ବଲାଙ୍ଗୀର, ୧୦ା୯ (ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଶନିବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ମହିଳା ମେଡିସିନ୍ ୱାର୍ଡ ଲାଟ୍ରିନ୍ରେ ପଡିଥିବା ଏକ ନବଜାତ ଶିଶୁକନ୍ୟାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଉଦ୍ଧାର କରିଥିଲେ। କିଭଳି ପରିସ୍ଥିତିରେ ଲାଟ୍ରିନ୍ ଭିତରେ କିଏ ଶିଶୁକୁ ଛାଡି ପଳାଇଛି, ତାକୁ ନେଇ ପୋଲିସ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ତନାଘନା ଚଳାଇଛନ୍ତି। ସିସିଟିଭି ଯାଞ୍ଚ କରାଯାଉଛି। ଉଦ୍ଧାର ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ଭଲ ନଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ମୁତାବକ ଶନିବାର ସକାଳ ଭୀମ ଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲର ମହିଳା ମେଡିସିନ୍ ୱାର୍ଡର ଏକ ଲାଟ୍ରିନ୍ରେ ଏକ ଶିଶୁ କାନ୍ଦୁଥିବା ଶୁଣାଯାଇଥିଲା। ରୋଗୀ ପରିଜନ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ଏହା ଜାଣିବା ପରେ ଉପରିସ୍ଥ ଅଧିକାରୀଙ୍କୁ ଖବର ଦେଇଥିଲେ। ଶିଶୁକୁ ତୁରନ୍ତ ଉଦ୍ଧାର କରାଯାଇ ଏସ୍ଏନ୍ସିୟୁରେ ରଖାଯାଇଛି। ଶିଶୁର ଓଜନ ମାତ୍ର ୯ ଶହ ଗ୍ରାମ ରହିଛି। ମେଡିକାଲ କଲେଜ ହସ୍ପିଟାଲ ଅଧୀକ୍ଷକ ଡା. ମାନସୀ ପଣ୍ଡା ଉଦ୍ଧାର ଶିଶୁର ସ୍ଥିତି ଗମ୍ଭୀର ରହିଛି ବୋଲି କହିଛନ୍ତି। କିଏ, କିଭଳି ପରିସ୍ଥିତିରେ ଲାଟ୍ରିନ୍ରେ ଶିଶୁକନ୍ୟାକୁ ଛାଡି ଯାଇଛନ୍ତି ସେ ନେଇ ପୋଲିସ ଯାଞ୍ଚ କରାଯାଉଛି ବୋଲି କହିଛନ୍ତି। ସିସିଟିଭି ଯାଞ୍ଚ କରାଯିବାରୁ ମହିଳା ମେଡିସିନ୍ ୱାର୍ଡକୁ ଜଣେ ଯୁବତୀ ଏବଂ ଜଣେ ଯୁବକ ମୁହଁକୁ ସମ୍ପୂର୍ଣ୍ଣ ଘୋଡେଇ ହୋଇ ଆସିଥିବା ଏବଂ ଲାଟ୍ରିନ୍ ଭିତରୁ ବାହାରି ପଳାଇ ଯାଉଥିବା ଦେଖିବାକୁ ମିଳିଥିବା ଜଣାପଡିଛି। ଏହି ଦୁଇ ଯୁବତୀ ଏବଂ ଯୁବକ କିଏ ତାକୁ ନେଇ ପୋଲିସ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ଯାଞ୍ଚ କରୁଛନ୍ତି। ଘଟଣା ସମ୍ପର୍କରେ ଜଣାପଡିବା ପରେ ଜିଲା ଶିଶୁ କଲ୍ୟାଣ ସମିତି (ସିଡବ୍ଳ୍ୟୁସି) ଟିମ୍ ହସ୍ପିଟାଲରେ ପହଞ୍ଚତ୍ ଉଦ୍ଧାର ଶିଶୁକନ୍ୟା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ଜିଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂଙ୍କୁ ପଚରାଯିବାରୁ ଘଟଣା ସମ୍ପର୍କରେ ଖବର ପାଇବା ପରେ ସିଡବ୍ଳ୍ୟୁସି ଏବଂ ଡିସିପିୟୁ ଟିମ୍ ହସ୍ପିଟାଲ ଯାଇ ତଦାରଖ କରିଛନ୍ତି ବୋଲି ସେ କହିଛନ୍ତି। ଏନେଇ ଟାଉନ୍ ଥାନା ଆଇଆଇସି ବିଶ୍ୱଜିତ ମନବୋଧଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ତଦନ୍ତ ଚାଲିଛ, ସିସିଟିଭି ଯାଞ୍ଚ କରାଯାଉଛି। ସେଥିରୁ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି।
Posted inHome, Home Left, ଆମ ଜିଲା ଖବର, ବଲାଙ୍ଗୀର View All
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

