Posted inଖେଳ

ଇନିଂସ ବିଜୟର ନିକଟତର ନ୍ୟୁଜିଲାଣ୍ଡ

ଓ୍ବେଲିଂଟନ, ୧୪ା୧୨ (ଏପି)-ସ୍ଥାନୀୟ ରିଜର୍ଭ ବେସିନଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡ ଇନିଂସ ବିଜୟ ନିକଟତର ହୋଇଛି। ରବିବାର ଥିଲା ମ୍ୟାଚର ତୃତୀୟ ଦିବସ। ଫଲୋଅନ ହେବା ପରେ ଭ୍ରମଣକାରୀ ଦଳ ତୃତୀୟ ଦିବସ ଖେଳ ଶେଷବେଳକୁ ଏହାର ଦ୍ୱିତୀୟ ଇନିଂସରେ ୬ଉଇକେଟ ବିନିମୟରେ ୨୪୪ ରନ କରିଛି। ବ୍ୟାଡ୍‌ଲାଇଟ୍‌ ଯୋଗୁ ରବିବାର ଖେଳ ଆଗୁଆ ଶେଷ ହୋଇଥିଲା। ପ୍ରଥମ ଇନିଂସରେ ୩୨୯ ରନ ପଛୁଆ ରହି ଫଲୋଅନ୍‌ ହୋଇଥିବା ଓ୍ବେଷ୍ଟଇଣ୍ଡିଜ ଘରୋଇ ଦଳଠାରୁ ଆହୁରି ୮୫ରନ ପଛରେ ରହିଛି। ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର ୬୦ ରନ କରି ଅପରାଜିତ ରହିଛନ୍ତି। ଜାସନ ଏବଂ ଜୋସୁଆ ଡା’ସିଲ୍‌ଭା ୭ମ ଉଇକେଟରେ ଅପରାଜିତ ୭୪ରନ ଯୋଗ କରି ନ୍ୟୁଜିଲାଣ୍ଡ ବିଜୟରେ ବିଳମ୍ବ ଘଟାଇଛନ୍ତି। ସକାଳେ ଓ୍ବେଷ୍ଟଇଣ୍ଡିଜ ଏହାର ପ୍ରଥମ ଇନିଂସ ଅସମାପ୍ତ ସ୍କୋର ୧୨୪/୮ରୁ ଖେଳ ଆରମ୍ଭ କରିଥିଲା। ଆଉ ମାତ୍ର ୪ ରନ ଯୋଗ କରି ୧୩୧ରନରେ ଅଲ୍‌ ଆଉଟ ସହ ଫଲୋଅନ ହୋଇଯାଇଥିଲା। ସିରିଜରେ ଓ୍ବେଷ୍ଟଇଣ୍ଡିଜର ଟପ୍‌ଅର୍ଡର ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି। ଭ୍ରମଣକାରୀ ଦଳ ୪ଟି ଇନିଂସରେ ଏପର୍ଯ୍ୟନ୍ତ ୨୫୦ ଅତିକ୍ରମ କରିପାରି ନାହିଁ। ପ୍ରଥମ ଟେଷ୍ଟରେ ନ୍ୟୁଜିଲାଣ୍ଡର ୫୧୯/୭ ସ୍କୋର ଜବାବରେ ସେମାନେ ୧୩୮ ଓ ୨୪୭ ରନ କରିପାରିଥିଲେ। ଦ୍ୱିତୀୟ ଟେଷ୍ଟରେ ବିଜୟ ଲାଭ କଲେ ନ୍ୟୁଜିଲାଣ୍ଡ ଟେଷ୍ଟ ଚାମ୍ପିୟନଶିପ୍‌ରେ ଇଂଲଣ୍ଡ ଉପରେ ତୃତୀୟ ସ୍ଥାନ ଦଖଲ କରିନେବ। ପୁନଶ୍ଚ ପ୍ରଥମ ଥର ଟେଷ୍ଟ ର଼୍ୟାଙ୍କିଙ୍ଗରେ ୧ ନମ୍ବର ସ୍ଥାନ ଅଧିକାର କରିନେଇପାରେ। ସିରିଜରେ ସଫଳତା ପଛରେ କାଇଲ ଜେମିସନ, ଟିମ୍‌ ସୌଦି, ଟ୍ରେଣ୍ଟ ବୋଲ୍ଟ ଓ ନିଲ୍‌ ଓ୍ବାଗନରଙ୍କୁ ନେଇ ନ୍ୟୁଜିଲାଣ୍ଡର ପେସ୍‌ ବାହାନୀର ବିଶେଷ ଭୂମିକା ରହିଛି।
ସଂକ୍ଷିପ୍ତ ସ୍କୋର
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ: ୪୬୦
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ: ୧୩୧
ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସ: ୨୪୪/୬ (ଜନ୍‌ କ୍ୟାମ୍ପବେଲ୍‌-୬୮, ଜାସନ ହୋଲ୍‌ଡର-୬୦*, ଟ୍ରେଣ୍ଟ ବୋଲ୍ଟ-୩/୭୫, କାଇଲ ଜେମିସନ-୨/୪୩)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri