ମୃତ୍ୟୁ ଉପତ୍ୟକାରେ ନବଜାତ ଶିଶୁକନ୍ୟାଙ୍କର କୁଆଁ ରାବ: ମାଟି ତଳେ ଜନ୍ମ ନେଲେ, ୩୦ ଘଣ୍ଟା ପରେ ଉଦ୍ଧାର…

ଇସ୍ତାନବୁଲ,୮।୨ : ତୁର୍କୀ ଏବଂ ସିରିଆରେ ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ୩୦ ହଜାରରୁ ଅଧିକ ଲୋକଙ୍କ ଆହତ ହୋଇଛନ୍ତି। ଭାରତ ସମେତ ବିଶ୍ୱର ଅନେକ ଦେଶ ଭୂକମ୍ପ ପ୍ରଭାବିତଙ୍କୁ ସାହାଯ୍ୟ ହାତ ବଢ଼ାଇଛନ୍ତି। ଭାରତରୁ ରିଲିଫ ଏବଂ ଉଦ୍ଧାରକାରୀ ଦଳ ତୁର୍କୀରେ ପହଞ୍ଚିଛନ୍ତି। ଡାକ୍ତରୀ ଦଳ ମଧ୍ୟ ଉପସ୍ଥିତ ଅଛନ୍ତି।

ସିରିଆରେ ଅଳିଆ ଗଦାରେ ଫସି ରହିଥିବା ଜଣେ ଗର୍ଭବତୀ ମହିଳା ଏକ ନବଜାତ ଶିଶୁକୁ ଜନ୍ମ ଦେଇଛନ୍ତି। ଫଳରେ ମୃତ୍ୟୁ ଉପତ୍ୟକାରେ ନବଜାତ ଶିଶୁର କୁଆଁ ରାବ ଗୁଞ୍ଚି ଉଠିଛି। ଉତ୍ତର ସିରିଆର ଏକ ଘରର ଧ୍ୱଂସାବଶେଷରୁ ଏକ ନବଜାତ ଶିଶୁକୁ ଜୀବନ୍ତ ଉଦ୍ଧାର କରାଯାଇଛି। ଏହି ସମୟରେ ନବଜାତ ଶିଶୁ ନାଭି ନାଡ଼ ସହିତ ମା’ଙ୍କ ସାଙ୍ଗରେ ରହିଥିବାର ଦେଖିବାକୁ ମିଳିଥିଲା। ସୋମବାର ଭୂକମ୍ପ ସମୟରେ ତାଙ୍କ ମାଙ୍କର ମୃତ୍ୟୁ ଘଟିଥିବା ପରିବାରର ସମ୍ପର୍କୀୟଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ୩୪ ବର୍ଷୀୟ ଖାଲିଲ ଅଲ ଶାମି ନ୍ୟୁୟର୍କ ଟାଇମ୍ସକୁ କହିଛନ୍ତି ଯେ ସୋମବାର ସିରିଆର ଜିନ୍ଦାୟାରିସ ସହରରେ ହୋଇଥିବା ଭୂକମ୍ପ ଯୋଗୁଁ ତାଙ୍କ ଭାଇଙ୍କ ଘର ମଧ୍ୟ ନଷ୍ଟ ହୋଇଯାଇଛି। ସମଗ୍ର କୋଠାଟି ଏକ ଅଳିଆ ଗଦାରେ ପରିଣତ ହୋଇଛି। ସେ ତାଙ୍କ ଭାଇ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସନ୍ଧାନ ପାଇଁ ଆବର୍ଜନା ଖୋଳୁଥିଲେ। ଏହି ସମୟରେ ସେ ଦେଖିଲେ ଏକ ସୁନ୍ଦର ଶିଶୁ କନ୍ୟା ତାଙ୍କ ବୋହୂଙ୍କର ନାଭି ନାଡ଼ରେ ଲାଗିଛି। ଏହା ପରେ ସେମାନେ ସଙ୍ଗେ ସଙ୍ଗେ ନାଭିକୁ କାଟିଲେ ଏବଂ ଶିଶୁଟି କାନ୍ଦିବାକୁ ଲାଗିଲା। ତାକୁ ବାହାରକୁ ଅଣାଗଲା। ଯେତେବେଳେ ଆବର୍ଜନାଗୁଡିକୁ ସମ୍ପୂର୍ଣ୍ଣ ରୂପେ ହଟାଗଲା, ଜଣାପଡିଲା ଯେ ଶିଶୁକନ୍ୟାଙ୍କର ମା ମରିଯାଇଛନ୍ତି। ଶିଶୁ କନ୍ୟା ଏବେ ବି ଡାକ୍ତରଖାନାରେ ଅଛି ଏବଂ ସୁରକ୍ଷିତ ଅଛନ୍ତି।

ଖାଲିଲଙ୍କ କହିବାନୁସାରେ, ତାଙ୍କ ବୋହୂ ଗର୍ଭବତୀ ଥିଲେ ଏବଂ ଦିନେ କିମ୍ବା ଦୁଇ ଦିନ ପରେ ପ୍ରସବ ହେବାର ଥିଲା। କିନ୍ତୁ ଭୂମିକମ୍ପ ପରେ ଝଟକା ଯୋଗୁଁ ସେ ମାଟି ଭିତରେ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ପ୍ରାୟ ୩୦ ଘଣ୍ଟା ପରେ,ଶିଶୁକନ୍ୟାଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ଅଟା କେଜି ୮୦୦ ଟଙ୍କା, ରୁଟି ୨୫ ଟଙ୍କା, ଜାଣନ୍ତୁ କାହିଁକି ସବୁ ଏତେ ମହଙ୍ଗା

ନୂଆଦିଲ୍ଲୀ,୧ା୫: ପଡୋଶୀ ଦେଶ ପାକିସ୍ତାନରେ ଖାଦ୍ୟ ସାମଗ୍ରୀ ସହିତ ବିଭିନ୍ନ ଜିନିଷର ଦାମ୍ ଆକାଶ ଛୁଆଁ ରହିଛି।ଯାହାକୁ ନେଇ ଲୋକମାନେ ସରକାରଙ୍କ ବିରୋଧରେ ଖୋଲାଖୋଲି ଭାବେ...

ହାମିଲଟନ ହଲ୍‌କୁ କବ୍‌ଜା କଲେ ବିକ୍ଷୋଭକାରୀ

ନ୍ୟୁୟର୍କ, ୧।୫: ଗତ କିଛିଦିନ ଧରି ପାଲେଷ୍ଟାଇନକୁ ସମର୍ଥନ କରି ଆମେରିକାର ଅନେକ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ ହେଉଥିବାବେଳେ ମଙ୍ଗଳବାର ଏହା ଉଗ୍ରରୂପ ଧାରଣ କରିଛି। କଲମ୍ବିଆ...

ନେତାନ୍ୟାହୁଙ୍କ ନାଁରେ ଜାରି ହୋଇପାରେ ଆରେଷ୍ଟ ଓ୍ବାରେଣ୍ଟ

ଜେରୁଜେଲମ,୩୦।୪: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଜାରି ରହିଛି । ଗାଜା ଷ୍ଟ୍ରିପରେ ହୋଇଥିବା ଭୟଙ୍କର ନରସଂହାର ହେତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ...

ଭାରତ ମହାଶକ୍ତି ହେବାକୁ ଯାଉଛି, କିନ୍ତୁ ଆମେ ଭିକ ମାଗୁଛୁ: ପାକିସ୍ତାନର ପରିସ୍ଥିତିକୁ ନେଇ ଶୀର୍ଷ ନେତାଙ୍କ କ୍ରୋଧ

ଇସଲାମାବାଦ୍‌,୩୦।୪: ପାକିସ୍ତାନର ବରିଷ୍ଠ ନେତା ତଥା ଜାମିୟତ ଉଲେମା-ଇ-ଇସଲାମ (ଏଫ) ର ସଭାପତି ମୌଲାନା ଫଜଲୁର ରେହମାନ ପାକିସ୍ତାନକୁ ଭାରତ ସହ ତୁଳନା କରି କହିଛନ୍ତି,...

ଆମେରିକାରେ ପୁଣି ଗୁଳିକାଣ୍ଡ: ୩ ପୋଲିସ ମୃତ

ନ୍ୟୁୟର୍କ,୩୦।୪: ଆମେରିକାର ଉତ୍ତର କାରୋଲିନାରେ ଗୁଳି ବିନିମୟରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ମୃତ୍ୟୁକୁ ପୋଲିସ ସର୍ବସାଧାରଣରେ ନିଶ୍ଚିତ କରି...

ଟ୍ରୁଡୋଙ୍କ ଉପସ୍ଥିତିରେ ଖଲିସ୍ତାନୀ ସ୍ଲୋଗାନ

ଟରଣ୍ଟୋ, ୩୦।୪: କାନାଡ଼ାର ଟରଣ୍ଟୋରେ ସୋମବାର ଖାଲ୍‌ସା ଦିବସ ପାଳନ ହେଉଥିବାବେଳେ ଏଥିରେ ବହୁ ସଂଖ୍ୟାରେ ଶିଖ୍‌ ସମ୍ପ୍ରଦାୟର ଲୋକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କାନାଡ଼ା...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri