର୍ଚ୍ଚାରୁ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା। ସେଥିମଧ୍ୟରୁ ଗୋଟିଏ ଥିଲା ପୂର୍ବ ପାକିସ୍ତାନ (ବର୍ତ୍ତମାନ ବାଂଲାଦେଶ)ର ଚିଟାଗଙ୍ଗ ବନ୍ଦର, ଯେଉଁଠାରେ ଭାରତୀୟ ସୈନିକମାନେ ପାକିସ୍ତାନୀ ଜାହାଜଗୁଡ଼ିକୁ ପାଣି ଭିତରେ ଉଡ଼ାଇ ଦେବାକୁ ଟାର୍ଗେଟ କରିବାକୁ ଯୋଜନା କରିଥିଲେ। ହେଲେ ଭାରତୀୟ ସେନାର ’ଲିମ୍ପେଟ ମାଇନ’ ନାମକ ମାଇନ ଜାହାଜ ତଳେ ରଖାଯିବାର ଥିଲା, କିନ୍ତୁ ସମସ୍ୟା ଥିଲା, ଏହା କେବଳ ୩୦ ମିନିଟ ମଧ୍ୟରେ ବିସ୍ଫୋରଣ ହେଉଥିଲା।

ତେଣୁ, ଭାରତୀୟ ନୌସେନା ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସମସ୍ୟାର ସମାଧାନ ପାଇଁ ଶହ ଶହ କଣ୍ଡୋମ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ABP ଲାଇଭର ଏକ ରିପୋର୍ଟ ଅନୁଯାୟୀ, ଅର୍ଡର କରାଯାଇଥିବା କଣ୍ଡୋମଗୁଡ଼ିକୁ ଲିମ୍ପେଟ ମାଇନ ଉପରେ ରଖାଯାଇଥିଲା, ଯାହା ଫଳରେ ଏହା ପାଣିରେ ସୁରକ୍ଷିତ ରହିପାରିବ ଏବଂ ସମୟରେ ବିସ୍ଫୋରଣ ହୋଇପାରିବ। ଟାଇମରକୁ ଏହା ବିଳମ୍ବ କରୁଥିବା ଯୋଗୁ ଡାଇଭରମାନଙ୍କୁ ଏହାକୁ ସଂଲଗ୍ନ କରିବା ଏବଂ ବିସ୍ଫୋରଣ ପୂର୍ବରୁ ସୁରକ୍ଷିତ ଭାବେ ଉକ୍ତ ଅଞ୍ଚଳରୁ ଚାଲି ଆସିବାକୁ ଯଥେଷ୍ଟ ସମୟ ଦେଇଥିଲା। ଏହି କୌଶଳ ଯୋଗୁ ପାକିସ୍ତାନୀ ନୌସେନାର ବହୁତ କ୍ଷତି ହୋଇଥିଲା।

ଚିଟାଗଙ୍ଗ ବନ୍ଦର ଅପରେସନ ଯୁଦ୍ଧରେ ଏକ ମୋଡ଼ ନେଇଥିଲା। ଏହି ବନ୍ଦରକୁ ଟାର୍ଗେଟ କରି, ଭାରତୀୟ ନୌସେନା ସଫଳତାର ସହ ପାକିସ୍ତାନର ଯୋଗାଣ ଲାଇନକୁ କାଟି ଦେଇଥିଲା। ଯାହା ପୂର୍ବ ପାକିସ୍ତାନରେ ସେମାନଙ୍କର ସ୍ଥିତିକୁ ଦୁର୍ବଳ କରିଦେଇଥିଲା। ୧୯୭୧ ଯୁଦ୍ଧ ସ୍ବାଧୀନତା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତୃତୀୟ ଯୁଦ୍ଧ ଥିଲା। କିନ୍ତୁ ଏହାର କାରଣ ଭିନ୍ନ ଥିଲା। ପଶ୍ଚିମ ପାକିସ୍ତାନରୁ ସ୍ବାଧୀନତା ପାଇଁ ଲଢ଼ୁଥିବା ପୂର୍ବ ପାକିସ୍ତାନର ଲୋକମାନଙ୍କୁ ସମର୍ଥନ କରିବା ପାଇଁ ଭାରତ ଆଗେଇ ଆସିଥିଲା। ଏହି ଯୁଦ୍ଧ ଶେଷରେ ଏକ ନୂତନ ରାଷ୍ଟ୍ର – ବାଂଲାଦେଶ ଜନ୍ମ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri