ମୃତ୍ୟୁ ଉପତ୍ୟକାରେ ନବଜାତ ଶିଶୁକନ୍ୟାଙ୍କର କୁଆଁ ରାବ: ମାଟି ତଳେ ଜନ୍ମ ନେଲେ, ୩୦ ଘଣ୍ଟା ପରେ ଉଦ୍ଧାର…

ଇସ୍ତାନବୁଲ,୮।୨ : ତୁର୍କୀ ଏବଂ ସିରିଆରେ ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ୩୦ ହଜାରରୁ ଅଧିକ ଲୋକଙ୍କ ଆହତ ହୋଇଛନ୍ତି। ଭାରତ ସମେତ ବିଶ୍ୱର ଅନେକ ଦେଶ ଭୂକମ୍ପ ପ୍ରଭାବିତଙ୍କୁ ସାହାଯ୍ୟ ହାତ ବଢ଼ାଇଛନ୍ତି। ଭାରତରୁ ରିଲିଫ ଏବଂ ଉଦ୍ଧାରକାରୀ ଦଳ ତୁର୍କୀରେ ପହଞ୍ଚିଛନ୍ତି। ଡାକ୍ତରୀ ଦଳ ମଧ୍ୟ ଉପସ୍ଥିତ ଅଛନ୍ତି।

ସିରିଆରେ ଅଳିଆ ଗଦାରେ ଫସି ରହିଥିବା ଜଣେ ଗର୍ଭବତୀ ମହିଳା ଏକ ନବଜାତ ଶିଶୁକୁ ଜନ୍ମ ଦେଇଛନ୍ତି। ଫଳରେ ମୃତ୍ୟୁ ଉପତ୍ୟକାରେ ନବଜାତ ଶିଶୁର କୁଆଁ ରାବ ଗୁଞ୍ଚି ଉଠିଛି। ଉତ୍ତର ସିରିଆର ଏକ ଘରର ଧ୍ୱଂସାବଶେଷରୁ ଏକ ନବଜାତ ଶିଶୁକୁ ଜୀବନ୍ତ ଉଦ୍ଧାର କରାଯାଇଛି। ଏହି ସମୟରେ ନବଜାତ ଶିଶୁ ନାଭି ନାଡ଼ ସହିତ ମା’ଙ୍କ ସାଙ୍ଗରେ ରହିଥିବାର ଦେଖିବାକୁ ମିଳିଥିଲା। ସୋମବାର ଭୂକମ୍ପ ସମୟରେ ତାଙ୍କ ମାଙ୍କର ମୃତ୍ୟୁ ଘଟିଥିବା ପରିବାରର ସମ୍ପର୍କୀୟଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ୩୪ ବର୍ଷୀୟ ଖାଲିଲ ଅଲ ଶାମି ନ୍ୟୁୟର୍କ ଟାଇମ୍ସକୁ କହିଛନ୍ତି ଯେ ସୋମବାର ସିରିଆର ଜିନ୍ଦାୟାରିସ ସହରରେ ହୋଇଥିବା ଭୂକମ୍ପ ଯୋଗୁଁ ତାଙ୍କ ଭାଇଙ୍କ ଘର ମଧ୍ୟ ନଷ୍ଟ ହୋଇଯାଇଛି। ସମଗ୍ର କୋଠାଟି ଏକ ଅଳିଆ ଗଦାରେ ପରିଣତ ହୋଇଛି। ସେ ତାଙ୍କ ଭାଇ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସନ୍ଧାନ ପାଇଁ ଆବର୍ଜନା ଖୋଳୁଥିଲେ। ଏହି ସମୟରେ ସେ ଦେଖିଲେ ଏକ ସୁନ୍ଦର ଶିଶୁ କନ୍ୟା ତାଙ୍କ ବୋହୂଙ୍କର ନାଭି ନାଡ଼ରେ ଲାଗିଛି। ଏହା ପରେ ସେମାନେ ସଙ୍ଗେ ସଙ୍ଗେ ନାଭିକୁ କାଟିଲେ ଏବଂ ଶିଶୁଟି କାନ୍ଦିବାକୁ ଲାଗିଲା। ତାକୁ ବାହାରକୁ ଅଣାଗଲା। ଯେତେବେଳେ ଆବର୍ଜନାଗୁଡିକୁ ସମ୍ପୂର୍ଣ୍ଣ ରୂପେ ହଟାଗଲା, ଜଣାପଡିଲା ଯେ ଶିଶୁକନ୍ୟାଙ୍କର ମା ମରିଯାଇଛନ୍ତି। ଶିଶୁ କନ୍ୟା ଏବେ ବି ଡାକ୍ତରଖାନାରେ ଅଛି ଏବଂ ସୁରକ୍ଷିତ ଅଛନ୍ତି।

ଖାଲିଲଙ୍କ କହିବାନୁସାରେ, ତାଙ୍କ ବୋହୂ ଗର୍ଭବତୀ ଥିଲେ ଏବଂ ଦିନେ କିମ୍ବା ଦୁଇ ଦିନ ପରେ ପ୍ରସବ ହେବାର ଥିଲା। କିନ୍ତୁ ଭୂମିକମ୍ପ ପରେ ଝଟକା ଯୋଗୁଁ ସେ ମାଟି ଭିତରେ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ପ୍ରାୟ ୩୦ ଘଣ୍ଟା ପରେ,ଶିଶୁକନ୍ୟାଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

IMD ଡିଜିଙ୍କ ବଡ଼ ସୂଚନା; ଆହୁରି ୨ ଦିନ ଛେଚିବ ବର୍ଷା, ଆଜି ରାତିରେ ଦକ୍ଷିଣ ଓଡ଼ିଶାରେ ହେବ….

ଭୁବନେଶ୍ବର,୨୩ା୯: ଗଭୀର ଅବପାତର ଗତି ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗଭୀର ଅବପାତର ଗତି ମନ୍ଥର ରହିଛି, ସେଥିପାଇଁ ବର୍ଷାର…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ବଡ଼ ବୟାନ ଦେଲେ କୋଚ, କହିଲେ,‘ମୁଁ ତାଙ୍କୁ ଅପେକ୍ଷା କରିଛି…’

ନୂଆଦିଲ୍ଲୀ,୨୩।୯: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ସହିତ ଜାପାନରେ ଅଛନ୍ତି। ସେ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେଠାରେ ତାଙ୍କର…

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

୨୦୨୭ ବିଶ୍ୱକପ ବିଷୟରେ ଉଲ୍ଲେଖ କରି ବିରାଟ-ରୋହିତଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ରିଙ୍କୁ ସିଂହ, କହିଲେ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଟି-୨୦ ଦଳର ଷ୍ଟାର୍‌ ବ୍ୟାଟର ରିଙ୍କୁ ସିଂହ, ଦଳର ଦୁଇ ପ୍ରମୁଖ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

ଲଗାଣ ବର୍ଷା ନେଲା ଜୀବନ: ରେମୁଣାରେ ମାଟି କାନ୍ଥ ଭୁଷୁଡ଼ି ବାପା ମୃତ, ପୁଅ ଗୁରୁତର

ବାଲେଶ୍ୱର,୨୩ା୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରେମୁଣାରେ ବଡ଼ ଅଘଟଣ ଘଟିଯାଇଛି । ଖରିଦମୁଖୁରା ଗ୍ରାମରେ ମାଟି କାନ୍ଥ ଭୁଶୁଡ଼ି ପଡ଼ି ବାପାଙ୍କ ମୃତ୍ୟୁ…

କ୍ରିକେଟରେ ହଲଚଲ! ହଠାତ୍ ଇସ୍ତଫା ଦେଲେ କୋଚ୍, କାରଣ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୩ା୯: ଚାକିରି ବଦଳାଇବା ଏବେ ସାଧାରଣ କଥା। କିନ୍ତୁ କୌଣସି ଜାତୀୟ କ୍ରିକେଟ୍ ଦଳର କୋଚ୍ ଅନ୍ୟ ଏକ ଟିମ୍‌ରେ ଚାକିରି ପାଇଁ ଇସ୍ତଫା ଦେବା ନିଶ୍ଚିତ…

ଭାଙ୍ଗିଲା ପାଚେରି, ବିଦ୍ୟାଳୟ ଭିତରେ ପଶିଲା ଗାଁର ମଇଳା ପାଣି

ପାତ୍ରପୁର,୨୩ା୯(ଉମାଚରଣ ନେପାକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସହ ପନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?