ଦେବ ଦୀପାବଳି ଆରମ୍ଭ

ପୁରୀ ଅଫିସ, ୧୪ା୧୨:ଶ୍ରୀମନ୍ଦିରରେ ରବିବାରଠାରୁ ଦେବ ଦୀପାବଳି ଆରମ୍ଭ ହୋଇଛି। ଏହା ୩ଦିନ ଧରି ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଶ୍ରୀଜଗନ୍ନାଥ କାଶ ଧଡ଼ିିଆ ବସ୍ତ୍ର ପରିଧାନ ସହ ଶ୍ରାଦ୍ଧବେଶରେ ଭୂଷିତ ହୋଇଛନ୍ତି। ସେ ବାମନ ରୂପରେ ସତ୍ୟଯୁଗର ଅଦିତି ଓ କଶ୍ୟପ, ଶ୍ରୀରାମ ରୂପରେ ତ୍ରେତୟା ଯୁଗର କୌଶଲ୍ୟା ଓ ଦଶରଥ, ଶ୍ରୀକୃଷ୍ଣ ରୂପରେ ଦେବକୀ ଓ ବସୁଦେବ ଏବଂ ଗୁଣ୍ଡିଚା ଓ ଇନ୍ଦ୍ରଦ୍ୟୁମ୍ନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିବେ। ସାଧାରଣତଃ ହିନ୍ଦୁମାନେ କାର୍ତ୍ତିକ ଅମାବାସ୍ୟା, ଦୀପାବଳି ଦିନ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣ ସହ ଦୀପଦାନ କରିଥାନ୍ତି। ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦ ତିଥିରେ ତିନିଦିନ ଧରି ପିତୃଗଣଙ୍କୁ ଶ୍ରାଦ୍ଧ ପ୍ରଦାନ ସହ ଦୀପଦାନ କରନ୍ତି। ପୁଷ୍ପାଳକ ସେବକମାନେ ଶ୍ରୀଜୀଉଙ୍କୁ ଶ୍ରାଦ୍ଧ ବେଶରେ ସଜ୍ଜିତ କରୁଥିବାବେଳେ ଠାକୁରମାନେ କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ତଡ଼ଗି ପ୍ରଭୃତି ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

G7 ବୈଠକରେ ଟ୍ରମ୍ପ କାହିଁକି କହିଲେ I’m the Boss? ଜବାବ ଦେଇ କହିଲେ…

ଓ୍ବାଶିଂଟନ,୨୦।୬: ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ସମୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପସ୍ଥିତ ନେତାମାନଙ୍କୁ କହିଥିଲେ, “ମୁଁ ହେଉଛି ବସ୍।” ଏହା ଭାଇରାଲ ହେବା…

ହର୍ମୁଜ ପାଇଁ ଇରାନର ନୂତନ ନିୟମ: ବିନା ଅନୁମତିରେ କରିପାରିବ ନାହିଁ ଜାହାଜ ଚଳାଚଳ – ବିଶ୍ୱ ବାଣିଜ୍ୟ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ତେହରାନ,୨୦।୬: ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ସମ୍ପ୍ରତିକ ଚୁକ୍ତିନାମା ପରେ, ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ପଥ ମଧ୍ୟରୁ ଗୋଟିଏ ହର୍ମୁଜ ପ୍ରଣାଳୀରେ କାର୍ଯ୍ୟକଳାପ…

ପ୍ରଧାନମନ୍ତ୍ରୀଙ୍କୁ ନିଜ ଗାଁ ବୁଲାଇବେ ରାଷ୍ଟ୍ରପତି

ବାରିପଦା,୨୦ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବାବେଳେ ଶନିବାର ପୂର୍ବାହ୍ନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶାଶୁଘର ଗାଁ ମୟୂରଭଞ୍ଜର ପାହାଡ଼ପୁରରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ଶାଶୁଘର…

ବିଶ୍ୱର ସବୁଠାରୁ ଚମତ୍କାର ନେତା କିଏ? ଟ୍ରମ୍ପ ଦେଲେ ଏମିତି ଉତ୍ତର ପାକିସ୍ତାନକୁ ଲାଗିବ ଜୋରଦାର ଝଟକା!

ଓ୍ବାଶିଂଟନ,୨୦।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ପ୍ରଶଂସା କରିଛନ୍ତି। ଟ୍ରମ୍ପ ଉଭୟ ନେତାଙ୍କୁ ସେ ସବୁଠାରୁ…

NEET Re-Exam: NEET ଛାତ୍ରଙ୍କ ପରୀକ୍ଷା କେନ୍ଦ୍ର ଆବୁଧାବି ଜାଣିବା ପରେ କାନ୍ଦି କାନ୍ଦି ବେହାଲ ହେଲେଣି ପରୀକ୍ଷାର୍ଥୀ, ସରକାରଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୨୦।୬: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ନାଗପୁରର ଜଣେ ଛାତ୍ରଙ୍କୁ NEET ପୁନଃପରୀକ୍ଷା ପାଇଁ ଆବୁଧାବିରେ ଏକ ପରୀକ୍ଷା କେନ୍ଦ୍ର ଦେଇଛି। ଛାତ୍ର ଜଣକ କହିଛନ୍ତି ଯେ…

ପାହାଡପୁରରେ ପହଞ୍ଚିଲେ ମୋଦି: ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ…

ବାରିପଦା,୨୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି MI-17 ହେଲିକପ୍ଟର ଯୋଗେ ମୟୂରଭଞ୍ଜ ପାହାଡ଼ପୁରରେ ପହଞ୍ଚିଛନ୍ତି। ପୂର୍ବରୁ ପାହାଡ଼ପୁରରେ ପହଞ୍ଚି ସାରିଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ…

ଜନ୍ମଦିନରେ ପିଲାଙ୍କୁ ଚକୋଲେଟ ବାଣ୍ଟିଲେ ରାଷ୍ଟ୍ରପତି: ଘରୁ ବାହାରିବାବେଳେ…

ବାରିପଦା,୨୦।୬: ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ। ଏହି ଅବସରରେ ସେ ନିଜ ଜନ୍ମମାଟି ମୟୁରଭଞ୍ଜରେ ଅଛନ୍ତି। ସକାଳୁ ସକାଳୁ ଘରୁ ବାହାରିବାବେଳେ ପିଲାମାନେ ତାଙ୍କୁ…

୫ ବର୍ଷରେ ୫୦୦ରୁ ଅଧିକ ସାପ ଉଦ୍ଧାର କଲେଣି ଲୋକନାଥ, ସ୍ଥାନୀୟ ଅଞ୍ଚଳବାସୀଙ୍କ ପ୍ରଶଂସା

ଅମରପାଲି,୨୦।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତ ଅନ୍ତର୍ଗତ ପୁଲେଶ୍ୱର ଗ୍ରାମର ଲୋକନାଥ ଜଗଦଲା (୩୩) ବର୍ତ୍ତମାନ ଅଞ୍ଚଳରେ ଜଣେ ପରିଚିତ ସାପ ଉଦ୍ଧାରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri